ପାଇଖାନା ନିର୍ମାଣ ଅର୍ଥ ହରିଲୁଟ

ଯାଜପୁର ଅଫିସ,୩୦।୪: ଯାଜପୁର ଜିଲାରେ ୨୦୧୪-୧୫ରୁ ୨୦୨୦-୨୧ ମଧ୍ୟରେ ସ୍ବଚ୍ଛ ଭାରତ ମିଶନରେ ୨୮୮,୫,୭୨,୬୩୨ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ୫୩, ୨୯, ୩୦, ୫୨୯ ଟଙ୍କାର ବିନିଯୋଗ ପତ୍ର(ୟୁସି) ଦାଖଲ ହୋଇନାହିଁ। ସୂଚନା ଅଧିକାର ଆଇନ (ଆରଟିଆଇ) ବଳରେ ଏହି ତଥ୍ୟ ମିଳିଛି। ଏବେବି ଜିଲାର ଅଧାରୁ ଅଧିକ ଗଁାରେ ପାଇଖାନା ନିର୍ମାଣ ହୋଇନାହିଁ। ଗ୍ରାମାଞ୍ଚଳରେ ପାଇଖାନା ନିର୍ମାଣ ନାମରେ ସରକାରଙ୍କ ପକ୍ଷରୁ ଆବଣ୍ଟିତ ଟଙ୍କା ଲୁଟ ହୋଇଛି ବୋଲି ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।
ଯାଜପୁର ଜିଲାର ଗ୍ରାମାଞ୍ଚଳରେ ଥିବା ମୋଟ ୩,୭୮,୬୪୫ ପରିବାର ମଧ୍ୟରୁ ପ୍ରାୟ ୨୦ହଜାର ପରିବାରଙ୍କୁ ଘରୋଇ ସଂଯୋଗ ଜରିଆରେ ପାଇପ ଜଳ ଯୋଗାଇ ଦିଆଯାଇଛି। ସମ୍ପୂର୍ଣ୍ଣ ପରିମଳ ଅଭିଯାନ, ନିର୍ମଳ ଭାରତ ଅଭିଯାନ ଓ ସ୍ବଚ୍ଛ ଭାରତ ମିଶନ ଯୋଜନାରେ ସମସ୍ତ ଘରେ ଶୌଚାଳୟ ନିର୍ମାଣ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ୨୦୧୯ ଅକ୍ଟୋବର ୨ ସୁଦ୍ଧା ଜିଲାରେ ୩,୩୬,୧୯୪ ଶୌଚାଳୟ ନିର୍ମାଣ କରାଯିବା ଲକ୍ଷ୍ୟଧାର୍ଯ୍ୟ ଥିଲା। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ହଜାର ଟଙ୍କା ପ୍ରୋସତ୍ାହନ ରାଶି ପ୍ରଦାନ କରାଯାଇଛି। ଏହାସହ ପାଇଖାନାକୁ ନିୟମିତ ବ୍ୟବହାର କରିବାକୁ ନାଚ, ଗୀତ, ପଥପ୍ରାନ୍ତ ସଭା ମାଧ୍ୟମରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି। କିନ୍ତୁ ପାଣି ବିନା ଅର୍ଦ୍ଧାଧିକ ପାଇଖାନା ବ୍ୟବହାର ଉପଯୋଗୀ ନ ହୋଇ ଗୋଦାମ ଘର ପାଲଟିଛି। ଏ ନେଇ ଜିଲାରେ ପାଇଖାନା ନିର୍ମାଣରେ ବ୍ୟାପକ ଅନିୟମିତତା ଓ ଅର୍ଥ ଆତ୍ମସାତ୍‌ ସଂକ୍ରାନ୍ତରେ ଓଡ଼ିଶା ଲୋକାୟୁକ୍ତ ଆଇନ ଧାରା ୨୦ରେ ପ୍ରଥମ କରି ଏକ ମାମଲା ଦାଏର ହୋଇଥିଲା। ୧୭ା୮ା୨୦୧୭ରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ସୁନ୍ଦରିଆ ଗ୍ରାମ ପଞ୍ଚାୟତକୁ ରାଜ୍ୟ ସରକାର ବାହ୍ୟ ମଳମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରିଥିଲେ। ସରକାରୀ ଭାବେ ସୁନ୍ଦରିଆ ପଞ୍ଚାୟତର ଫତେପୁର, ହରଦେଇପୁର, ପ୍ରତାପପୁର, ସରେଇ, ଷେଣ୍ଢାପୁର, ସୁନ୍ଦିରଆ ଓ ତରାପୁର ଗ୍ରାମରେ ୯୨୬ଟି ପାଇଖାନା ହୋଇଥିବା ଦର୍ଶାଯାଇଥିଲା। ବାସ୍ତବରେ ୩ ସ୍ବୟଂ ସହାୟକ ଦଳ ଜରିଆରେ ୭୨୭ ପାଇଖାନା ନିର୍ମାଣ ହୋଇଥିବା ସୂଚନା ଅଧିକାର ଆଇନରେ ଜଣାପଡିଥିଲା। ଅବଶିଷ୍ଟ ୧୯୯ଟି ପାଇଖାନାର ହିସାବ ମିଳୁନାହିଁ ବୋଲି ସେତେବେଳେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେଣୁ ଏହି ଅନିୟମିତତା ଓ ଆମତ୍ସାତ୍‌ ଅଭିଯୋଗ ଉପରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଆବେଦନ ପତ୍ରରେ ଅନୁରୋଧ କରାଯାଇଥିଲା।
ବର୍ତ୍ତମାନ ଜିଲାର ଧାର୍ଯ୍ୟଲକ୍ଷ୍ୟ ୩,୩୬,୧୯୪ ଟି ଶୌଚାଳୟ ନିର୍ମାଣ ହୋଇନାହିଁ। ଅଧିକାଂଶ ଗଁାର ଅର୍ଦ୍ଧାଧିକ ପରିବାରଙ୍କ ପାଖରେ ପାଇଖାନା ନାହିଁ। ଜିଲା ପ୍ରଶାସନ ପକ୍ଷରୁ କୌଣସି ଗଁାକୁ ସଚେତନତା ଦ୍ୱାରା ସମ୍ପୂର୍ଣ୍ଣ ବାହ୍ୟମଳ ମୁକ୍ତ ଅଞ୍ଚଳ ଭାବେ ପରିଣତ କରିପାରିଲେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ, ଯୁବ ରେଡ଼କ୍ରସ୍‌ ସଙ୍ଗଠନକୁ ୧ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା ହୋଇଥିଲା। ସେହିଭଳି କୌଣସି ପଞ୍ଚାୟତର ସମସ୍ତ ଗ୍ରାମ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ହେଲେ ସେହି ପଞ୍ଚାୟତକୁ ୨ ଲକ୍ଷ ଓ ବ୍ଲକର ସମସ୍ତ ପଞ୍ଚାୟତ ବାହ୍ୟ ମଳମୁକ୍ତ ହେଲେ ସମ୍ପୃକ୍ତ ବ୍ଲକକୁ ୫ଲକ୍ଷ ଟଙ୍କାର ପ୍ରୋସତ୍ାହନ ସହ ଜିଲାସ୍ତରୀୟ ଉସତ୍ବରେ ସମ୍ବର୍ଦ୍ଧିତ କରାଯିବ ବୋଲି ଜିଲାପାଳ ଘୋଷଣା କରିଥିଲେ। ହେଲେ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ହୋଇଛି। ଆବଣ୍ଟିତ ଅନୁଦାନକୁ ସମ୍ପୃକ୍ତ ଅଧିକାରୀମାନେ ମିଳିମିଶି ହରିଲୁଟ କରିଥିବା ଅଭିଯୋଗ ହୋଇଛି। ଏହାପରେ ଚଞ୍ଚକତାପୂର୍ବକ ବିନିଯୋଗ ପତ୍ର ଦାଖଲ କରି ପ୍ରଶଂସା ସାଉଁଟିଥିବା କୁହାଯାଉଛି। ବାକି ଥିବା ପ୍ରାୟ ୫୩ କୋଟି ଟଙ୍କାର ବିନିଯୋଗ ପତ୍ର ଦାଖଲ ପାଇଁ ମଧ୍ୟ ମିଥ୍ୟା କାଗଜପତ୍ର ପ୍ରସ୍ତୁତ ହେଉଥିବା ବେହୁରା ଅଭିଯୋଗ ଆଣିଛନ୍ତି। ଯାଜପୁର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ମୋତିଲାଲ ତିୱାରୀଙ୍କ ମତାମତ ନେବାକୁ ଫୋନ କରାଯାଇଥିଲେ ହେଁ ସେ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?