ଆମ ଜିଲା ଖବର

ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ ଦୁର୍ବୃତ୍ତ, ଗଣ୍ଡଗୋଳ ଛଡ଼ାଇବାକୁ ଯାଇ ମହିଳା ଗୁରୁତର

ପାଟଣା,୨।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ରାଜାଭାଡ଼ି ସାପ୍ତାହିକ ହାଟରେ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ସଂଘ ବଦ୍ଧ ଭାବେ ଠେଙ୍ଗାରେ ପିଟି ଦୁର୍ବୃତ୍ତମାନେ ଲହୁଲୁହାଣ କରି ପକାଇଥିଲେ। ଶନିବାର ସକାଳୁ ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ…

ହାଇଡ୍ରୋଲିକରେ ଚାପି ହୋଇ ଡ୍ରାଇଭରଙ୍କ ଜୀବନ ଗଲା, ଉତ୍ତେଜନା

କୋକସରା,୨ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମାଝିଗୁଡ଼ା-ଟେମେରାରାଣାପଡା ରାସ୍ତା କାମରେ ନିୟୋଜିତି ଥିବା ବେଳେ ଶନିବାର ଏକ ଟ୍ରାକ୍ଟର ହାଇଡ୍ରୋଲିକ୍‌ ତଳେ ଚାପି ହୋଇ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡିସମ୍ବର ପୁଞ୍ଜି(୨୪)। ମିଳିଥିବା ସୂଚନା ମୁତାବକ,…

ପ୍ରେମ ବ୍ୟାପାର: ଦେହରେ ନିଆଁ ଲଗାଇ ଥାନାରେ ପଶିଗଲେ ଯୁବକ

ପାଲଲହଡ଼ା, ୨।୧(ଡି.ଏନ୍‌.ଏ.): ପ୍ରେମ ବ୍ୟାପାରକୁ ନେଇ ଥାନା ସମ୍ମୁଖରେ ଜଣେ ଯୁବକ ଦେହରେ କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲା ପଲଲହଡ଼ା ଥାନା ଅଞ୍ଚଳରେ। ଏମିତି କାଣ୍ଡ ଘଟାଇଥିବା ଯୁବକ ହେଉଛନ୍ତି ସ୍ଥାନୀୟ ଈଶ୍ୱରନଗର…

ଆଠମଲ୍ଲିକ ଏନ୍‌ଏସି ଦେଶରେ ଦ୍ୱିତୀୟ

ଅନୁଗୋଳ ଅଫିସ, ୨।୧: ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତାରେ ଅନୁଗୋଳ ଜିଲା ଆଠମଲ୍ଲିକ ଏନ୍‌ଏସି ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ତାଲିକାରେ ଉତ୍ତରପ୍ରଦେଶର ମଲିହାବାଦ ପ୍ରଥମ ସ୍ଥାନରେ ରହିଛି। ଏ ନେଇ…

ହସୁଛି ଉଜୁଡ଼ା ଜଙ୍ଗଲ

ନୟାଗଡ଼ ଅଫିସ,୨।୧: ଦିନ ଥିଲା ସେହି ଜଙ୍ଗଲ ଗଛଲତାରେ ପୂରି ରହିଥିଲା । ସୂର୍ଯ୍ୟଙ୍କ କିରଣ ଭୂମିରେ ପଡୁ ନ ଥିଲା । ଆଖପାଖ ଗାଁର ପରିବେଶ ଶୀତଳ ରହୁଥିଲା । ହେଲେ କାଠଚୋରମାନଙ୍କ ଲୋଲୁପ ଦୃଷ୍ଟି ସେହି ଜଙ୍ଗଲ ଉପରେ…

ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ: ଅବସର ନେଲେ ୭ ଦିନର ଅଧ୍ୟକ୍ଷା

ଖୋର୍ଦ୍ଧା ଅଫିସ,୨ା୧: ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ୭ଦିନ ଲାଗି ଅଧ୍ୟକ୍ଷା ଭାବେ ଯୋଗଦେଇଥିବା ଡ.ବିଶ୍ୱମୋହିନୀ ମଙ୍ଗରାଜ ଡିସେମ୍ବର ୩୧ରେ ଅବସର ଗ୍ରହଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚ ଶିକ୍ଷା ବିଭାଗ ମଙ୍ଗରାଜଙ୍କୁ ସପ୍ତାହ ବ୍ୟାପୀ କଲେଜ ଅଧ୍ୟକ୍ଷା ଭାବେ ନିଯୁକ୍ତି ପ୍ରଦାନ…

ଭିତ୍ତିପ୍ରସ୍ତରରେ ଅଟକିଛି ସାଲ୍‌କି ସେତୁ

ଫୁଲବାଣୀ ଅଫିସ, ୨।୧ – ଫୁଲବାଣୀ ବ୍ଲକ ଆଲାମୀ ପଞ୍ଚାୟତ ନୂଆଁରିପଦରଠାରେ ସାଲୁଙ୍କି ନଦୀରେ ଏକ ପୋଲ ନିର୍ମାଣ ପାଇଁ ଲୋକେ ବହୁଦିନ ଧରି ଦାବି କରିଆସୁଥିଲେ। ଲୋକଙ୍କ ସମସ୍ୟାକୁ ବୁଝି ସରକାର ପୋଲ ନିର୍ମାଣ ପାଇଁ ସ୍ବୀକୃତି ଦେବାସହ ଭିତ୍ତିପ୍ରସ୍ତର…

ଜଟଣୀ ତହସିଲରେ ଚାଲିଛି ଦଲାଲଙ୍କ ରାଜ୍‌: ହାତଗୁଞ୍ଜା ନ ଦେଲେ ଘୁଞ୍ଚୁନି ଫାଇଲ

ଖୋର୍ଦ୍ଧା ଅଫିସ,୨।୧: ସରକାରୀ କାର୍ଯ୍ୟାଳୟରେ ପିସି କାରବାର ରୋକିବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। ତେବେ ସରକାରୀ କାର୍ଯ୍ୟାଳୟରେ ହାତ ଗୁଞ୍ଜା ନ ଦେଲେ ଫାଇଲ ଗୋଟିଏ ଟେବୁଲରୁ ଅନ୍ୟ ଏକ ଟେବୁଲକୁ ଘୁଞ୍ଚୁନି। ବିଶେଷତଃ ତହସିଲ ଏବଂ ସବ ରେଜିଷ୍ଟ୍ରାର ଅଫିସରେ…

ବରୁଣେଇ ପୀଠରେ ମିଳୁନି ମୌଳିକ ସୁବିଧା: ପାଣି ଟ୍ୟାପ୍‌ ଅଚଳ, ମନ୍ଦିର ପାହାଚ ଫାଟି ଆଁ

ଖୋର୍ଦ୍ଧା ଅଫିସ, ୨ା୧: ଖୋର୍ଦ୍ଧା ଜିଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେଉଛି ବରୁଣେଇ ପୀଠ। ଶୀତଋତୁ ଆସିଗଲେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ପର୍ଯ୍ୟଟକମାନେ ମା’ ବରୁଣେଇ ଓ କରୁଣେଇଙ୍କ ଦର୍ଶନ ସହ ପାହାଡ଼ ଉପରେ ବୁଲି ପ୍ରାକୃତିକ ପରିବେଶ ଉପଭୋଗ…

ଷ୍ଟେଶନ ନିକଟରୁ ରେଳ ଫାଟକ କର୍ମଚାରୀଙ୍କ ମୃତଦେହ ଜବତ

ବାରିପଦା ଅଫିସ, ୨।୧: ମୟୂରଭଞ୍ଜ ଜିଲା ବାରିପଦା ଷ୍ଟେଶନ ବଜାର ରେଳଷ୍ଟେଶନ ନିକଟରୁ ଶନିବାର ସକାଳେ ଜଣେ ରେଳ ଫାଟକ କର୍ମଚାରୀଙ୍କ ମୃତଦେହ ଜବତ ହୋଇଛି। ସେ ହେଲେ ଭଦ୍ରକ ଜିଲା ବାସୁଦେବପୁର ପଢୁଆ ପଞ୍ଚାୟତର ଭଗବାନ ମହାନ୍ତି। ଭଗବାନ ରେଳ…

ସମ୍ବଲପୁରରେ ଆଇଆଇଏମ୍‌ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ: କହିଲେ ‘ହେବ ଶିକ୍ଷାର ହବ୍‌’

ସମ୍ବଲପୁର,୨।୧ (ବ୍ୟୁରୋ)- ବୁର୍ଲା ନିକଟ ବସନ୍ତପୁରରେ ସମ୍ବଲପୁର ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସ ନିର୍ମାଣର ଶିଳାନ୍ୟାସ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥ…

ଅବହେଳିତ ପର୍ଯ୍ୟଟନସ୍ଥଳୀ ସିଦିଙ୍ଗି ଘାଇ

ଖଜୁରିପଡ଼ା/ବଳସକୁମ୍ପା, ୨।୧(ଡି.ଏନ.ଏ.): ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଶୀତଦିନର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ମାତ୍ର କନ୍ଧମାଳର ଶୀତ ନିଆରା। ଜିଲାର ବିଭିନ୍ନ ସ୍ଥାନରେ ଶୀତଦିନେ ତୁଷାରପାତ ହେଉଥିବାରୁ ଏଠାକୁ ପ୍ରତିବର୍ଷ ଡିସେମ୍ବର ଓ ଜାନୁୟାରୀରେ ପର୍ଯ୍ୟଟକଙ୍କ ସୁଅ ଛୁଟେ। ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?