ଗ୍ରାମ ଶ୍ମଶାନରେ ଜଳିଲା ୩ ଶ୍ରମିକଙ୍କ ଜୁଇ

ରସୁଲପୁର,୨୬।୨(ଡି.ଏନ୍‌.ଏ.): ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ଗ୍ରାମ ମଙ୍ଗଳବାର ଲୋକାରଣ୍ୟ ହୋଇଉଠିଥିଲା। ଗତ ଶନିବାର ଗୁଜରାଟ ଅହମ୍ମଦାବାଦସ୍ଥିତ ଓଧାବ୍‌ ଜିଆଇଡିସି ଅଞ୍ଚଳର ଏକ କପଡ଼ା ଲେବଲ କାରଖାନାରେ ଘଟିଥିବା ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୩ ଶ୍ରମିକଙ୍କ ମୃତଦେହ ସେମାନଙ୍କ ଜନ୍ମମାଟିରେ ପହଞ୍ଚତ୍ଥିଲା। ମୃତଦେହ ପହଞ୍ଚତ୍ବା ପରେ ଗାଁ ଦାଣ୍ଡ ଅମର ରହେ ଧ୍ୱନୀରେ ଫାଟି ପଡ଼ିଥିଲା। ବର୍ଷା ଲାଗି ରହିଥିବାସତ୍ତ୍ୱେ ନିଜର ୩ଭାଇଙ୍କ ଶେଷ ଦର୍ଶନ କରିବାକୁ ଗ୍ରାମବସୀଙ୍କ ମଧ୍ୟରେ ଯେମିତି ଏକ ପ୍ରକାର ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳିଥିଲା। ପରେ ମୃତକଙ୍କୁ ଶ୍ମଶାନ ଘାଟକୁ ନିଆଯାଇ ଶବଦାହ କରାଯାଇଥିଲା।
ମଙ୍ଗଳବାର ଗୁଜରାଟ ଅହମ୍ମଦାବାଦରୁ ଦୁଇଟି ସ୍ବତନ୍ତ୍ର ଆମ୍ବୁଲାନ୍ସରେ ମୃତଦେହ ଆସି ଗ୍ରାମରେ ପହଞ୍ଚତ୍ବାପରେ ପରିବାର ଲୋକଙ୍କ ଛାତିର କୋହ ସତେଜ ହୋଇ ଉଠିଥିଲା। ପୁଅ ଓ ସ୍ବାମୀଙ୍କୁ ହରାଇଥିବା ମା’ବାପା, ସ୍ତ୍ରୀଙ୍କ କୋହଭରା କ୍ରନ୍ଦନ ଦେଖି ଅନ୍ୟମାନେ ମଧ୍ୟ ଆଖିର ଲୁାହକୁ ନିୟନ୍ତ୍ରଣ କରିପାରି ନ ଥିଲେ। ମୃତ ଦୟାନିଧିଙ୍କ ଦୁଇ କନ୍ୟା ସନ୍ତାନକୁ ଶୋକାକୂଳ ପରିବେଶଠାରୁ ଯଥା ସମ୍ଭବ ଦୂରେଇ ରଖିବାକୁ ଚେଷ୍ଟା କରାଯାଇଥିଲା। ପ୍ରତିକୂଳ ପାଗ ସତ୍ତ୍ୱେ ଗାଁ ଲୋକେ ପୂର୍ବ ପ୍ରସ୍ତୁତି ମୁତାବକ ଶବଦାହ କରିବାରେ ସହଯୋଗ କରିଥିଲେ ା ଜିଲା ପ୍ରଶାସନର ଆଶ୍ୱସନା ମୁତାବକ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଥିଲା। ଏଥିସହ ରେଡକ୍ରସ ପାଣ୍ଠିରୁ ୩ଜଣ ମୃତକଙ୍କ ପରିବାରକୁ ୩୦ହଜାର ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରୁ ଜଣକ ପିଛା ୨ହଜାର ଲେଖାଏ ୬ହଜାର ଟଙ୍କା ସହାୟତ ପ୍ରଦାନ କରାଯାଇଛି। ଶବ ଶୋଭାଯାତ୍ରା ସ୍ଥାନୀୟ ରେକାବୀ ବାଜରରୁ ବାହାରି ଗ୍ରାମର ପରିକ୍ରମା କରାଯାଇଥିଲା। ଉକ୍ତ ଶୋଭାଯାତ୍ରାରେ ଯାଜପୁର ଜିଲାପାଳଙ୍କ ବ୍ୟକ୍ତିଗତ ସହାୟକ କୁଳମଣୀ ନାୟକ, ଯାଜପୁର ବ୍ଲକ ବିଡିଓ ସୌରଭ ଚକ୍ରବର୍ତ୍ତି, ଶ୍ରମ ବିଭାଗର ଅତିରିକ୍ତ କମିଶନର, ଯାଜପୁର ତହସିଲଦାର ପ୍ରମୁଖ ଯୋଗଦେଇଥିଲେ ।
ଶ୍ରମ ଆଇନ ଅନୁସାରେ ମୃତ ଶ୍ରମିକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ପ୍ରକାଶ ଯେ, ଶନିବାର ଅପରାହ୍ନରେ ଅହମ୍ମଦାବାଦର ଓଧାବ୍‌ ଜିଆଇଡିସି ଅଞ୍ଚଳରେ ଥିବା ଲୋଟସ କପଡା ଲେବଲ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ଗ୍ରାମର ଶ୍ରମିକ ଦୟାନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ ଏବଂ କାମେଶ ସିଂଙ୍କ ମୃତ୍ୟୁ ଘଟିଥିବାବେଳେ ରାଜେନ୍ଦ୍ର ଖୁଣ୍ଟିଆ, ଲିପୁ ସାମଲ ଓ ଦୀପୁ ସାମଲ ଅଳ୍ପକେ ବର୍ତ୍ତି ଯାଇଥିଲୋ। ମୃତ ଶ୍ରମିକମାନେ ସେମାନଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ହୋଇଥିବାରୁ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସହ ମୃତଦେହ ଗୁଜରାଟରୁ ଆଣିବା ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri