୧୪ ଭକ୍ତଙ୍କୁ ନେଇ ଚଡ଼କମେଳା

ଭୋଗରାଇ, ୧୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କମେଳାର ଶନିବାର ଥିଲା ୪ର୍ଥ ଅର୍ଘ୍ୟ। ଏହି ଅବସରରେ ମହାଦେବଙ୍କଠାରେ ଶ୍ରେଷ୍ଠ ଭକ୍ତ ଉପବୀତଧାରୀ ପାଟଭକ୍ତ, ଦେଉଳିଆ ଓ ଶ୍ରୀବେକିଡି ୧୪ଭକ୍ତଙ୍କୁ ନେଇ ପାରମ୍ପରିକ ଚଡ଼କମେଳା ଅନୁଷ୍ଠିତ ହେଉଛି। କୋଭିଡ୍‌-୧୯ର ଦ୍ୱିତୀୟ ଲହର ସମଗ୍ର ଦେଶରେ ଦ୍ରୁତଗତିରେ ସଂକ୍ରମିତ ହେଉଥିବାରୁ ଜିଲା ପ୍ରଶାସନ, ଟ୍ରଷ୍ଟବୋର୍ଡ଼ ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟ ରଖି ଚଡ଼କମେଳାରେ କଟକଣା କଡ଼ାକଡ଼ି କରିଛନ୍ତି। ମନ୍ଦିର ପୂର୍ବ ସିଂହଦ୍ୱାର ଓ ଦକ୍ଷିଣ ଦ୍ୱାର ପ୍ରବେଶ ପଥ ମୁଖ୍ୟ ଫାଟକରେ ପ୍ରଶାସନ ପକ୍ଷରୁ ତାଲା ପକାଇ ପୋଲିସକୁ ସଜାଗ ରଖାଯାଇଛି। ସୀମିତ ସେବାୟତ, ପୂଜାରୀ ଓ ୧୪ ଉପବୀତଧାରୀ ଭକ୍ତଙ୍କୁ କେବଳ ମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ମିଳିଥିବା ବେଳେ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପରିସରକୁ ଯିବା ବାରଣ କରାଯାଇଛି। ଅପରପକ୍ଷରେ ଚନ୍ଦନେଶ୍ୱରଜୀଉଙ୍କ କୌଳିକ ପ୍ରଥାନୁଯାୟୀ ନୀତିକାନ୍ତି ପୂଜାର୍ଚ୍ଚନା କରାଯାଉଛି। ଏଥିସହିତ ଉପବୀତଧାରୀ ୧୪ଭକ୍ତ ସେବାୟତ, ପୂଜାରୀ ଓ ବାଦ୍ୟକାରମାନେ କୋଭିଡ୍‌ ନିୟମ ମାନି ବେକଡା ନୃତ୍ୟ, ଗ୍ରାମରେ ଆଲୋମ ପୂଜାର୍ଚ୍ଚନା କରୁଛନ୍ତି।
ରବିବାର ଚନ୍ଦନେଶ୍ୱର ମହାଦେବଙ୍କ ଅନ୍ୟ ଏକ ଆକର୍ଷଣ ହେଉଛି କାମିନୀ ବିବାହ। ଜୀଉଙ୍କ ବିବାହ ନିମନ୍ତେ ଭକ୍ତ, ସେବାୟତ, ପୂଜାରୀ ଓ ଟ୍ରଷ୍ଟବୋର୍ଡ଼ର ସଦସ୍ୟମାନଙ୍କ ଦ୍ୱାରା ତପତ୍ରତା ପ୍ରକାଶ ପାଇଛି। ଶନିବାର ନିଶିବସାନରୁ ସମସ୍ତ ଭକ୍ତ ଓ ପ୍ରଶାସକମାନେ ମନ୍ଦିରରୁ ପୂଜାର୍ଚ୍ଚନା କରି ନିକଟସ୍ଥ ଭଟ୍ଟପୁର ଗାଁ ମାଳାକାର ଘରେ ଯାଇ ମହାଦେବଙ୍କ ବିବାହ ନିମନ୍ତେ ନିମନ୍ତ୍ରଣ କରିବେ ଏବଂ ସେଠାରୁ କନ୍ୟା କାମିନୀଙ୍କୁ ସୁସଜ୍ଜିତ ଶୋଭାଯାତ୍ରାରେ ନେଇ ମନ୍ଦିର ବିଜେ କରିବେ। ବାବା ଚନ୍ଦନେଶ୍ୱର ମହାଦେବଙ୍କ ରୁଦ୍ଧଦ୍ୱାରରେ ମହାଦେବ ସୁନ୍ଦରୀ ଅସୁରୁଣୀଙ୍କୁ ବରଣମାଳା ପିନ୍ଧାଇବେ। କିମ୍ବଦନ୍ତୀ ଓ ପ୍ରଥାନୁଯାୟୀ ସେବାୟତଙ୍କ ଦ୍ୱାରା କାମିନୀ ବିବାହ ସମ୍ପୂର୍ଣ୍ଣ ହେବ। ବିଶ୍ୱାସର ଠାକୁର ଶ୍ରୀ ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ କାମିନୀ ବିବାହର ବହୁ ରୋମାଞ୍ଚକର କାହାଣୀ ଏବେ ବି ଶୈବଭକ୍ତଙ୍କ ଭାବାବେଗକୁ ଉଜ୍ଜୀବିତ କରୁଛି। ହେଲେ ଲକ୍ଷାଧିକ ଭକ୍ତଙ୍କ ଗହଳି ହେଉଥିବା ଏହି ପ୍ରସିଦ୍ଧ ଶୈବପୀଠ ମହାମାରୀ କରୋନାରେ ମଳିନ ପଡ଼ିଛି। କେବଳ ଚନ୍ଦନେଶ୍ୱର ବଜାର ଖୋଲା ଥିବା ବେଳେ ମନ୍ଦିର ପରିସର ବାହାରେ କାଁ ଭାଁ ଶୈବଭକ୍ତ ଭଗବାନଙ୍କୁ ଆରାଧନା କରି ଫେରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri