ଆମ ଜିଲା ଖବର

ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ

ଝାରସୁଗୁଡା ଅଫିସ, ୨୦।୭ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ସରକାରୀ ପଲିଟେକନିକ କଲେଜର ମେକାନିକାଲ ଅଧ୍ୟାପକ ସୂର୍ଯ୍ୟ ନାରାୟଣ ରାୟଙ୍କ ଝାରସୁଗୁଡା ଘର ସମତେ ୪ ସ୍ଥାନରେ ମଙ୍ଗଳବାର ଏକ ସଙ୍ଗେ ଭିଜିଲାନ୍ସ ଚଢାଉ ଜାରି ରହିଛି। ଚଢାଉ…

ଶିମିଳିପାଳ ଅଭୟାରଣ୍ୟରୁ ୩ ଶିକାରୀ ଗିରଫ

ବାରିପଦା ଅଫିସ,୨୦।୭: ଶିମିଳିପାଳ ଉତ୍ତର ବନଖଣ୍ଡ ଅଧୀନରେ ଥିବା ଗୁଡ଼ଗୁଡ଼ିଆ ରେଞ୍ଜର ଉତ୍ତରାସ ନିକଟରୁ ବନବିଭାଗ ଚଢ଼ାଉ କରି ୩ଜଣ ଶିକାରୀଙ୍କୁ ଗିରଫ କରିଛି। ଏହା ସହ ସେମାନଙ୍କଠାରୁ କୁଟୁରା ମାଂସ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଗିରଫ ଶିକାରୀମାନେ…

କାମ ଯୋଗାଇବାରେ ଛତ୍ରପୁର ବ୍ଲକ ବିଫଳ: ପୁଣି ବିରକ୍ତି ହେଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୦।୭(ଡି.ଏନ୍‌.ଏ.): କରୋନା ସମୟରେ ଜୀବନ ଜୀବିକା ଉପରେ ରାଜ୍ୟ ସରକାର ଓ ଗଞ୍ଜାମ ଜିଲାପ୍ରଶାସନ ଗୁରୁତ୍ୱ ଦେଇ ଆସୁଛନ୍ତି। ବିଶେଷକରି ଏମ୍‌ଜିଏନ୍‌ଆରଜିଏସ୍‌ରେ ଗ୍ରାମାଞ୍ଚଳ ଲୋକଙ୍କୁ ପ୍ରତି ବ୍ଲକରେ କାମ ଯୋଗାଇ ଦୈନିକ ୧୦ ହଜାର ଶ୍ରମଦିବସ ସୃଷ୍ଟି ପାଇଁ ଟାର୍ଗେଟ ରହିଛି।…

ନୂଆ ଘରୋଇ ବସଷ୍ଟାଣ୍ଡରୁ ଗଡ଼ିଲା ବସ୍‌

ବରଗଡ଼ ଅଫିସ,୨୦।୭: ବରଗଡ଼ ନୂଆ ଘରୋଇ ବସଷ୍ଟାଣ୍ଡରୁ ବସ୍‌ ଚଳାଚଳ ଶୁଭାରମ୍ଭ ହୋଇଛି। ମଙ୍ଗଳବାର ଅନୁଷ୍ଠିତ ସମାରୋହରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ, ଏସ୍‌ପି ରାହୁଲ ଜୈନଙ୍କ…

ଚାଷୀଙ୍କ ବକେୟା ଅର୍ଥ, ଏଫସିଆଇ ଚାଉଳ ଉଠାଇବାରେ ଅବହେଳା: ବିଜେଡିର ଗଣଧାରଣା

କେସିଙ୍ଗା,୨୦।୭(ଡି.ଏନ୍‌.ଏ.): କଳାହାଣ୍ଡି ବିଜୁ ଜନତାଦଳ ପକ୍ଷରୁ କେସିଙ୍ଗାସ୍ଥିତ ଭାରତୀୟ ଖାଦ୍ୟ ନିଗମ ଡିପୋ ସମ୍ମୁଖରେ ମଙ୍ଗଳବାର ଗଣଧାରଣା ଦିଆଯାଇଛି। ଚାଷୀଙ୍କ ବକେୟା ଅର୍ଥ ଓ ଏଫସିଆଇ ଚାଉଳ ଉଠାଇବାରେ ଅବହେଳା ଯୋଗୁ ମଙ୍ଗଳବାର ଜିଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ସଭାପତିତ୍ୱରେ କେନ୍ଦ୍ର…

ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା ଆରମ୍ଭ: ଆଜି ଅଭିମାନିନୀ ମା’ ଲକ୍ଷ୍ମୀଙ୍କ ସହ ଜଗାର ହେବ ଭେଟ

ପୁରୀ ଅଫିସ,୨୦।୭: ଜନ୍ମବେଦୀ ଛାଡ଼ି ବାହୁଡ଼ା ଯାତ୍ରାରେ ମହାପ୍ରଭୁ ବାହାରିଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ରଥଟଣା ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଗଡ଼ିଛି। ତେବେ ଅନ୍ୟପଟେ ବାହଡ଼ା ଯାତ୍ରର ସବୁଠାରୁ ଅନନ୍ୟ ପରମ୍ପରା ହେଉଛି…

ସାପ କାମୁଡ଼ିଥିବା ପୁଅକୁ ନେଇ ପହଞ୍ଚିଲେ ଗୁଣିଆ ପାଖରେ, ଗଲେ ଯେ, ଆଉ ଫେରିଲେନି

ପାଟଣା,୨୦।୭(ସ୍ବ.ପ୍ର.): ସାପ କାମୁଡ଼ିଥିବା ଜଣେ ନାବାଳକଙ୍କୁ ମେଡିକାଲକୁ ନେବା ପରିବର୍ତ୍ତେ ପରିବାର ଲୋକେ ନେଇଥିଲେ ଗୁଣିଆ ପାଖକୁ। ବିଳମ୍ବରେ ହସ୍ପିଟାଲରେ ପହଞ୍ଚିବା ଫଳରେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ଥାନା ଡାଳପକା ଗ୍ରାମର…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ବାରିପଦା ଅଫିସ,୨୦।୭: ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକର ସହକାରୀ ଯନ୍ତ୍ରୀ ଧରିଆ ମାଝିଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ମାଝିଙ୍କ କୁଳିଅଣା ଅଫିସ, ବାରିପଦାର…

ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୨୦।୭: ଜନ୍ମବେଦୀ ଛାଡ଼ି ବାହୁଡ଼ା ଯାତ୍ରାରେ ମହାପ୍ରଭୁ ବାହାରିଛନ୍ତି । ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହୋଇଛନ୍ତି॥ ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ଼ ଠାକୁର ଶ୍ରୀବଳଭଦ୍ର ରଥରେ ବିଜେ କରିଛନ୍ତି । ପରେ ଭଉଣୀ ସୁଭଦ୍ରା ପହଣ୍ଡିରେ…

ଜବରଦଖଲରେ ସ୍ଲମ୍‌ କ୍ବାର୍ଟର୍ସ

କଟକ ଅଫିସ, ୨୦।୭: କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ଯୋବ୍ରାରେ ଯୋବ୍ରା କ୍ବାର୍ଟର୍ସ ବା ସ୍ଲମ କ୍ବାର୍ଟର୍ସ ରହିଛି। ଏଠାରେ ୧୧୯ଟି କ୍ବାର୍ଟର୍ସ ଥିବାବେଳେ ୯୬ଟି ଦୁଇ ମହଲା ଓ ୨୩ଟି ସିଙ୍ଗଲ କ୍ବାର୍ଟର୍ସ ରହିଛି। ୧୯୭୦-୭୧ରେ ନିର୍ମିତ ଏହି କ୍ବାର୍ଟର୍ସରେ…

ଅମାନିଆଙ୍କ ଉପରେ ନଜର ରଖିବ ଡ୍ରୋନ୍‌

ପୁରୀ ଅଫିସ,୨୦।୭: ରଥଯାତ୍ରାରେ ଥିବା ସୁରକ୍ଷା ବ୍ୟବସ୍ଥା ବାହୁଡ଼ାଯାତ୍ରାରେ ମଧ୍ୟ ବଳବତ୍ତର ରହିବ। ଜୋନ୍‌ସ୍ତରରେ ହୋଇଥିବା ପୋଲିସ ମୁତୟନକୁ ଅପରିବର୍ତ୍ତିତ ରଖାଯିବ। ଏହାବ୍ୟତୀତ ଅନଧିକାର ପ୍ରବେଶକୁ ରୋକିବା ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ହେବ। ଏହି ସୁରକ୍ଷା ବ୍ୟବସ୍ଥା ବାହୁଡ଼ା ଯାତ୍ରା,…

ଟିଏସ୍‌ଏମ୍‌ଏଲ୍‌, ଜେଏସ୍‌ଏଲ୍‌ ମଧ୍ୟରେ ଚୁକ୍ତି ସ୍ବାକ୍ଷର

ଯାଜପୁର ଅଫିସ/ କଳିଙ୍ଗନଗର(ଡି.ଏନ.ଏ.),୨୦।୭: ଟାଟା ଷ୍ଟିଲ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌) ଓ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ମଧ୍ୟରେ ମିଳିତ କ୍ରୋମପଥର ଖନନକୁ ନେଇ ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ଯାଜପୁର ଜିଲା ଅନ୍ତର୍ଗତ ସୁକିନ୍ଦାଠାରେ ଉଭୟ କମ୍ପାନୀର ଖଣି ଯୁଗ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?