ଟୋଲ୍‌ ଗେଟ୍‌ରେ ଶୁଳ୍କ ଆଦାୟକୁ ନେଇ ବିକ୍ଷୋଭ

ବାରିପଦା ଅଫିସ/ସାରସକଣା,୧୧ା୪-ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ୧୮ନଂ ଜାତୀୟ ରାଜପଥର କୁଳିଅଣା ନିକଟ ଶୁଖୁଆପୋଡା ଟୋଲ ଗେଟରୁ ଶୁଳ୍କ ଆଦାୟକୁ ବିରୋଧ କରି ଅଞ୍ଚଳବାସୀ ଶନିବାର ଅପରାହ୍ନରେ ବିକ୍ଷୋଭ ଜାରି ରଖିଛନ୍ତି। ଓଭରବ୍ରିଜ କାର୍ଯ୍ୟ ଓ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଶୁଳ୍କ ଆଦାୟକୁ ବନ୍ଦ ରଖିବାକୁ ଦାବି କରିଛନ୍ତି। ଫଳରେ ଏହି ଗେଟ୍‌ ଦେଇ ଚଳପ୍ରଚଳ କରୁଥିବା ଯାନବାହନ ଗୁଡିକ ଦୀର୍ଘ ୪ଘଣ୍ଟାରୁ ଅଧିକ ସମୟ ଅଟକି ରହିଛି ା ରିପୋର୍ଟ ଲେଖା ହେବା ବେଳକୁ କୁଳିଅଣା ପୋଲିସ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କ ସହିତ ଆଲୋଚନା ଜାରି ରଖିଥିଲେ ହେଁ ସମାଧାନର ବାଟ ଫିଟି ନାହିଁ।
ପ୍ରକାଶ ଯେ, ନହରପାଟଣାରୁ ଝାରପୋଖରିଆ ପର୍ଯ୍ୟନ୍ତ ୧୮ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ପରେ ଦୁଇଟି ସ୍ଥାନରୁ ଟୋଲ୍‌ଗେଟ ଜରିଆରେ ଗତ ୬ତାରିଖରୁ ଶୁଳ୍କ ଆଦାୟ କରାଯାଉଛି। ଏହାକୁ ନେଇ ପୃଥକ ସ୍ଥାନରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଶନିବାର ଅପରାହ୍ନ ୩ଟାରୁ ଶୁଖୁଆପୋଡା ଟୋଲ ଗେଟ୍‌ରେ ବାଙ୍ଗରିପୋଷି ବ୍ଳକ ଅଧ୍ୟକ୍ଷ ସୁବୋଧ ମାରାଣ୍ଡିଙ୍କ ନେତୃତ୍ୱରେ ଶତାଧିକ ସ୍ଥାନୀୟ ଲୋକେ ପହଞ୍ଚି ଟୋଲ ଆଦାୟକୁ ବିରୋଧ କରିଛନ୍ତି। ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଏବଂ ଓଭର ବ୍ରିଜ କାର୍ଯ୍ୟ ନ ସରିବା ପର୍ଯ୍ୟନ୍ତ ଟୋଲ ଗେଟ୍‌ରୁ ଶୁଳ୍କ ଆଦାୟ ବନ୍ଦ କରିବା ପାଇଁ ଜିଦରେ ଅଟଳ ରହିଛନ୍ତି। ଜିଲାରେ ଦୁଇଟି ଟୋଲ ଗେଟ୍‌ ଜିଲାବାସୀଙ୍କ ପାଇଁ ଶୋଷଣ ବୋଲି ସେମାନେ ଦର୍ଶାଇଛନ୍ତି। ଏଥିସହିତ ବାଙ୍ଗରିପୋଷି, ସାରସକଣା ଓ କୁଳିଅଣା ବ୍ଲ୍ଳକର ଲୋକ ସବଡିଭିଜନ ଓ ଜିଲା ମୁଖ୍ୟାଳୟକୁ ଯିବାଆସିବା ପାଇଁ ଧାର୍ଯ୍ୟ ଦରକୁ ବିରୋଧ କରିଛନ୍ତି। ସ୍ଥାନୀୟ ଲୋକଙ୍କ ପାଇଁ ଶୁଳ୍କ ସମ୍ପୂର୍ଣ୍ଣ ଛାଡ କରିବା ସହ ବେକାର ଯୁବତୀଯୁବକଙ୍କୁ ଟୋଲ ଗେଟରେ ନିଯୁକ୍ତି ପାଇଁ ଅଞ୍ଚଳର ଦୁର୍ଗା ଚରଣ ମୁର୍ମୁ, ପିତାମ୍ବର ବେହେରା, କୁଳିଅଣା ସରପଞ୍ଚ ଆନନ୍ଦ ହାଁସଦା, ଦାବି କରିଛନ୍ତି ା ଅପରପକ୍ଷରେ ବୈଶିଙ୍ଗା ନିକଟ ପଦ୍ମନାଭପୁର ଗେଟରେ ପୂର୍ବତନ ବଡସାହି ବିଧାୟକ ଗଣେଶ୍ୱର ପାତ୍ରଙ୍କ ନେତୃତ୍ୱରେ ବିଭିନ୍ନ ସଙ୍ଗଠନ ଓ ଜନସାଧାରଣ ସାମିଲ ହୋଇ ଟୋଲ ଆଦାୟକୁ ବିରୋଧ କରିଥିଲେ। ଫଳରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲାବାସୀଙ୍କ ଠାରୁ ଶୁଳ୍କ ଆଦାୟକୁ ଏନଏଚ୍‌ଆଇ ପକ୍ଷରୁ ସ୍ଥଗିତ ରଖାଯାଇଛି। ଆଲୋଚନା ଅନୁଯାୟୀ ଆସନ୍ତା ସୋମବାର ଏନଏଚ୍‌ଆଇ ପିଡି ଆସି ଘଟଣାର ସମାଧାନ କରିବେ ବୋଲି ଟୋଲ ଗେଟ ମ୍ୟାନେଜର ଜଣାଇଥିଲେ। ସେ ପର୍ଯ୍ୟନ୍ତ ଟୋଲ ଗେଟରେ ଶୁଳ୍କ ଆଦାୟକୁ ବନ୍ଦ ରଖାଯିବା ପରେ ସା ୮ଟା ବେଳକୁ ପରିସ୍ଥିତି ସ୍ବାଭାବିକ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri