ପାଣି ଖୋଜୁଛନ୍ତି ପଥିକ

ଖମାର,୯ା୪ ବଢ଼ୁଛି ଗ୍ରୀଷ୍ମପ୍ରବାହ। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ସ୍ଥିତିକୁ ଦେଖି ସରକାର ସଚେତନ କରାଉଛନ୍ତି। ଅଂଶୁଘାତକୁ ନେଇ ସତର୍କ ରହିବାକୁ ଲୋକଙ୍କୁ ବାରମ୍ବାର ଚେତାଇ ଦେଉଛନ୍ତି। ଜରୁରୀ କାର୍ଯ୍ୟ ନ ଥିଲେ ଟାଣ ଖରାବେଳେ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଉଛନ୍ତି। ପୂର୍ବାହ୍ନରୁ ୧୦ଟାରୁ ଅପରାହ୍ନ ୨ଟା ଯାଏ ଶ୍ରମିକଙ୍କ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ହେଲେ ଗ୍ରୀଷ୍ମ ମୁକାବିଲା ନେଇ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ଏଯାଏ ସେପରି ତତ୍ପରତା ଦେଖିବାକୁ ମିଳୁନାହିଁ। ବିଶେଷକରି ପଥିକମାନେ ପିଇବା ପାଣି ଖୋଜୁଥିବା ବେଳେ ଜଳଛତ୍ରଟିଏ ଖୋଲିବାକୁ ପ୍ରଶାସନ ଆଗ୍ରହ ପ୍ରକାଶ କରିନାହିଁ। ଏହାକୁ ନେଇ ଖମାର ବଜାର ଉପରେ ନିର୍ଭର କରୁଥିବା ୧୩ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ପାଲଲହଡ଼ା ବ୍ଲକର ୨୭ଟି ପଞ୍ଚାୟତ ମଧ୍ୟରୁ ଖମାର ବଜାର ଉପରେ ପାଖାପାଖି ୧୩ଟି ପଞ୍ଚାୟତବାସୀ ନିର୍ଭର କରନ୍ତି। ହାଟ ବଜାର କରିବାକୁ ଦୈନିକ ସହସ୍ରାଧିକ ଲୋକ ଯାତାୟାତ କରୁଥିବା ବେଳେ ଥାନା, ଡାକ୍ତରଖାନା, ପୋଷ୍ଟ ଅଫିସ, ଆର୍‌ଆଇ ଅଫିସ ଓ ବ୍ୟାଙ୍କଗୁଡ଼ିକୁ ବିଭିନ୍ନ କାର୍ଯ୍ୟ ପାଇଁ ଲୋକେ ଆସିଥାନ୍ତି। ବଜାରରେ ଥିବା ଏକମାତ୍ର ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଦୀର୍ଘଦିନ ତଳୁ ଅଚଳ ହୋଇଯାଇଥିବାରୁ ଲୋକେ ପାଣି ଟୋପେ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମ ସମୟରେ ପାନୀୟ ଜଳର ଅଧିକ ଆବଶ୍ୟକତା ଥିବାରୁ ଏ ନେଇ ପ୍ରଶାସନ ଅଧିକ ତତ୍ପର ହେବା କଥା। ବଜାର ସହ ବିଭିନ୍ନ ସ୍ଥାନରେ ଜଳଛତ୍ରମାନ ଖୋଲିବା ଦିଗରେ ପଦକ୍ଷେପ ନିଆଯିବା କଥା। ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ଅର୍ଥ ମଧ୍ୟ ପ୍ରଦାନ କରାଯାଉଛି। କିନ୍ତୁ ବ୍ଲକ ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷ ଏଯାଏ ଜଳଛତ୍ର ପାଇଁ କୌଣସି ବ୍ୟବସ୍ଥା କରି ନ ଥିବାରୁ ବଜାର ଓ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ପାଣି ମୁନ୍ଦେ ପାଇପାରୁ ନାହାନ୍ତି। ବିଶେଷକରି ଗ୍ରାମାଞ୍ଚଳରୁ ସାଇକେଲରେ ଓ ଚାଲି ଚାଲି ଆସୁଥିବା ଲୋକେ ପିଇବା ପାଣି ପାଇଁ ଜଳଛତ୍ର ଉପରେ ଅଧିକ ନିର୍ଭର କରିଥାନ୍ତି। ହେଲେ କୌଣସି ସ୍ଥାନରେ ଜଳଛତ୍ର ଖୋଲାଯାଇ ନ ଥିବାରୁ ପଥିକମାନେ ଶୋଷ ମେଣ୍ଟାଇପାରୁ ନାହାନ୍ତି।

ପ୍ରଶାସନ ବୁଝୁନି ସମସ୍ୟା
ଗ୍ରୀଷ୍ମପ୍ରବାହ ବଢିଚାଲିଥିଲେ ମଧ୍ୟ ଏଯାଏ ବ୍ଲକ ପ୍ରଶାସନ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇନାହିଁ। ଗ୍ରାମାଞ୍ଚଳରୁ ଖମାର ବଜାରକୁ ଆସୁଥିବା ବାଟୋଇମାନେ ପାନୀୟ ଜଳ ଖୋଜୁଥିବା ବେଳେ ଜଳଛତ୍ର ଖୋଲା ନ ଯିବା ଦୁର୍ଭାଗ୍ୟଜନକ।
-ଲକ୍ଷ୍ମୀଧର ବିଶ୍ୱାଳ, ଖମାର

ଅସୁବିଧା ଭୋଗୁଛନ୍ତି ବାଟୋଇ
ଖମାର ଅଞ୍ଚଳର ବହୁ ସ୍ଥାନରେ ସାପ୍ତାହିକ ହାଟ ହଉଛି। ସେଠାକୁ ଗ୍ରାମାଞ୍ଚଳର ଚାଷୀ ଓ ଖାଉଟିମାନେ ବହୁ ସଂଖ୍ୟାରେ ଆସିଥାନ୍ତି। ଦୂର ଦୂରାନ୍ତର ଲୋକେ ଟାଣ ଖରାରେ ଯାତାୟାତ ବେଳେ ପାଣି ମୁନ୍ଦେ ଖୋଜିଥାନ୍ତି। ପ୍ରଶାସନ ତୁରନ୍ତ ଜଳଛତ୍ର ବ୍ୟବସ୍ଥା କରୁ।
-କୃଷ୍ଣ ଚନ୍ଦ୍ର ସାହୁ, ଶଙ୍ଖମୁର

ମାସେ ପରେ ବି ଚିନ୍ତା ନାହିଁ
ଦିନକୁ ଦିନ ତାପମାତ୍ରରେ ଭାରି ବୃଦ୍ଧି ଦେଖିବାକୁ ମିଳୁଛି। ଏପରି ସମୟରେ ରାସ୍ତା ପାର୍ଶ୍ୱରେ ଜଳଛତ୍ରଟିଏ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି। ମାର୍ଚ୍ଚରୁ ଖରା ବଢିଚାଲିଥିଲେ ମଧ୍ୟ ଏଯାଏ ପ୍ରଶାସନ ପକ୍ଷରୁ ଜଳଛତ୍ରଟିଏ କରା ନ ଯିବା ଚିନ୍ତାର ବିଷୟ।
-ଯୁଗଳ କିଶୋର ଜିତ, ସାମାଜିକ କର୍ମୀ, ଖମାର

ବ୍ଲକରୁ ନିର୍ଦ୍ଦେଶ ଆସିନି
ପଞ୍ଚାୟତର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯିବାକୁ ଏଯାଏ ବ୍ଲକ ତରଫରୁ କୌଣସି ନିର୍ଦ୍ଦେଶନାମା ଆସିନାହିଁ। ସେଥିପାଇଁ ପଦକ୍ଷେପ ନିଆଯାଇ ନାହିଁ। ବ୍ଲକ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଲେ ତୁରନ୍ତ ଜଳଛତ୍ର ସେବା ଆରମ୍ଭ କରାଯିବ।
-ସ୍ବର୍ଣ୍ଣଲତା ସାହୁ, ସରପଞ୍ଚ, ଶଙ୍ଖମୁର

ବଜାରରେ ଅଚଳ ପଡ଼ିଛି ପ୍ରକଳ୍ପ
ଖମାର ବଜାରକୁ ଦୈନିକ ବହୁ ସଂଖ୍ୟାରେ ଲୋକ ଆସିଥାନ୍ତି। ବଜାରରେ ଥିବା ଏକମାତ୍ର ଥଣ୍ଡା ପାନୀୟ ଜଳ ପ୍ରକଳ୍ପ କେବେଠାରୁ ଖରାପ ହୋଇପଡିଛି। ତେଣୁ ଜଳଛତ୍ର ବ୍ୟବସ୍ଥା କରାଯାଇଥିଲେ ଲୋକେ ପାଣି ପାଇଁ ଆଉ ଅସୁବିଧା ଭୋଗ ନ ଥାନ୍ତେ।
-ଦେବାଶିଷ ସାମଲ, ବ୍ୟବସାୟୀ, ଖମାର ବଜାର

ଜଳଛତ୍ର ପାଇଁ ବ୍ୟବସ୍ଥା ହେଉଛି
ଖରା ବଢ଼ିଛି। ଏହାକୁ ନଜରରେ ରଖି ଗତ ୧ ତାରିଖରୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଆରମ୍ଭ ହେବାର ଯୋଜନା ଥିଲା। ଏଥିରେ ସାମାନ୍ୟ ବିଳମ୍ବ ହୋଇଛି। ତେବେ ଆସନ୍ତା ସୋମବାରରୁ ଜଳଛତ୍ର ଖୋଲାଯିବା ପାଇଁ ବ୍ୟବସ୍ଥା କରାଯିବ।
-ଅଜିତ କୁମାର ପ୍ରଧାନ, ଉପଜିଲାପାଳ, ପାଲଲହଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri