ଆମ ଜିଲା ଖବର

ମହଙ୍ଗା ପଡ଼ିଲା ନକଲି ଜାତିଗତ ପ୍ରମାଣପତ୍ର :୨୫ ବର୍ଷ ଚାକିରି କରିବା ପରେ ମହିଳା କିରାଣି ବହିଷ୍କୃତ

ମାଲକାନଗିରି,୩୧।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଜାଲ ପ୍ରମାଣପତ୍ର ଜରିଆରେ ଦୀର୍ଘ ୨୫ ବର୍ଷ ଚାକିରି କରିବା ପରେ ଜଣେ ବରିଷ୍ଠ ମହିଳା କିରାଣି ଚାକିରିରୁ ବହିଷ୍କୃତ ହେବା ଚର୍ଚ୍ଚାର ବିଷୟ ହୋଇଛି। କଳାହାଣ୍ଡିର ଲକ୍ଷ୍ମୀପ୍ରିୟା ବେହେରା ୧୯୯୬ରେ ମାଲକାନଗିରି ଜିଲାରେ କିରାଣି ଭାବେ…

ପୋଲିସ-ମାଓବାଦୀ ଗୁଳି ବିନିମୟ, ଜଣେ ମାଓବାଦୀ ନିହତ

ମାଲକାନଗିରି,୩୧।୧(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନା ମାଡ଼କାପଦର ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ମାଡ଼କାପଦର ଜଙ୍ଗଲ ମଧ୍ୟରେ ମାଓବାଦୀମାନଙ୍କର ଏକ…

ପୋଲ ଉପରେ ପୁଅ, ଝିଅକୁ ବସାଇ ମା’ର ଆତ୍ମହତ୍ୟା ଉଦ୍ୟମ

ଗୋପ, ୩୧।୧(ଡି.ଏନ୍‌.ଏ.): ପୁରୀ ଜିଲା ଅନ୍ତର୍ଗତ ଗୋପ-ବାଲିଘାଇ ରାସ୍ତାର ଗୋପ ବଜାର ନିକଟ କୁଶଭଦ୍ରା ପୋଲ ଉପରେ ଶନିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଜଣେ ମହିଳା ନିଜର ଦୁଇ ପିଲାଙ୍କୁ ପୋଲ ଉପରେ ବସାଇ ଆତ୍ମହତ୍ୟା କରିବାକୁ ଯାଉଥିଲେ।…

ବାପାଙ୍କ ଋଣ ଶୁଝିବାକୁ ଝିଅ ବନ୍ଧକ

ଲାଠୋର, ୩୧।୧(ଡି.ଏନ.ଏ.): ଅଗ୍ରିମ ଟଙ୍କା ନେଇ ୨୦୨୦ ନଭେମ୍ବରରେ ତେଲଙ୍ଗାନାକୁ ସ୍ତ୍ରୀଙ୍କ ସହ ଦାଦନ ଖଟିବାକୁ ଯାଇଥିଲେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଡେବରିଆମୁଣ୍ଡା ଗ୍ରାମର ସ୍ବର୍ଣ୍ଣ ଶବର(୪୫)। ତେଲଙ୍ଗାନାର ଜଗତଲ ଜିଲା ମାଟିପୁଲି ଗ୍ରାମର ସମ୍ପଦ ଗୌଡଙ୍କ ଇଟାଭାଟିରେ ସେ…

ଅଗରନାଶି ଦ୍ୱୀପର ପରିସୀମା କମୁଛି

କେନ୍ଦ୍ରାପଡ଼ା ଅଫିସ, ୩୧।୧: ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ଅନ୍ତୁଡିଶାଳ ଭାବେ ପରିଚିତ ବିଶ୍ୱପ୍ରସିଦ୍ଧ ଗହୀରମଥା (ସାମୁଦ୍ରିକ) ବନ୍ୟଜନ୍ତୁ ଅଭୟାରଣ୍ୟ ଅଗରନାଶିର ପରିସୀମା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଗତ ୫ ଦଶନ୍ଧିି ପୂର୍ବେ ଏହି ଦ୍ୱୀପର ଲମ୍ବ ୭ କିଲୋମିଟର…

ଯୁବକଙ୍କ ଉନ୍ମତ୍ତକାଣ୍ଡ: ଘରେ ପଶି ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କରି ନିଜ ଗଳା କାଟିଲେ

ନୟାଗଡ଼ ଅଫିସ,୩୧ା୧: ନୟାଗଡ ଜିଲା ଶରଣକୁଳ ଥାନା ଗୋଡିପଡା ହାଇସ୍କୁଲ ସାହିରେ ଜଣେ ଯୁବକ ଶନିବାର ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଘରେ ପଶି ସେ ଜଣେ ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କରିଛନ୍ତି। ଶିକ୍ଷୟିତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ ୪ ଜଣ ସମ୍ପୃକ୍ତ ଯୁବକଙ୍କ…

ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଇଟାଲୀ ଦମ୍ପତି

ବ୍ରହ୍ମପୁର ଅଫିସ,୩୧।୧: ଗଞ୍ଜାମ ଜିଲା ଉତ୍କଳ ବାଳାଶ୍ରମରେ ପାଳିତ ହେଉଥିବା ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ବିଦେଶୀମାନେ ପସନ୍ଦ କରୁଛନ୍ତି। ଗତ ଡିସେମ୍ବର ୧୦ରେ ସ୍ପେନର ଏକ ଦମ୍ପତି ଜଣେ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ…

କେନ୍ଦୁଝରର ଯୁବ ବୈଜ୍ଞାନିକ ଇସ୍ରୋରେ ପୁରସ୍କୃତ

କେନ୍ଦୁଝର, ୩୧।୧(ସ୍ବ.ପ୍ର./ଡି.ଏନ୍‌.ଏ.): ଅନ୍ତରୀକ୍ଷ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦୁଝର ଜିଲାର ଯୁବ ବୈଜ୍ଞାନିକ ଅଟଳ କୃଷ୍ଣ ଖଟୁଆ ଇସ୍ରୋ ପକ୍ଷରୁ ବିକ୍ରମ ସରାଭାଇ କ୍ୱାଲିଟି ପୁରସ୍କାର ୨୦୨୦ ପାଇଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଇସ୍ରୋ ସଂସ୍ଥାର ବିକ୍ରମ…

ହୁ ହୁ ବଢ଼ି ଚାଲିଛି ତୈଳ ଦର, ନ କମିଲେ ୧୫ରେ ଓଡ଼ିଶା ବନ୍ଦ

ବ୍ରହ୍ମପୁର ଅଫିସ,୩୧।୧: ଗଞ୍ଜାମ ଜିଲା କଂଗ୍ରେସ ପକ୍ଷରୁ ଶନିବାର ବ୍ରହ୍ମପୁରରେ ବିଶାଳ ସମାବେଶ ହୋଇଥିଲା। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ୧୦୦ ବର୍ଷ ପୂର୍ତ୍ତି ଏବଂ ତାଙ୍କ ତିରୋଧାନ ଦିବସ ପାଳନ କରାଯାଇଥିଲା। ଖଲ୍ଲିିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ୍‌ରେ ଆୟୋଜିତ…

ଝରାଫୁଲଙ୍କ ମୃତ୍ୟୁ ମିଷ୍ଟ୍ରୀ: ବିରିୟାନି ଦୋକାନରେ କରିଥିଲେ ବାନ୍ତି, ଗେଷ୍ଟ ହାଉସ୍‌ର ରୁମ୍‌ ନଂ.୨୦୧ ସିଲ୍‌

ଭୁବନେଶ୍ୱର(ବ୍ୟୁରୋ)/ଯାଜପୁର ଅଫିସ/ ରସୁଲପୁର(ଡି.ଏନ.ଏ.),୩୧ା୧: ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ରହସ୍ୟଘେରରେ ରହିଛି। ତାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ତାହା ଜାଣିବା ପାଇଁ ସମସ୍ତଙ୍କ ଉତ୍କଣ୍ଠା ରହିିଛି।…

ବିକାଶ ଖୋଜୁଛି ବୁଦ୍ଧେଶ୍ୱର ପୀଠ

ଭୁବନ, ୩୧।୧(ଡି.ଏନ.ଏ.) ଇତିହାସ ଏବଂ କିମ୍ବଦନ୍ତୀକୁ ନେଇ ସମୃଦ୍ଧ। ପର୍ଯ୍ୟଟନସ୍ଥଳୀର ମାନ୍ୟତା ମଧ୍ୟ ମିଳିଛି। ଅନୁଦାନ ଆସୁଛି। ଶ୍ରଦ୍ଧାଳୁ ଦେଉଛନ୍ତି ଲକ୍ଷାଧିକ ଟଙ୍କା ଦାନ। ହେଲେ ଅର୍ଥର ସଦ୍‌ବିନିଯୋଗ ହୋଇପାରୁ ନ ଥିବାରୁ ଐତିହାସିକ ବୁଦ୍ଧେଶ୍ୱର ଶୈବପୀଠର ବିକାଶ ଅଟକିଛି। ଅବଧି…

ଚୂଡ଼ାନ୍ତ ପର୍ଯ୍ୟାୟରେ କପିଳାସ ଭକ୍ତନିବାସ

ଢେଙ୍କାନାଳ ଅଫିସ, ୩୧।୧: ପ୍ରସିଦ୍ଧ ଶୈବପୀଠ କପିଳାସରେ ଶ୍ରଦ୍ଧାଳୁଙ୍କ ରହଣି ସୁବିଧା ପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟରେ ଚାଲିଥିବା ଭକ୍ତ ନିବାସ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆସନ୍ତା ଜାଗର ଯାତ୍ରା ପୂର୍ବରୁ ଏହାକୁ ଲୋକାର୍ପିତ କରାଯିବାକୁ ଲକ୍ଷ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?