ଓଡ଼ିଶାରେ ସାମୁଦ୍ରିକ ଶୈବାଳ ଚାଷ

ପାରାଦୀପ, ୭ା୩(ସ୍ବ.ପ୍ର.): ପାରାଦୀପ ସମେତ ଓଡ଼ିଶାର ୪ ସ୍ଥାନରେ ସପ୍ତାହେ ହେଲା ପ୍ରଥମ କରି ସାମୁଦ୍ରିକ ଶୈବାଳ ଚାଷ ଆରମ୍ଭ ହୋଇଛି। ଅନ୍ୟ ସ୍ଥାନ ହେଲା ଗଞ୍ଜାମ, ପୁରୀ ଓ ବାଲେଶ୍ୱର। ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗ ଓ ତାମିଲନାଡୁର ଏକ ସଂସ୍ଥା ପିଏମ୍‌ଏସ୍‌ଆର୍‌ଆଇ ପକ୍ଷରୁ ମିଳିତଭାବେ ଏହି ଶୈବାଳ ଚାଷ କରାଯାଇଛି। ଏହା ଦେଖିବାକୁ ଚିଙ୍ଗୁଡିଆ ଦଳ ଭଳି। ଗଭୀର ସମୁଦ୍ରର ତଳେ ହୋଇଥାଏ। ଶୈବାଳ ଅନେକ ସାମୁଦ୍ରିକ ଜଳଜୀବଙ୍କ ଜୀବନଚକ୍ର ସାଜିଥାଏ। ଏହାଛଡ଼ା ଶୈବାଳଗୁଡିକ ଔଷଧ, ସେଭିଂ ଲୋଶନ, ପ୍ରସାଧନ ସାମଗ୍ରୀ ଓ ଆଇସକ୍ରିମ ତିଆରିରେ ବ୍ୟବହାର କରାଯାଏ। ଏହାର ବଜାର ମୂଲ୍ୟ କିଲୋ ପ୍ରତି ୫୦ ଟଙ୍କା ରଖାଯାଇଛି। ଏହାକୁ ଇଂଲିଶରେ କାପାଫାଇଜର କୁହାଯାଏ। ପୂର୍ବରୁ ଭାରତର ତାମିଲନାଡୁରେ ଶୈବାଳ ଚାଷ ଚାଲିଛି। ସେଠାରେ ମତ୍ସ୍ୟଜୀବୀଙ୍କୁ ସଫଳତା ମିଳୁଛି ବୋଲି ମତ୍ସ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ପାରାଦୀପର ମହାନଦୀ ମୁହାଣ ସଂଲଗ୍ନ ପଥରବନ୍ଧ ପାଖ ପାଣିରେ ଏହି ଚାଷ କରାଯାଇଛି। ଚତୁଃପାଶର୍‌ବରେ ଚାରିକଣିଆ ବାଉଁଶ ଭିତରେ ସରୁ ରଶି ଲଗାଯାଇଛି। ସେଥିରେ ଶୈବାଳଗୁଡିକୁ ଛନ୍ଦି ଦିଆଯାଇଛି। ସମୁଦ୍ର ଲହଡିରେ ତାହା ଭାସୁଛି। ଭାସିବା ବେଳେ ଶୈବାଳଗୁଡିକ ପାଣିରେ ଦୋହଲି ରହିଛି। ଏହି ପ୍ରକ୍ରିୟାରେ ଶୈବାଳ ବୃଦ୍ଧି ପାଇବ ବୋଲି ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ମହାପାତ୍ର କହିଛନ୍ତି। ଏହା ବ୍ୟବହାର ଉପଯୋଗୀ ହେବା ପାଇଁ ସର୍ବାଧିକ ୪୫ ଦିନ ଲାଗିବ। ଏହି ଚାଷ ସଫଳ ହେଲେ ମତ୍ସ୍ୟଜୀବୀଙ୍କ ପାଇଁ ବେଶ୍‌ ଉପାଦେୟ ହେବ। ସେଥିପାଇଁ ବିଭାଗ ପକ୍ଷରୁ ଏହା ଆରମ୍ଭ ହୋଇଛି। ଏହି ପ୍ରାକୃତିକ ଉଦ୍ଭିଦ ଏବେ ମାନବ ଜୀବିକା ସାଜିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋମବାର ଓଏସ୍‌ଆର୍‌ଟିସି ବସ୍‌ ବନ୍ଦ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଭାରତ ବନ୍ଦକୁ ଦୃଷ୍ଟିରେ ରଖି ସୋମବାର ଓଏସ୍‌ଆର୍‌ଟିସି ବସ୍‌ ସେବା ବନ୍ଦ ରହିବ। ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଓଏସ୍‌ଆର୍‌ଟିସି ବସ୍‌ ଚଳାଚଳ...

ଜାତୀୟ ହାରଠୁ ଓଡ଼ିଶାରେ କରୋନା ନମୁନା ପରୀକ୍ଷା ଅଧିକ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ଓଡ଼ିଶାରେ କରୋନା ନମୁନା ପରୀକ୍ଷା ହାର ଜାତୀୟ ହାରଠୁ ଅଧିକ ରହିଛି। ଜାତୀୟସ୍ତରରେ ପ୍ରତି ୧୦ଲକ୍ଷ ଲୋକଙ୍କ ମଧ୍ୟରେ ୪୫୨ଜଣ ଲୋକଙ୍କର ନମୁନା...

ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାର୍ଯ୍ୟ, ଆମ ଗାଁ ଆମ ବିକାଶ ଯୋଜନାରେ ବିଲ୍‌

ନାଉଗାଁ,୧୬।୯(ସ୍ବ.ପ୍ର.): ଏମ୍‌ଜିଏନଆରଇଜିଏସ୍‌ରେ ହେଉଛି କାର୍ଯ୍ୟ, କିନ୍ତୁ ଆମ ଗାଁ ଆମ ବିକାଶ ଯୋଜନାରେ ବିଲ୍‌ କରାଇନେବାକୁ ଚାଲିଛି ଯୋଜନା। ଏଭଳି ଘଟଣା ଦେଖିବାକୁ ମିଳିଛି ନାଉଗାଁ...

ମୋବାଇଲ ବ୍ୟାଟେରୀ ଫାଟି ଛାତ୍ର ଗୁରୁତର

ଭଦ୍ରକ ଅଫିସ,୧୭।୨: ଭଦ୍ରକ ଜିଲା ତିହିଡ଼ି ବ୍ଲକ ମହରମପୁର ତାରାଶୁଣି ଗାଁରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସୁଲେଖ ସାହୁ ନାମକ...

ଆନ୍ଦୋଳନକୁ ଓହ୍ଲାଇଲେ ୮୧୦୨ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ୨୦୧୫ରେ ନିଯୁକ୍ତି ପାଇଥିବା ୮୧୦୨ଜଣ କନିଷ୍ଠ ଶିକ୍ଷକଙ୍କ ଚୁକ୍ତି ସମୟ ପୂରଣ ହୋଇଥିଲେ ମଧ୍ୟ ରାଜ୍ୟ...

ଯୁବକଙ୍କୁ ଛୁରାମାଡ଼ ଘଟଣା: ଗିରଫ ହେଲେ ଅଭିଯୁକ୍ତ

ନିରାକାରପୁର,୧୫ା୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ଛକଠାରେ ଗତ ୨ ତାରିଖରେ ରାମେଶ୍ୱର ଗ୍ରାମର ମହେଶ୍ୱର ସାହୁ ନାମକ ଯୁବକଙ୍କୁ ଖଜୁରୀପଡ଼ା ଗ୍ରାମର...

୨୨ରେ ପୁରୀ, କୋଣାର୍କ ଆସିବେ ରାଷ୍ଟ୍ରପତି: ଦର୍ଶନ କରାଇବେ କୌଳିକ ସେବାୟତ

ପୁରୀ ଅଫିସ,୨୦।୩: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ସ୍ବତନ୍ତ୍ର ସର୍କିଟ ହାଉସକୁ ସଜ୍ଜିତ କରାଯାଉଥିବାବେଳେ ପୁରୀ...

ଭୁବନେଶ୍ୱରରୁ ଆଉ ୧୯୮ କରୋନା ପଜିଟିଭ ଚିହ୍ନଟ: ୯୪ ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ପୁଣି ୧୯୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦୪ ରହିଥିବା ବେଳେ ୯୪ ଲୋକାଲ କେସ୍‌...

Advertisement
Archives

Model This Week