ଖଇରା,୧୯ା୭(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିରେ କାର୍ଯ୍ୟରତ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର(୩୧)ଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ୬ଦିନ ପୂରିଛି। ଅଧିକ ତଦନ୍ତ ପାଇଁ ଡିଆଜି ସତ୍ୟବ୍ରତ ଭୋଇ ଓ ଗଜପତି ଏସ୍ପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍ ମୃତ ସୌମ୍ୟଙ୍କ ଜନ୍ମିତ ଗ୍ରାମ ଖଇରା ଥାନା ଅଧୀନ ବେଗୁନିଆ ଗ୍ରାମରେ ପହଞ୍ଚିଛନ୍ତି। ଉକ୍ତ ଟିମ୍ ପ୍ରଥମେ ଖଇରା ଥାନାକୁ ଯାଇ ଖଇରା ପୋଲିସ ସହାୟତାରେ ବେଗୁନିଆ ଗ୍ରାମକୁ ଯାଇ ସୌମ୍ୟଙ୍କ ମା’ ତୁଳସୀ ମହାପାତ୍ର ଓ ମାଇଁ ଉର୍ମିଳା ପଣ୍ଡାଙ୍କୁ ପଚରାଉଚରା କରିଛନ୍ତି। ବିଶେଷକରି ମୃତ୍ୟୁ ପୂର୍ବରୁ ସୌମ୍ୟ ମା ଓ ମାଇଁଙ୍କ ସହ ଫୋନରେ କରିଥିବା କଥାବାର୍ତ୍ତା ସମ୍ପର୍କରେ ପଚାରି ବୁଝିଛନ୍ତି।
ସହକାରୀ ବନ ସଂରକ୍ଷକ ସୌମ୍ୟଙ୍କ ମୃତ୍ୟୁ ଘଟଣା: ଖଇରାରେ ପାରଳାଖେମୁଣ୍ଡି ପୋଲିସ ଟିମ୍
Posted inଆମ ଜିଲା ଖବର, ବାଲେଶ୍ୱର View All

ଆବାସ ଯୋଜନାରେ ସହାୟତା ପ୍ରଦାନରେ ବିଳମ୍ବ: ବିଡିଓଙ୍କୁ ଦାବିପତ୍ର ଦେଲେ ହିତାଧିକାରୀ
କୋରେଇ,୨୨ା୧୧(ସ୍ବ.ପ୍ର.): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ଜହ୍ନା ପଞ୍ଚାୟତର ବହୁ ହିତାଧିକାରୀ ୧ ବର୍ଷ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ଆବାସ...

ଜଙ୍ଗଲୀ ହାତୀ ଉପଦ୍ରବ : ୧୦ ଏକରରୁ ଊର୍ଦ୍ଧ୍ୱ ଧାନଫସଲ ନଷ୍ଟ
ନିରାକାରପୁର,୭ା୧୦(ଡି.ଏନ.ଏ.): ଚଳିତବର୍ଷ ଆରମ୍ଭରୁ କମ୍ ବର୍ଷା ଯୋଗୁ ଚାଷୀମାନେ ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ। ସେଥିରେ ପୁଣି ସରକାରଙ୍କ ପକ୍ଷରୁ ମିଳିଥିବା ବିହନ ଠିକ୍ ଭାବେ...
ଆକ୍ରମଣ କରି ଟଙ୍କା ଲୁଟି ନେଲେ ନକଲି ଆର୍ଟିଓ
ଜଳେଶ୍ୱର, ୧୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲାର ୬୦ନଂ. ଜାତୀୟ ରାଜପଥ ଜଳେଶ୍ୱର ନିକଟରେ ବାରମ୍ବାର ଚୋରି, ଛିନ୍ତାଇ, ରାହାଜାନି ଭଳି ଅଭିଯୋଗ ହୋଇଆସୁଛି। ଗୁରୁବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶରୁ ଚିଙ୍ଗୁଡି...

ମନ୍ଦିର ହୁଣ୍ଡି, ଆଲମାରି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି
ନିରାକାରପୁର, ୨୬।୮(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା ରାମ ମନ୍ଦିର ଓ ସାଇ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ...

ପ୍ରେମିକା ପାଇଁ ସ୍ତ୍ରୀଙ୍କୁ ହତ୍ୟା
ନୟାଗଡ ଅଫିସ,୧୫।୨: ନୟାଗଡ଼ ଜିଲା ଶରଣକୁଳ ଥାନା ସସ୍ମିତା ମହାପାତ୍ରଙ୍କୁ ହତ୍ୟା ପାଇଁ ତାଙ୍କ ସ୍ବାମୀ ଅକ୍ଷୟ ମହାପାତ୍ର ଓରଫ ଅଖିଳ (୩୯) ୫ଜଣ ସୁପାରିକିଲରଙ୍କ...

ଫୁଟିଲା ପାରିଜାତ
ଚିତ୍ରଡ଼ା,୩୦।୪(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ନୂଆଝାଳିଆ ପଞ୍ଚାୟତ କାନ୍ଦଣା ଗ୍ରାମର ଶିକ୍ଷକ ମେଘନାଦ ସିଙ୍କ ବଗିଚାରେ ବିରଳ ପାରିଜାତ ଫୁଲ ଫୁଟିଛି। ଏହାକୁ...

ଭାଲୁ ଆକ୍ରମଣରେ ଛେଳି ଚରାଳି ଗୁରୁତର
ଉଦଳା,୪ା୧୧(ଡି.ଏନ୍.ଏ.)- ଭାଲୁ ଆକ୍ରମଣରେ ଜଣେ ଛେଳି ଚରାଳି ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଲେ ଉଦଳା ବ୍ଲକ ଖଲାଡି ପଞ୍ଚାୟତ ଅଧୀନ ଶିରିପୁର ଗ୍ରାମର...

ହେଲ୍ପଲାଇନ୍ ନମ୍ବର ଅଭିଯୋଗକୁ ଗୁରୁତ୍ୱ
କଟକ ଅଫିସ,୧୩ା୫:ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୁଧବାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟରେ...