ଆମ ଜିଲା ଖବର

ଭାଲୁତଇଲାରେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ

ଛେଣ୍ଡିପଦା,୨୫।୪(ସ୍ବ.ପ୍ର): ଅନୁଗୋଳ ଜିଲାର ଛେଣ୍ଡିପଦା ବନାଞ୍ଚଳର କଣଲୋଇ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଭାଲୁତଇଲାରେ ଶନିବାର ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କଣଲୋଇ ଗ୍ରାମର କିଶୋର ଚନ୍ଦ୍ର ସାହୁ (୫୦)। ସୂଚନା ଅନୁଯାୟୀ, କଣଲୋଇ ମଝିସାହି ବନସଂରକ୍ଷଣ…

ବିଜେପୁର ଅଞ୍ଚଳରେ କୁଆପଥର ବୃଷ୍ଟି: ବ୍ୟାପକ ଧାନ ଫସଲ ନଷ୍ଟ, ପ୍ରଶାସନିକ ତଦନ୍ତ ଆରମ୍ଭ

ବିଜେପୁର, ୨୫।୪(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ଅଞ୍ଚଳରେ ଶୁକ୍ରବାର ଅପରାହ୍ନ ଓ ରାତିରେ କୁଆପଥର ବୃଷ୍ଟି ହୋଇଥିଲା। ବର୍ତ୍ତମାନ ରବି ଧାନ ଅମଳ ସମୟ ହୋଇଗଲାଣି। ତେଣୁ ଉକ୍ତ କୁଆପଥର ବୃଷ୍ଟି ଯୋଗୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା…

କେନ୍ଦୁଝର-ଭଦ୍ରକ ଜିଲା ସୀମାରେ ବଢ଼ିଲା ସୁରକ୍ଷା: ପହରା ଦେଉଛି ପୋଲିସ

କେନ୍ଦୁଝର,୨୫।୪(ସ୍ବ.ପ୍ର.): ରାଜ୍ୟରେ ଭଦ୍ରକ ଜିଲା କରୋନା ସଂକ୍ରମଣରେ ଦ୍ୱିତୀୟ ସମସ୍ୟା ବହୁଳ ଜିଲା ଭାବରେ ପରିଗଣିତ ହେଉଛି। ତେବେ ଭୟରେ ବହୁଲୋକ ରାତି ଅଧରେ ବିଭିନ୍ନ ରାସ୍ତାରେ କେନ୍ଦୁଝରକୁ ନିଜ ନିଜ ସମ୍ପର୍କୀୟ, ଘର ଅଥବା ଅଫିସକୁ ଚାଲିଆସୁଥିବା ଅଭିଯୋଗ ହେଉଛି।…

ଖୁଜେନପାଲି କୁଷ୍ଠରୋଗୀଙ୍କୁ ରନ୍ଧାଖାଦ୍ୟ ପରଶିଲେ ବଲାଙ୍ଗୀର ଏସ୍‌ପି

ବଲାଙ୍ଗୀର, ୨୫ା୪(ଡି.ଏନ୍‌.ଏ.): ରାଜ୍ୟରେ ଜାରି ରହିଥିବା ଲକ୍‌ଡାଉନ ସମୟରେ ବଲାଙ୍ଗୀର ପୋଲିସ ଗରିବ ଓ ଅସହାୟ ଲୋକଙ୍କୁ ମାସେ ହେଲା ରନ୍ଧାଖାଦ୍ୟ ବଣ୍ଟନ କରୁଛନ୍ତି। ଖୁଜେନପାଲିରେ ରହୁଥିବା କୁଷ୍ଠ ରୋଗୀଙ୍କୁ ବଲାଙ୍ଗୀର ଏସ୍‌ପି ସନ୍ଦୀପ ମାଡକର ନିଜେ ରନ୍ଧାଖାଦ୍ୟ ପରଶିଛନ୍ତି। ଏହି…

ନାବାଳିକା ବଳାତ୍କାର ଘଟଣା: ଅଭିଯୁକ୍ତ କୋର୍ଟଚାଲାଣ

ବ୍ରହ୍ମପୁର ଅଫିସ,୨୫।୪: ଗଞ୍ଜାମ ଜିଲା ସଦର ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର କରିଥିବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଶନିବାର ଗିରଫକରି କୋର୍ଟଚାଲାଣ କରିଛି। ସେ ହେଲେ ଦକ୍ଷିଣପୂରର ଦେବାଶିଷ ନାୟକ(୨୭)। ପୂର୍ବରୁ ତାଙ୍କର କୋଭିଡ-୧୯ ପରୀକ୍ଷା କରାଯାଇଥିବା ଥାନାଧିକାରୀ ସନ୍ତୋସିନୀ…

ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ପାଇଁ ଶ୍ରୀମନ୍ଦିର ପରିସରରେ ସ୍ଥାନ ଚିହ୍ନଟ ଲାଗି ପ୍ରଶାସନ, ସେବାୟତଙ୍କ ମଧ୍ୟରେ ବୈଠକ

ପୁରୀ ଅଫିସ, ୨୫।୪: ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ନୀତି ଓ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା। ଶୁକ୍ରବାର ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ନିଆଯାଇଥିବା ଏହି ନିଷ୍ପତ୍ତି କିପରି ସୂଚାରୁ ରୂପେ ସମ୍ପାଦନ ହେବ ସେଥିଲାଗି ଶନିବାର ଜିଲାପାର ବଲଓ୍ବନ୍ତ…

କରୋନା ମୁକାବିଲା: ୩.୪୯ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲାଣି ଗଞ୍ଜାମ ଜିଲା ପ୍ରଶାସନ, ୨୨୧ଜଣଙ୍କ କୋଭିଡ୍‌ ଟେଷ୍ଟିଙ୍ଗ ରିପୋର୍ଟକୁ ଅପେକ୍ଷା

ଛତ୍ରପୁର, ୨୫/୪(ଡିଏନଏ )- ଗଞ୍ଜାମ ଜ଼ିଲାରେ ଶୁକ୍ରବାର ସୁଦ୍ଧା ୧୦୭୪ ଜଣଙ୍କ ସ୍ବାବ ପରୀକ୍ଷା କରାଯାଇଛି। ଏଥିରୁ ୮୫୩ ଜଣଙ୍କ ରିପୋର୍ଟ ଆସିଥିବାବେଳେ କେହି ପଜିଟିଭ୍‌ ନଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ତେବେ ଆଉ ୨୨୧ ଜଣଙ୍କ…

କରୋନା ସଂକ୍ରମଣ ଆଶଙ୍କା: ଉତ୍ତେଜନା ପରେ ବନ୍ଦ ହେଲା ଟ୍ରାନ୍ସପୋର୍ଟ ଅଫିସ

କେନ୍ଦୁଝର,୨୫।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗାଠାରେ ଚାଲିଥିବା ଟ୍ରାନ୍ସପୋର୍ଟ ଅଫିସକୁ ସ୍ଥାନୀୟ ସରପଞ୍ଚ ଓ ସଦର ପୋଲିସ ଉଦ୍ୟମରେ ଶନିବାର ବନ୍ଦ କରାଯାଇଛି। ଫଳରେ ଖଣିଜ ପଥର ପରିବହନ ପାଇଁ ଏଠାରେ ହେଉଥିବା ଭିଡ଼ କମିବ ବୋଲି ସ୍ଥାନୀୟ…

