ଚର୍ଚ୍ଚାରେ ରାଜ୍ୟ ସଭା ଲଢ଼େଇ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡିଶାର ୩ଟି ରାଜ୍ୟ ସଭା ଆସନ ଏପ୍ରିଲ ୨ତାରିଖରେ ଖାଲି ହେବାକୁ ଥିବାବେଳେ ଗୋଟିଏ ଆସନ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ବାହାରିବା ପରଠାରୁ ଖାଲି ପଡିଛି। କଂଗ୍ରେସ ଏମ୍‌ପି ରଞ୍ଜୀବ ବିଶ୍ୱାଳ, ବିଜେଡିର ନରେନ୍ଦ୍ର କୁମାର ସ୍ବାଇଁ ଏବଂ ସରୋଜିନୀ ହେମ୍ବ୍ରମଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେଉଛି। ରାଜ୍ୟ ସଭାରେ ଏମ୍‌ପି ଥିବା ଅନୁଭବ ମହାନ୍ତି କେନ୍ଦ୍ରାପଡା ଲୋକ ସଭା ଆସନରୁ ଏମ୍‌ପି ଭାବେ ବିଜୟୀ ହେବା ପରେ ତାଙ୍କ ପୂର୍ବ ପଦବୀରୁ ଇସ୍ତଫା ଦେଇସାରିଛନ୍ତି। ହେଲେ ରାଜ୍ୟ ସଭାରେ ତାଙ୍କର କାର୍ଯ୍ୟକାଳ ୧ ବର୍ଷରୁ କମ୍‌ ସମୟ ଥିବା ଯୋଗୁ ସେହି ଆସନରେ ଉପନିର୍ବାଚନ କରାଯାଇନାହିଁ। ଅର୍ଥାତ୍‌ ଏହି ଆସନରେ ମଧ୍ୟ ଆସନ୍ତା ମାସ ୨୬ରେ ନିର୍ବାଚନ ହେବ ବୋଲି ଭାରତ ନିର୍ବାଚନ କମିଶନ ମଙ୍ଗଳବାର ଘୋଷଣା କରିଛନ୍ତି। କେବଳ ଓଡିଶା ନୁହେଁ ବରଂ ଦେଶର ୧୭ଟି ରାଜ୍ୟର ମୋଟ ୫୫ଟି ରାଜ୍ୟ ସଭା ଆସନ ଲାଗି ନିର୍ବାଚନ ହେବ। ତେବେ କେବଳ ଓଡିଶା କଥା ଦେଖିଲେ ସମସ୍ତ ୪ଟି ଯାକ ଆସନରେ ବିଜେଡି ଛଡା ଅନ୍ୟ କେଉଁ ଦଳ ସପକ୍ଷରେ ଯିବା ସହଜ କଥା ନୁହେଁ। ୩ଟି ଆସନ ବିଜେଡି ବିନା ପ୍ରତିଦ୍ୱନ୍ଦ୍ୱିତାରେ ନେବା ଲାଗି ସକ୍ଷମ ଥିବାବେଳେ ଗୋଟିଏ ଆସନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଗତଥର ଓଡିଶାରେ ଖାଲି ହୋଇଥିବା ୩ଟି ରାଜ୍ୟ ସଭା ଆସନ ମଧ୍ୟରୁ ଗୋଟିଏରେ ବିଜେଡି ପ୍ରାର୍ଥୀ ନ ଦେଇ ଭାଜପାକୁ ଛାଡିଥିଲା। ତେଣୁ ଏଥର ସେଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ କ’ଣ ହେବ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଅନ୍ୟପଟେ ରାଜ୍ୟ ସଭାରେ ଭାଜପା ସଂଖ୍ୟାଲଘୁ ଥିବାବେଳେ ବିଭିନ୍ନ ପ୍ରସଙ୍ଗରେ ଅନ୍ୟ କ୍ଷୁଦ୍ର ଦଳ ଠାରୁ ସମର୍ଥନ ମାଗିବାକୁ ବାଧ୍ୟ ହେଉଛି। ତେଣୁ ରାଜ୍ୟ ସଭାରେ ନିଜର ଆସନ ବୃଦ୍ଧି କରିବା ଭାଜପା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ସ୍ଥିତିରେ ବିଧାନ ପରିଷଦ ବିଲ୍‌ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ପାସ୍‌ କରାଇ ନାହାନ୍ତି। ଓଡିଶାର ୪ଟି ରାଜ୍ୟ ସଭା ଆସନ ମଧ୍ୟରୁ ଯଦି କେତୋଟି ଭାଜପା ନେବାକୁ ଇଚ୍ଛା କରିବ ତେବେ ସେମାନଙ୍କୁ ପ୍ରଥମେ ବିଧାନ ପରିଷଦ ବିଲ୍‌ ପାସ୍‌ କରାଇବାକୁ ପଡିବ ବୋଲି କୁହାଯାଉଛି। ତେବେ ଏପରି ସ୍ଥିତିରେ ଆସନ୍ତା ୨୮ତାରିଖରେ ପୂର୍ବାଞ୍ଚଳ ରାଜ୍ୟ ବୈଠକରେ ଯୋଗଦେବାକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡିଶା ଆସୁଛନ୍ତି। ଏହି ଅବସରରେ ସେ ରାଜ୍ୟ ସଭା ଆସନ ବୁଝାମଣା ସମ୍ପର୍କରେ ଆଲୋଚନା କରିବାର ଯଥେଷ୍ଟ ସମ୍ଭାବନା ଥିବା କୁହାଯାଉଛି। ମାତ୍ର ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ହେବାପରେ ଆସନ ବୁଝାମଣା ସମ୍ପର୍କରେ ନ ଉଠି କିଏ କେତୋଟି ଆସନ ହାତେଇବ ତାକୁ ନେଇ ଆଲୋଚନା ହେବାରେ ଲାଗିଛି।
ସଂଖ୍ୟା କ୍ଷେତ୍ରରୁ ଦେଖିଲେ ବିଧାନସଭାରେ ଶାସକ ବିଜେଡି ସଦସ୍ୟଙ୍କ ସଂଖ୍ୟା ୧୧୩ ଥିବାବେଳେ ଭାଜପାର ୨୩, କଂଗ୍ରେସ ୯, ସିପିଆଇ ୧ ଏବଂ ସ୍ବାଧୀନ ୧ ଅଛନ୍ତି। ରାଜ୍ୟ ସଭା ନିର୍ବାଚନରେ ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ୩୦ଟି ଲେଖାଏ ଭୋଟର ଆବଶ୍ୟକତା ଅଛି। ଅର୍ଥାତ୍‌ ଖାଲି ହେବାକୁ ଥିବା ୪ଟି ଆସନରୁ ବିଜେଡି ସହଜରେ ୩ଟି ହାତେଇ ନେବ। ସେହିପରି ଶେଷ ଗୋଟିଏ ଆସନ ପାଇଁ କୌଣସି ଦଳ ପାଖରେ ୩୦ଟି ଭୋଟ ନାହିଁ। ବିଜେଡି ଏବଂ ଭାଜପା ପାଖରେ ଶେଷ ରାଜ୍ୟ ସଭା ଆସନ ପାଇଁ ସମାନ ସମାନ ୨୩ଟି ଲେଖାଏ ଭୋଟ ଥିବାବେଳେ ସିପିଆଇ ଏବଂ ସ୍ବାଧୀନ ବିଧାୟକଙ୍କ ଭୋଟ ବିଜେଡି ସପକ୍ଷରେ ରହିବାର ଯଥେଷ୍ଟ ସମ୍ଭାବନା ଅଛି। ତେଣୁ ଏଭଳି ସ୍ଥିତିରେ ଭାଜପା କିନ୍ତୁ ଗୋଟିଏ ଆସନ ନେବ ବୋଲି ଆଶା ରଖିଥିବା ଜଣାପଡିଛି।
ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣାକୁ ନେଇ ବିଜେଡି ନେତା ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ଠିକ୍‌ ସମୟରେ ଦଳ ଉଚିତ୍‌ ନିଷ୍ପତ୍ତି ନେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ନିଷ୍ପତ୍ତି ନିଅନ୍ତି ତାକୁ ସମସ୍ତେ ମାନିବେ ବୋଲି ସମୀର କହିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଯଦି ବାମ ଦଳ ରାଜି ହୁଏ ଆମେ ନାମାଙ୍କନ ପତ୍ର ଭରିବୁ। କିନ୍ତୁ ଦଳ ଉପରେ ନିର୍ଭର କରେନିଷ୍ପତ୍ତି ନେବ ଆମେ ନାମାଙ୍କନ ଭରିବୁ ନା ନାହିଁ। କାରଣ ଆମେ ପ୍ରାର୍ଥୀ ଦେଲେ ମଧ୍ୟ ହାରିବା ସୁନିଶ୍ଚିତ ବୋଲି ମିଶ୍ର କହିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି ଯେ, ଆମେ ଲଢିବା ନିଶ୍ଚିତ। ଯଦି ସମର୍ଥନ ମିଳେ ତେବେ ଜିତିବୁ। ଲଢେଇ କରିବା ଆମର ପରମ ଧର୍ମ। ତେବେ ସେନେଇ ଏବେଠାରୁ ଅଧିକ ଆଲୋଚନା ବା ଆକଳନ କରିବା ସହଜ ନୁହେଁ ବୋଲି ନାଏକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri