‘ସଫଳତା ଲାଗି ଆତ୍ମବିଶ୍ୱାସ ଲୋଡ଼ା’

ବନ୍ତ,୮।୧୦(ଡି.ଏନ.ଏ.)-ରୁଚି ଥିବା ଖେଳକୁ ଛାଡ଼ିବା ଠିକ୍‌ ନୁହେଁ। ଖେଳରେ ଉତ୍‌ଥାନ ପତନ ଲାଗି ରହିଥାଏ। ଆତ୍ମବିଶ୍ୱାସ ରଖି ଧୈର୍ଯ୍ୟର ସହ ଆଗକୁ ଗଲେ ଭବିଷ୍ୟତରେ ଜଣେ ଭଲ କ୍ରୀଡ଼ାବିତ୍‌ ହୋଇପାରିବେ ବୋଲି କହନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ଗ୍ରାମର ଯୁବ କ୍ରୀଡ଼ାବିତ୍‌ ବିସ୍ମିତ ରଞ୍ଜନ ନାୟକ। ବୟସ ଏବେ ତାଙ୍କୁ ୨୬। ଚଳିତବର୍ଷ ସେ ସମ୍ବଲପୁର ସ୍ଥିତ ସରକାରୀ ଶାରୀରିକ ଶିକ୍ଷା କଲେଜରୁ ୨ ବର୍ଷ ତାଲିମ ନେଇ ଫେରିଛନ୍ତି। ପିଲାଟି ବେଳୁ ଖେଳ ଉପରେ ଥିବା ରୁଚି ଆଗାମୀ ଦିନରେ ତାଙ୍କୁ କ୍ରୀଡ଼ା ଶିକ୍ଷକ ହେବାର ସୁଯୋଗ ଆଣି ଦେଇଥିବା ସେ କହିଛନ୍ତି।
ବାପା ସ୍ବର୍ଗତ ଭରତ କୁମାର ନାୟକ ଅନୁଗୁଳ ଜିଲା କଣିହଁା ସ୍ଥିତ ଏନ୍‌ଟିପିସିରେ ଚାକିରି କରିଥିଲେ। ୨୦୧୭ରେ ତାଙ୍କର ଦେହାନ୍ତ ହୋଇଗଲା। ମା’ ମନୋରମା ମହାନ୍ତି ବନ୍ତ ବ୍ଲକ ଟିଲୋ ଗଡ଼ଚଣ୍ଡି ମଇ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ବିସ୍ମିତ କଣିହାଁସ୍ଥିତ ଚିନ୍ମୟ ବିଦ୍ୟାଳୟରେ ହାଇସ୍କୁଲ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ୨୦୦୮-୦୯ରେ ୧୪ବର୍ଷରୁ କମ୍‌ ବର୍ଗର ପିଲାଙ୍କ ପାଇଁ ମଧ୍ୟପ୍ରଦେଶ ରାଜ୍ୟର ସାଗରଠାରେ ଆୟୋଜିତ ସ୍କୁଲ ଗେମ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ ପ୍ରତିଯୋଗିତାରେ ସେ ଖୋଖୋ ଖେଳରେ ଭାଗ ନେଇଥିଲେ। ୨୦୦୯ରେ ତାମିଲନାଡୁର କୋଏମ୍ବାଟୁରଠାରେ ଅନୁଷ୍ଠିତ ଅଲ୍‌ ଇଣ୍ଡିଆ ଚିନ୍ମୟ ଖେଲ୍‌ ମେଲା ପ୍ରତିଯୋଗିତାରେ ଡିସ୍‌କସ୍‌ ଥ୍ରୋରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୨୦୦୯-୧୦ରେ ଝାରସୁଗୁଡ଼ାଠାରେ ରାଜ୍ୟ ସ୍ତରୀୟ ଫୁଟ୍‌ବଲ ଓ କେନ୍ଦ୍ରାପଡ଼ାର ଆଳିଠାରେ ଆଥ୍‌ଲେଟିକ୍‌ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଅନୁଗୁଳ ସରକାରୀ ଜୁନିୟର କଲେଜରେ ଯୁକ୍ତ ୨ ପଢ଼ିବା ସମୟରେ ସେ ଆଥ୍‌ଲେଟିକ୍‌ ମିଟ୍‌ରେ ଭାଗ ନେଇ ଚାମ୍ପିୟନ ହୋଇଥିଲେ। ୨୦୧୭ରେ ସେ ଭଦ୍ରକ ଜିଲା ଧାମନଗର କଲେଜରୁ ଯୁକ୍ତ ୩ ବିଜ୍ଞାନ ପାସ୍‌ କରିଥିଲେ। ୨୦୨୦ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୫ବର୍ଷରୁ କମ୍‌ ବର୍ଗର ପିଲାଙ୍କ ପାଇଁ ଆୟୋଜିତ ଇଷ୍ଟ ଜୋନ୍‌ କ୍ରିକେଟରେ ଭାଗ ନେଇଥିଲେ। ଏଥିରେ ବିଶ୍ୱବିଦ୍ୟାଳୟ ଟିମ୍‌ ରନର୍ସ ଅପ୍‌ ହୋଇଥିଲା। ଏହାବ୍ୟତୀତ ସେ ବିଭିନ୍ନ କ୍ରିକେଟ କ୍ଲବ ତରଫରୁ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର, ଅନୁଗୁଳ, ସମ୍ବଲପୁର ଆଦି ଜିଲାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି। ଆଗାମୀ ଦିନରେ ସେ ପିଲାମାନଙ୍କୁ ଉପଯୁକ୍ତ ଶାରୀରିକ ଶିକ୍ଷା ପ୍ରଦାନ କରି ଭଲ କ୍ରୀଡ଼ାବିତ୍‌ ଗଠନ କରିବେ ବୋଲି ବିସ୍ମିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର

ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…

ଘୂର୍ଣ୍ଣିବଳୟ ସକ୍ରିୟ: ଏହିସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?