ବାଣିଜ୍ୟକର ମାର୍କେଟ କମ୍ପ୍ଲେକ୍ସ ବିପଦସଙ୍କୁଳ

କଟକ ଅଫିସ, ୭ା୩: କଟକ ବଜ୍ରକବାଟିସ୍ଥିତ ବାଣିଜ୍ୟକର ମାର୍କେଟ କମ୍ପ୍ଲେକ୍ସ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି କମ୍ପ୍ଲେକ୍ସ ଛାତରୁ ପଲସ୍ତରା ଖସି ରଡ ଦେଖାଯାଉଛି। ଏଠାରେ ଦୋକାନ ଘର ଅଛି କିନ୍ତୁ ଭଡା ଲାଗିପାରୁନାହିଁ। ସେହିପରି ରକ୍ଷଣାବେକ୍ଷଣ ଅଭାବରୁ ଏଠାରେ ଥିବା ଶୌଚାଳୟ ବ୍ୟବହାର ଅନୁପଯୋଗୀ ହୋଇପଡିଛି। ଏଠାରେ ନିର୍ମାଣ ହୋଇଥିବା ଦୋକାନ ଘର ଖତ ଖାଉଥିବାରୁ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ର ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ଘଟୁଛି। ଉକ୍ତ ସ୍ଥାନରେ ଅସାମାଜିକ ଲୋକଙ୍କ ଆଡ୍ଡା ଜମୁଥିବା ଦେଖିବାକୁ ମିଳିଛି।
୧୯୭୯ ଜାନୁୟାରୀ ୨୫ରେ ସିଡିଏ ଉକ୍ତ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲା। ଦୁଇମହଲା ବିଶିଷ୍ଟ ଏହି କମ୍ପ୍ଲେକ୍ସରେ ୫୫ଟି ଦୋକାନ ଘର ରହିଛି। ସେଥିମଧ୍ୟରୁ ୪୨ଟି ଘର ଭଡାରେ ଲାଗିଛି। ଉପର ମହଲା ପାଇଁ ପ୍ରତି ସ୍କୋୟାରଫୁଟ ପିଛା ୩୫ଟଙ୍କା ଓ ତଳଘର ପାଇଁ ୨୫ଟଙ୍କା ଭଡା ଧାର୍ଯ୍ୟ କରାଯାଇଥିଲା। ହେଲେ ସିଡିଏ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଦୋକାନୀଙ୍କଠାରୁ ଠିକ୍‌ ସମୟରେ ଭଡା ଆଦାୟ କରାଯାଇ ପାରିଲାନାହିଁ। ଫଳରେ ଏହି ବକେୟା ଟଙ୍କା ବଢିଚାଲିଲା। ପରବର୍ତ୍ତୀ ସମୟରେ ଭଡା ଟଙ୍କା ଅଧିକ ହେବା ସହ ଅନ୍ୟ ସୁବିଧା ନ ପାଇବାରୁ ଦୋକାନୀମାନେ ଘର ଛାଡି ଦେଇଥିଲେ।

ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଏହି ମାର୍କେଟ କମ୍ପ୍ଲେକ୍ସରେ ଅସାମାଜିକ ଲୋକମାନେ ନିଶାଦ୍ରବ୍ୟ ସେବନ କରୁଛନ୍ତି। ସେଠାରେ ଆବର୍ଜନା ଜମି ରହୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ଫଳରେ ସ୍ଥାନୀୟ ବାସିନ୍ଦା ମିଶି ଉକ୍ତ ମାର୍କେଟ କମ୍ପ୍ଲେକ୍ସ ସଫା କରିବା ସହ ରକ୍ଷଣାବେକ୍ଷଣ କରୁଛନ୍ତି। ଯଦି ସିଡ଼ିଏ କର୍ତ୍ତୃପକ୍ଷ ଏଠାରେ ସିସିଟିଭି କ୍ୟାମେରା ଲଗାଯିବା ବ୍ୟବସ୍ଥା କରନ୍ତେ ତା’ହେଲେ ଅସାମାଜିକ ଲୋକଙ୍କ ଉପରେ ନଜର ରଖାଯାଇପାରନ୍ତା।
– ସଞ୍ଜୟ କୁମାର ପ୍ରଧାନ, ସ୍ଥାନୀୟ ବାସିନ୍ଦା

ଏହି ମାର୍କେଟ କମ୍ପ୍ଲେକ୍ସ ବହୁ ପୁରୁଣା । ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ ଏହି କମ୍ପ୍ଲେକ୍ସ ଭୁଶୁଡିବା ଅବସ୍ଥାରେ ରହିଛି । ଯଦି ପ୍ରଶାସନ ଏହାର ରକ୍ଷଣାବେକ୍ଷଣ ଠିିକ୍‌ ଭାବେ କରିଥାନ୍ତା, ବର୍ତ୍ତମାନ ଏଭଳି ସ୍ଥିତି ଦେଖିବାକୁ ମିଳି ନ ଥାନ୍ତା।
-ଧୀରେନ୍ଦ୍ର କୁମାର ପ୍ରଧାନ,
ସାହି ଅଧିକାରୀ

ଅଣ୍ଡର ଗ୍ରାଉଣ୍ଡରେ ଥିବା କେତେକ ଘର ଭଡାରେ ଲାଗିନି। ବାକି ଯେତିକି ଘର ଭଡ଼ାରେ ଲାଗିଛି ଦୋକାନୀମାନେ ଠିକ୍‌ ସମୟରେ ଟଙ୍କା ଦେଉନାହାନ୍ତି । ଫଳରେ ଦୀର୍ଘବର୍ଷ ହେଲା ଘରଭଡା ଟଙ୍କା ବାକି ପଡିଛି। ଆଗାମୀ ବୈଠକରେ ଆମେ ଏହି ମାର୍କେଟ କମ୍ପ୍ଲେକ୍ସ ଉପରେ ଆଲୋଚନା କରି ପଦକ୍ଷେପ ନେବୁ। ଏଥିସହ ଉକ୍ତ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ଥାନା ଅଧିକାରୀଙ୍କୁ ସୂଚନା ଦିଆଯିବ।
– ପ୍ରିୟଙ୍କା ମଲ୍ଲିକ, ସିଡିଏ ପ୍ରଶାସନିକ ଅଧିକାରୀ

 


Enter your email to get our daily news in your inbox.

All Right Reserved By Dharitri.Com

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ

ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri