ମାଟିରେ ମିଶିଲା ୧୪୦ରୁ ଊର୍ଦ୍ଧ୍ୱ ଦୋକାନ

ଖୋର୍ଦ୍ଧା ଅଫିସ,୨୯।୧: ଖୋର୍ଦ୍ଧା ଜିଲା ଜଟଣୀ ଫ୍ଲାଏ ଓଭରବ୍ରିଜ ନିର୍ମାଣ ଲାଗି ଅଧିକ ଜମିର ଆବଶ୍ୟକତା ରହିଛି। ଏଥିଲାଗି ସୀତାରାମ ଛକର ୧୪୦ରୁ ଊର୍ଦ୍ଧ୍ୱ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି। ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଦୋକାନୀମାନେ ନିଜ ହାତରେ ନିଜ ଦୋକାନକୁ ଭାଙ୍ଗିଛନ୍ତି। ଦୀର୍ଘ ବର୍ଷ ଧରି ସୀତାରାମ ଛକର ଉଭୟ ପାର୍ଶ୍ୱରେ ଦୋକାନ ଦେଇ ନିଜ ପିଲାଛୁଆଙ୍କ ଭବିଷ୍ୟତ ଗଢିବାର ସ୍ବପ୍ନ ଦେଖିଥିବା ବହୁ ବ୍ୟବସାୟୀଙ୍କ ଆଶା ଏବେ ମାଟିରେ ମିଶିଛି। ଭଗ୍ନ ଦୋକାନର ମାଟିରେ ବସି ଅତୀତର ସ୍ମୃତିକୁ ସାଉଁଟି କଇଁ କଇଁ କାନ୍ଦୁଥିବା ଦେଖିବାକୁ ମିଳିଛି। ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ବୋଲି ଅନେକ ବ୍ୟବସାୟୀ ଗଣମାଧ୍ୟମ ଆଗରେ କହିଛନ୍ତି। ପୂର୍ବରୁ ଫ୍ଲାଏ ଓଭରବ୍ରିଜ ନିର୍ମାଣ ଲାଗି ୫ଶହରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଉଚ୍ଛେଦ ହୋଇଥିଲେ। ଏପର୍ଯ୍ୟନ୍ତ ସେମାନଙ୍କୁ ଥଇଥାନ କରାଯାଇନାହିଁ। ଏବେ ପୁଣି ଉଚ୍ଛେଦ ବେଳେ ଜିଲା ପ୍ରଶାସନ ଅନୁରୂପ ଭାବେ ଥଇଥାନ ପ୍ରତିଶ୍ରୁତି ଦେଇଛି।
ପ୍ରକାଶ ଯେ, ଜଟଣୀ ସହରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ବିଶେଷତଃ ସୀତାରାମ ଛକଠାରୁ କୁଦିଆରୀ ଛକ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ଏଡାଇବା ଲାଗି ଏଠାରେ ଫ୍ଲାଏ ଓଭରବ୍ରିଜ ନିର୍ମାଣ ଲାଗି ବିଭିନ୍ନ ମହଲରେ ଦାବି ହୋଇଥିଲା। ପରେ ଓଭରବ୍ରିଜ ନିର୍ମାଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇ ଟେଣ୍ଡର ହୋଇଥିଲା। ତେବେ ନିର୍ମାଣ କାର୍ଯ୍ୟରେ ଉଭୟ ପାର୍ଶ୍ୱରେ ରହିଥିବା ଦୋକାନ ବାଧକ ସାଜିଥିଲା। ପ୍ରଥମ ପର୍ଯ୍ୟାୟରେ କୁଦିଆରୀ ଛକ, ବଡବଜାର ଛକର ଉଭୟ ପାର୍ଶ୍ୱରୁ ଦୋକାନ ହଟାଗଲା। ଏବେ ପୁଣି ଅନ୍ୟ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି। ଅନ୍ୟପଟେ ଓଭରବ୍ରିଜ ନିର୍ମାଣରେ ନିମ୍ନମାନର କାମ ଏବଂ ଅନିୟମିତତା ନେଇ ପ୍ରଥମେ ଠିକା ନେଇଥିବା କମ୍ପାନୀକୁ ହଟାଯାଇ ଅନ୍ୟ ଏକ କମ୍ପାନୀକୁ ଦିଆଯାଇଛି। ୫୪ କୋଟିରୁ ଆରମ୍ଭ ହୋଇ ଏହି କାର୍ଯ୍ୟ ୧୦୦ କୋଟିର ବଜେଟରେ ପହଞ୍ଚିଲାଣି। ମନ୍ଥରତା ଓ ଜମି ଉଚ୍ଛେଦ ପ୍ରକ୍ରିୟା ଶିଥିଳତା ଯୋଗୁ କାର୍ଯ୍ୟ ଆଗେଇ ପାରୁନାହିଁ। ଏହି ଓଭରବ୍ରିଜ ନିର୍ମାଣ ହେଲେ ଖୋର୍ଦ୍ଧା ଓ ପୁରୀ ମଧ୍ୟରେ ଯାତାୟାତ ସହଜ ହେବା ସହ ଟ୍ରାଫିକ ସମସ୍ୟା ଦୂର ହେବ। ବ୍ୟବସାୟିକ ଅଭିବୃଦ୍ଧି ମଧ୍ୟ ଘଟିବ। ଅନ୍ୟପକ୍ଷରେ ପୂର୍ବରୁ ଉଚ୍ଛେଦ ଦୋକାନୀଙ୍କୁ ଥଇଥାନ ଲାଗି ପ୍ରସ୍ତାବ ରହିଥିଲେ ମଧ୍ୟ ଅଦ୍ୟାବଧି ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ। ପ୍ରଶାସନର ନାଲିଫିତା ତଳେ ଏହା ଚାପି ହୋଇ ରହିଛି ବୋଲି ବହୁ ଉଚ୍ଛେଦ ଦୋକାନୀ ଗଣମାଧ୍ୟମ ଆଗରେ କହିଛନ୍ତି। ଜଟଣୀ ବ୍ୟବସାୟୀ ମହାସଂଘ ସଭାପତି ସୁଦର୍ଶନ ସୁନ୍ଦରାୟ କହିଛନ୍ତି, ପ୍ରଶାସନ ପକ୍ଷରୁ ଥଇଥାନ ନେଇ ବ୍ୟବସାୟୀମାନଙ୍କୁ କୌଣସି ନିର୍ଭର ପ୍ରତିଶ୍ରୁତି ଦିଆଯାଇନାହିଁ। ପ୍ରଶାସନ ପ୍ରଥମେ ବ୍ୟବସାୟୀଙ୍କ ଥଇଥାନ କଥାକୁ ଗୁରୁତ୍ୱ ଦେବା ଆବଶ୍ୟକ। ସେହିପରି ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଉଚ୍ଛେଦ ହେବାକୁ ଥିବା ଦୋକାନୀମାନଙ୍କ ଥଇଥାନ ନେଇ ପୂର୍ବରୁ ଜିଲାପାଳଙ୍କ ସହ ଆଲୋଚନା କରାଯାଇଛି। ସେମାନଙ୍କ ପେଟପାଟଣା କଥା ଚିନ୍ତା କରି ପଦକ୍ଷେପ ନେବାକୁ ପ୍ରଶାସନକୁ କହିଛି। ଅନ୍ୟପକ୍ଷରେ ସୀତରାମ ଛକରୁ ଉଚ୍ଛେଦ ହେବାକୁ ଥିବା ବ୍ୟବସାୟୀମାନଙ୍କ ଥଇଥାନ ଲାଗି ବ୍ୟବସ୍ଥା କରାଯିବ
ବୋଲି ଜିଲାପାଳ ସନତ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ନିର୍ବାଚନ: ବଦଳିଲେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

ଭଦ୍ରକ,୨୯।୩(ସନାତନ ରାଉତ): ସାଧାରଣ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପଦରେ ବଦଳ କରାଯାଇଛି। ଭଦ୍ରକ ବ୍ଲକ ଅଧୀନ କୋରକୋରା ପଞ୍ଚାୟତ ନୂଆସାହିର...

ଦ୍ୱିତୀୟ ଥର ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଷ୍ଣୁବ୍ରତ

ବାସୁଦେବପୁର,୨୯ା୩(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବିଜେଡି ଶିବିର ଏବେ ଚଳଚଞ୍ଚଳ ହୋଇପଡ଼ିଛି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପୁନର୍ବାର ଏହି ନିର୍ବାଚନ ମଣ୍ଡଳୀରୁ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri