କରୋନା କବଳରେ ଗୃହମନ୍ତ୍ରୀ: ଆଶୁ ଆରୋଗ୍ୟ କାମନା କରି ଭାଜପାର ଦୀପଦାନ
ଚୌଦ୍ୱାର,୩।୮(ଡି.ଏନ୍.ଏ): ମହାମାରୀ କରୋନା କବଳରେ ଦେଶର ଗୃହମନ୍ତ୍ରୀ ଅମିତ ଶାହା। ତେଣୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି କଟକ ଜିଲା ଚୌଦ୍ୱାର ମଣ୍ଡଳ ଭାଜପା ତରଫରୁ ବାଣୀପଦା ବାଲୁକେଶ୍ୱର ଶିବ ମନ୍ଦିରରେ ସମୂହ ଦୀପଦାନ କରାଯାଇଛି । ମଣ୍ଡଳ ସଭାପତି…
ଏମ୍କେସିଜିରେ ଅକ୍ସିଜେନ୍ ଅଭାବ: ଗୁଜବ କହିଲେ ଜିଲାପାଳ
ଛତ୍ରପୁର,୩।୮(ଡି.ଏନ୍.ଏ): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ ନେଇ ଭିଡିଓ ଭାଇରାଲ ହୋଇଥିଲା। ତେବେ ଅକ୍ସିଜେନ୍ର କୌଣସି ଅଭାବ ନ ଥିବା ସୋମବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ କରି ସ୍ପଷ୍ଟ କରିଛନ୍ତି ।…
ଟ୍ରକକୁ ଧକ୍କା ଦେଲା କାର: ୨ ମୃତ, ଜଣେ ଗୁରୁତର
ପରଜଙ୍ଗ,୩।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଧିନ ୧୪୯ ନଂ. ଜାତୀୟ ରାଜପଥର ଘାଘରାମୁଣ୍ଡା ଛକ ନିକଟରେ ସୋମବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଏକ ଟ୍ରକକୁ କାର ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ…
ଶ୍ରୀମନ୍ଦିରରେ ଗହ୍ମାପୂର୍ଣ୍ଣିମା: ପାଟ ରାଖୀ ପିନ୍ଧିଲେ ମହାପ୍ରଭୁ
ପୁରୀ ଅଫିସ,୩ା୮: ପବିତ୍ର ଗହ୍ମାପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ଏବଂ ରାଖୀ ଲାଗି ନୀତି ସମ୍ପନ୍ନ ହୋଇଛି । ଦୁଇଭାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡଠାକୁର ବଳଭଦ୍ର ଶ୍ରୀଭୂଜରେ ପାଟ ରାଖୀ ଏବଂ ଗୁଆ ମାଳ ପିନ୍ଧଛନ୍ତି। ଶ୍ରୀମନ୍ଦିରରେ ଏହି…
ଚିନ୍ତା ବଢ଼ାଇଲାଣି କଟକ ବେହେରା ସାହି: ଆଉ ୫୭ ପଜିଟିଭ ଚିହ୍ନଟ
କଟକ ଅଫିସ, ୩।୮: କଟକ ସହରରୁ ସୋମବାର ୮୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୭୯ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୮ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଏ ନେଇ କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ଟୁଇଟ୍କରି…
ଏମ୍କେସିଜି ମେଡିକାଲରେ ବେଡର ଅଭାବ: ବାରଣ୍ଡାରେ କରୋନା ସନ୍ଧିଗ୍ଧ
ବ୍ରହ୍ମପୁର ଅଫିସ,୩।୮: ଗଞ୍ଜାମ ଜିଲାରେ କରୋନା ବର୍ତ୍ତମାନ ବଢ଼ିବାରେ ଲାଗିଛି। ପ୍ରତିଦିନ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ତେବେ ବ୍ରହ୍ମପୁର ମହାନଗର ନିଗମର କୁଠାରୀ ମନ୍ଦିର ସାହିର ଜଣେ ଯୁବକଙ୍କ ଗତ ୨୮ ତାରିଖରେ କରୋନାରେ ମୃତ୍ୟୁ ଘଟିଥିବା…
ଶ୍ରୀମନ୍ଦିର ଖୋଲିବାକୁ ହାଇକୋର୍ଟରେ ମାମଲା ଦାୟର
କଟକ ଅଫିସ, ୩।୮: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ବିଭିନ୍ନ ମନ୍ଦିରକୁ ବନ୍ଦ ରଖାଯାଇଛି। ତେବେ ମନ୍ଦିର ଖୋଲିବାକୁ ହାଇକୋର୍ଟରେ ୨ଟି ପୃଥକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ସବୁ ମନ୍ଦିର ଖୋଲିବାକୁ…
କରୋନା ପାଇଁ ମରିଗଲା ମାନବିକତା: ଗାଁ ଦାଣ୍ଡରେ ୮ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ
ଜଗନ୍ନାଥ ପ୍ରସାଦ, ୩।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ପଞ୍ଚଭୂତି ଗୌଡ଼ ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତଦେହକୁ କରୋନା ଭୟରେ ସାହି ଲୋକେ ଛୁଉଁ ନାହାନ୍ତି। ପ୍ରକାଶ ଯେ, ପଞ୍ଚଭୂତି…
ରାଖୀ ପାଇଁ ମିଠା ଦୋକାନରେ ଭିଡ଼: ୫ ଦୋକାନ ସିଲ୍, ୪୦ ଦୋକାନୀଙ୍କୁ ଜରିମାନା
ଝାରସୁଗୁଡ଼ା ଅଫିସ,୩ା୮: ଝାରସୁଗୁଡ଼ାରେ ସୋମବାର ସକାଳୁ ଗହଳି ପରିଲକ୍ଷିତ ହୋଇଥିଲା। ରାଖୀ ପୂର୍ଣ୍ଣିମା ଯୋଗୁ ଲୋକେ କିଣାକିଣି କରିବା ପାଇଁ ଏହି ଭିଡ଼ ହୋଇଥିଲା। ବିଶେଷକରି ବିଭିନ୍ନ ମିଠା ଦୋକାନରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ନ ଥିଲା। ଏଥିପାଇଁ ଜିଲା…
ବାଳସୁଧାର ଗୃହରେ ପୁଣି ୫ ଅନ୍ତେବାସୀ କରୋନା ପଜିଟିଭ୍
ବ୍ରହ୍ମପୁର,୩ା୮: ବ୍ରହ୍ମପୁର ମଣ୍ଡଳକାରାଗାର ପରେ ଏବେ ଜରଡ଼ା ବଙ୍ଗଳା ରାସ୍ତାରେ ଥିବା ବାଳସୁଧାର ଗୃହ (ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସ)ରେ ଗତ ୧ ତାରିଖରେ ୪୫ ଜଣ ଅନ୍ତେବାସୀଙ୍କ କରୋନା ପଜିଟିଭ୍ ରିପୋର୍ଟ ଆସିଥିବା ବେଳେ ସୋମବାର ପୁଣି ୫…
କରୋନା ମୁକାବିଲା ପାଇଁ ହୋମିଓପାଥିକ୍ ଓଷଧ ବଣ୍ଟନ: ସମ୍ବର୍ଦ୍ଧିତ ହେଲେ ଝାରସୁଗୁଡ଼ାର ୨ ଡାକ୍ତର
ଝାରସୁଗୁଡା ଅଫିସ,୩ା୮: କରୋନା ମୁକାବିଲା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଟିକା ବାହାରି ନାହିଁ। ଏଣୁ ସରକାର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପରାମର୍ଶ ଦେଇ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡା କାଳି ମନ୍ଦୀର ପରିସରରେ କାଲିବାଡି ଦୁର୍ଗାପୁଜା କମିଟି…
ବଦଳିଲେ ଖୋର୍ଦ୍ଧା ଜିଲାପାଳ
ଭୁବନେଶ୍ୱର,୩ା୮(ବ୍ୟୁରୋ): ଖୋର୍ଦ୍ଧା ଜିଲାପାଳ ସୀତାଂଶୁ କୁମାର ରାଉତଙ୍କର ସୋମବାର ବଦଳି ହୋଇଛି। ତାଙ୍କ ବଦଳି ପରେ ସନତ କୁମାର ମହାନ୍ତି ନୂତନ ଜିଲାପାଳ ହୋଇଛନ୍ତି। ଏଥିସହିତ ଗଞ୍ଜାମ କୋଭିଡ୍ ମ୍ୟାନେଜମେଣ୍ଟର ଓଏସ୍ଡି ଭାବେ ଆଇଏଏସ୍ କୀର୍ତ୍ତି ଭାସାନଙ୍କ ବଦଳି ହୋଇଛି। ସେହିପରି…

