ମାଣ୍ଡିଆକେକ୍‌ ପ୍ରସ୍ତୁତି ପ୍ରଣାଳୀକୁ ସ୍ବୀକୃତି

ସମ୍ବଲପୁର,୧୧।୪(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ)କୁ ଆଉ ଏକ ସଫଳତା ମିଳିଛି। ହୋମ୍‌ ସାଇନ୍ସର ପିଜି ଓ ସ୍କୁଲ ଅଫ କେମେଷ୍ଟ୍ରି ବିଭାଗର ମିଳିତ ମାଣ୍ଡିଆ ପ୍ରସ୍ତୁତିି ପ୍ରଣାଳୀକୁ ଜାତୀୟ ସ୍ତରରେ ମାନ୍ୟତା ମିଳିଛି। ଭାରତୀୟ ପ୍ରଣାଳୀ ଅଫିସ ଭାରତ ସରକାରଙ୍କ ପକ୍ଷରୁ ୨୦ବର୍ଷ ପାଇଁ ଏହି ସ୍ବୀକୃତି ପ୍ରଦାନ କରାଯାଇଛି। ଏହି ପ୍ରଣାଳୀରେ ଆଉ କେହି କେକ୍‌ ତିଆରି କରିପାରିବେ ନାହିଁ। ଯଦି କରିବେ ତା’ହେଲେ ଏସ୍‌ୟୁଠାରୁ ଅନୁମତି ନେବାକୁ ପଡ଼ିବ ନ ହେଲେ କିଣିବାକୁ ପଡ଼ିବ ବୋଲି କୁଳପତି ସଞ୍ଜୀବ ମିତ୍ତଲ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ବିଶ୍ୱବିଦ୍ୟାଳୟ ହୋମ୍‌ ସାଇନ୍ସ ବିଭାଗ ମୁଖ୍ୟ ଚନ୍ଦ୍ରଶେଖର ଲେଙ୍କା, ସ୍କୁଲ ଅଫ କେମେଷ୍ଟ୍ରି ପ୍ରଫେସର ପ୍ରମିଳା କୁମାରୀ ମିଶ୍ର, ଅଚ୍ୟୁତ କୁମାର ବିଶ୍ୱାଳ, ତୃପ୍ତି ପ୍ରଧାନ, ତୃପ୍ତି କୁମାରୀ ପ୍ରମୁଖ ମିଳିତ ଭାବେ ମାଣ୍ଡିଆକେକ୍‌ ତିଆରି କରିଥିବାରୁ ସେମାନଙ୍କୁ ଏହି ଶ୍ରେୟ ଦିଆଯାଉଛି। ସେହିପରି ଚନ୍ଦ୍ରଶେଖର ଲେଙ୍କା କହିଛନ୍ତି, ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ। ହେଲେ ତାହାର ସ୍ବାଦ ଭଲ ନ ଥିବାରୁ ଛୋଟ ପିଲା ହେଉ କି ବଡ଼ ଲୋକ ଖାଇବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ତେଣୁ ମାଣ୍ଡିଆରେ କେକ୍‌ ପ୍ରସ୍ତୁତ କଲେ ଖାଇବାରେ ଆଗ୍ରହ ହେବ ବୋଲି ଚିନ୍ତା କରାଯାଇଥିଲା। ଏହାର ସ୍ବତନ୍ତ୍ର ପ୍ରସ୍ତୁତି ପ୍ରଣାଳୀ ରହିଛି। ଫ୍ୟାଟ ଭାଗ କମ ରହି କିଭଳି ସୁଆଦିଆ ହେବ ସେ ନେଇ ଗୁରୁତ୍ୱ ଦିଆଯାଇଛି। ଏହାକୁ ପରୀକ୍ଷା ମଧ୍ୟ କରାଯାଇଛି। ଏହା ଶିଶୁ ଓ ଅନ୍ୟମାନଙ୍କୁ ହେଉଥିବା ବିଭିନ୍ନ ରୋଗ ପ୍ରତିଷେଧକ ଭାବେ ମଧ୍ୟ କାମ କରିବ। ବଜାରରେ ମିଳୁଥିବା କେକ୍‌ଠାରୁ ଏହା ଅଧିକ ସୁଆଦିଆ ଓ କମ୍‌ ମୂଲ୍ୟ ରହିଛି। ଗୋଟିଏ କେକ୍‌ ପ୍ରତି ମାତ୍ର ୨ ଟଙ୍କା ରହିଛି। ଆଗକୁ ସରକାରଙ୍କ ସାଧାରଣ ବଣ୍ଟନ (ପିଡିଏସ୍‌) ଓ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ ଏହି କେକ୍‌ ଦିଆଯିବାକୁ ଯୋଜନା ରହିଛି। ଏଥିପାଇଁ ସରକାରଙ୍କୁ ଅନୁରୋଧ କରାଯିବ। ୨୦୨୦ ଅଗଷ୍ଟ ମାସରେ ଇଣ୍ଟିଆନ ପେଟେନ ଅଫିସରେ ସ୍ବୀକୃତି ପାଇଁ ଆବେଦନ କରାଯାଇଥିଲା। ୨୦୨୧ ମାର୍ଚ୍ଚ ୩୧ରେ ଏହି ପ୍ରସ୍ତୁତି ପ୍ରଣାଳୀକୁ ସ୍ବୀକୃତି ମିଳିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟୁଆର୍‌ କୋଡ୍‌ ନ ଥିଲେ ଖାଦ୍ୟ ସାମଗ୍ରୀ ବିକ୍ରି ମନା

କଟକ ଅଫିସ, ୨୯ା୧୦: ବିଭିନ୍ନ ପ୍ଲାଷ୍ଟିକ, ଟିଣ ଓ ମାଟିରେ ମିଶୁ ନ ଥିବା ଖାଦ୍ୟ ସାମଗ୍ରୀ ପ୍ୟାକିଂରେ କ୍ୟୁଆର୍‌ କୋର୍ଡ ଲାଗିବ। ଜନସାଧାରଣ ଉକ୍ତ...

ପୁରୁଷ ହକି ବିଶ୍ୱକପ୍‌ର ଲୋଗୋ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ପୁରୁଷ ହକି ବିଶ୍ୱକପ୍‌ ଆସନ୍ତାବର୍ଷ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ। ଏନେଇ କଳିଙ୍ଗ ହକି ଷ୍ଟାଡିୟମରେ ସଂଧ୍ୟାରେ ଏକ କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ...

ଓଡ଼ିଶାକୁ ନୀତି ଆୟୋଗର ପ୍ରଶଂସା

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ରାଜ୍ୟର ମୁଣ୍ଡପିଛା ଆୟ ବଢ଼ିଛି। କୃଷି କ୍ଷେତ୍ର ଆଗକୁ ଯାଇଛି। ଖଣି କ୍ଷେତ୍ରରେ ଉନ୍ନତି ହେବା ସହିତ ରାଜ୍ୟର ଆର୍ଥିକ ନିଅଣ୍ଟକୁ ୫ ପ୍ରତିଶତରୁ...

ଅଧାପନ୍ତରିଆ ପ୍ରକଳ୍ପ ସାରିବାକୁ ନାହିଁ ଆନ୍ତରିକତା

ଯାଜପୁର ଅଫିସ/ବରୀ(ସ୍ବ.ପ୍ର.),୧୪-୧:ଯାଜପୁର ଜିଲାର ଜଳ, ଖଣିଜ ସମ୍ପଦ, ପରିବହନ, ଶିଳ୍ପ ପ୍ରଭୃତି କ୍ଷେତ୍ରରୁ ବାର୍ଷିକ କୋଟିକୋଟି ଟଙ୍କାର ରାଜସ୍ବ ଆଦାୟ ହେଉଛି। କିନ୍ତୁ ଲୋକେ ଯାହା...

ସୀମାନ୍ତରେ ଗୁଳି ବିନିମୟ: ୬ ମାଓବାଦୀ ମୃତ

ରାୟପୁର/ମାଲକାନଗିରି,୨୭ା୧୨(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ଓ ଛତିଶଗଡ଼ ଜଙ୍ଗଲ ମଧ୍ୟରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ୬...

୧୭୭୦୩ ପରୀକ୍ଷାର୍ଥୀ ଅନୁପସ୍ଥିତ

କଟକ ଅଫିସ,୧୪ା୩: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ସମେଟିଭ-୨ ପରୀକ୍ଷା ଦେବା ପାଇଁ ଛାତ୍ରୀଛାତ୍ର ଫର୍ମପୂରଣ କରିବା ସହ ଆଡମିଟ୍‌ କାର୍ଡ...

ରବି ଫସଲ ଯୋଜନା ବାଧାପ୍ରାପ୍ତ

ରସୁଲପୁର,୨୨ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ କୃଷି କାର୍ଯ୍ୟାଳୟରେ ଥିବା ୨ଟି ଯାକ ସହକାରୀ କୃଷି ଅଧିକାରୀ ପଦବୀ ଖାଲିପଡ଼ିଛି। ତେଣୁ ରବି ଫସଲ ଯୋଜନା ପ୍ରସ୍ତୁତି ଓ...

ଭିଜିଲାନ୍ସ ଜାଲରେ ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ

ପିପିଲି, ୧୧।୮(ସ୍ବ.ପ୍ର./ଡି.ଏନ୍‌.ଏ): ସରକାରୀ ସହାୟତା ମଞ୍ଜୁର ପାଇଁ ଜଣେ ଚାଷୀଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଇ ପିପିଲି ପ୍ରାଣୀ ଚିକିତ୍ସା କେନ୍ଦ୍ରର ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ...

Advertisement
Archives

Model This Week