ଚର୍ଚ୍ଚାରେ ରାଜ୍ୟ ସଭା ଲଢ଼େଇ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡିଶାର ୩ଟି ରାଜ୍ୟ ସଭା ଆସନ ଏପ୍ରିଲ ୨ତାରିଖରେ ଖାଲି ହେବାକୁ ଥିବାବେଳେ ଗୋଟିଏ ଆସନ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ବାହାରିବା ପରଠାରୁ ଖାଲି ପଡିଛି। କଂଗ୍ରେସ ଏମ୍‌ପି ରଞ୍ଜୀବ ବିଶ୍ୱାଳ, ବିଜେଡିର ନରେନ୍ଦ୍ର କୁମାର ସ୍ବାଇଁ ଏବଂ ସରୋଜିନୀ ହେମ୍ବ୍ରମଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେଉଛି। ରାଜ୍ୟ ସଭାରେ ଏମ୍‌ପି ଥିବା ଅନୁଭବ ମହାନ୍ତି କେନ୍ଦ୍ରାପଡା ଲୋକ ସଭା ଆସନରୁ ଏମ୍‌ପି ଭାବେ ବିଜୟୀ ହେବା ପରେ ତାଙ୍କ ପୂର୍ବ ପଦବୀରୁ ଇସ୍ତଫା ଦେଇସାରିଛନ୍ତି। ହେଲେ ରାଜ୍ୟ ସଭାରେ ତାଙ୍କର କାର୍ଯ୍ୟକାଳ ୧ ବର୍ଷରୁ କମ୍‌ ସମୟ ଥିବା ଯୋଗୁ ସେହି ଆସନରେ ଉପନିର୍ବାଚନ କରାଯାଇନାହିଁ। ଅର୍ଥାତ୍‌ ଏହି ଆସନରେ ମଧ୍ୟ ଆସନ୍ତା ମାସ ୨୬ରେ ନିର୍ବାଚନ ହେବ ବୋଲି ଭାରତ ନିର୍ବାଚନ କମିଶନ ମଙ୍ଗଳବାର ଘୋଷଣା କରିଛନ୍ତି। କେବଳ ଓଡିଶା ନୁହେଁ ବରଂ ଦେଶର ୧୭ଟି ରାଜ୍ୟର ମୋଟ ୫୫ଟି ରାଜ୍ୟ ସଭା ଆସନ ଲାଗି ନିର୍ବାଚନ ହେବ। ତେବେ କେବଳ ଓଡିଶା କଥା ଦେଖିଲେ ସମସ୍ତ ୪ଟି ଯାକ ଆସନରେ ବିଜେଡି ଛଡା ଅନ୍ୟ କେଉଁ ଦଳ ସପକ୍ଷରେ ଯିବା ସହଜ କଥା ନୁହେଁ। ୩ଟି ଆସନ ବିଜେଡି ବିନା ପ୍ରତିଦ୍ୱନ୍ଦ୍ୱିତାରେ ନେବା ଲାଗି ସକ୍ଷମ ଥିବାବେଳେ ଗୋଟିଏ ଆସନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଗତଥର ଓଡିଶାରେ ଖାଲି ହୋଇଥିବା ୩ଟି ରାଜ୍ୟ ସଭା ଆସନ ମଧ୍ୟରୁ ଗୋଟିଏରେ ବିଜେଡି ପ୍ରାର୍ଥୀ ନ ଦେଇ ଭାଜପାକୁ ଛାଡିଥିଲା। ତେଣୁ ଏଥର ସେଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ କ’ଣ ହେବ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଅନ୍ୟପଟେ ରାଜ୍ୟ ସଭାରେ ଭାଜପା ସଂଖ୍ୟାଲଘୁ ଥିବାବେଳେ ବିଭିନ୍ନ ପ୍ରସଙ୍ଗରେ ଅନ୍ୟ କ୍ଷୁଦ୍ର ଦଳ ଠାରୁ ସମର୍ଥନ ମାଗିବାକୁ ବାଧ୍ୟ ହେଉଛି। ତେଣୁ ରାଜ୍ୟ ସଭାରେ ନିଜର ଆସନ ବୃଦ୍ଧି କରିବା ଭାଜପା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ସ୍ଥିତିରେ ବିଧାନ ପରିଷଦ ବିଲ୍‌ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ପାସ୍‌ କରାଇ ନାହାନ୍ତି। ଓଡିଶାର ୪ଟି ରାଜ୍ୟ ସଭା ଆସନ ମଧ୍ୟରୁ ଯଦି କେତୋଟି ଭାଜପା ନେବାକୁ ଇଚ୍ଛା କରିବ ତେବେ ସେମାନଙ୍କୁ ପ୍ରଥମେ ବିଧାନ ପରିଷଦ ବିଲ୍‌ ପାସ୍‌ କରାଇବାକୁ ପଡିବ ବୋଲି କୁହାଯାଉଛି। ତେବେ ଏପରି ସ୍ଥିତିରେ ଆସନ୍ତା ୨୮ତାରିଖରେ ପୂର୍ବାଞ୍ଚଳ ରାଜ୍ୟ ବୈଠକରେ ଯୋଗଦେବାକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡିଶା ଆସୁଛନ୍ତି। ଏହି ଅବସରରେ ସେ ରାଜ୍ୟ ସଭା ଆସନ ବୁଝାମଣା ସମ୍ପର୍କରେ ଆଲୋଚନା କରିବାର ଯଥେଷ୍ଟ ସମ୍ଭାବନା ଥିବା କୁହାଯାଉଛି। ମାତ୍ର ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ହେବାପରେ ଆସନ ବୁଝାମଣା ସମ୍ପର୍କରେ ନ ଉଠି କିଏ କେତୋଟି ଆସନ ହାତେଇବ ତାକୁ ନେଇ ଆଲୋଚନା ହେବାରେ ଲାଗିଛି।
ସଂଖ୍ୟା କ୍ଷେତ୍ରରୁ ଦେଖିଲେ ବିଧାନସଭାରେ ଶାସକ ବିଜେଡି ସଦସ୍ୟଙ୍କ ସଂଖ୍ୟା ୧୧୩ ଥିବାବେଳେ ଭାଜପାର ୨୩, କଂଗ୍ରେସ ୯, ସିପିଆଇ ୧ ଏବଂ ସ୍ବାଧୀନ ୧ ଅଛନ୍ତି। ରାଜ୍ୟ ସଭା ନିର୍ବାଚନରେ ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ୩୦ଟି ଲେଖାଏ ଭୋଟର ଆବଶ୍ୟକତା ଅଛି। ଅର୍ଥାତ୍‌ ଖାଲି ହେବାକୁ ଥିବା ୪ଟି ଆସନରୁ ବିଜେଡି ସହଜରେ ୩ଟି ହାତେଇ ନେବ। ସେହିପରି ଶେଷ ଗୋଟିଏ ଆସନ ପାଇଁ କୌଣସି ଦଳ ପାଖରେ ୩୦ଟି ଭୋଟ ନାହିଁ। ବିଜେଡି ଏବଂ ଭାଜପା ପାଖରେ ଶେଷ ରାଜ୍ୟ ସଭା ଆସନ ପାଇଁ ସମାନ ସମାନ ୨୩ଟି ଲେଖାଏ ଭୋଟ ଥିବାବେଳେ ସିପିଆଇ ଏବଂ ସ୍ବାଧୀନ ବିଧାୟକଙ୍କ ଭୋଟ ବିଜେଡି ସପକ୍ଷରେ ରହିବାର ଯଥେଷ୍ଟ ସମ୍ଭାବନା ଅଛି। ତେଣୁ ଏଭଳି ସ୍ଥିତିରେ ଭାଜପା କିନ୍ତୁ ଗୋଟିଏ ଆସନ ନେବ ବୋଲି ଆଶା ରଖିଥିବା ଜଣାପଡିଛି।
ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣାକୁ ନେଇ ବିଜେଡି ନେତା ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ଠିକ୍‌ ସମୟରେ ଦଳ ଉଚିତ୍‌ ନିଷ୍ପତ୍ତି ନେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ନିଷ୍ପତ୍ତି ନିଅନ୍ତି ତାକୁ ସମସ୍ତେ ମାନିବେ ବୋଲି ସମୀର କହିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଯଦି ବାମ ଦଳ ରାଜି ହୁଏ ଆମେ ନାମାଙ୍କନ ପତ୍ର ଭରିବୁ। କିନ୍ତୁ ଦଳ ଉପରେ ନିର୍ଭର କରେନିଷ୍ପତ୍ତି ନେବ ଆମେ ନାମାଙ୍କନ ଭରିବୁ ନା ନାହିଁ। କାରଣ ଆମେ ପ୍ରାର୍ଥୀ ଦେଲେ ମଧ୍ୟ ହାରିବା ସୁନିଶ୍ଚିତ ବୋଲି ମିଶ୍ର କହିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି ଯେ, ଆମେ ଲଢିବା ନିଶ୍ଚିତ। ଯଦି ସମର୍ଥନ ମିଳେ ତେବେ ଜିତିବୁ। ଲଢେଇ କରିବା ଆମର ପରମ ଧର୍ମ। ତେବେ ସେନେଇ ଏବେଠାରୁ ଅଧିକ ଆଲୋଚନା ବା ଆକଳନ କରିବା ସହଜ ନୁହେଁ ବୋଲି ନାଏକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?