ସାଇବର ଅପରାଧରେ ବେନାମୀ ସିମ୍‌

ଅନୁଗୋଳ ଅଫିସ, ୮ା୧୦ ଠକେଇ ପାଇଁ ଇଣ୍ଟରନେଟ୍‌କୁ ମାଧ୍ୟମ କରୁଛନ୍ତି ଠକ। କେତେବେଳେ ମୋବାଇଲ ଆପ୍‌ ତ ଆଉ କେତେବେଳେ ଗିଫ୍ଟ ଲୋଭ ଦେଖାଇ ଲୋକଙ୍କ ଆକାଉଣ୍ଟରୁ ଚଳୁ କରୁଛନ୍ତି ଟଙ୍କା। ଏପରି କି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମରେ ସାମାଜିକ ଗଣମାଧ୍ୟମରେ ଫେକ୍‌ ଆକାଉଣ୍ଟ ଖୋଲି ମଧ୍ୟ ଧମକାଇ ଅର୍ଥ ଆଦାୟ କରାଯାଉଛି। ସହାୟତା ଲୋଡ଼ିବା ଆଳରେ ଠକେଇ ଚାଲିଛି। କିଛି ଟଙ୍କା ଦେଲେ ମାର୍କେଟ୍‌ରେ ବେନାମୀ ସିମ୍‌ ମିଳିଯାଉଥିବାରୁ ଏହା ସାଇବର ସହ ବିଭିନ୍ନ ଆପରାଧିକ କାର୍ଯ୍ୟରେ ବହୁଳ ବ୍ୟବହାର ହେଉଥିବା ଅନୁଗୋଳ ଜିଲାରେ ଦେଖିବାକୁ ମିଳୁଛି।
ଅନୁଗୋଳ ଜିଲାରେ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଅନୁଗୋଳ ଥାନା ସହ ସଦର ଥାନା, ବଅଁରପାଳ, ନାଲ୍‌କୋ, ତାଳଚେର, କୋଲିୟରୀ ଓ ବିକ୍ରମପୁର ଥାନା ଅଞ୍ଚଳରେ ଏପରି ଅପରାଧ ଅଧିକ ଘଟୁଛି। ଅନ୍ୟ ଲୋକଙ୍କ ନାମ ଓ ଠିକଣା ବ୍ୟବହାର କରି ସିମ୍‌ କିଣାଯାଉଥିବାରୁ ଅପରାଧୀମାନେ ସହଜରେ ପୋଲିସ ହାତରେ ଧରାପଡ଼ୁନାହାନ୍ତି। ଏହା ହିଁ ଅପରାଧ ବୃଦ୍ଧିର ଅନ୍ୟତମ କାରଣ ହୋଇଛି। ନିକଟରେ ବିକ୍ରମପୁର ଥାନା ଅଞ୍ଚଳର ସୁବ୍ରତ କୁମାର ମାଝିଙ୍କ ନାମ ଓ ଫଟୋ ଲଗାଇ ସାମାଜିକ ଗଣମାଧ୍ୟମରେ ଫେକ୍‌ ଆକାଉଣ୍ଟ ଖୋଲାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ନଂ. ୧୧୯/୨୧ରେ ମାମଲା ରୁଜୁ କରି ୨ ଯୁବକଙ୍କୁ ଗିରଫ କରି ଗତ ୨୬ ତାରିଖରେ କୋର୍ଟ ଚାଲାଣ କରିଥିଲା। ଗିରଫ ଦୁଇ ଯୁବକଙ୍କ ମୋବାଇଲ ଦୋକାନ ରହିଛି। ସେମାନେ ବେନାମୀ ସିମ୍‌ କାର୍ଡ ଆକ୍ଟିଭ କରି ୨ଶହରୁ ୩ଶହ ଟଙ୍କାରେ ବଜାରରେ ବିକ୍ରି କରୁଥିଲେ ବୋଲି ପୋଲିସ କହିଛି। କେବଳ ଏହି ଦୁଇଜଣ ନୁହନ୍ତି ଅନୁଗୋଳ ଜିଲାର ବିଭିନ୍ନ ବଜାର ଅଞ୍ଚଳରେ ଥିବା କେତେକ ଦୋକାନରେ ଏପରି ବେନାମୀ ସିମ୍‌ ବ୍ରିକି ଚାଲିଥିବା ଅଭିଯୋଗ ହେଉଛି। ଘଟଣା ସମ୍ପର୍କରେ ଅନୁଗୋଳ ଜିଲା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବେନାମୀ ସିମ୍‌ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ଉପରେ ନଜର ରଖାଯାଇଛି। ସେମାନଙ୍କୁ କିଭଳି ପ୍ରମାଣ ସହ କାବୁ କରାଯିବ ସେ ନେଇ ସ୍ବତନ୍ତ୍ର ଟିମ୍‌ କାର୍ଯ୍ୟ କରୁଛି।
ଅପାରଗତା ହିଁ ଦାୟୀ
ପୋଲିସର ଅପାରଗତା କାରଣରୁ ବେନାମୀ ସିମ୍‌ ବ୍ୟବହାର କରି ସାଇବର ଠକେଇ ଓ ଅନ୍ୟ ଅପରାଧ ଘଟାଯାଉଛି। ଅନୁଗୋଳରେ ଏପରି ଘଟଣା ବଢ଼ି ଚାଲିଥିବାରୁ ଜିଲାବାସୀ ଚିନ୍ତାରେ ପଡ଼ିଛନ୍ତି।
-ଦିବ୍ୟଦର୍ଶୀ ବଳିଆରସିଂହ, ଅନୁଗୋଳ
ଢିଲା ବ୍ୟବସ୍ଥାର ପରିଣାମ
ସମୟ ସହ ପୋଲିସ ବିଭାଗ ସମନ୍ବୟ ରକ୍ଷା କରି ଆଗେଇପାରୁ ନାହିଁ। ସେଥିପାଇଁ ସାଇବର ଅପରାଧୀମାନଙ୍କ ନିକଟରେ ପୋଲିସ ପହଞ୍ଚିପାରୁ ନାହିଁ। ଏପରି ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ଲୋକଙ୍କ ଧନ ଠକଙ୍କ ଆକାଉଣ୍ଟକୁ ଚାଲିଯାଉଛି।
-ଅଲେଖ ଚନ୍ଦ୍ର ସାହୁ, କ୍ରିମିନାଲ ଓକିଲ
ତୁରନ୍ତ ପଦକ୍ଷେପ ନିଆଯାଉ
ଉପଯୁକ୍ତ ପ୍ରମାଣପତ୍ର ବିନା ସିମ୍‌ ଦେବା ଏକ ଅପରାଧ। ଏହି କାରଣରୁ ଜିଲାର ଅନେକ ବ୍ୟକ୍ତି ସେମାନଙ୍କ ସଞ୍ଚିତ ଅର୍ଥରାଶି ହରାଉଛନ୍ତି। ତେଣୁ ଏହାକୁ ଯଥାଶୀଘ୍ର ରୋକିବା ଦିଗରେ ପଦକ୍ଷେପ ନିଆଯାଉ।
-ବିନିତ ସାହା, ବ୍ୟବସାୟୀ, ବଇଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତଙ୍କୁ ବିଦ୍ୟୁତ୍‌ ସେବା ଲକ୍ଷ୍ୟ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ):ବାତ୍ୟା ବୁଲ୍‌ବୁଲ୍‌ ଦ୍ୱାରା ପ୍ରାୟ ୧୬ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା ପ୍ରଭାବିତ ହୋଇଥିଲେ। ବାତ୍ୟା କମିବାର ଦିନକ ମଧ୍ୟରେ ପ୍ରାୟ ୧୫ ଲକ୍ଷ ଉପଭୋକ୍ତାଙ୍କୁ ପୂର୍ବବତ...

ଅମୃତ ସରୋବର ଯୋଜନା ଶୁଭାରମ୍ଭ

ବଇଣ୍ଡା,୨୯।୬ (ଡି.ଏନ.ଏ.) – କିଶୋରନଗର ବ୍ଲକ ହଣ୍ଡପା ପଞ୍ଚାୟତ ବଣିନାଳି ଗ୍ରାମରେ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅନ୍ତର୍ଭୁକ୍ତ ଅମୃତ ସରୋବର ଯୋଜନା ଶୁଭାରମ୍ଭ କରାଯାଇଛି।...

ଓଡ଼ିଶାର ସୋଏବ ଏନ୍‌ଇଇଟି ଟପ୍ପର

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‌ଇଇଟି)-୨୦୨୦ ଫଳ ଶୁକ୍ରବାର ପ୍ରକାଶ ପାଇଛି। ଓଡ଼ିଶାର ସୋଏବ...

ନୀଳାଚଳ ଅର୍ବାନ ହାଟ ପ୍ରତି ପ୍ରଶାସନର ଅଣଦେଖା: ଅସ୍ତିତ୍ୱ ହରାଉଛି ସାଢ଼େ ୩କୋଟିର ପ୍ରକଳ୍ପ

ପୁରୀ ଅଫିସ, ୨୯।୯: ଓଡ଼ିଶା ହସ୍ତଶିଳ୍ପ ଓ ହସ୍ତକଳାର ବିକାଶ ହେବ। ହସ୍ତଶିଳ୍ପୀଙ୍କ ଆର୍ଥିକ ମାନଦଣ୍ଡ ସୁଧୁରିବ। ଓଡ଼ିଶା ହସ୍ତକଳା, ହସ୍ତଶିଳ୍ପ ସାମଗ୍ରୀ ଦେଶ ବିଦେଶରେ...

ଯୁକ୍ତ୨ ସିଟ୍‌ ବୃଦ୍ଧି ଆବେଦନ ସମୟ ବଢ଼ିଲା

ଭୁବନେଶ୍ୱର, ୨୭। ୭(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ସିଟ୍‌ ବୃଦ୍ଧି ପାଇଁ ଆବେଦନ ସମୟ ୨ଦିନ ବୃଦ୍ଧି କରାଯାଇଛି। ସ୍କୁଲ କର୍ତ୍ତୃପକ୍ଷ ସାମ୍ସ ପୋର୍ଟାଲ...

ଆର୍‌ପିଆର୍‌ସିରେ ଅର୍କିଡାରିୟମ୍‌ ଲୋକାର୍ପିତ: ୯୩ ବନ୍ୟ ଅର୍କିଡ୍‌, ୨୧୭ ହାଇବ୍ରିଡ୍‌ ଅର୍କିଡ୍‌ ପ୍ରଦର୍ଶିତ

ଭୁବନେଶ୍ୱର, ୨୯ା୬(ବ୍ୟୁରୋ): ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆର୍‌ପିଆର୍‌ସି)ର ବଟାନିକାଲ୍‌ ଗାର୍ଡେନରେ ଶୁକ୍ରବାର ଅର୍କିଡାରିୟମ୍‌ ଲୋକାର୍ପିତ ହୋଇଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ...

୫ ଘଣ୍ଟାରେ ପଚରାଗଲା ୧୦୦ରୁ ଊର୍ଦ୍ଧ୍ୱ ପ୍ରଶ୍ନ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ପ୍ରତାରଣା ପରେ ସମ୍ପତ୍ତି ଲୁଟିବା ସହ ଏକାଧିକ ଠକେଇ ମାମଲାରେ ଗିରଫ ହୋଇ ଜେଲ...

ଜଗାକୁ ଶେଷ ଦର୍ଶନ କରି ଚାଲିଗଲା ଜୀବନ

ପୁରୀ ଅଫିସ, ୧୭।୪: ଜଗାକୁ ଶେଷ ଦର୍ଶନ କରି ଚାଲିଗଲା ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀରେ। ରବିବାର ଶ୍ରୀମନ୍ଦିରରେ ଠାକୁରଙ୍କ ଦର୍ଶନ କରୁଥିବା...

Advertisement
Archives

Model This Week