ବସ୍‌ଷ୍ଟାଣ୍ଡ୍‌ରେ ଯୁବକଙ୍କୁ ହତ୍ୟା

ଚମ୍ପୁଆ,୭।୩: କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଧୀନ କୋଦଗାଡ଼ିଆ ଗ୍ରାମରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଲିପୁନ ମହାନ୍ତ। ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଗୌରହରି ମହାନ୍ତଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଲିପୁନ କୌଣସି ଏକ କାମରେ ନିକଟସ୍ଥ ବସ୍‌ଷ୍ଟାଣ୍ଡ୍‌କୁ ଯାଇଥିଲେ। ସେତିକିବେଳେ ବେଳେ କୌଣସି ଏକ କାରଣକୁ ନେଇ ଲିପୁପ ଏବଂ ଗୌରହରିଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗୌରହରି ଏକ ଧାରୁଆ ଅସ୍ତ୍ରରେ ଲିପୁନଙ୍କ ମୁଣ୍ଡ ଓ ପେଟକୁ ଆକ୍ରମଣ କରିଥିଲେ। ଫଳରେ ଲିପୁନ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜକନିକାର ୩ ପଞ୍ଚାୟତରେ ୧୪୪ ଧାରା ଜାରି

କେନ୍ଦ୍ରାପଡା ଅଫିସ,୧୦।୮: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡ଼ିହା ନିକଟ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାନୀୟ ଜଳ ଯୋଗାଣ ହେବ। ତେବେ ଏହି ପ୍ରକଳ୍ପକୁ...

ଗଞ୍ଜାମରେ ପୁଣି ୮ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୯୮କୁ ବୃଦ୍ଧି

ଛତ୍ରପୁର, ୧୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମଙ୍ଗଳବାର ପୁଣି ୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୯୮କୁ ବୃଦ୍ଧି...

‘କାନ୍ତକବିଙ୍କ ସ୍ମୃତିରକ୍ଷା ପାଇଁ ପଦକ୍ଷେପ ନିଆଯିବ’

ଭଦ୍ରକ ଅଫିସ,୧୦ା୬ – କାନ୍ତକବି ଲଷ୍ମୀକାନ୍ତ ମହାପାତ୍ର ଭଳି ପୂଜ୍ୟପୂଜାଙ୍କ ସ୍ମୃତି ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ମଙ୍ଗଳବାର ସନ୍ଧ୍ୟାରେ ସଂସ୍କୃତି ଓ...

ନିର୍ବାଚନ ବେଳେ ମନେପଡ଼େ ମହୁଲପଦା ଗାଁ

କଳିଙ୍ଗନଗର,୧୫ା୨(ଡି.ଏନ.ଏ.):ଧାତବ ଶିଳ୍ପର ରାଜଧାନୀ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ସଂଲଗ୍ନ ପଞ୍ଚାୟତ ମଧ୍ୟରୁ ଯଖପୁରା ଅନ୍ୟତମ। ଏହି ପଞ୍ଚାୟତର ମହୁଲପଦା ଗଁାକୁ ଦେଖିଲେ ତାହା ବିକାଶ...

ଆସୁଛି ଲଘୁଚାପ: ରାଜ୍ୟରେ ୭ ତାରିଖ ଯାଏ ବର୍ଷା ସମ୍ଭାବନା, ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୪ା୫(ବ୍ୟୁରୋ): ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇପାରେ।...

ଯୁବତୀଙ୍କୁ ଗଣବଳାତ୍କାର ଘଟଣା: ଗିରଫ ୨ ମୁଖ୍ୟ ଅଭିଯୁକ୍ତ ଜେଲଗଲେ

ସୋନପୁର,୧୭।୬(ନି.ପ୍ର.): ସୁବର୍ଣ୍ଣପୁର ସହରର ଜଣେ ଯୁବତୀଙ୍କୁ ଗଣବଳାତ୍କାର ଘଟଣାରେ ପୋଲିସ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ବିଚାରପତି...

ଆଜି ମେଲାଣି ନେବେ ଧନଦାତ୍ରୀ

ପାଲଲହଡା,୨୩।୧୦(ଡି.ଏନ.ଏ.) -୧୦ ଦିନ ଧରି ଚାଲିଥିବା ପାଲଲହଡା ଉପଖଣ୍ଡ ଲକ୍ଷ୍ମୀପୂଜାର ଭସାଣି ଉତ୍ସବ ବୁଧବାର ସ୍ଥାନୀୟ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ୧୦ ଗୋଟି...

ଧାନକିଣାକୁ ନେଇ ଅସନ୍ତୋଷ: ତାଲା ପକାଇ ଧାରଣାରେ ବସିଲେ ଚାଷୀ

ସଜନାଗଡ଼, ୨୪।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଲ୍ୟାମ୍ପ ଅଧୀନ ଅଯୋଧ୍ୟା ସୋସାଇଟିରେ ଧାନକିଣାକୁ ନେଇ ସୋମବାର ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଫଳରେ ଚାଷୀମାନେ ସୋସାଇଟି ଅଫିସରେ...

Advertisement
Archives

Model This Week