ଆନ୍ଧ୍ର ମାନିଲାନି ହାଇକୋର୍ଟ ନିର୍ଦ୍ଦେଶ

କୋରାପୁଟ/ ପଟ୍ଟାଙ୍ଗୀ,୯।୪(ଡି.ଏନ୍‌.ଏ./ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସୀମାନ୍ତ କୋଟିଆ ପଞ୍ଚାୟତର ନେରେଡ଼ିବାଲସା ଗ୍ରାମରେ ଗୁରୁବାର ଆନ୍ଧ୍ର ଜିଲା ପରିଷଦ ଓ ସମିତିସଭ୍ୟ ପଦ ପାଇଁ ନିର୍ବାଚନ କରିଛି। ଆନ୍ଧ୍ର ହାଇକୋର୍ଟଙ୍କ ରହିତାଦେଶକୁ ମାନିନାହିଁ। ଏନେଇ ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନିରାଶ ହୋଇଥିବା ଆନ୍ଧ୍ର ସରକାର ସବୁ ନୀତିନିୟମକୁ ଉଲ୍ଲଂଘନକରି ଭୋଟ କରାଇଛଇ। ନେରେଡ଼ିବାଲସା ଗ୍ରାମରେ ହୋଇଥିବା ମତଦାନ କେନ୍ଦ୍ରରେ ମାତ୍ର ୨୨୩ ଜଣ ଭୋଟ ଦେଇଛନ୍ତି। ବିଜୟନଗରମ ଜିଲାର ୩୪ଟି ଜିଲା ପରିଷଦ ଏବଂ ସାଲୁର ବ୍ଲକର ୧୬ଟି ସମିତି ସଭ୍ୟ ପାଇଁ ହେଉଥିବା ନିର୍ବାଚନରେ କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମ ନେରେଡ଼ିବାଲସା ରହିଥିଲା। ମତଦାନ ସମୟରେ ସେଠାରେ ଉପସ୍ଥିତ ଥିବା ଓଡ଼ିଶାର ସବୁଦଳର ନେତାମାନେ ବିରୋଧ କରିଥିଲେ। ସେଠାରେ ପରିସ୍ଥିତି ଏପରି ହୋଇଥିଲା ଯେ, କିଛି ସମୟପାଇଁ ଆନ୍ଧ୍ରର ଡେପୁଟି କଲେକ୍ଟର ଓ ପାର୍ବତୀପୁରମର ଆଇଡିଟିଏ ଅଧିକାରୀ ଓ ନିର୍ବାଚନ କର୍ମଚାରୀଙ୍କୁ ଓଡ଼ିଶାର ନେତା ଓ ସ୍ଥାନୀୟ ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ଲାଗି ଧସ୍ତାଧସ୍ତି ହେବା ଦେଖିବାକୁ ମିଳିଥିଲା। ଓଡ଼ିଶା ନେତା ଓ ଗ୍ରାମବାସୀଙ୍କ ବିରୋଧ ଯୋଗୁ କେବଳ ନେରେଡିବାଲାସା ବ୍ୟତୀତ ଅନ୍ୟ କେଉଁ ସୀମାନ୍ତ ଗ୍ରାମରେ ଆନ୍ଧ୍ର ଭୋଟ ଗ୍ରହଣ କରିପାରିନାହିଁ। ଗତ ନିର୍ବାଚନ ତୁଳନାରେ ଏହି ମତଦାନ ଖୁବ୍‌ ନଗଣ୍ୟ ହୋଇଛି। ମାତ୍ର ୧୫ ପ୍ରତିଶତ ମତଦାନ ହୋଇଛି। ଗତଥର ୭୦ ପ୍ରତିଶତ ମତଦାନ ହୋଇଥିଲା।
ଖବରରୁ ଜଣାପଡ଼ିଛି କୋରାପୁଟ ଜିଲା ପ୍ରଶାସନର ସମସ୍ତ ସତର୍କତା ସତ୍ତ୍ୱେ ଗୁରୁବାର ସକାଳେ ଆନ୍ଧ୍ର ପକ୍ଷରୁ କୋଟିଆ ପଞ୍ଚାୟତର ନେରେଡ଼ିବାଲସା ଗ୍ରାମରେ ହୋଇଥିବା ବୁଥ୍‌ରେ ମତଦାନ ଆରମ୍ଭ ହୋଇଥିଲା। ଏହାକୁ ନେରେଡ଼ିବାଲସାଠାରେ ଉପସ୍ଥିତ ଥିବା ଓଡ଼ିଶାର କେତେକ ନେତା ଓ ଗ୍ରାମବାସୀ ବିରୋଧ କରିଥିଲେ। ଏନେଇ କିଛି ସମୟ ପାଇଁ ଆନ୍ଧ୍ରର ଡେପୁଟି କଲେକ୍ଟର, ପାର୍ବତୀପୁରମର ଆଇଡିଟିଏ ଅଧିକାରୀ ଆର. କୋର୍ମନାଦ, ବିଜୟନଗରମ ଜିଲା ଆରକ୍ଷୀ ଅଧୀକ୍ଷକ ବିରାଜା କୁମାରୀ ଓ ସାଲୁର ତହସିଲଦାର ଶ୍ରୀନିବାସ ରାଓଙ୍କ ସହ ନିର୍ବାଚନ କର୍ମଚାରୀଙ୍କୁ ତୀବ୍ର ବିରୋଧର ସମ୍ମଖୀନ ହେବାକୁ ପଡିଥିଲା। ପରେ ଆନ୍ଧ୍ର ପୋଲିସ ନିଜ ଗାଡ଼ିରେ ଲୋକଙ୍କୁ ବୋହି ଭୋଟ କେନ୍ଦ୍ରକୁ ନେଇଥିଲା। ଅପରାହ୍ନ ୩ଟା ବେଳକୁ ମାତ୍ର ୨୨୩ ଜଣ ମତଦାନ କରିଥିବା ଜଣାପଡିଛି। କୋରାପୁଟ ଏସ୍‌ପି ବରୁଣ ଗୁଣ୍ଠୁପାଲି, ଅତିରିକ୍ତ ଏସ୍‌ପି ଉତ୍କଳ ରଞ୍ଜନ ଦାଶ, ପଟ୍ଟାଙ୍ଗୀ ତହସିଲଦାର ହରିପଦ ମଣ୍ଡଳ, ଅତିରିକ୍ତ ତହସିଲଦାର ମହାଦେବ ଭତ୍ରାଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ନେରେଡ଼ିବାଲସା ଗ୍ରାମରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିଲେ।
ସୂଚନାଯୋଗ୍ୟ, ଏହି ମତଦାନକୁ ରୋକିବାକୁ କୋରାପୁଟ ଜିଲା ପ୍ରଶାସନ ଓ ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳର ନେତାମାନେ ପୂର୍ବରୁ ବହୁ ସଚେତନତା କାର୍ଯ୍ୟକ୍ରମ କରି ସ୍ଥାନୀୟ ଲୋକଙ୍କୁ ମତଦାନରେ ସାମିଲ ନ ହେବାକୁ ଅନୁରୋଧ କରିଥିଲେ। କୋରାପୁଟ ଜିଲାପାଳ ଅବଦାଲ ମହମ୍ମଦ ଅଖତାର କରୋନା କଟକଣା ନେଇ ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରିଥିଲେ। ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀ, ବିଜେଡି ଜିଲା ସଭାପତି ଈଶ୍ୱର ପାଣିଗ୍ରାହୀ, କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, ପଟ୍ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ, ଜିଲା ପରିଷଦ ଅଧ୍ୟକ୍ଷା ତୁଳସୀ କିରସାନି, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମେତ ଅନ୍ୟମାନେ ଫାଟୁସିନେରି ଓ ନେରେଡ଼ିବାଲସାରେ ରହି ଲୋକଙ୍କୁ ଭୋଟ ନ ଦେବାକୁ ବୁଝାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri