ହାଇଡ୍ରୋଲିକରେ ଚାପି ହୋଇ ଡ୍ରାଇଭରଙ୍କ ଜୀବନ ଗଲା, ଉତ୍ତେଜନା

କୋକସରା,୨ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମାଝିଗୁଡ଼ା-ଟେମେରାରାଣାପଡା ରାସ୍ତା କାମରେ ନିୟୋଜିତି ଥିବା ବେଳେ ଶନିବାର ଏକ ଟ୍ରାକ୍ଟର ହାଇଡ୍ରୋଲିକ୍‌ ତଳେ ଚାପି ହୋଇ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡିସମ୍ବର ପୁଞ୍ଜି(୨୪)। ମିଳିଥିବା ସୂଚନା ମୁତାବକ, ରାସ୍ତା କାମରେ ନିୟୋଜିତ ଥିବା ଟ୍ରାକ୍ଟର(ନଂ.ଓଡି୦୮ଏଫ୍‌-୩୪୨୧) ହାଇଡ୍ରୋଲିକରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲେ। ଏନେଇ ଡ୍ରାଇଭର ଡିସମ୍ବର ତ୍ରୁଟି ସଜାଡୁଥିଲେ। ସେତିକିବେଳେ ସେ ହାଇଡ୍ରୋଲିକ ତଳେ ଚାପି ହୋଇଯାଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷେ ସ୍ଥାନୀୟ ଲୋକେ ତୁରନ୍ତ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବି କରି କରିଥିଲେ। ଏନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରୀୟା ପହଞ୍ଚି ଲୋକଙ୍କୁ ବୁଝାଶୁୁଝା କରିବା ସହ କ୍ଷତିପୂରଣ ପ୍ରଦାନ ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଏକ ମାମଲା(ନଂ.୨/୨୧) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳଗିରିକୁ ଚାଲିବ ଯାତ୍ରୀବାହୀ ଟ୍ରେନ୍‌

ସଜନାଗଡ଼, ୧।୧(ଡି.ଏନ.ଏ.) ରାଜାରାଜୁଡା ଅମଳରୁ ରେଳଧାରଣା ପଡ଼ିଥିଲେ ହେଁ ବାଲେଶ୍ୱର ଜିଲା ନୀଳଗିରିକୁ ପାସେଞ୍ଜର ଟ୍ରେନ ଚାଲିବାର ସ୍ବପ୍ନ ସାକାର ହୋଇଛି। ବାଲେଶ୍ୱର ଏମ୍‌ପି ତଥା...

ଭତାରୁ ବଁଚିତ୍‌ ନିସାହା ଛଉଣୀ

  ଅତାବିରା, ୮।୨ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଅଧୀନ ଉଦେପୁର ଗଁାର ବିଧବା ମହିଲା ଛଉଣୀ ଦନ୍ତା(୬୦)। ବଏସ୍‌ ହେଇଥିଲେ...

ସବୁଆଡେ ଖଁ। ଖଁ।

ଭଦ୍ରକ ଅଫିସ, ୨୫ା୪- ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ସବୁ ସ୍ତରରେ ଚିନ୍ତା ବଢିଛି। ଜିଲାବାସୀ ଏକ ପ୍ରକାର ଭୟ ଓ...

ମହେଶ୍ୱର ହତ୍ୟା ମାମଲା : ୧୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର ଅଫିସ,୧୯ା୬: ଗଞ୍ଜାମ ଜିଲାରେ ଘଟିଥିବା ବହୁଚର୍ଚ୍ଚିତ ମହେଶ୍ୱର ସାସମଲ ହତ୍ୟା ମାମଲାର ଶୁଣାଣି କରି ବୁଧବାର ଅତିରିକ୍ତ ଜିଲା ଦୌରାଜଜ୍‌ ସଞ୍ଜୟ କୁମାର ସାହୁ...

ଗିରଫ ହେଲେ ପ୍ରଧାନଶିକ୍ଷକ, ଆଟେଣ୍ଡାଣ୍ଟ: ରୋଷେୟାଙ୍କୁ ଅସଦାଚରଣ ଘଟଣା

ଦାରିଙ୍ଗବାଡି,୨୬ା୨(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଛଡ଼ାକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ବିଧବା ରୋଷେୟାଙ୍କୁ ଅସଦାଚରଣ କରାଯାଉଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି...

ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କପର୍ବ

ଭୋଗରାଇ, ୨ ।୪(ଡି.ଏନ.ଏ.) ଦେଶରେ କୋଭିଡ୍‌ କଟକଣା ହଟିଛି। ଏଭଳି ସ୍ଥିତିରେ ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକର ଅଧୀନ ହୁଗୁଳି...

ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ

ବଲାଙ୍ଗୀର ଅଫିସ,୩୦।୧୨: ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ସମାବେଶ ହୋଇଯାଇଛି। ଜିଲା ମହିଳା କଂଗ୍ରେସ ପକ୍ଷରୁ ସରକାରଙ୍କ ରାଜନୈତିକ ସଂରକ୍ଷଣରୁ ପଛୁଆ...

ନନ୍ଦନକାନନରେ ସିଂହୀ ଶ୍ୟାମାର ମୃତ୍ୟୁ

ବାରଙ୍ଗ,୧୬।୪(ଡି.ଏନ୍‌.ଏ.): ନନ୍ଦନକାନନରେ ମାଈ ସିଂହୀ ଶ୍ୟାମାର ଶନିବାର ମୃତ୍ୟୁ ଘଟିଛି। ତାହାର ମୃତ୍ୟୁ ପରେ ସିଂହଙ୍କ ସଂଖ୍ୟା ୧୬କୁ ହ୍ରାସ ପାଇଛି । ଗତ ୩...

Advertisement
Archives

Model This Week