ଗୁଡ଼୍‌ଭେଲାରେ କାଳବୈଶାଖୀ: ଉଡ଼ିଗଲା ଛପର, ଭାଙ୍ଗିଲା ଗାଈ ଗୁହାଳ; ବିଦ୍ୟୁତ୍‌ ସରବରାହ ବ୍ୟାହତ

ଗୁଡ଼୍‌ଭେଲା,୨୫।୪(ଡି.ଏନ୍‌.ଏ.): ଗୋଟିଏ ପଟେ କରୋନା ସମସ୍ତଙ୍କ ଉପରେ ଦାଉ ସାଧୁଥିବାବେଳେ କାଳବୈଶାଖୀ ଲୋକଙ୍କ କଷ୍ଟ ଆହୁରି ବଢ଼ାଇଦେଇଛି। ଶୁକ୍ରବାର ହୋଇଥିବା କାଳବୈଶାଖୀରେ ବଲାଙ୍ଗୀର ଜିଲା ଗୁଡ଼୍‌ଭେଲା ବ୍ଲକର ବିଭିନ୍ନ ସ୍ଥାନରେ ଅନେକ ଚାଳ ଘର ଓ ଆଳବେଷ୍ଟସ ଘରଗୁଡିକର ଛପର ଉଡ଼ିଯାଇଥିବା…

ଓଡ଼ଗାଁରେ ସରକାରୀ ନିୟମକୁ ବେଖାତିର: ସ୍କୁଲକୁ ପିଲାଙ୍କୁ ଡକାଇ ଶିକ୍ଷକ ବାଣ୍ଟୁଛନ୍ତି ବହି, ସାମାଜିକ ଦୂରତାର ପ୍ରଶ୍ନ ନାହିଁ

ଓଡଗାଁ,୨୫।୪(ସ୍ବ.ପ୍ର.)- କରୋନା ମୁକାବିଲାକୁ ନେଇ ସମ୍ପ୍ରତି ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପିଲାଙ୍କୁ ଘରେ ଘରେ ବୁଲି ଶିକ୍ଷକ ମାନେ ବହି ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କିଛି ସ୍କୁଲ କର୍ତ୍ତୃପକ୍ଷ…

ସମୁଦ୍ରରେ ବୁଡ଼ିଲା ଡଙ୍ଗା: ଜଣେ ମସ୍ୟଜୀବୀଙ୍କ ଜୀବନ ଗଲା, ୪ ପହଁରି ପହଁରି କୂଳକୁ ଫେରିଲେ

ଗଞ୍ଜାମ,୨୫।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟାରେ ସମୁଦ୍ରରେ ଡ଼ଙ୍ଗା ବୁଡିଯିବାରୁ ଜଣେ ମସ୍ୟଜୀବୀଙ୍କ ମୃତ୍ୟ ଘଟିଛି। ଅନ୍ୟ ୪ ମତ୍ସ୍ୟଜୀବୀ ପହଁରି ପହଁରି କୂଳକୁ ଫେରିଆସିଛନ୍ତି। ମୃତକ ହେଲେ ପୋଡ଼ମପେଟା ଗ୍ରାମର ସି.ଏଚ୍‌. ଦାନେୟା। ସୂଚନା ମୁତାକବ, ଶୁକ୍ରବାର…

ଦୋକାନରେ ଔଷଧ କିଣାରୁ ମିଳିଲା ତଥ୍ୟ: ୨୦ ଜଣଙ୍କ ଠାରେ ଶ୍ୱାସକ୍ରିୟା ସମସ୍ୟା, ଫ୍ଲୁ

ଛତ୍ରପୁର, ୨୫।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଥିବା ଘରୋଇ ଔଷଧ ଦୋକାନୀଗୁଡ଼ିକ ସେମାନଙ୍କ ଦୋକାନରୁ ଔଷଧ କିଣୁଥିବା ଲୋକଙ୍କ ତଥ୍ୟ ଦୈନିକ ଡ୍ରଗ ଇନ୍ସପେକ୍ଟରଙ୍କୁ ଦେବା ପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବାଧ୍ୟତାମୂଳକ କରିଥିଲେ। ଏହି ପରିପ୍ରେକ୍ଷୀରେ ଔଷଧ ଦୋକାନୀଗୁଡ଼ିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri