ଆଠମଲ୍ଲିକ ଏନ୍‌ଏସି ଦେଶରେ ଦ୍ୱିତୀୟ

ଅନୁଗୋଳ ଅଫିସ, ୨।୧: ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତାରେ ଅନୁଗୋଳ ଜିଲା ଆଠମଲ୍ଲିକ ଏନ୍‌ଏସି ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ତାଲିକାରେ ଉତ୍ତରପ୍ରଦେଶର ମଲିହାବାଦ ପ୍ରଥମ ସ୍ଥାନରେ ରହିଛି। ଏ ନେଇ ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଆଠମଲ୍ଲିକ ଏନ୍‌ଏସିକୁ ଶ୍ରେଷ୍ଠ ନଗର ପଞ୍ଚାୟତ ଭାବେ ସମ୍ମାନ ପ୍ରଦାନ କରାଯାଇଛି। ଭିଡିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ) ହରଦୀପ ସିଂ ପୁରୀ ଏହି ସମ୍ମାନ ପ୍ରଦାନ କରିଥିଲେ। ଅନୁଗୋଳ ଏନ୍‌ଆଇସିଠାରେ ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ କୁମାର ସାହୁ, ଆଠମଲ୍ଲିକ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା, ଭିତ୍ତିଭୂମି ବିଶେଷଜ୍ଞ ଅଂଶୁମାନ ପୃଷ୍ଟି, କନିଷ୍ଟ ଯନ୍ତ୍ରୀ ଘନଶ୍ୟାମ ତ୍ରିପାଠୀ ଓ ଅନୁଗୋଳ ଏନ୍‌ଆଇସି ମୁଖ୍ୟ ସୁବ୍ରତ ଚାଟାର୍ଜୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିତା ଲାଗି ଅମାବାସ୍ୟା: ମହାପ୍ରଭୁଙ୍କ ଶ୍ରୀମୁଖରେ ଝଲସିଲା ସୁବର୍ଣ୍ଣ ଚିତା

ପୁରୀ ଅଫିସ, ୧ା୮: ଚିତାଲାଗି ଅମାବାସ୍ୟା ତିଥିରେ ଗୁରୁବାର ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଚିତା ଲାଗି ନୀତି ସମ୍ପନ୍ନ ହୋଇଛି। ଦଇତା ଓ ପତିମହାପାତ୍ର ସେବକମାନେ ଚିତା...

ଛାତରୁ ଖସିପଡ଼ିଲେ ମହିଳା

ନିରାକାରପୁର,୩୧।୫(ଡି.ଏନ୍‌.ଏ.): ଛାତରୁ ଖସିପଡ଼ି ବୁଧବାର ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତ ଜାଜପୁର ଗ୍ରାମର ନିରୁପମା ମିଶ୍ର(୨୮)।...

ପ୍ରେମ ବିବାହ ପରେ ପ୍ରତାରଣା, ସ୍ବାମୀ ଗିରଫ

ଚଣ୍ଡିଖୋଲ,୩ା୧୨(ଡି.ଏନ.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଧୀନ ମହୀପୁର ଗ୍ରାମର ଜଣେ ଯୁବତୀ ପ୍ରେମବିବାହ ପରେ ପ୍ରତାରଣାର ଶିକାର ହୋଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ...

ହାଟଡିହୀରେ ପୁଣି ୨ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୫ ଛୁଇଁଲା

ହାଟଡିହୀ,୧୭ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ରବିବାର ପୁଣି ୨ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଜଣେ ଆନ୍ଧ୍ରପ୍ରଦେଶ ଓ ଆଉ ଜଣେ ସୁରଟ ଫେରନ୍ତା...

ମାଛ ଧରିବା ବେଳେ ଜାଲରେ ପଡିଲା ୯ ଫୁଟ ଲମ୍ବର ଅଜଗର

ଛତ୍ରପୁର, ୧୬।୮(ଡି.ଏନ୍‌.ଏ.): ମାଛ ଧରିବା ବେଳେ ଜାଲରେ ପଡିଲା ୯ ଫୁଟ ଲମ୍ବର ଅଜଗର ସାପ । ଏଭଳି ଦୃଶ୍ୟ ଦେଖି ବାକୁ ମିଳିଛଇ ଗଞ୍ଜାମ...

ଜମି ବାଡ଼ି ଗଣ୍ଡଗୋଳକୁ ନେଇ ବଡବାପା ଝିଅଙ୍କୁ ତୀର ମାରି ଭାଇ ଗିରଫ

ପାଟଣା,୮।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ ରାଇଡିହା ପଞ୍ଚାୟତ ଜାରକାଣି ବେଡା ଗ୍ରାମର ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ସୋମବାର ପାଟଣା ପୋଲିସ...

ଆଶାୟୀଙ୍କ ଆଶା ମଉଳିଲା : ଏଥର ଗଞ୍ଜାମ ଏନ୍‌ଏସିରେ ମହିଳାଙ୍କ ହାତକୁଯିବ ଅଧ୍ୟକ୍ଷ ପଦବୀ

ଗଞ୍ଜାମ,୧୫।୧(ଡି.ଏନ୍‌.ଏ.): ବିଭିନ୍ନ ଏନ୍‌ଏସି ଅଧ୍ୟକ୍ଷ ପଦବୀ ପାଇଁ ଶନିବାର ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଗଞ୍ଜାମ ଏନ୍‌ଏସିରେ ଅଧ୍ୟକ୍ଷ ପଦବୀ ଏଥର ମହିଳାଙ୍କର।...

୩ ଟନ୍‌ରୁ ଊର୍ଦ୍ଧ୍ୱ ଚୋରା କୋଇଲା ଜବତ

ପଦ୍ମପୁର, ୧୦।୭ (ଡି.ଏନ.ଏ.): ଭଦ୍ରକ ସଦର ବ୍ଲକର ବ୍ରହ୍ମପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସାମ୍ନାରୁ ଏସ୍‌ଟିଏଫ୍‌ (ସ୍ପେଶାଲ ଟାସ୍କଫୋର୍ସ) ଏକ ଚୋରା କୋଇଲା ବୋଝେଇ ପିକ୍‌ଅପ୍‌...

Advertisement
Archives

Model This Week