ମେଡିକାଲ ପଛ ଜଙ୍ଗଲରେ ହାତୀ

ଖୋର୍ଦ୍ଧା ଅଫିସ,୯।୪: ଖୋର୍ଦ୍ଧା ବନାଞ୍ଚଳରେ ହାତୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁଇ ଦିନ ପୂର୍ବେ ରାମଚଣ୍ଡୀ ଠାରେ ଏକ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁୁରୁତର ଆହତ ହୋଇଥିଲେ। ଏକ ହାତୀ ବୁଧବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ମେଡିକାଲ ପଛ କାଜୁ ଜଙ୍ଗଲକୁ ପଶି ଆସିଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଗୁରୁବାର ସକାଳେ ବନ ବିଭାଗର ଏକ ୭ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିଥିଲେ। ହାତୀ ଘଞ୍ଚ ଜଙ୍ଗଲକୁ ପଳାଇ ଯାଇଥିବାରୁ ବନ କର୍ମଚାରୀ ହାତୀକୁ ଠାବ କରିବାରେ ନାକେଦମ ହୋଇଯାଇଥିଲେ। ତେବେ ହାତୀ ପାଦ ଚିହ୍ନ ଦେଖି ହାତୀର ଗତିବିଧି ଉପରେ ଅନୁଧ୍ୟାନ କରିଥିଲେ। କର୍ମଚାରୀମାନେ ସକାଳ ୬ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜଙ୍ଗଲ ନିକଟରେ ପଇଁତରା ମାରିଥିଲେ। ମାତ୍ର ହାତୀର କୌଣସି ସନ୍ଧାନ ପାଇ ନ ଥିଲେ। କାଜୁ ଜଙ୍ଗଲରେ ହାତୀ ପଶିିଥିବାରୁ କାଜୁ ସଂଗ୍ରହ ଲାଗି ନ ଯିବା ଲାଗି ବନ କର୍ମଚାରୀ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରିଥିଲେ। ଏଥିସହ ଏହି ଅଞ୍ଚଳରେ ଯାତାୟାତ ନ କରିବା ଲାଗି ପରାମର୍ଶ ଦେଇଥିଲେ। ହାତୀକୁ ଦେଖିଲେ ତୁରନ୍ତ ବନ ବିଭାଗକୁ ଜଣାଇବାକୁ କହିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ହାତୀ ମେଡିକାଲ ପଛପଟ କାଜୁ ଜଙ୍ଗଲରେ ରହିଥିବା ଜଣାପଡିଛି। ଏନେଇ ବନ ବିଭାଗର ଜଣେ କର୍ମଚାରୀ କହିଛନ୍ତି, ଏକ ଟିମ୍‌ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ରାତି ସୁଦ୍ଧା ହାତୀକୁ ନିକଟ ଜଙ୍ଗଲକୁ ଛଡାଯିବା ବ୍ୟବସ୍ଥା କରାଯିବ। ବାରମ୍ବାର ହାତୀ ମେଡିକାଲ ଏବଂ ସହର ଭିତରକୁ ପଶିି ଆସୁଥିବା ବେଳେ ବନ ବିଭାଗ କେବଳ ଉକ୍ତ ସମୟ ପର୍ଯ୍ୟନ୍ତ ହାତୀଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି। ପରବର୍ତ୍ତୀ ସମୟରେ ବନ କର୍ମଚାରୀଙ୍କ ଦେଖା ମିଳୁ ନ ଥିବା ସାଧାରଣରେ ଅଭିଯୋଗ ହୋଇଛି। ହାତୀ-ମଣିଷ ଲଢ଼େଇରେ ଉଭୟଙ୍କ ଜୀବନ ଯାଉଛି। ହାତୀ ନିୟନ୍ତ୍ରଣ ପ୍ରତି ଗୁରୁତ୍ୱ ଦେଉଛୁ। ଲୋକଙ୍କୁ ସଚେତନ କରାଯାଉଛି କହି ବନ ବିଭାଗ ଖସିଯିବାକୁ ଉଦ୍ୟମ କରୁଛି ବୋଲି ପରିବେଶପ୍ରେମୀ ଧନେଶ୍ୱର ବିଧାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଭାବକ ହେଉଛନ୍ତି ଶିଶୁଙ୍କ ପ୍ରଥମ ଗୁରୁ: ଆଚରଣରେ ସଞ୍ଜମ ରଖିବା ଜରୁରୀ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଶୁକ୍ରବାର ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କମାନୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଛାତ୍ରୀଛାତ୍ରଙ୍କ…

‘ଏବେ ଆପଣ ମୁଖ୍ୟମନ୍ତ୍ରୀ, ଫିଲ୍ମ ଭଳି ଡାଏଲଗ କୁହନ୍ତୁ ନାହିଁ’: ବିଧାନସଭାରେ CM ବିଜୟଙ୍କୁ ଏମିତି କହିଦେଲେ ଉଦୟନିଧି ଷ୍ଟାଲିନ

ଚେନ୍ନାଇ,୨୧।୮: ତାମିଲନାଡୁରେ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ପୂର୍ବତନ DMK ସରକାର ସମୟର କଥିତ…

ନାବାଳକଙ୍କ ନାରକୀୟ କାଣ୍ଡ: ସାମାନ୍ୟ ବଚସାରୁ ବାପ-ପୁଅଙ୍କୁ ମାରିଲେ ଗୁଳି

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ସାମାନ୍ୟ ବଚସାକୁ କେନ୍ଦ୍ର କରି ଜ୍ଯଯଯ ହତ୍ୟାକାଣ୍ଡ। ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଗୌଡସୁଗୁଡା ଗ୍ରାମରେ ଶୁକ୍ରବାର ସକାଳୁ ଛୁରା ମାଡରେ…

କିନ୍ନର ବେଶ ଯାଇ ପ୍ରଥମେ ପାଣି ଛିଞ୍ଚିଲେ, ଏୟାର ହୋଷ୍ଟେସଙ୍କୁ ଏକା ଦେଖି ଯାହା କଲେ…

ମୁମ୍ବାଇ,୨୧।୮: ମୁମ୍ବାଇର ପୱାଇ ଅଞ୍ଚଳରେ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଟ୍ରାନ୍ସଜେଣ୍ଡର ବେଶ ଧାରଣ କରି ଜଣେ ଏୟାର ହୋଷ୍ଟେସଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଆଶୀର୍ବାଦ…

ଥାନା ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ, ସାଥିରେ ଅଛନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ,୨୧ା୮: ପେଲେଟ୍ ଗନ୍‌ ବ୍ୟବହାରକୁ ନେଇ ପୁଣିଥରେ ସ୍ୱର ଉଠାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ସେ ଦିଲ୍ଲୀର ସଂସଦ ମାର୍ଗ ଥାନାରେ ପହଞ୍ଚିବା ସହ…

କମିଲା ବନ୍ୟାଜଳ ପ୍ରବେଶର ପରିମାଣ, ହୀରାକୁଦ ବନ୍ଦ କଲା ୪ ଗେଟ୍‌

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରୁବାର ରାତିରେ ୨ ଓ ଶୁକ୍ରବାର ସକାଳେ ପୁଣି ୪ଟି…

ପ୍ରଶାନ୍ତ କିଶୋରଙ୍କ ବଡ଼ ପ୍ରସ୍ତୁତି: ନୀତୀଶ କୁମାରଙ୍କ ପୂର୍ବରୁ ନିଜେ କରିବେ ଏମିତି କାମ, ଦେଶରେ ଚହଳ

ପାଟନା,୨୧।୮: ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ତଥା ବିଧାୟକ ପ୍ରଶାନ୍ତ କିଶୋର ଏବେ ବିହାରରେ ନିଜ ରାଜନୈତିକ ପ୍ରଭାବ ଆହୁରି ମଜବୁତ କରିବାକୁ ବଡ଼ ପ୍ରସ୍ତୁତି କରୁଛନ୍ତି।…

୨୮ ଅଗଷ୍ଟରେ ଲାଗୁଛି ଗ୍ରହଣ: ୬ ରାଶି ହୋଇଯାଆନ୍ତୁ ସତର୍କ, ଖର୍ଚ୍ଚ ହୋଇଯିବ ସବୁ ଟଙ୍କା…

୨୮ ଅଗଷ୍ଟ ୨୦୨୬ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁଯାୟୀ ଏହାର ପ୍ରଭାବ ୬ଟି ରାଶି ଉପରେ ପଡ଼ିପାରେ। ଜାଣନ୍ତୁ କେଉଁ କେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri