ପାଣି ଖୋଜୁଛନ୍ତି ପଥିକ

ଖମାର,୯ା୪ ବଢ଼ୁଛି ଗ୍ରୀଷ୍ମପ୍ରବାହ। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ସ୍ଥିତିକୁ ଦେଖି ସରକାର ସଚେତନ କରାଉଛନ୍ତି। ଅଂଶୁଘାତକୁ ନେଇ ସତର୍କ ରହିବାକୁ ଲୋକଙ୍କୁ ବାରମ୍ବାର ଚେତାଇ ଦେଉଛନ୍ତି। ଜରୁରୀ କାର୍ଯ୍ୟ ନ ଥିଲେ ଟାଣ ଖରାବେଳେ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଉଛନ୍ତି। ପୂର୍ବାହ୍ନରୁ ୧୦ଟାରୁ ଅପରାହ୍ନ ୨ଟା ଯାଏ ଶ୍ରମିକଙ୍କ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ହେଲେ ଗ୍ରୀଷ୍ମ ମୁକାବିଲା ନେଇ ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ଏଯାଏ ସେପରି ତତ୍ପରତା ଦେଖିବାକୁ ମିଳୁନାହିଁ। ବିଶେଷକରି ପଥିକମାନେ ପିଇବା ପାଣି ଖୋଜୁଥିବା ବେଳେ ଜଳଛତ୍ରଟିଏ ଖୋଲିବାକୁ ପ୍ରଶାସନ ଆଗ୍ରହ ପ୍ରକାଶ କରିନାହିଁ। ଏହାକୁ ନେଇ ଖମାର ବଜାର ଉପରେ ନିର୍ଭର କରୁଥିବା ୧୩ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ପାଲଲହଡ଼ା ବ୍ଲକର ୨୭ଟି ପଞ୍ଚାୟତ ମଧ୍ୟରୁ ଖମାର ବଜାର ଉପରେ ପାଖାପାଖି ୧୩ଟି ପଞ୍ଚାୟତବାସୀ ନିର୍ଭର କରନ୍ତି। ହାଟ ବଜାର କରିବାକୁ ଦୈନିକ ସହସ୍ରାଧିକ ଲୋକ ଯାତାୟାତ କରୁଥିବା ବେଳେ ଥାନା, ଡାକ୍ତରଖାନା, ପୋଷ୍ଟ ଅଫିସ, ଆର୍‌ଆଇ ଅଫିସ ଓ ବ୍ୟାଙ୍କଗୁଡ଼ିକୁ ବିଭିନ୍ନ କାର୍ଯ୍ୟ ପାଇଁ ଲୋକେ ଆସିଥାନ୍ତି। ବଜାରରେ ଥିବା ଏକମାତ୍ର ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଦୀର୍ଘଦିନ ତଳୁ ଅଚଳ ହୋଇଯାଇଥିବାରୁ ଲୋକେ ପାଣି ଟୋପେ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମ ସମୟରେ ପାନୀୟ ଜଳର ଅଧିକ ଆବଶ୍ୟକତା ଥିବାରୁ ଏ ନେଇ ପ୍ରଶାସନ ଅଧିକ ତତ୍ପର ହେବା କଥା। ବଜାର ସହ ବିଭିନ୍ନ ସ୍ଥାନରେ ଜଳଛତ୍ରମାନ ଖୋଲିବା ଦିଗରେ ପଦକ୍ଷେପ ନିଆଯିବା କଥା। ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ଅର୍ଥ ମଧ୍ୟ ପ୍ରଦାନ କରାଯାଉଛି। କିନ୍ତୁ ବ୍ଲକ ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷ ଏଯାଏ ଜଳଛତ୍ର ପାଇଁ କୌଣସି ବ୍ୟବସ୍ଥା କରି ନ ଥିବାରୁ ବଜାର ଓ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ପାଣି ମୁନ୍ଦେ ପାଇପାରୁ ନାହାନ୍ତି। ବିଶେଷକରି ଗ୍ରାମାଞ୍ଚଳରୁ ସାଇକେଲରେ ଓ ଚାଲି ଚାଲି ଆସୁଥିବା ଲୋକେ ପିଇବା ପାଣି ପାଇଁ ଜଳଛତ୍ର ଉପରେ ଅଧିକ ନିର୍ଭର କରିଥାନ୍ତି। ହେଲେ କୌଣସି ସ୍ଥାନରେ ଜଳଛତ୍ର ଖୋଲାଯାଇ ନ ଥିବାରୁ ପଥିକମାନେ ଶୋଷ ମେଣ୍ଟାଇପାରୁ ନାହାନ୍ତି।

ପ୍ରଶାସନ ବୁଝୁନି ସମସ୍ୟା
ଗ୍ରୀଷ୍ମପ୍ରବାହ ବଢିଚାଲିଥିଲେ ମଧ୍ୟ ଏଯାଏ ବ୍ଲକ ପ୍ରଶାସନ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇନାହିଁ। ଗ୍ରାମାଞ୍ଚଳରୁ ଖମାର ବଜାରକୁ ଆସୁଥିବା ବାଟୋଇମାନେ ପାନୀୟ ଜଳ ଖୋଜୁଥିବା ବେଳେ ଜଳଛତ୍ର ଖୋଲା ନ ଯିବା ଦୁର୍ଭାଗ୍ୟଜନକ।
-ଲକ୍ଷ୍ମୀଧର ବିଶ୍ୱାଳ, ଖମାର

ଅସୁବିଧା ଭୋଗୁଛନ୍ତି ବାଟୋଇ
ଖମାର ଅଞ୍ଚଳର ବହୁ ସ୍ଥାନରେ ସାପ୍ତାହିକ ହାଟ ହଉଛି। ସେଠାକୁ ଗ୍ରାମାଞ୍ଚଳର ଚାଷୀ ଓ ଖାଉଟିମାନେ ବହୁ ସଂଖ୍ୟାରେ ଆସିଥାନ୍ତି। ଦୂର ଦୂରାନ୍ତର ଲୋକେ ଟାଣ ଖରାରେ ଯାତାୟାତ ବେଳେ ପାଣି ମୁନ୍ଦେ ଖୋଜିଥାନ୍ତି। ପ୍ରଶାସନ ତୁରନ୍ତ ଜଳଛତ୍ର ବ୍ୟବସ୍ଥା କରୁ।
-କୃଷ୍ଣ ଚନ୍ଦ୍ର ସାହୁ, ଶଙ୍ଖମୁର

ମାସେ ପରେ ବି ଚିନ୍ତା ନାହିଁ
ଦିନକୁ ଦିନ ତାପମାତ୍ରରେ ଭାରି ବୃଦ୍ଧି ଦେଖିବାକୁ ମିଳୁଛି। ଏପରି ସମୟରେ ରାସ୍ତା ପାର୍ଶ୍ୱରେ ଜଳଛତ୍ରଟିଏ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି। ମାର୍ଚ୍ଚରୁ ଖରା ବଢିଚାଲିଥିଲେ ମଧ୍ୟ ଏଯାଏ ପ୍ରଶାସନ ପକ୍ଷରୁ ଜଳଛତ୍ରଟିଏ କରା ନ ଯିବା ଚିନ୍ତାର ବିଷୟ।
-ଯୁଗଳ କିଶୋର ଜିତ, ସାମାଜିକ କର୍ମୀ, ଖମାର

ବ୍ଲକରୁ ନିର୍ଦ୍ଦେଶ ଆସିନି
ପଞ୍ଚାୟତର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯିବାକୁ ଏଯାଏ ବ୍ଲକ ତରଫରୁ କୌଣସି ନିର୍ଦ୍ଦେଶନାମା ଆସିନାହିଁ। ସେଥିପାଇଁ ପଦକ୍ଷେପ ନିଆଯାଇ ନାହିଁ। ବ୍ଲକ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଲେ ତୁରନ୍ତ ଜଳଛତ୍ର ସେବା ଆରମ୍ଭ କରାଯିବ।
-ସ୍ବର୍ଣ୍ଣଲତା ସାହୁ, ସରପଞ୍ଚ, ଶଙ୍ଖମୁର

ବଜାରରେ ଅଚଳ ପଡ଼ିଛି ପ୍ରକଳ୍ପ
ଖମାର ବଜାରକୁ ଦୈନିକ ବହୁ ସଂଖ୍ୟାରେ ଲୋକ ଆସିଥାନ୍ତି। ବଜାରରେ ଥିବା ଏକମାତ୍ର ଥଣ୍ଡା ପାନୀୟ ଜଳ ପ୍ରକଳ୍ପ କେବେଠାରୁ ଖରାପ ହୋଇପଡିଛି। ତେଣୁ ଜଳଛତ୍ର ବ୍ୟବସ୍ଥା କରାଯାଇଥିଲେ ଲୋକେ ପାଣି ପାଇଁ ଆଉ ଅସୁବିଧା ଭୋଗ ନ ଥାନ୍ତେ।
-ଦେବାଶିଷ ସାମଲ, ବ୍ୟବସାୟୀ, ଖମାର ବଜାର

ଜଳଛତ୍ର ପାଇଁ ବ୍ୟବସ୍ଥା ହେଉଛି
ଖରା ବଢ଼ିଛି। ଏହାକୁ ନଜରରେ ରଖି ଗତ ୧ ତାରିଖରୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଆରମ୍ଭ ହେବାର ଯୋଜନା ଥିଲା। ଏଥିରେ ସାମାନ୍ୟ ବିଳମ୍ବ ହୋଇଛି। ତେବେ ଆସନ୍ତା ସୋମବାରରୁ ଜଳଛତ୍ର ଖୋଲାଯିବା ପାଇଁ ବ୍ୟବସ୍ଥା କରାଯିବ।
-ଅଜିତ କୁମାର ପ୍ରଧାନ, ଉପଜିଲାପାଳ, ପାଲଲହଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?