ମାଙ୍କଡ ମାଂସ ଖାଉଥିବା ସମ୍ପ୍ରଦାୟର ୬ ଗିରଫ

ବୌଦ୍ଧ, ୩୦।୪: ମାଙ୍କଡ ଶିକାର ଅଭିଯୋଗରେ ବୌଦ୍ଧ ବନ ବିଭାଗ ଏକ ଶିକାରୀ ଦଳର ୬ଜଣଙ୍କୁ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲା ଜମନକିରା ଥାନା କଦଳୀପାଲି ଗ୍ରାମର ଚନ୍ଦ୍ର ହେମ୍ବ୍ରମ, ଜତ୍ରୁ ଲୁଗୁନ, ଦେବସାଙ୍ଗ ଲୁଗୁନ, ସୁନୀଲ ହେମ୍ବ୍ରମ, ସନାରାମ ଗୁଡଲା ଓ ବିଜୁ ଲୁଗୁନ। ଅଭିଯୁକ୍ତଙ୍କଠାରୁ ମାଙ୍କଡ ମାଂସ, ପାପୁଲି ଏବଂ ଗୋଡ ଜବତ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସମ୍ବଲପୁର ଜିଲା ଜମନକିରା ଥାନା କଦଳୀପାଲି ଗ୍ରାମର ଏହି ଶିକାରୀ ଦଳ ଜଙ୍ଗଲରୁ ଶିଆଳି ଲଇ ସଂଗ୍ରହ କରିବା ବାହାନାରେ ପ୍ରତିଦିନ ଜଙ୍ଗଲରୁ ମାଙ୍କଡ ଶିକାର କରୁଥିଲେ। ଶିକାର କରିବା ପରେ ମାଙ୍କଡ ମାଂସକୁ ଶୁଖାଇବା ସହ ଛାଲ ହାତ ପାପୁଲି ଆଦି ସଂଗ୍ରହ କରୁଥିଲେ। ମାଙ୍କଡିଆ ସମ୍ପ୍ରଦାୟର ଏହି ଶିକାରୀମାନେ ମାଙ୍କଡ ଶିକାର ପରେ ମାଂସକୁ ଶୁଖାଇ ରଖିବା ସହ ବର୍ଷତମାମ ଖାଇଥାନ୍ତି ବୋଲି ତଦନ୍ତ ବେଳେ ଜଣାପଡିଛି। କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧ ବନ ବିଭାଗର ଏକ ଟିମ୍‌ ଶୁକ୍ରବାର ସକାଳୁ ବୌଦ୍ଧ ରେଞ୍ଜ ବଘିଆପଡା ସେକ୍ସନର ଜାମଖୋଲ ସଂରକ୍ଷିତ ଜଙ୍ଗଲ ଅଧୀନ କଡାମୁଣ୍ଡା ଗ୍ରାମ ନିକଟରେ ଅସ୍ଥାୟୀ ଶିବିର ପକାଇଥିବା ଶିକାରୀ ଗ୍ୟାଙ୍ଗ ଉପରେ ଚଢାଉ କରିଥିଲା। ଚଢାଉ ବେଳେ ସେମାନଙ୍କ ନିକଟରୁ ୧୦ କିଲୋ କଞ୍ଚାମାଂସ,୨ କିଲୋ ଶୁଖାମାଂସ, ୨୦ଟି ହାତ ପାପୁଲି, ୨୦ଟି ଗୋଡ, ୨ଟି ଟାଙ୍ଗିଆ ଓ ୧୧୦ କିଲୋ ଶିଆଳି ଲଇ ଜବତ କରାଯାଇଥିଲା। ଜିଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ବ୍ୟବସାୟକୁ ନେଇ ୨ଭାଇଙ୍କୁ ଅପହରଣ ଉଦ୍ୟମ: ଜେଲ କର୍ମଚାରୀଙ୍କ ସମେତ ୭ ଗିରଫ

ଦାରିଙ୍ଗବାଡ଼ି,୧୧।୭(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଗୁରୁବାର ୨ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହ ୭ ଅପହରଣକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ...

ଛେଳି ଗିଳିବାକୁ ଆସି ଜାଲରେ ଫସିଲା ଅଜଗର

ଉଦଳା,୧୨ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ଚନ୍ଦ୍ରପୁର ଗ୍ରାମରୁ ଶୁକ୍ରବାର ଏକ ସାଢେ ୮ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର ହୋଇଛି। ଗ୍ରାମରେ ଥିବା...

ଟ୍ରେନ ଇଞ୍ଜିନ ଲାଇନଚ୍ୟୁତ

ପୁରୀ ଅଫିସ,୨୦।୧୦: ପୁରୀ ଜିଲା ଚନ୍ଦନପୁର ଓ ତୁଳସୀଚୌରା ମଧ୍ୟରେ ଗୋଟିଏ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ସୋମବାର ରାତିରେ ଯାତ୍ରୀ ନ ଥିବା ଖାଲି...

ଦଳେଇଘାଇ ନଦୀବନ୍ଧ ଅନୁଧ୍ୟାନ କଲେ ମୁଖ୍ୟଯନ୍ତ୍ରୀ : ବାଲି, ଖାଲିବ୍ୟାଗ ମହଜୁଦ ରଖିବାକୁ ନିର୍ଦ୍ଦେଶ

ବିରିଡ଼ି,୨୦।୬(ଡି.ଏନ.ଏ.): ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କୁ ଜଳସମ୍ପଦ ବିଭାଗ ମନ୍ତ୍ରୀ ପଦ ମିଳିବା ପରେ ଜଗତସିଂହପୁର ଜିଲାରେ ଏହି ବିଭାଗର କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ବିଭାଗୀୟ...

ଢିପସାହିରେ ବଢ଼ୁଛି ଭାଇଚାରା: ଯୁବପିଢ଼ିଙ୍କୁ ଏକାଠି କରିଛି ସଂକୀର୍ତ୍ତନ

ବନ୍ତଳା,୨୦ା୫ (ଦୀନେଶ ଦେହୁରୀ) ରାଜନୀତି ପାଇଁ ଗାଁ ଗାଁ ଆଜି କଳୁଷିତ। ଘର-ଘର, ସାହି-ସାହିରେ ମନ ଫଟାଫଟି। ଗୋଷ୍ଠୀ, ଦଳକୁ ନେଇ କନ୍ଦଳ ପ୍ରାୟ ସବୁଠି। ହେଲେ...

୧୯୩୩ଙ୍କୁ ମିଳିଛି ଶହେ ଦିନର କାମ

ଛେଣ୍ଡିପଦା,୨୫।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସଭାଗୃହରେ ବ୍ଲକସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଆବାସ ଯୋଜନା ୨୦୨୨-୨୩ ବର୍ଷର...

ଆଜି ନିଟ୍‌ ପରୀକ୍ଷା

ଭୁବନେଶ୍ୱର,୨୦।୫(ବ୍ୟୁରୋ) : ଦି ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) ସୋମବାର ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟାରେ ସରିବ।...

ଫେରିବ ହକିର ହୃତଗୌରବ

ଢେଙ୍କାନାଳ ଅଫିସ, ୨୩।୧ ଢେଙ୍କାନାଳ ଜିଲାରେ ଶେଷନିଃଶ୍ୱାସ ନେଉଥିବା ହକିକୁ ମିଳିବ ପୁନର୍ଜନ୍ମ। ଏହି ଲୋକପ୍ରିୟ ଖେଳ ନୂଆ ରୂପରେ ପଡ଼ିଆକୁ ଫେରିବ। ହକିକୁ କ୍ୟାରିୟର...

Advertisement
Archives

Model This Week