୩ ପିଲାଙ୍କୁ ଅନାଥ କଲା କାମଳ ରୋଗ

ରସୁଲପୁର,୧୯ା୭(ଡି.ଏନ.ଏ.): ରସୁଲପୁର ବ୍ଲକ ପହଁଗା ପଞ୍ଚାୟତରେ କାମଳ ରୋଗ ୨ ଜଣଙ୍କ ଜୀବନ ନେଇଛି। ଗୋଟିଏ ପରିବାରର ଦମ୍ପତି ଏହି ରୋଗରେ ଆରପାରିକୁ ଚାଲିଯାଇଛନ୍ତି। ୫ବର୍ଷ ପୂର୍ବେ ସ୍ତ୍ରୀ ସରାଗୀ ଦଳାଇ ଉକ୍ତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ସ୍ବାମୀ ଶରତ ୧୫ ଦିନ ତଳେ ଆରପାରିକୁ ଚାଲି ଯାଇଛନ୍ତି। ଫଳରେ ସେମାନଙ୍କ ପୁଅ ପୀତବାସ (୧୭), ଝିଅ ସୁପ୍ରିୟା (୧୪) ଓ ସୁଲଗ୍ନା (୧୩) ଅନାଥ ହୋଇପଡ଼ିଛନ୍ତି। ଏହି ଅନାଥ ପିଲାଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବାକୁ ଦାବି ହେଉଛି। ଏକଥା ଜାଣିବା ପରେ ଯାଜପୁର ଜିଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଅଂଶୁମାନ ଟ୍ରଷ୍ଟ ପକ୍ଷରୁ ଉକ୍ତ ପିଲାଙ୍କୁ ୧୦ ହଜାର ଟଙ୍କା ଓ ରାଶନ ସାମଗ୍ରୀ ପ୍ରଦାନ କରାଯାଇଛି। ଟ୍ରଷ୍ଟ ସମ୍ପାଦକ ହିମାଂଶୁ ଶେଖର ସାହୁ ପିଲାମାନଙ୍କୁ ଭେଟି ଉକ୍ତ ସହାୟତା ପ୍ରଦାନ କରିଛନ୍ତି।
ଶରତ ଯାଜପୁର ରୋଡ୍‌ ରେଲୱେ ଷ୍ଟେଶନରେ କୁଲି କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଉକ୍ତ ପରିବାର ଭୂମିହୀନ ହୋଇଥିବାରୁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିକ ଛଡ଼ା ଆଉ କିଛିନାହିଁ। ଶରତ ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ। ସେଥିରୁ କିଛି ଅର୍ଥ ସଞ୍ଚୟ କରି ୩ ପିଲାଙ୍କୁ ପାଠ ପଢ଼ାଇବାରେ ଖର୍ଚ୍ଚ କରନ୍ତି। ପିଲାମାନେ ପାଠପଢ଼ି ରୋଜଗାରକ୍ଷମ ହେବେ ବୋଲି ଶରତଙ୍କ ଆଶାଥିଲା। ମାତ୍ର ସେ ଆଶା ଅଧୁରା ରହିଗଲା। ପୀତବାସ ଏବେ ଶଙ୍ଖଚିଲାସ୍ଥିତ ମା’ ହିଙ୍ଗୁଳା ଉଚ୍ଚ ମାଧ୍ୟମିକ କଲେଜରେ ଯୁକ୍ତ ୨ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ସୁପ୍ରିୟା ଓ ସୁଲଗ୍ନା ରାଛିପୁର ପଞ୍ଚାୟତର ଯୁଝୁପଦା ହାଇସ୍କୁଲରେ ଦଶମ ଓ ନବମ ଶ୍ରେଣୀରେ ପଢୁଛନ୍ତି। ମା’ବାପା ଚାଲିଗଲା ପରେ ପିଲାଙ୍କ ପାଠପଢ଼ା ପ୍ରଭାବିତ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ପିଲାମାନେ ରୋଜଗାରକ୍ଷମ ନୁହନ୍ତି। ଏଭଳି ସ୍ଥିତିରେ ସେମାନେ କିପରି ଦୈନନ୍ଦିନ ଜୀବନ ନିର୍ବାହ କରିବେ ତା’ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ବିଡିଓ ଉମାକାନ୍ତ ପରିଡ଼ା କହିଛନ୍ତି, ବ୍ଲକ ସମାଜ ମଙ୍ଗଳ ଅଧିକାରୀଙ୍କୁ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେ ତଦନ୍ତ ରିପୋର୍ଟ ଦେଲାପରେ ପିଲାମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଟାୟାରରେ କମ୍‌ ପବନ ଯୋଗୁ ବାର୍ଷିକ ୪,୫୦୦ କୋଟିର ତେଲ ନଷ୍ଟ

ନୂଆଦିଲ୍ଲୀ, ୧୦।୭(ପି.ଟି.): ଯାନବାହନ ରକ୍ଷଣାବେକ୍ଷଣ କ୍ଷେତ୍ରରେ ସବୁଠାରୁ ଅବହେଳିତ ବିଷୟ ହେଉଛି ଟାୟାରର କମ୍‌ ପବନ (ପ୍ରେସର) ରହିବା। ହେଲେ ଏଥିଯୋଗୁ ଭାରତ ପ୍ରତିବର୍ଷ ପ୍ରାୟ ୪୨…

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ

ମୋହନା, ୯।୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ବେଆଇନ ବିସ୍ଫୋରକ ବିରୋଧରେ ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଅଭିଯାନ: ୧୮ ମାମଲା ରୁଜୁ, ୨୪ ଗିରଫ

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ବିସ୍ଫୋରକ ପଦାର୍ଥର ବେଆଇନ ମହଜୁଦ, ପରିବହନ ଓ ଦୁରୁପଯୋଗକୁ ରୋକିବା ଲକ୍ଷ୍ୟରେ ଗଞ୍ଜାମ ପୋଲିସ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri