ବାରିପଦା ଅଫିସ/କୁଳିଅଣା, ୭ା୧୦(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ୧୮ନମ୍ବର ଜାତୀୟ ରାଜପଥର କୁଳିଅଣା ଛକଠାରେ ଏକ ଟ୍ରେଲର ଧକ୍କାରେ ଜଣେ ଯବାନଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ବାଲେଶ୍ୱର ଥାନା ଅଧୀନ ମହାଗବ ଗ୍ରାମର ମଧୁସୂଦନ ଦେ। ବାରିପଦାସ୍ଥିତ ପଞ୍ଚମ ବାଟାଲିୟନରେ ମଧୁସୂଦନ କାର୍ଯ୍ୟ କରୁଥିଲେ।
ଗୁରୁବାର ସେ ଏକ ବାଇକ୍ ଯୋଗେ ଲକ୍ଷ୍ମୀପୋଷିରୁ କୁଳିଅଣା ଆସୁଥିବା ବେଳେ ଟ୍ରେଲରଟି ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ୨ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବରପାଇ ତହସିଲଦାର ଅଭିଷେକ ଦାସ, ଏସ୍ଡିପିଓ କେ.କେ.ହରିପ୍ରସାଦ, କୁଳିଅଣା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ଯାନୀ ଘଟଣାସ୍ଥଳରେ ପହଞ୍ଚିି ଲୋକଙ୍କୁ ବୁଝାଶୁଝା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରେଲର ଡ୍ରାଇଭର ରାମଚନ୍ଦ୍ର ଚୌଧୁରୀଙ୍କୁ କୁଳିଅଣା ପୋଲିସ ଅଟକ ରଖିଛି। ଏନେଇ ଥାନାରେ ଏକ ମାମଲା(ନଂ.୧୩୦/୨୧) ରୁଜୁ ହୋଇଛି।