ବର୍ଷେ ପରେ କମିନି ଭୟ

ଢେଙ୍କାନାଳ ଅଫିସ, ୯।୪ ୨୦୨୦ ଏପ୍ରିଲ ୯। ଏହି ଦିନ କରୋନା ମ୍ୟାପ୍‌ରେ ସାମିଲ ହୋଇଥିଲା ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲା। ପୌରାଞ୍ଚଳରୁ ଚିହ୍ନଟ ହୋଇଥିଲେ ପ୍ରଥମ ଆକ୍ରାନ୍ତ। ଇତିମଧ୍ୟରେ ବର୍ଷେ ବିତିଛି। ବର୍ଷେ ଭିତରେ ଭୂତାଣୁ ଦେଇଥିବା ଯନ୍ତ୍ରଣା ସହିଛନ୍ତି ଜିଲାବାସୀ। ଅନେକ ସଂସାର ଉଜାଡ଼ିଛି ଭୂତାଣୁ। ଦୋହଲାଇ ଦେଇଛି ଆର୍ଥିକ ବ୍ୟବସ୍ଥା। ଲୋକଙ୍କ ମନରୁ କରୋନା ଭୟ ଛାଡ଼ି ନ ଥିବାବେଳେ ଏବେ ଦ୍ୱିତୀୟ ଲହରି ଆରମ୍ଭ ହୋଇଛି। କୋଭିଡ୍‌ ଗ୍ରାଫ୍‌ ଉପରମୁହଁା ହେବାରେ ଲାଗିଥିବାବେଳେ ପୁଣି ଫେରିଛି ବର୍ଷେ ତଳର ସ୍ମୃତି।

୨୦୨୦ ଏପ୍ରିଲ ୯ରେ ଢେଙ୍କାନାଳ ପୌରାଞ୍ଚଳର ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାଙ୍କ ନିକଟରୁ ପ୍ରଥମେ କରୋନା ଭୂତାଣୁ ଠାବ କରାଯାଇଥିଲା। ଏହାପରେ କରୋନା ମୁକାବିଲା ପାଇଁ ଜାଗତିଆର ଆରମ୍ଭ କରିଥିଲା ଜିଲା ପ୍ରଶାସନ। ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଜିଲା କୋଭିଡ୍‌ ଚିକିତ୍ସାଳୟରେ ପରିଣତ କରାଯାଇଥିଲା। ଏହାକୁ ବାଦ୍‌ଦେଲେ ପ୍ରତି ବ୍ଲକରେ ଖୋଲିଥିଲା କୋଭିଡ୍‌ ନିରାକରଣ କେନ୍ଦ୍ର। ବର୍ଷକ ମଧ୍ୟରେ ଅର୍ଥାତ୍‌ ଗୁରୁବାର ସୁଦ୍ଧା ଜିଲାରୁ ମୋଟ ୫,୭୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୭୦୭ଜଣ ସୁସ୍ଥ ହୋଇଥିବାବେଳେ ୨୯ଜଣଙ୍କ ମୃତ୍ୟୁ ଘଟିଛି।
କରୋନା ଜନିତ ଲକ୍‌ଡାଉନ୍‌ ସମୟରେ ଢେଙ୍କାନାଳ ପୌରସଂସ୍ଥା ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ୨୦୨୦ ଏପ୍ରିଲ ଏବଂ ମେ ମାସରେ ୭୦ହଜାର ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥିଲା। ପାଖାପାଖି ୨୦ ହଜାର ପ୍ରବାସୀଙ୍କୁ ରହିବା, ଖାଇବା ବନ୍ଦୋବସ୍ତ କରାଯାଇଥିଲା। କରୋନା ମୁକାବିଲା ପାଇଁ ପୌରସଂସ୍ଥା ଗତବର୍ଷ ୩୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷେ ପ୍ରଶାସନ, ଆଗଧାଡ଼ିର ଯୋଦ୍ଧା ଏବଂ ଜିଲାବାସୀଙ୍କ ସହଯୋଗରେ ଗତ ଫେବୃୟାରୀରେ ଜିଲାକୁ କରୋନା ମୁକ୍ତ ଘୋଷଣା କରାଯାଇଥିଲା। ଏହାର କିଛି ଦିନ ନ ପୂରୁଣୁ ପୁଣି ଥରେ କରୋନା କାୟା ମେଲାଇବା ଆରମ୍ଭ କରିଛି, ଯାହା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଦ୍ୱିତୀୟ ଲହରି ପ୍ରତିହତ କରିବାକୁ ଜିଲା ପ୍ରଶାସନ, ପୌରସଂସ୍ଥା ଏବଂ ୩ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଘନଘନ ବୈଠକ କରି ସ୍ଥିତି ସମୀକ୍ଷା କରୁଛନ୍ତି। କୋଭିଡ୍‌ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଉଛି। ଅମାନିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ପର୍ବପର୍ବାଣିରେ ଧର୍ମସ୍ଥଳୀରେ ଜନସମାଗମକୁ ବାରଣ କରାଯାଇଛି। ଅଧିକରୁ ଅଧିକଆଣ୍ଟିଜେନ୍‌ ଓ ଆର୍‌ଟି-ପିସିଆର୍‌ ଟେଷ୍ଟ କରାଯାଉଛି।

ଜିଲାରେ ଟିକାକରଣ କାର୍ଯ୍ୟକ୍ରମ ଆଗେଇ ଚାଲିଥିବାବେଳେ ପ୍ରତିଷେଧକର ଅଭାବ ଦେଖାଦେଇଛି। ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତାରାଣୀ ମିଶ୍ର ସୂଚନା ଦେଇଛନ୍ତି। ସେହିପରି ପୌରାଞ୍ଚଳରେ ଥିବା ଆବାସିକ ବିଦ୍ୟାଳୟ ଛାତ୍ରାବାସଗୁଡ଼ିକୁ ସାନିଟାଇଜେଶନ କରାଯିବା ସହ ଅନ୍ତେବାସୀଙ୍କ ଆର୍‌ଟି-ପିସିଆର୍‌ ଟେଷ୍ଟ କରାଯାଉଥିବା ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ସୂଚନା ଦେଇଛନ୍ତି ।

୧ଲକ୍ଷ ୨ହଜାର ୪୨ ଟିକା ନେଲେଣି
ଢେଙ୍କାନାଳ ଜିଲାରେ ଗୁରୁବାର (ଏପ୍ରିଲ ୮) ସୁଦ୍ଧା ମୋଟ ୧ଲକ୍ଷ ୨ହଜାର ୪୨ଜଣ କରୋନା ଟିକା ନେଇସାରିଲେଣି। ୭୩୬୪ ଜଣ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ, ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଛି। ଉପରୋକ୍ତ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ମଧ୍ୟରୁ ୬୨୯୯ଜଣ ଦ୍ୱିତୀୟ ଡୋଜ୍‌ ନେଇସାରିଲେଣି। ସେହିପରି ୩୬୫୬ ପୋଲିସ, ସରକାରୀ କର୍ମଚାରୀଙ୍କ ସମେତ ପ୍ରଣ୍ଟଲାଇନ୍‌ ୱାର୍କରଙ୍କୁ ପ୍ରଥମ ଡୋଜ ଦିଆସରିଛି। ତନ୍ମଧ୍ୟରୁ ୨୬୭୩ଜଣ ଦ୍ୱିତୀୟ ଡୋଜ୍‌ ଟିକା ଗ୍ରହଣ କରିସାରିଲେଣି। ୪୫ରୁ ୫୯ ବର୍ଷ ମଧ୍ୟରେ ୨୮,୬୫୭ ଜଣଙ୍କୁ ପ୍ରଥମ ଡୋଜ୍‌ ଏବଂ ସେମାନଙ୍କ ମଧ୍ୟରୁ ୧୦୨ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି। ୬୦ବର୍ଷରୁ ଉର୍ଦ୍ଧ୍ୱ ୫୧,୬୩୩ ଜଣଙ୍କୁ ପ୍ରଥମ ଏବଂ ତନ୍ମଧ୍ୟରୁ ୧,୬୫୮ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ପ୍ରଦାନ କରାଯାଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri