ଫେରାର ପରେ ତତ୍ପର

କଟକ ଅଫିସ, ୧୧।୪: ଗ୍ୟାଙ୍ଗଷ୍ଟର ଶେଖ୍‌ ହାଇଦର ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବିରୁ ଶନିବାର ଅପରାହ୍ନରେ ଫେରାର ହୋଇଯିବା ଘଟଣା କମିଶନରେଟ ପୋଲିସର ଏବେ ମୁଣ୍ଡ ବିନ୍ଧାର କାରଣ ସାଜିଛି। ତାଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଯାଞ୍ଚ କରୁଛି। ଏପରି କି ପଡ଼ୋଶୀ କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲା ପୋଲିସ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ହାଇଦର ସର୍ଜରି ବିଭାଗର ୫ନଂ କ୍ୟାବିନରେ ଚିକିତ୍ସାଧୀନ ଥିଲେ। ତାଙ୍କ ଦାୟିତ୍ୱରେ ଶନିବାର ଜଣେ ସୁରକ୍ଷା କର୍ମୀ ଥିଲେ। କେଉଁ ପରିସ୍ଥିତିରେ ହାଇଦର ଫେରାର ହେଲେ ଏବଂ ତାଙ୍କୁୁ କିପରି ଖୁବ୍‌ଶୀଘ୍ର ଗିରଫ କରାଯିବ ସେନେଇ କମିଶନରେଟ ପୋଲିସ ମାନସ ମନ୍ଥନ ଆରମ୍ଭ କରିଛି। ଏପରି କି କଟକ ସହରକୁ ସଂଯୋଗ କରୁଥିବା ସମସ୍ତ ପଥକୁ ସିଲ୍‌ କରାଯାଇ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଯୋବ୍ରା ବ୍ୟାରେଜ୍‌, ଶିଖରପୁର, ତ୍ରିଶୂଳିଆ, ଗୋପାଳପୁର ଛକରେ କଡ଼ାକଡ଼ି ଯାଞ୍ଚ କରାଯାଇଥିବାବେଳେ ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ମଧ୍ୟ ଚଢ଼ାଉ କରାଯାଇଛି। ହାଇଦର ଫେରାର ହେବାର ପ୍ରାୟ ୨ ଘଣ୍ଟା ପରେ ପୋଲିସ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିଥିବାରୁ ସେ ସହର ଛାଡ଼ି ଚାଲିଯାଇଥିବା ଆଶଙ୍କା କରାଯାଉଛି।

ପୋଲିସ କମିଶନରଙ୍କ ରୁଦ୍ଧଦ୍ୱାର ବୈଠକ

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହୋଇଥିବା ଜଣାପଡ଼ିବାପରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କଟକରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଡିସିପିଙ୍କ କାର୍ଯ୍ୟାଳୟରେ କମିଶନର ସୌମେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏକ ରୁଦ୍ଧଦ୍ୱାର ବୈଠକ ବସିଥିଲା। ଯେଉଁଥିରେ ଡିସିପି ପ୍ରତୀକ ସିଂ ଓ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ପୋଲିସ ଏନେଇ କୌଣସି ମୁହଁ ଖୋଲୁ ନ ଥିବାବେଳେ ବୈଠକରେ ହାଇଦରଙ୍କୁ କିପରି ତୁରନ୍ତ ଗିରଫ କରାଯିବ ସେନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ନିଜ ନାମ ଗୋପନ ରଖି ଜଣେ ପୋଲିସ ଅଧିକାରୀ କହିଛନ୍ତି, ଏହା ଏକ ବଡ଼ ଘଟଣା। ପୋଲିସ ଏହାକୁ ଗୁରୁତ୍ୱର ସହ ନେଉଛି। ହାଇଦରଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି।

ସାଢ଼େ ୩ଟାରେ ଟାବ୍‌ଲେଟ ଦେଇଥିଲି, ସାଢ଼େ ୫ଟାରେ ନ ଥିଲେ

ହାଇଦର ଚିକିତ୍ସିତ ହେଉଥିବା କ୍ୟାବିନରେ ଶନିବାର ଦାୟିତ୍ୱରେ ଥିବା ଷ୍ଟାଫ ନର୍ସଙ୍କ କହିବା ହେଲା ସେ ତାଙ୍କୁ ନିୟମିତ ବ୍ୟବଧାନରେ ଔଷଧ ଦେଉଥିଲେ। ଅପରାହ୍ନ ସାଢ଼େ ୩ଟାରେ ସେ ତାଙ୍କୁ ଟାବ୍‌ଲେଟ ଦେବାକୁ କ୍ୟାବିନକୁ ଯାଇଥିଲେ। ସେତେବେଳେ ସେଠାରେ ହାଇଦରଙ୍କ ନିକଟରେ ୪ରୁ ୫ଜଣ ବ୍ୟକ୍ତି ଏବଂ ଜଣେ ସୁରକ୍ଷା କର୍ମୀ ଥିଲେ। ସେତେବେଳେ ସେମାନେ ବିରାୟାନି ଖାଉଥିଲେ। ସାଢ଼େ ୫ଟା ବେଳକୁ ଆଉ ଥରେ କ୍ୟାବିନ୍‌କୁ ଗଲାବେଳକୁ ହାଇଦରଙ୍କୁ ଦେଖିବାକୁ ପାଇ ନ ଥିଲେ। ଏଥିସହ ସୁରକ୍ଷାକର୍ମୀ ତଳେ ପଡ଼ିଥିଲେ। ସୁରକ୍ଷାକର୍ମୀଙ୍କୁ ଉଠାଇ ହାଇଦରଙ୍କ ବିଷୟରେ ପଚାରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇପାରି ନ ଥିଲେ। ସଙ୍ଗେ ସଙ୍ଗେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏନେଇ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?