ପ୍ରଶାସନ ନିକଟରେ ଅଟକିଛି ପ୍ରସ୍ତାବ

ବନ୍ତଳା,୨୯ା୧(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ଚମ୍ପତିମୁଣ୍ଡାଠାରେ ରହିଛି ଜବାହର ନବୋଦୟ ବିଦ୍ୟାଳୟ। ଦୀର୍ଘ ୪ ବର୍ଷ ହେଲା ଏଠାରେ ପ୍ରାୟ ୫ଶହ ଛାତ୍ରୀଛାତ୍ର ଶିକ୍ଷାଗ୍ରହଣ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଶିକ୍ଷାନୁଷ୍ଠାନ ସ୍ଥାପନ ଦିନଠାରୁ ବନ୍ତଳା-ବଡ଼କେରା ପୂର୍ତ୍ତ ବିଭାଗ ରାସ୍ତାରୁ ବିଦ୍ୟାଳୟ ମୁଖ୍ୟ ଫାଟକ ଯାଏ ଏକ ପିଚୁ ସଡ଼କ ନିର୍ମାଣ ପାଇଁ ଦାବି କରାଯାଇଆସୁଛି। ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ବୈଠକଗୁଡ଼ିକରେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଛି। ଇତିମଧ୍ୟରେ ପୂର୍ତ୍ତ ବିଭାଗ ପକ୍ଷରୁ ବ୍ୟୟ ଅଟକଳ ପ୍ରଦାନ କରାଯାଇଥିଲେ ମଧ୍ୟ ଉକ୍ତ ପ୍ରସ୍ତାବ ପ୍ରଶାସନ ନିକଟରେ ଅଟକିଯାଇଛି। ଏଣେ ଯାତାୟାତରେ ଅସୁବିଧା ହେଉଥିବାରୁ ବୁଧବାର ବାଧ୍ୟ ହୋଇ ବିଦ୍ୟାଳୟ ଅଧ୍ୟକ୍ଷ, ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ ରାସ୍ତାରୁ କଂକ୍ରିଟ୍‌ ସଫା କରିଥିବା ଦେଖାଯାଇଛି।
୨୦୦୮ରେ ଚମ୍ପତ୍ତିମୁଣ୍ଡାଠରେ ନବୋଦୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ନିମନ୍ତେ ଜିଲା ପ୍ରଶାସନ ଓ ପୂର୍ବତନ ଅଧ୍ୟକ୍ଷ ନୃସିଂହ ଚରଣ କରଙ୍କ ପକ୍ଷରୁ ଉଦ୍ୟମ କରାଯାଇଥିଲା। ୨୮ ଏକର ୬୩ ଡିଶିମିଲ ଜାଗାରେ ୨୦୧୦ ମାର୍ଚ୍ଚ ୧୫ରେ ନିର୍ମାଣ ଆରମ୍ଭ ହୋଇଥିଲା। ୨୦୧୬ ଅଗଷ୍ଟ ୧୪ରେ ତତ୍‌କାଳୀନ ଜିଲାପାଳ ଅନିଲ କୁମାର ସାମଲ ଓ ବିଦ୍ୟାଳୟ ଅଧ୍ୟକ୍ଷ ରୁଦ୍ର ପ୍ରସାଦ ସାହୁଙ୍କ ସହଯୋଗରେ ଏଫ୍‌ସିଆଇରୁ ଏଠାକୁ ବିଦ୍ୟାଳୟ ସ୍ଥାନାନ୍ତର ହୋଇଥିଲା। ସେବେଠାରୁ ପ୍ରାୟ ୫୦୦ ଛାତ୍ରୀଛାତ୍ର ରହି ଯୁକ୍ତ ୨ ପର୍ଯ୍ୟନ୍ତ ପଢୁଛନ୍ତି। ଜିଲାର କୋଣ ଅନୁକୋଣରୁ ପିଲାମାନେ ଆସି ହଷ୍ଟେଲରେ ରହି ପଢ଼ୁଥିବାରୁ ସେମାନଙ୍କ ଅଭିଭାବକ ସର୍ବଦା ଆତଯାତ ହେଉଛନ୍ତି। ବିଦ୍ୟାଳୟ ଆରମ୍ଭ ସମୟରେ ମେଟାଲ, ମାଟି ଓ କଂକ୍ରିଟ୍‌ ପକାଯାଇ ରାସ୍ତା ନିର୍ମାଣ ହୋଇଥିଲା। କିନ୍ତୁ ମରାମତି ଅଭାବ ଯୋଗୁ ତାହା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବା ସହିତ ମେଟାଲ, କଂକ୍ରିଟ୍‌ ଗୁଡିକ ବାହାରି ପଡିଛି। ଫଳରେ ଛାତ୍ରୀଛାତ୍ର, ଅଭିଭାବକ ଓ କର୍ମଚାରୀମାନେ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ନିର୍ମାଣ ନିମନ୍ତେ ୨୦୧୯ ଅଗଷ୍ଟ ୨୭ ଓ ୨୦୨୦ ନଭେମ୍ବର ୨୬ରେ ବିଦ୍ୟାଳୟ ପ୍ରବନ୍ଧନ ସମିତି ବୈଠକରେ ଜିଲାପାଳଙ୍କ ସହିତ ଆଲୋଚନା କରାଯାଇଥିଲା। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ମିଳିଥିଲା। ହେଲେ ଏଯାଏ କାର୍ଯ୍ୟ ଆରମ୍ଭ ହୋଇ ନ ଥିବାରୁ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଅଭିଭାବକମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଅଭିଭାବକ ନୀଳାଦ୍ରି କିଶୋର ପ୍ରଧାନ କହିଛନ୍ତି।

ଯଥାଶୀଘ୍ର ପଦକ୍ଷେପ ନିଆଯାଉ
ରାସ୍ତା ନିର୍ମାଣ ପାଇଁ ଦୁଇଥର ବୈଠକରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଅନୁରୋଧ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରାସ୍ତାକୁ ପିଚୁ କରିବା ପାଇଁ ପୂର୍ତ୍ତ ବିଭାଗର ଏଷ୍ଟିମେଟ ଅନୁଯାୟୀ ଜିଲା ଖଣିଜ ପାଣ୍ଠିରୁ ୧୫.୫ ଲକ୍ଷ ଟଙ୍କା ଅନୁମୋଦନ ନିମନ୍ତେ ପ୍ରସ୍ତାବ ରହିଛି। ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବା ଦରକାର।
-ରୁଦ୍ର ପ୍ରସାଦ ସାହୁ, ଅଧ୍ୟକ୍ଷ
ରାସ୍ତା ବ୍ୟତୀତ ସବୁ ଭଲ
ପଢ଼ାଠାରୁ ଆରମ୍ଭ କରି ରହିବା, ଖାଇବାର ଭଲ ବ୍ୟବସ୍ଥା ଏଠାରେ ରହିଛି। କିନ୍ତୁ ବିଦ୍ୟାଳୟକୁ ଯୋଡ଼ୁଥିବା ରାସ୍ତା ଅବସ୍ଥା ଭଲ ନାହିଁ। ଦୀର୍ଘବର୍ଷ ହେଲା ଏହାକୁ ପିଚୁ କରିବାକୁ ଦାବି କରାଯାଉଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ଏହି ଶିକ୍ଷାନୁଷ୍ଠାନ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସତ୍ତ୍ୱେ ରାସ୍ତା ନିର୍ମାଣ ନ ହେବା ଦୁଃଖ ଲାଗୁଛି।
-କୃତି ଭୂଷଣ ସାହୁ, ଛାତ୍ର
ଯାତାୟାତ ପାଇଁ ଭୟ ଲାଗୁଛି
ଏହି ବିପଦସଙ୍କୁଳ ରାସ୍ତାରେ ପଡ଼ି ଅନେକ ସମୟରେ ଛାତ୍ରୀଛାତ୍ର ଓ ଅଭିଭାବକ ଆହତ ହେଉଛନ୍ତି। ତେଣୁ ଯାତାୟାତ ବେଳେ କାଳେ ଦୁର୍ଘଟଣା ଘଟିଯିବ ସେଥିପାଇଁ ଭୟ ଲାଗେ। ବେସରକାରୀ ବିଦ୍ୟାଳୟକୁ ଚକାଚକ୍‌ ରାସ୍ତା ଥିବାବେଳେ ଏହି ସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ଅବହେଳା କରାଯିବା ଆଶ୍ଚର୍ଯ୍ୟଜନକ।
-ସନ୍ଧ୍ୟାରାଣୀ ପରିଡ଼ା, ଛାତ୍ରୀ
ବହୁଥର ଅଭିଯୋଗ କରାଯାଇଛି
ବହୁଥର ଜିଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରାଯାଇଛି। କିନ୍ତୁ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ସ୍କୁଟିରେ ଆସୁଥିବା ଜଣେ ଶିକ୍ଷୟିତ୍ରୀ ପଡିଯିବାରୁ ତାଙ୍କ ଗୋଡ଼ ହାତ ଭାଙ୍ଗିଛି। ଜିଲାରେ ସ୍ବତନ୍ତ୍ର ପରିଚୟ ଥିବା ଏହି ଏକମାତ୍ର ବିଦ୍ୟାଳୟକୁ ରାସ୍ତାଟିଏ ନିର୍ମାଣ କରାଯିବାରେ ଏତେ ବିଳମ୍ବ କେଉଁ କାରଣରୁ ହେଉଛି ତାହା ବୁଝାପଡ଼ୁନି।
-ଗୀତା ପଟ୍ଟନାୟକ, ଉପାଧ୍ୟକ୍ଷା
ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି
ଦୀର୍ଘବର୍ଷ ଧରି ରାସ୍ତା ନିର୍ମାଣ କରାଯାଉ ନ ଥିବାରୁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଅଭିଭାବକମାନେ ଏଥିପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପରେ ଦୋଷ ଲଦୁଛନ୍ତି। ପ୍ରଶାସନ ଅବହେଳା କରିଆସୁଥିବା ବେଳେ ଅଯଥାରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବଦନାମ ହେଉଛନ୍ତି।
-ସୁନୀଲ କୁମାର ନନ୍ଦ, କର୍ମଚାରୀ
ଅର୍ଥ ଦେଲେ ନିର୍ମାଣ ହେବ
ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଉକ୍ତ ରାସ୍ତାର ଏଷ୍ଟିମେଣ୍ଟ କରି ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଦିଆଯାଇଛି। ପ୍ରଶାସନ ପକ୍ଷରୁ ଏଥିପାଇଁ ଅର୍ଥ ପ୍ରଦାନ କରାଗଲେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ବିଦ୍ୟାଳୟ ରାସ୍ତା ପ୍ରତି ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ଅବହେଳା କରାଯାଇ ନାହିଁ।
-ବିନୟ କୁମାର ପାଢୀ, ଏସ୍‌ଡିଓ, ପୂର୍ତ୍ତ ବିଭାଗ


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀରେ ଖବର ପ୍ରକାଶ ପରେ ବଡ଼ ପଦକ୍ଷେପ: ସିମନବାଡ଼ିରେ ଡ୍ରେନ ସଫେଇ, ଜେସିବିରେ ହଟିଲା ଅଳିଆ

ଦାରିଙ୍ଗବାଡ଼ି, ୫।୧୦ (ଅରୁଣ ସାହୁ): ଖବର ପ୍ରକାଶ ପରେ ତତ୍ପର ହୋଇଛି ପଞ୍ଚାୟତ ପ୍ରଶାସନ। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଦୀର୍ଘଦିନ ଧରି…

ଏହି ୩ ଜଣଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ: ମିଳିବ ଏତିକି ଟଙ୍କାର ପୁରସ୍କାର

ଷ୍ଟକହୋମ,୫।୧୦: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କାର୍ଲ ଡାଇସେରୋଥ, ପିଟର ହେଗେମାନ ଓ ଜର୍ଜ ନାଗେଲଙ୍କୁ ଫିଜିଓଲୋଜି ବା ମେଡିସିନ୍‌ରେ…

ଟିମ୍‌ଇଣ୍ଡିଆ ଉପରେ ICC ନେଲା କଡ଼ା କାର୍ଯ୍ୟାନୁଷ୍ଠାନ: ଜିତିବା ସତ୍ତ୍ୱେ ବି…

ନୂଆଦିଲ୍ଲୀ,୫।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ହୋଇଛି ୩ ମ୍ୟାଚ୍‌ର ଦିନିକିଆ ସିରିଜ। ଭାରତ ସିରିଜକୁ ୨-୧ରେ ଜିତିଥିଲେ ମଧ୍ୟ ତୃତୀୟ ମ୍ୟାଚକୁ ନେଇ ଅନ୍ତର୍ଜାତୀୟ…

ଭଞ୍ଜନଗର ସର୍କଲ ବିଦ୍ୟୁତ କର୍ମଚାରୀଙ୍କ ଧାରଣା: ଟାଟା ପାୱାରରେ ଛଟେଇ ଓ କର୍ମଚାରୀ ହ୍ରାସକୁ ବିରୋଧ

ଭଞ୍ଜନଗର, ୫।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟରତ ଠିକା ବିଦ୍ୟୁତ କର୍ମଚାରୀଙ୍କ ଛଟେଇ ଆଶଙ୍କା ଏବଂ କଣ୍ଟ୍ରୋଲ୍…

ନୋଟ୍ ନୁହେଁ, ଭୋଟ୍! ଛାତ୍ର ନିର୍ବାଚନରେ ଖର୍ଚ୍ଚ ସୀମା ୫ ହଜାର

ଭୁବନେଶ୍ୱର,୫।୧୦: କଲେଜ ଓ ବିଶ୍ୱବିଦ୍ୟାଳୟରେ ନିର୍ବାଚନକୁ ନେଇ ଆସିଲା କଡ଼ା ନିୟମ। ନିର୍ବାଚନ ଲଢ଼ୁଥିବା ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ନିର୍ବାଚନୀ…

ପୃଥ୍ବୀ ଶ’ଙ୍କ ଚମକିଲା ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୫।୧୦: ବ୍ୟକ୍ତିଗତ ଜୀବନରେ ଉତ୍‌ଥାନପତନ ମଧ୍ୟରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ କ୍ରିକେଟ କ୍ୟାରିୟରରେ ଆସିଛି ଏକ ବଡ଼ ମୋଡ଼। ଆଗାମୀ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ…

‘ସ୍ବଚ୍ଛତାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ଅଧ୍ୟକ୍ଷଙ୍କ ଆହ୍ବାନ’

ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସୋମବାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ…

ସୌମ୍ୟ ହତ୍ୟା ମାମଲାରେ ବଡ଼ ଟୁଇଷ୍ଟ: ସମ୍ପୃକ୍ତ ଝିଅମାନଙ୍କର ହେବ…

ଭୁବନେଶ୍ୱର,୫।୧୦: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ ତଦନ୍ତକୁ ଆହୁରି ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଝିଅମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?