ନଡ଼ା ପୋଡୁଥିବା ବେଳେ ଜିଅନ୍ତା ଜଳିଗଲେ ଚାଷୀ

ନୂଆପଡା ଅଫିସ, ୭।୩: ନିଜ ଜମିରେ ନିଆଁ ଲଗାଇ ଜଳିଗଲେ ଚାଷୀ। ଏଭଳି ଏକ ଘଟଣା ଘଟିଛି ନୂଆପଡ଼ା ଜିଲା ସିନାପାଲି ମହାଜନପଡ଼ାରେ। ମୃତକ ଜଣକ ମହାଜନପଡ଼ାର ନୀଳାମ୍ବର ମେହେର(୫୫)। ଘଟଣାସ୍ଥଳରୁ ସିନାପାଲି ପୋଲିସ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି। ରବିବାର ନଡ଼ା ପୋଡିବା ପାଇଁ ନୀଳାମ୍ବର ଜମିରେ ନିଆଁ ଲଗାଇଥିଲେ। ଶୁଖିଲା ନଡ଼ାରେ ନିଆଁ ଲଗାଇବା ମାତ୍ରେ ବ୍ୟାପି ଯାଇଥିଲା। ଏପରିକି ଧୂଆଁ ଭର୍ତ୍ତି ହୋଇଯାଇଥିଲା। ନୀଳାମ୍ବର ଧୂଆଁ ଘେରରୁ ବାହାରି ନ ପାରି ତଳେ ପଡି ଯାଇଥିଲେ। ଫଳରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଖବର ପାଇ ସିନାପାଲି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ହେଲେ ନିଆଁରେ ପୋଡି ନୀଳାମ୍ବରଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୂଚନା ଯୋଗ୍ୟ, ନୀଳାମ୍ବରଙ୍କ ବଡଭାଇ ଜଣେ ପକ୍ଷାଘାତ ରୋଗୀ ଥିଲେ। ଗତବର୍ଷ ଶୀତ ଦିନେ ରାତିରେ ପାଖରେ ନିଆଁ ଲଗାଇ ଶୋଇଥିଲେ। ହେଲେ ନିଆଁ ଉଠି ଖଟରେ ଲାଗିଯାଇଥିଲା। ଫଳରେ ସେ ଖଟ ସହ ଜଳି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁର ଜିଲାପାଳଙ୍କ ଉପରେ ଲୋକାୟୁକ୍ତ କ୍ଷୁବ୍ଧ

ଯାଜପୁର ଅଫିସ,୨୨।୨: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବିଭିନ୍ନ କଳାପଥର ଖାଦାନଗୁଡିକର ଏରିଆ ଚିହ୍ନଟ କରି ପିଲର ପୋତାରେ ଆର୍ଥିକ ଅନିୟମିତତା ଅଭିଯୋଗ ଉପରେ...

ଭୁବନେଶ୍ୱରରେ ୮୩କୁ ପହଞ୍ଚିଲା ଆକ୍ଟିଭ୍‌ କରୋନା କେସ୍‌: ଆଜି ଖଣ୍ଡିଗରିରୁ ଚିହ୍ନଟ ହେଲେ ୨, ପଳାଶୁଣିରୁ…

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଆଉ ୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି। ନୂତନ...

ଆଜି ରାଜ୍ୟରୁ ୨୪୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ସୋମବାର ରାଜ୍ୟରେ ୨୪୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୧୦୬ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଜିଲାପାଳଙ୍କ କାର୍ଯ୍ୟାଳୟରୁ ଆସିଛି କହି ଠକିନେଲେ ୧୦ ହଜାର

ଗଞ୍ଜାମ,୨୫।୪(ଡି.ଏନ୍‌.ଏ.): ଜିଲାପାଳଙ୍କ କାର୍ଯ୍ୟାଳୟରୁ ଆସିଛି। ୧୯୯୯ ମହାବାତ୍ୟାରେ ହୋଇଥିବା କ୍ଷୟକ୍ଷତି ଟଙ୍କା ମିଳିବ କହି ଜଣେ ବୃଦ୍ଧଙ୍କଠାରୁ ୧୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ...

ବରୀରୁ ୪ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଲା

ରତ୍ନଗିରି,୧୮ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକରୁ  ସୋମବାର ସକାଳେ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ନୂଆ ୪ ସଂକ୍ରମିତ ବ୍ୟକ୍ତି ଓ ଗତକାଲି...

ବଗଲା ଧର୍ମଶାଳା ଜମିକୁ ନେଇ ପିକେଡିଏ ସଚିବଙ୍କୁ ସ୍ମାରକପତ୍ର: ବିଲ୍ଡିଂ ପ୍ଲାନ ଅନୁମୋଦନ କରା ନ ଯାଉ

ପୁରୀ ଅଫିସ, ୧୬ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ବିସ୍ଥାପିତ ହେବାକୁ ଥିବା ଲଜ୍‌ ମାଲିକମାନଙ୍କୁ ବଗଲା ଧର୍ମଶାଳା ଜମି ପ୍ରଦାନ କରାଯିବ। ଯେଉଁ ଲଜ୍‌ ମାଲିକମାନେ...

ଅନ୍ୟ ରାଜ୍ୟରୁ ଗଞ୍ଜାମ ଫେରିବାକୁ ପଞ୍ଜୀକରଣ କଲେଣି ୧.୯୧ ଲକ୍ଷ ଲୋକ

ଛତ୍ରପୁର, ୨୯।୪(ଡି.ଏନ୍‌.ଏ.): ଲକ୍‌ଡାଉନ ଉଠିବା ପରେ ବିଭିନ୍ନ ରାଜ୍ୟରୁ ଗଞ୍ଜାମ ଜ଼ିଲାକୁ ଶ୍ରମିକ, ଛାତ୍ରୀଛାତ୍ର ଓ ଅନ୍ୟମାନେ ଫେରିବେ। ଏ ନେଇ ପଞ୍ଜୀକରଣ କରିବାକୁ ଓଡିଶା...

ବିନା ମାସ୍କରେ ତାରାତାରିଣୀ ମନ୍ଦିର ପ୍ରବେଶ ମନା

ଛତ୍ରପୁର,୧୭ା୩ (ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ପର୍ବ ଲାଗି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ...

Advertisement
Archives

Model This Week