ପାଇଖାନା ନିର୍ମାଣ ଅର୍ଥ ହରିଲୁଟ

ଯାଜପୁର ଅଫିସ,୩୦।୪: ଯାଜପୁର ଜିଲାରେ ୨୦୧୪-୧୫ରୁ ୨୦୨୦-୨୧ ମଧ୍ୟରେ ସ୍ବଚ୍ଛ ଭାରତ ମିଶନରେ ୨୮୮,୫,୭୨,୬୩୨ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ୫୩, ୨୯, ୩୦, ୫୨୯ ଟଙ୍କାର ବିନିଯୋଗ ପତ୍ର(ୟୁସି) ଦାଖଲ ହୋଇନାହିଁ। ସୂଚନା ଅଧିକାର ଆଇନ (ଆରଟିଆଇ) ବଳରେ ଏହି ତଥ୍ୟ ମିଳିଛି। ଏବେବି ଜିଲାର ଅଧାରୁ ଅଧିକ ଗଁାରେ ପାଇଖାନା ନିର୍ମାଣ ହୋଇନାହିଁ। ଗ୍ରାମାଞ୍ଚଳରେ ପାଇଖାନା ନିର୍ମାଣ ନାମରେ ସରକାରଙ୍କ ପକ୍ଷରୁ ଆବଣ୍ଟିତ ଟଙ୍କା ଲୁଟ ହୋଇଛି ବୋଲି ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।
ଯାଜପୁର ଜିଲାର ଗ୍ରାମାଞ୍ଚଳରେ ଥିବା ମୋଟ ୩,୭୮,୬୪୫ ପରିବାର ମଧ୍ୟରୁ ପ୍ରାୟ ୨୦ହଜାର ପରିବାରଙ୍କୁ ଘରୋଇ ସଂଯୋଗ ଜରିଆରେ ପାଇପ ଜଳ ଯୋଗାଇ ଦିଆଯାଇଛି। ସମ୍ପୂର୍ଣ୍ଣ ପରିମଳ ଅଭିଯାନ, ନିର୍ମଳ ଭାରତ ଅଭିଯାନ ଓ ସ୍ବଚ୍ଛ ଭାରତ ମିଶନ ଯୋଜନାରେ ସମସ୍ତ ଘରେ ଶୌଚାଳୟ ନିର୍ମାଣ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ୨୦୧୯ ଅକ୍ଟୋବର ୨ ସୁଦ୍ଧା ଜିଲାରେ ୩,୩୬,୧୯୪ ଶୌଚାଳୟ ନିର୍ମାଣ କରାଯିବା ଲକ୍ଷ୍ୟଧାର୍ଯ୍ୟ ଥିଲା। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ହଜାର ଟଙ୍କା ପ୍ରୋସତ୍ାହନ ରାଶି ପ୍ରଦାନ କରାଯାଇଛି। ଏହାସହ ପାଇଖାନାକୁ ନିୟମିତ ବ୍ୟବହାର କରିବାକୁ ନାଚ, ଗୀତ, ପଥପ୍ରାନ୍ତ ସଭା ମାଧ୍ୟମରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି। କିନ୍ତୁ ପାଣି ବିନା ଅର୍ଦ୍ଧାଧିକ ପାଇଖାନା ବ୍ୟବହାର ଉପଯୋଗୀ ନ ହୋଇ ଗୋଦାମ ଘର ପାଲଟିଛି। ଏ ନେଇ ଜିଲାରେ ପାଇଖାନା ନିର୍ମାଣରେ ବ୍ୟାପକ ଅନିୟମିତତା ଓ ଅର୍ଥ ଆତ୍ମସାତ୍‌ ସଂକ୍ରାନ୍ତରେ ଓଡ଼ିଶା ଲୋକାୟୁକ୍ତ ଆଇନ ଧାରା ୨୦ରେ ପ୍ରଥମ କରି ଏକ ମାମଲା ଦାଏର ହୋଇଥିଲା। ୧୭ା୮ା୨୦୧୭ରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ସୁନ୍ଦରିଆ ଗ୍ରାମ ପଞ୍ଚାୟତକୁ ରାଜ୍ୟ ସରକାର ବାହ୍ୟ ମଳମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରିଥିଲେ। ସରକାରୀ ଭାବେ ସୁନ୍ଦରିଆ ପଞ୍ଚାୟତର ଫତେପୁର, ହରଦେଇପୁର, ପ୍ରତାପପୁର, ସରେଇ, ଷେଣ୍ଢାପୁର, ସୁନ୍ଦିରଆ ଓ ତରାପୁର ଗ୍ରାମରେ ୯୨୬ଟି ପାଇଖାନା ହୋଇଥିବା ଦର୍ଶାଯାଇଥିଲା। ବାସ୍ତବରେ ୩ ସ୍ବୟଂ ସହାୟକ ଦଳ ଜରିଆରେ ୭୨୭ ପାଇଖାନା ନିର୍ମାଣ ହୋଇଥିବା ସୂଚନା ଅଧିକାର ଆଇନରେ ଜଣାପଡିଥିଲା। ଅବଶିଷ୍ଟ ୧୯୯ଟି ପାଇଖାନାର ହିସାବ ମିଳୁନାହିଁ ବୋଲି ସେତେବେଳେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେଣୁ ଏହି ଅନିୟମିତତା ଓ ଆମତ୍ସାତ୍‌ ଅଭିଯୋଗ ଉପରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଆବେଦନ ପତ୍ରରେ ଅନୁରୋଧ କରାଯାଇଥିଲା।
ବର୍ତ୍ତମାନ ଜିଲାର ଧାର୍ଯ୍ୟଲକ୍ଷ୍ୟ ୩,୩୬,୧୯୪ ଟି ଶୌଚାଳୟ ନିର୍ମାଣ ହୋଇନାହିଁ। ଅଧିକାଂଶ ଗଁାର ଅର୍ଦ୍ଧାଧିକ ପରିବାରଙ୍କ ପାଖରେ ପାଇଖାନା ନାହିଁ। ଜିଲା ପ୍ରଶାସନ ପକ୍ଷରୁ କୌଣସି ଗଁାକୁ ସଚେତନତା ଦ୍ୱାରା ସମ୍ପୂର୍ଣ୍ଣ ବାହ୍ୟମଳ ମୁକ୍ତ ଅଞ୍ଚଳ ଭାବେ ପରିଣତ କରିପାରିଲେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ, ଯୁବ ରେଡ଼କ୍ରସ୍‌ ସଙ୍ଗଠନକୁ ୧ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା ହୋଇଥିଲା। ସେହିଭଳି କୌଣସି ପଞ୍ଚାୟତର ସମସ୍ତ ଗ୍ରାମ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ହେଲେ ସେହି ପଞ୍ଚାୟତକୁ ୨ ଲକ୍ଷ ଓ ବ୍ଲକର ସମସ୍ତ ପଞ୍ଚାୟତ ବାହ୍ୟ ମଳମୁକ୍ତ ହେଲେ ସମ୍ପୃକ୍ତ ବ୍ଲକକୁ ୫ଲକ୍ଷ ଟଙ୍କାର ପ୍ରୋସତ୍ାହନ ସହ ଜିଲାସ୍ତରୀୟ ଉସତ୍ବରେ ସମ୍ବର୍ଦ୍ଧିତ କରାଯିବ ବୋଲି ଜିଲାପାଳ ଘୋଷଣା କରିଥିଲେ। ହେଲେ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ହୋଇଛି। ଆବଣ୍ଟିତ ଅନୁଦାନକୁ ସମ୍ପୃକ୍ତ ଅଧିକାରୀମାନେ ମିଳିମିଶି ହରିଲୁଟ କରିଥିବା ଅଭିଯୋଗ ହୋଇଛି। ଏହାପରେ ଚଞ୍ଚକତାପୂର୍ବକ ବିନିଯୋଗ ପତ୍ର ଦାଖଲ କରି ପ୍ରଶଂସା ସାଉଁଟିଥିବା କୁହାଯାଉଛି। ବାକି ଥିବା ପ୍ରାୟ ୫୩ କୋଟି ଟଙ୍କାର ବିନିଯୋଗ ପତ୍ର ଦାଖଲ ପାଇଁ ମଧ୍ୟ ମିଥ୍ୟା କାଗଜପତ୍ର ପ୍ରସ୍ତୁତ ହେଉଥିବା ବେହୁରା ଅଭିଯୋଗ ଆଣିଛନ୍ତି। ଯାଜପୁର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ମୋତିଲାଲ ତିୱାରୀଙ୍କ ମତାମତ ନେବାକୁ ଫୋନ କରାଯାଇଥିଲେ ହେଁ ସେ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri