ରାସ୍ତାରେ ପାର୍କିଂ କଲେ ଗାଡ଼ି ଟେକିନେବ ପୋଲିସ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ଯେତେ ନିୟମ ହେଉଛି, ଗାଡ଼ି ଚାଳକ ସେତେ ଅମାନିଆ ହେଉଛନ୍ତି। ଫଳରେ ସ୍ମାର୍ଟସିଟି ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ତେଣୁ ନିୟମ ଉଲ୍ଲଂଘନ କରି ମନଇଚ୍ଛା ପାର୍କିଂ କରୁଥିବା ଗାଡ଼ି ଚାଳକଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କମିଶନରେଟ ପୋଲିସ। ଏଣିକି ବେଆଇନ ଭାବେ ରାସ୍ତାରେ ପାର୍କିଂ କଲେ ଗାଡ଼ି ଉଠାଇ ନେବ ଟ୍ରାଫିକ ପୋଲିସ। ଗାଡ଼ି ମାଲିକଙ୍କୁ ଗଣିବାକୁ ହେବ ଦୁଇଥର ତଣ୍ଡ। ନିୟମ ଉଲ୍ଲଂଘନ ପାଇଁ ଜରିମାନା ଦେବାସହ ଗାଡ଼ି ଉଠାଇନେବା ଖର୍ଚ୍ଚ ମଧ୍ୟ ଗଣିବେ।
ଅର୍ବାନ ପୋଲିସ ଆକ୍ଟ ୨୦୦୩ ଧାରା ୨୮ ଓ ୨୯ ତଥା ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ରୁଲ୍‌ ୨୦୦୮ ଧାରା ୧୯ ଓ ୨୧ ଅନୁସାରେ ସହରରେ ବେଆଇନ ପାର୍କିଂ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ କମିଶନରେଟ ପୋଲିସ ପକ୍ଷରୁ ୬ ରାସ୍ତା ଉପରେ କଟକଣା ଲଗାଯାଇଛି। ରାଜଭବନ ଛକରୁ କଳାରାହଙ୍ଗ ଛକ, ଏୟାରପୋର୍ଟ ଛକରୁ ନାଲ୍‌କୋ ଛକ, ଶିଶୁଭବନ ଛକରୁ ବାଣୀବିହାର ଛକ, ରସୁଲଗଡ଼ ଛକରୁ ଜୟଦେବ ବିହାର ଛକ, ଶ୍ରୀୟା ଛକରୁ ପିଏଚ୍‌ଡି କାର୍ଯ୍ୟାଳୟ ଏବଂ ବାପୁଜୀନଗର। ଏସବୁ ରାସ୍ତାରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଗାଡ଼ି ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି। କିନ୍ତୁ ଅନ୍ୟସ୍ଥାନରେ ବେଆଇନ ଗାଡ଼ି ପାର୍କିଂ କଲେ ମୋଟରଯାନ ଆଇନ ୨୦୧୯ ଧାରା ୧୭୭ ଅନୁସାରେ ୫ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି କମିଶନରେଟ ପୋଲିସ ମୁଖ୍ୟାଳୟରେ ଟ୍ରାଫିକ ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି।
ଡିସିପିଙ୍କ ସୂଚନାନୁସାରେ, ବାଇକ ପାଇଁ ଜରିମାନା ୫ଶହ ଟଙ୍କା ଥିବାବେଳେ ଗାଡ଼ି ବୋହିନେବା ପାଇଁ କ୍ରେନ୍‌ ଭଡା ୩ଶହ ଟଙ୍କା ଦେବାକୁ ପଡିବ। ସେହିପରି ୪ ଚକିଆ ହେଉ ଅବା ୧୦ ଚକିଆ ବେଆଇନ୍‌ ପାର୍କିଂ କଲେ ଜରିମାନା ୫ଶହ ଟଙ୍କା ଓ କ୍ରେନ୍‌ ଭଡ଼ା ୭ଶହ ଟଙ୍କା ଗଣିବେ ମାଲିକ। ତେଣୁ ବାଇକ ଚାଳକ ୮ଶହ ଟଙ୍କା ଓ ଚାରିରୁ ଅଧିକ ଚକିଆ ଯାନ ପାଇଁ ୧୨ଶହ ଟଙ୍କା ତଣ୍ଡ ଗରିବାକୁ ପଡ଼ିବ।

ଗାଡ଼ି ଉଠାଇବାକୁ ଘରୋଇ ସଂସ୍ଥାକୁ ଦାୟିତ୍ୱ
ବେଆଇନି ପାର୍କିଂ କରିଥିବା ଗାଡ଼ିକୁ ଉଠାଇ ନେବା ପାଇଁ କମିଶନରେଟ ପୋଲିସ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦେଇଛି। ଏହି ସଂସ୍ଥା ନିଜ କ୍ରେନ୍‌ ଓ କର୍ମଚାରୀଙ୍କ ସହାୟତାରେ ଉକ୍ତ ଗାଡ଼ିକୁ ଉଠାଇ ଥାନାକୁ ଆଣିବ। ଗାଡ଼ି ମାଲିକ କ୍ରେନ୍‌ ଭଡା ଉକ୍ତ ଘରୋଇ ସଂସ୍ଥାକୁ ଓ ବେଆଇନ ପାର୍କିଂ ପାଇଁ ଜରିମାନା ଟ୍ରାଫିକ୍‌ ପୋଲିସକୁ ଦେଇ ରସିଦ୍‌ ନେବେ।
ପ୍ରଥମ ଦିନରେ ୪୧ ଗାଡ଼ି ରାସ୍ତାରୁ ଉଠିଲା
ବେଆଇନ ପାର୍କିଂ ଉପରେ କମିଶନରେଟ ପୋଲିସ ମଙ୍ଗଳବାରଠାରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରଥମ ଦିନରେ ଚନ୍ଦ୍ରଶେଖପୁର ଓ ଏଜିଛକ ଟ୍ରାଫିକ ଥାନା ୪୧ ଗାଡି ଉଠାଇନେଇଥିବା ଜଣାପଡିଛି। ଆଗାମୀ ଦିନରେ ଏଭଳି ବେଆଇନ ପାର୍କିଂ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଟ୍ରାଫିକ ଡିସିପି ନାଥ ସୂଚନା ଦେଇଛନ୍ତି।
ମାଳମାଳ ଯୋଜନା, ଫଳ ଶୂନ
ରାଜଧାନୀରେ ଟ୍ରାଫିକ ସମସ୍ୟା ସମାଧାନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ଯୋଜନା କରାଯାଉଛି। ଏପରି କି ନୋ ଓଭରଟେକିଂ ଜୋନ୍‌ କରିବା ସହ ଡ୍ରୋନ ଉଡାଇ ବେପରୁଆ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ବ୍ୟବସ୍ଥା ରହିଛି। ହେଲେ କିଛିଦିନ ଗଣମାଧ୍ୟମ ସମ୍ମୁଖରେ ଟ୍ରୋନ ଉଡାଇବା ପରେ ତାହାକୁ ଆଉ ଦେଖିବାକୁ ମିଳୁନି। ସେହିପରି ବାପୁଜୀନଗରକୁ ଯିବା ପାଇଁ ଓ୍ବାନ୍‌ ଓ୍ବେ କରାଗଲା। ହେଲେ ନିୟମକୁ ନିୟମିତ ପାଳନ ପାଇଁ ପଦକ୍ଷେପ ନିଆଯାଉନି କି ଏହାକୁ ଏବେ କେହି ମାନୁନାହାନ୍ତି। ସେହିପରି ରାଜମହଲ ଛକରୁ ଏଜି ଛକ ପର୍ଯ୍ୟନ୍ତ ଦୁଇ ଚକିଆ ପାର୍କିଂ କରାଯାଇପାରିବ ନାହିଁ ବୋଲି କୁହାଗଲା। ହେଲେ ଏବେ ମଧ୍ୟ ବାଇକ ରଖାଯାଉଥିବା ଦେଖିବାକୁ ମିଳୁଛି। ତେଣୁ ସବୁଯୋଜନା ଭଳି ଏହି ନିୟମ ମଧ୍ୟ ଫୁର୍‌ ହୋଇଯିବନି ତ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?