କେନ୍ଦ୍ରାପଡ଼ା ଜିଲାରେ ଟିକା ଅପେକ୍ଷାରେ ୧୧ ଲକ୍ଷ ଲୋକ

କେନ୍ଦ୍ରାପଡ଼ା ଅଫିସ,୩୦୪:ରାଜ୍ୟର ୧୧ ଜିଲା ପରି କେନ୍ଦ୍ରାପଡ଼ା ଜିଲାରେ କୋଭିଡ୍‌-୧୯ ଟିକାକରଣ ଗୁରୁବାର ବନ୍ଦ ରହିଛି। ଟିକା ନ ଥିବାରୁ ଟିକାକରଣ ହୋଇ ପାରିନାହିଁ। ତଥ୍ୟ ଅନୁଯାୟୀ, ଜିଲାର ପ୍ରାୟ ୧୧ ଲକ୍ଷ ଲୋକ ଟିକାକରଣ ଅପେକ୍ଷାରେ ଅଛନ୍ତି। ଅପରପକ୍ଷରେ ଟିକା ନେଉଥିବା ବ୍ୟକ୍ତି ମାସେ ପର୍ଯ୍ୟନ୍ତ ରକ୍ତଦାନ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି, ଯାହା ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରଭାବିତ କରିବ ବୋଲି ଆଲୋଚନା ହେଉଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ମାତ୍ର ୧୦ ଦିନ ପାଇଁ ରକ୍ତ ଗଚ୍ଛିତ ଥିବା ସୂଚନା ମିଳିଛି। ତେଣୁ ଟିକା ନେବା ପୂର୍ବରୁ ଯୁବବର୍ଗ ରକ୍ତଦାନ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଆହ୍ବାନ ଦିଆଯାଇଛି।
କରୋନା ଦ୍ୱିତୀୟ ଲହରର ଗ୍ରାଫ୍‌ ଜିଲାରେ ୧୨ଦିନ ଧରି କ୍ରମାଗତ ଭାବେ ଉପରକୁ ଯାଉଥିବାରୁ ଟିକା ନେବା ପାଇଁ ଜିଲାବାସୀ ଅଧିକ ଆଗ୍ରହୀ ହୋଇଛନ୍ତି। ଗତ ୧୩ରୁ ୨୬ ତାରିଖ ପର୍ଯ୍ୟନ୍ତ ୫୦ ସଂଖ୍ୟା ମଧ୍ୟରେ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଦୁଇଦିନ ଧରି ଏହାର ଗ୍ରାଫ୍‌ ବଢ଼ିଚାଲିଛି। ରିପୋର୍ଟ ଲେଖା ପର୍ଯ୍ୟନ୍ତ ଜିଲାରେ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ୯,୮୭୪ ହୋଇଥିବା ବେଳେ ୯,୩୭୬ ସୁସ୍ଥ ହୋଇଛନ୍ତି। ୪୬୮ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଜିଲାର ଲୋକସଂଖ୍ୟା ୧୬ ଲକ୍ଷରୁ ଅଧିକ। ଏଥିମଧ୍ୟରୁ ୧୨,୧୦,୨୩୫ ଜଣ ୧୮ ବର୍ଷରୁ ଊର୍ଦ୍ଧ୍ୱ। ଜିଲାକୁ ୧,୭୭,୦୦୦ ଡୋଜ୍‌ ଟିକା ଅଦ୍ୟାବଧି ଆସିଥିବା ବେଳେ ୩୪ ହଜାର ଲୋକଙ୍କୁ ସମ୍ପୂର୍ଣ୍ଣ ଦୁଇ ଡୋଜ୍‌ ଲେଖାଏ ଦିଆଯାଇଛି। ଗତ ଜାନୁୟାରୀ ୧୬ରୁ ଆରମ୍ଭ ହୋଇଥିବା ଏହି ଟିକାକରଣରେ କୋଭିଡ୍‌ ଯୋଦ୍ଧାଙ୍କ ସମେତ ଅଦ୍ୟାବଧି ୬୦ ବର୍ଷରୁ ଊର୍ଦ୍ଧ୍ୱ ୯୩ ହଜାର ଲୋକଙ୍କୁ ଟିକା ଦିଆଯାଇଛି। ସେହିପରି ଟିକାକରଣର ତୃତୀୟ ପର୍ଯ୍ୟାୟରେ ୪୫ ବର୍ଷରୁ ୬୦ ମଧ୍ୟରେ ଥିବା ୬୦,୦୦୦ ଲୋକଙ୍କୁ ପ୍ରଥମ ଡୋଜ୍‌ ଟିକାକରଣ ହୋଇଛି। ପ୍ରାୟ ୧୧ ଲକ୍ଷ ଲୋକ ଟିକା ପାଇଁ ଅପେକ୍ଷା କରିଥିବା ତଥ୍ୟରୁ ସୂଚନା ମିଳିଛି। ଅପରପକ୍ଷରେ ଆସନ୍ତା ମେ ୧ରୁ ୧୮ରୁ ୪୫ ବର୍ଷ ମଧ୍ୟରେ ଥିବା ଯୁବବର୍ଗଙ୍କୁ ଟିକାକରଣ ହେବ ବୋଲି ଘୋଷଣା ହୋଇଛି। ସେହିପରି ଟିକାକରଣ ପରେ ମାସେ ପର୍ଯ୍ୟନ୍ତ ରକ୍ତଦାନ ହେବନାହିଁ। ଏହା ରକ୍ତ ସଂଗ୍ରହରେ ବାଧା ସୃଷ୍ଟି କରିବ ବୋଲି ସୂଚନା ମିଳିଛି। କେନ୍ଦ୍ରାପଡ଼ା ଜିଲାରେ ବର୍ଷକୁ ପ୍ରାୟ ୫ ହଜାର ୟୁନିଟ୍‌ର ରକ୍ତ ଆବଶ୍ୟକ ଅଛି। ଟିକାକରଣର ସମୟ ସହିତ ମେଳ କଲେ ଆସନ୍ତା ମେ, ଜୁନ, ଜୁଲାଇ ଓ ଅଗଷ୍ଟ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ବ୍ୟାହତ ହେବ। ୨୦୨୦ ମେ’ରେ ୯ଟି କ୍ୟାମ୍ପ ମାଧ୍ୟମରେ ୩୭୩ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ସେହିପରି ଜୁନ୍‌ରେ ୭ଟି କ୍ୟାମ୍ପ୍‌ରୁ ୩୦୧, ଜୁଲାଇରେ ୧୦ଟି କ୍ୟାମ୍ପ୍‌ରୁ ୪୫୨ ୟୁନିଟ୍‌ ଓ ଅଗଷ୍ଟରେ ୧୧ଟି କ୍ୟାମ୍ପ୍‌ ମାଧ୍ୟମରେ ୪୮୨ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ଦୈନିକ ୨୦ରୁ ୨୨ଟି ରକ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବହାର ହେଉଥିବା ବେଳେ ଆଗାମୀ ୧୦ ଦିନ ପାଇଁ ରେଡ୍‌କ୍ରସରେ ରକ୍ତ ଗଚ୍ଛିତ ଥିବା ଜଣାପଡିଛି। ଯୁବବର୍ଗ ଟିକାକରଣ ପୂର୍ବରୁ ରକ୍ତଦାନ କଲେ ଆବଶ୍ୟକ ମୁତାବକ ରକ୍ତ ରୋଗୀଙ୍କୁ ମିଳିପାରିବ ବୋଲି ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ସଙ୍ଗଠନକୁ ଉପଜିଲାପାଳ ନିରଞ୍ଜନ ବେହେରା ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?