ଆମ ଜିଲା ଖବର

ଅଧାପନ୍ତରିଆ ରାସ୍ତାକୁ ନେଇ ଅସନ୍ତୋଷ

ବାଲେଶ୍ୱର ଅଫିସ, ୩୦।୬-ବାଲେଶ୍ୱର ସହରର ବିଭିନ୍ନ ମୁଖ୍ୟ ରାସ୍ତା ସହ ଅନେକ ରାସ୍ତା ନିର୍ମାଣ ଅଧପନ୍ତରିଆ ଅବସ୍ଥାରେ ରହିଛି। ମରାମତି ଓ ନବୀକରଣ ପାଇଁ ରାସ୍ତାକଡ଼ରେ ବାଲି, ମେଟାଲ, ଚିପ୍ସ ପଡ଼ି ରହୁଥିବାରୁ ଟ୍ରାଫିକ୍‌ ଜାମ୍‌ ଭଳି ପରିସ୍ଥିତି ସୃଷ୍ଟି ହେଉଛି।…

କଳାଧାନକୁ କରୋନା କାଳ

ଭୁବନ, ୩୦।୬ ରୋଗୀଙ୍କ ପାଇଁ ମହୌଷଧୀ କଳାଧାନରୁ ପ୍ରସ୍ତୁତ ଚାଉଳ। ଚାହିଦା ବି କିଛି କମ୍‌ ନୁହେଁ। ତେଣୁ କିଛିବର୍ଷ ହେଲା ପ୍ରୟୋଗାତ୍ମକ ଭାବେ ରାଜ୍ୟର ଚାଷୀମାନେ ଏହି କିସମର ଧାନ ଚାଷକୁ ଗୁରୁତ୍ୱ ଦେଉଛନ୍ତି। ହେଲେ ସ୍ବତନ୍ତ୍ର ବଜାର ସୁବିଧା…

ସହରାଞ୍ଚଳକୁ ୨.୨୪ କୋଟି

ଅନୁଗୋଳ ଅଫିସ, ୩୦।୬ କରୋନା ସମୟରେ ବେରୋଜଗାର ଓ ଶ୍ରମିକମାନଙ୍କୁ ରୋଜଗାର ଦେବାକୁ ସରକାର ବିଭିନ୍ନ ଯୋଜନା ଜରିଆରେ ଟଙ୍କା ବିନିଯୋଗ କରୁଥିବାବେଳେ ସହରାଞ୍ଚଳକୁ ଗୁରୁତ୍ୱ ଦେଇଛନ୍ତି। କାମ ହରାଇଥିବା ଶ୍ରମିକ ଓ ବେରୋଜଗାରଙ୍କ ପାଇଁ ସରକାର ଅର୍ବାନ ୱେଜ୍‌ ଏମ୍ପ୍ଲୟମେଣ୍ଟ…

ଚିନ୍ତା ବଢ଼ାଇଲେ ଆକ୍ରାନ୍ତ

ଢେଙ୍କାନାଳ ଅଫିସ, ୩୦।୬ କରୋନା ଆକ୍ରାନ୍ତ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଢେଙ୍କାନାଳ ଜିଲା ପ୍ରଶାସନର ଚିନ୍ତା ବଢ଼ିଛି। ସମ୍ପୃକ୍ତ କର୍ମଚାରୀଜଣକ ସ୍ବାବ୍‌ ରିପୋର୍ଟ ଆସିବା ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ସହରରେ ଥିବା ବିଭିନ୍ନ କ୍ଲିନିକ୍‌ ବୁଲିଥିଲେ। ରବିବାର…

ଖାକିରେ ଲାଗିଲା ଦାଗ: ମହିଳା ହୋମ୍‌ଗାର୍ଡଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ

ନବରଙ୍ଗପୁର,୨୯ା୬(ବି.ପ୍ର.)- ଜଣେ ମହିଳା ହୋମଗାର୍ଡଙ୍କ ନାମରେ ଜଣେ ଯୁବତୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏପରି ଘଟିଛି ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ। ଉମରକୋଟ ଥାନା ଅଞ୍ଚଳର ସମ୍ପୃକ୍ତା ଯୁବତୀ(୨୦)ଙ୍କୁ ତାଙ୍କ ପରିବାର ଲୋକଙ୍କୁ ନ ଜଣାଇ ୪ବର୍ଷ ତଳେ ଉମରକୋଟ…

କଣ୍ଟେନମେଣ୍ଟ ଜୋନ୍‌ ହେଲା ଗୁଣ୍ଠପଡ଼ା

ଆସିକା,୨୯ା୬(ଡି.ଏନ୍‌.ଏ.)- ଆସିକା ବ୍ଲକ ଗୁଣ୍ଠପଡା ପଞ୍ଚାୟତର ଗୁଣ୍ଠପଡା ଗ୍ରାମକୁ ଜିଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଓ ରାଇପଲ୍ଲୀ, ଖଣ୍ଡବନ୍ଧ ଏବଂ ସୁମନ୍ତପଲ୍ଲୀକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ରାତିରେ ଏହି ଘୋଷଣା…

ମୁଜାଗଡ଼ ରେଞ୍ଜରେ ବାଘ ଆତଙ୍କ

ଭଞ୍ଜନଗର,୨୯।୬(ଡି.ଏନ.ଏ)-ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜରେ ପୁଣି ବାଘ ଆତଙ୍କ ଦେଖାଦେଇଛି । ରେଞ୍ଜ ଅନ୍ତର୍ଗତ ବାଇବାଲି ଗ୍ରାମରୁ ଗତ ଶୁକ୍ରବାର ରାତିରେ ବାଘ ଏକ ବାଛୁରୀକୁ ଘୋଷାଡ଼ି ନେଇ ମାରି ଦେଇଛି। ବାଛୁରୀ ରଡ଼ି ଶୁଣି…

ପୋଲିସ ପରିଚୟ ଦେଇ ଲୁଟିନେଲେ ୭ଟି ଛେଳି ଓ ମୋବାଇଲ

ଗଞ୍ଜାମ,୨୯ା୬(ଡି.ଏନ.ଏ.)-କରୋନା ଭୂତାଣୁ ପାଇଁ ସମସ୍ତେ ବ୍ୟସ୍ତ ଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଦୁର୍ବୃତ୍ତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଥାନା ପୁଇଁତୋଳା ଗ୍ରାମରେ। ଭିନ୍ନ ଉପାୟରେ ଜଣେ ଯୁବକଙ୍କ ଦାମୀ ମୋବାଇଲ ଫୋନ ଓ ଆଉ ଜଣଙ୍କର…

ଆଠଗଡ଼ ଡିଏସ୍‌ପିଙ୍କ ସମେତ ୫ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୨୯।୬: କଟକ ଜିଲାର ବଡ଼ମ୍ବା ଥାନା ଆଇଆଇସି ରବିବାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାର ଗୋଟିଏ ଦିନ ନ ବିତୁଣୁ ସୋମବାର ଆଠଗଡ଼ ଡିଏସ୍‌ପିଙ୍କ ନମୁନା ପଜିଟିଭ ଆସିଛି। ଏହା ସହ ୫ ପୋଲିସ କର୍ମଚାରୀ ମଧ୍ୟ କରୋନା…

ସ୍ବାବ ନମୁନା ପରୀକ୍ଷା ପାଇଁ ପ୍ରଶାସନର ସ୍ବତନ୍ତ୍ର ବ୍ୟବସ୍ଥା: ବରଗଡ଼ ସହରର କଲ୍ୟାଣ ମଣ୍ଡପରେ ହେବ ଟେଷ୍ଟ

ବରଗଡ଼ ଅଫିସ,୨୯।୪: ବରଗଡ଼ ସଦର ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମରେ କରୋନା (କୋଭିଡ-୧୯) ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୧୬ ତାରିଖ ଏହି ଗ୍ରାମରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ…

ତୈଳଦର ବୃଦ୍ଧି ପ୍ରତିବାଦ: ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ

ବରଗଡ଼ ଅଫିସ,୨୯।୬: ଘାତକ କରୋନା(କୋଭିଡ-୧୯) ସଂକ୍ରମଣ ଭଳି ଜାତୀୟ ବିପର୍ଯ୍ୟୟ ସମୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ପେଟ୍ରୋଲ, ଡିଜେଲ ଭଳି ତୈଳ ଦରବୃଦ୍ଧି ଘଟଣାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ଏ ନେଇ ବରଗଡ଼ ଜିଲା ଛାତ୍ର କଂଗ୍ରେସ ମଧ୍ୟ ଏହାର…

ଗଜପତିରେ ୭ ପରିବର୍ତ୍ତେ ୨୧ ଦିନକୁ ବୃଦ୍ଧି କରାଗଲା ସଙ୍ଗରୋଧ ଅବଧି

ଗଜପତି,୨୯।୬(ସ୍ବ.ପ୍ର.): ଗଜପତି ଜିଲାରେ ସଙ୍ଗରୋଧ ଅବଧିକୁ ୭ ଦିନ ବଦଳରେ ୨୧ ଦିନକୁ ବୃଦ୍ଧି କରାଯାଇଛି। ସୋମବାର ଜିଲାରେ ନୂଆ ନିୟମ ଲାଗୁ କରିବାକୁ ଜିଲାପାଳ ଅନୁପମ ସାହା ଏକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଜଣାଇଛନ୍ତି। ଏ ନେଇ ସେ ଜିଲାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri