ମହାମାରୀ ବେଳେ ମୂର୍ତ୍ତି ଗଢ଼ି ସ୍ୱାବଲମ୍ବୀ

କେନ୍ଦୁଝର, ୮।୧୦ (ସ୍ବ.ପ୍ର.): କୋଭିଡ୍‌ ସମୟରେ ରୋଜଗାର ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। କଣ କରିବେ କିଛି ମୁଣ୍ଡକୁ ଢୁକୁ ନ ଥିଲା। ଅର୍ଥ ରୋଜଗାର ଚିନ୍ତାରେ ପଡିଥିବା କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଓସ୍ତପଙ୍ଗା ଗ୍ରାମର ନିତ୍ୟାନନ୍ଦ ନାୟକ ଶେଷରେ ନିଜର ନିଶାକୁ ପେଶାରେ ପରିବର୍ତ୍ତନ କରିବାକୁ ଉଦ୍ୟମ କରିଥିଲେ। ସେ ମହାମାରୀ ସମୟରେ ବର୍ଷତମାମ ମୂର୍ତ୍ତି ଗଢିବା ସହ ଚିତ୍ର କରି ରୋଜଗାରକ୍ଷମ ହୋଇପାରିଛନ୍ତି। ବିଶେଷ କରି ପାର୍ବଣ ଋତୁରେ ଅନ୍ୟ ଯୁବଗୋଷ୍ଠୀଙ୍କ ସହ ମିଶି ଦେବାଦେବୀ ମୂର୍ତ୍ତି ନିର୍ମାଣ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ବିଶ୍ୱକର୍ମା, ଗଣେଶ ପୂଜା ପାଇଁ ମୂର୍ତ୍ତି ଗଢିବା ପରେ ଏବେ ଲକ୍ଷ୍ମୀ ମୂର୍ତ୍ତି ଗଢିବାରେ ମନୋନିବେଶ କରିଛନ୍ତି। ତାଙ୍କର ୪ ଜଣ ସାଙ୍ଗ ମିଶି ଏହି କାମରେ ଲାଗିଛନ୍ତି। ବ୍ୟବସାୟ ମାନ୍ଦା ରହୁଥିଲେ ହେଁ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ହୋଇଥିବା ନିତ୍ୟାନନ୍ଦ କହିଛନ୍ତି।
ବାଲେଶ୍ୱର ଆର୍ଟ କଲେଜରେ ଯୁକ୍ତ ଦୁଇ ପାଠ ପଢିବା ପରେ ନିତ୍ୟାନନ୍ଦ କେନ୍ଦୁଝର ଆର୍ଟ କଲେଜରେ ୩ମାସ ତାଲିମ ନେଇଛନ୍ତି। କେଲ ମାଟିରେ ସେ ମୂର୍ତ୍ତି ଗଢିଥାନ୍ତି। ରଙ୍ଗ, କନା ଆଦି ବାହାରୁ କିଣି ଆଣିଥାନ୍ତି। ଟେରାକୋଟା କାମରୁ ଆରମ୍ଭ କରି ସେ ଏବେ ମୂର୍ତ୍ତି ଗଢିବା କାମ ସହ ଜରି ମେଢ କାମ କରୁଛନ୍ତି। ମାଟି ମୂର୍ତ୍ତି ବ୍ୟତୀତ ବରାଦ ଆସିଲେ ସିମେଣ୍ଟର ମୂର୍ତ୍ତି ସମେତ ଅଶୋକ ସ୍ତମ୍ଭ ଆଦି କାମ କରିଥାନ୍ତି।ଏଥିରେ ଯାହା ମିଳେ ସେଥିରେ ଚଳିଯାଆନ୍ତି।
ଦୀର୍ଘ ୫ ବର୍ଷ ହେଲା ସେ ଏହି କାମ କରିଆସୁଛନ୍ତି। ଏବେ ଆଖପାଖ ଗ୍ରାମର ଗ୍ରାମର ଛବି ନାୟକ, ଚକ୍ରଧର ନାୟକ, ଦୀପକ ଓରାମ ତାଙ୍କ ସହିତ ସାମିଲ ହୋଇଛନ୍ତି। ଅନ୍ୟ ସମୟରେ ଚାଷବାସ କାମରେ ଲାଗିଥାନ୍ତି। ଆଜିକାଲି ମେଶିନ ଦ୍ୱାରା ରଙ୍ଗ ଦେବା ତଥା ଅନ୍ୟାନ୍ୟ କାମ କରାଯାଉଛି। ଯାହାକି ଅଧିକ ସୁନ୍ଦର ମୂର୍ତ୍ତି ଗଢାଯାଇ ପାରୁଛି।ଅଧିକ ସୁନ୍ଦର ମୂର୍ତ୍ତି ହେଲେ ଚାହିଦା ବଢିବ। ଏଣୁ ଆର୍ଥିକ ସହାୟତା ମିଳିଲେ ମେଶିନ ଆଣି କାମ କରିପାରନ୍ତେ ବୋଲି ସେ କୁହନ୍ତି।ସେହିପରି ମୂର୍ତ୍ତି ସାଇତି ରଖିବା ପାଇଁ ଘର ଦରକାର। ବିକ୍ରିବଟା ପାଇଁ ଦୋକାନ ଘର ମିଳିଲେ ଅଧିକ ଲାଭବାନ ହୋଇପାରନ୍ତେ। ଚଳିତବର୍ଷ ଉଚ୍ଚତା କଟକଣା ଯୋଗୁ କମ୍‌ ଉଚ୍ଚତା ମୂର୍ତ୍ତି ଗଢାଯାଉଥିବାରୁ ଦାମ ସାଢେ ୩ ହଜାର ଟଙ୍କା ରହିଛି। ଆଗରୁ ଏହା ୫/୬ ହଜାର ଟଙ୍କାରେ ବିକ୍ରି ହେଉଥିଲା। ଲକ୍ଷ୍ମୀପୂଜା ପାଇଁ ଆଗରୁ ୬୦ରୁ ଅଧିକ ମୂର୍ତ୍ତି ନିର୍ମାଣ କରୁଥିଲୁ। କିନ୍ତୁ ଏବେ ମାତ୍ର ୨୦ଟି ମୂର୍ତ୍ତି କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri