ସୁରକ୍ଷା ବଳୟରେ ପାକ୍ସ ସମ୍ପାଦକ

ଯାଜପୁର ଅଫିସ,୧୯।୭: ରାଜ୍ୟର ୧୪୦ ପ୍ରାଇମେରୀ ଏଗ୍ରିକଲଚରାଲ କ୍ରେଡିଟ୍‌ ସୋସାଇଟି (ପାକ୍ସ) ଓ ଲାର୍ଜ ଏରିଆ ମଲ୍‌ଟିପରପୋଜ୍‌ ସୋସାଇଟି (ଲାମ୍ପସ୍‌)ର ୧୭୪ ଜଣ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ ସମ୍ପାଦକ, ଭାରପ୍ରାପ୍ତ ସମ୍ପାଦକ, ପରିଚାଳନା ନିର୍ଦ୍ଦେଶକ ପ୍ରମୁଖଙ୍କ ବିରୋଧରେ ଆର୍ଥିକ ଅନିୟମିତତା, ଧାନକ୍ରୟରେ ଅନିୟମିତତା ଆଦି ଅଭିଯୋଗ ରହିଛି। ତେବେ ୧୭୪ ଜଣଙ୍କ ମଧ୍ୟରୁ ଯାଜପୁର ଜିଲାର ଭରତପୁର, ତଳିହା ଓ ବାଗିରିଆ ପାକ୍ସର ମାତ୍ର ୩ ଜଣ ସମ୍ପାଦକ ରହିଛନ୍ତି। ୨ା୭ା୨୦୨୧ରେ ରାଜ୍ୟ ସେବା ସମବାୟ ସମିତିର ଉପ ନିବନ୍ଧକଙ୍କ ରିପୋର୍ଟରୁ ଏହା ଜଣାପଡିଛି। ତେବେ ଯାଜପୁର ଜିଲାରେ ବିଭିନ୍ନ ସମୟରେ ପାକ୍ସ କର୍ମଚାରୀଙ୍କ ବିରୋଧରେ ଏକାଧିକ ଅଭିଯୋଗ ହେଉଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବା ଉଚ୍ଚପଦାଧିକାରୀଙ୍କ କାର୍ଯ୍ୟଦକ୍ଷତା ଓ ସ୍ବଚ୍ଛତା ପ୍ରତି ପ୍ରଶ୍ନ ଉଠିଛି। ଏଠାରେ ବଡ଼ଚଣା ପାକ୍ସକୁ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ। ଗତ ୨ ମାସ ମଧ୍ୟରେ ଉପଯୁକ୍ତ ପ୍ରମାଣ ସହ ୨ ଥର ୨୫ରୁ ଊର୍ଦ୍ଧ୍ୱ ଚାଷୀ ଏହି ପାକ୍ସ ସମ୍ପାଦକଙ୍କ ବିରୋଧରେ ରାଜ୍ୟ ସମବାୟ ସମିତିର ଉଚ୍ଚପଦାଧିକାରୀଙ୍କ ନିକଟରେ ଜାଲିଆତି ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁସାରେ ୨୦ା୫ା୨୦୨୧, ୩୦ା୬ା୨୦୨୧ ଓ ୧୩ା୭ା୨୦୨୧ରେ ତଦନ୍ତ ନିର୍ଦ୍ଦେଶ ହୋଇଛି। ହେଲେ ଏଯାଏ ତଦନ୍ତ ନ ହେବା କିମ୍ବା ପଦକ୍ଷେପ ଗ୍ରହଣ ନ କରିବା ଦୁର୍ନୀତିର ବିଜୟ ବୋଲି ସମ୍ପୃକ୍ତ ଚାଷୀମାନେ କହିଛନ୍ତି।
ଯାଜପୁର ଜିଲା ବଡ଼ଚଣା ବ୍ଲକ ବାଘୁଆ ଗ୍ରାମର ଚାଷୀ ଉଦୟନାଥ ରାଉତ, ଭ୍ରମରବର ରାଉତ, ଧ୍ରୁବାନନ୍ଦ ରାଉତ ପ୍ରମୁଖ ୧୫ ଜଣ ଚାଷୀ ୫ା୪ା୨୦୨୧ରେ ରାଜ୍ୟ ସେବା ସମବାୟ ସମିତିର ନିବନ୍ଧକଙ୍କ ନିକଟରେ ଜାଲ୍‌ ଟୋକନ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗରେ ୧୨୫, ୨୪୫, ୭୭, ୧୮୯, ୪୨୫, ୪୮୭, ୧୦, ୩୯, ୧୦୨, ୧୬୮, ୨୮୪, ୩୪୬, ୩୮୫, ୧୮୭, ୧୨୧, ୨୪୩, ୨୯୯, ୧୫୫, ୩୧, ୭୨ ଇତ୍ୟାଦି ଟୋକନ ନମ୍ବର ଜାଲିଆତି ହୋଇଛି। ପୈତୃକ ଚାଷଜମିକୁ ଜାଲିଆତି କରି କେତେକ ଲୋକଙ୍କ ନାମରେ ଅନଲାଇନରେ ସେମାନଙ୍କଠାରୁ ଧାନ କିଣାଯାଇଛି। ସମିତିରୁ ଟୋକନ ପାଇ ଧାନ ବିକ୍ରି କରିଥିବା ବ୍ୟକ୍ତିମାନେ ଏହି ଜମି ମାଲିକଙ୍କ ନାତି, ପୁତୁରା ଆଦି ସମ୍ପର୍କ ଥିବା ଦର୍ଶାଯାଇଛି। ତେବେ ବାସ୍ତବରେ ବେପାରୀମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ଧାନ କିଣାଯାଇଛି। ଏହି ଅଭିଯୋଗ ମିଳିବା ପରେ ରାଜ୍ୟ ସମବାୟ ସମିତି(କ୍ରେଡିଟ)ର ଉପନିବନ୍ଧକ ୨୦ା୫ା୨୦୨୧ (ପତ୍ରସଂଖ୍ୟା ୮୨୯୯)ରେ ଯାଜପୁର ଏଆର୍‌ସିଏସ୍‌(ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ ସୋସାଇଟି)ଙ୍କୁ ୭ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଆର୍‌ସିଏସ୍‌ଙ୍କଠାରୁ କୌଣସି ତଦନ୍ତ ରିପୋର୍ଟ ନ ମିଳିବାରୁ ଉପନିବନ୍ଧକ ୧୩ା୭ା୨୦୨୧ (ପତ୍ରସଂଖ୍ୟା ୧୦୦୭୯)ରେ ଉଦ୍‌ବେଗ ପ୍ରକାଶ କରି ତଦନ୍ତ ରିପୋର୍ଟ କାହିଁକି ଦାଖଲ ହେଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏହାସହ ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁରୂପ ଭାବେ ଚାଷୀ ଚିନ୍ତାମଣି ଜେନା ଏବଂ ଅନ୍ୟ ୧୦ ଜଣ ଚାଷୀ ୩୦ା୪ା୨୦୨୧ରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗକୁ ଭିତ୍ତିକରି ସମବାୟ ସମିତିର ନିବନ୍ଧକ ତାଙ୍କ ପତ୍ରସଂଖ୍ୟା ୯୫୬୬/୩୦ା୬ା୨୦୨୧ରେ ଡିଆର୍‌ସିଏସ୍‌ କୁଳମଣି ପାଢ଼ିଙ୍କୁ ସପ୍ତାହକ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶର ପ୍ରାୟ ୩ ସପ୍ତାହ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କିଛି ଅଗ୍ରଗତି ହୋଇ ନଥିବା ଜଣାପଡ଼ିଛି। ପୂର୍ବରୁ ଯାଜପୁର ଜିଲାର ମାର୍କଣ୍ଡପୁର, ମହିଶରା, ବନ୍ଦାଳୋ ଇତ୍ୟାଦି ପାକ୍ସରେ ଏଭଳି ଧାନ କିଣାରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଆସୁଛି। କିନ୍ତୁ ସମ୍ପୃକ୍ତ ସମ୍ପାଦକମାନେ ସୁରକ୍ଷାବଳୟରେ ରହିଥିବାରୁ ଯାଜପୁର ଜିଲାରେ କାର୍ଯ୍ୟାନୁଷ୍ଠାନ କେବଳ ୩ ପାକ୍ସରେ ସୀମିତ ରହିଛି।
ନିିକଟରେ ଭିଜିଲାନ୍ସ ବଲାଙ୍ଗୀର ଜିଲା ଚାରଭଟା ପାକ୍ସ ସମ୍ପାଦକଙ୍କ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରିଛନ୍ତି। ତେଣୁ ଯାଜପୁର ଜିଲାରେ ମଧ୍ୟ ଏଭଳି ତଦନ୍ତ କରାଗଲେ ବହୁ ଲୁକ୍କାୟିତ ତଥ୍ୟ ସାମ୍ନାକୁ ଆସିବ ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ଏଆରସିଏସ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ତଦନ୍ତ ଭାର ଡିଆରସିଏସ୍‌ଙ୍କୁ ଦିଆଯାଇଛି। ନିର୍ଦ୍ଦେଶ ଅନୁସାରେ ନିଶ୍ଚିତ ଭାବେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri