ସାନ ଭଉଣୀର ମୁଣ୍ଡ ଅଲଗା କରିବା ପରେ ବଡ଼ ଭଉଣୀର ଆତ୍ମହତ୍ୟା
କେନ୍ଦୁଝର,୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ ଫୁଲଝର ଗ୍ରାମର ଏକ ବନ୍ଦ ଘରୁ ରବିବାର ସାରେ ଦୁଇ ଭଉଣୀଙ୍କ ମୃତଦେହ ମିଳିଛି। ମୃତ ଦୁଇ ଭଉଣୀ ହେଲେ ଭିକାରୀ ଦେହୁରୀଙ୍କ ଝିଅ କ୍ଷୀର(୧୯) ଓ ରୁକ୍ମିଣୀ (୧୭)। ପୋଲିସ ଘଟଣାସ୍ଥଳରେ…
ଆଲମାରିରୁ ମିଳିଲା ୯୦ ଲକ୍ଷ ଟଙ୍କାର ଗଞ୍ଜେଇ
କୋରାପୁଟ,୮ା୮(ସ୍ବ.ପ୍ର.): ଗଞ୍ଜେଇ ଚୋରାଚାଲାଣ କରିବା ଲାଗି ଚାଲାଣକାରୀମାନେ ଭିନ୍ନଭିନ୍ନ ତରିକା ଆପଣାଉଛନ୍ତି। କେତେବେଳେ ମୁଢିବସ୍ତା ଭିତରେ ତ କେବେ ଅଦା, ପଣସ ଅଖା ଭିତରେ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି। ବର୍ତ୍ତମାନ ଚାଲାଣକାରୀମାନେ ଗଞ୍ଜେଇ ଚାଲାଣ ପାଇଁ ଏକ ନୂଆ…
ପୋଲିସ ହାତରେ ଲାଗିଲା ୟୁପିକୁ ଯାଉଥିବା ୩ କୁଇଣ୍ଟାଲ ଗଞ୍ଜେଇ
କୋକସରା,୮।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ପୋଲିସ ୪ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ଜଣେ ଫେରାର ଥିବା ଜଣାପଡ଼ିଛି। ଗିରଫ ୪ଜଣ ଉତ୍ତରପ୍ରଦେଶର ଇଲାହାବାଦ ଅଞ୍ଚଳର। ସେମାନେ ହେଲେ କୂଳଦୀପ ଗୁପ୍ତା(୧୯), ସରୋଜ ସିଂ (୨୪), ରବି ଶଙ୍କର ଚୌହାନ(୨୦),…
ବାପ-ପୁଅ ଚଲାଉଥିଲେ ନକଲି ଜର୍ଦ୍ଦା, ଗୁଟଖା କାରଖାନା
କଟକ ଅଫିସ,୮।୮: କଟକ ସଦର ଥାନା ଅଧୀନ ମୁକାମେଶ୍ୱର ଗ୍ରାମରୁ ରବିବାର ୨ଶହ ବସ୍ତା ନକଲି ଜର୍ଦ୍ଦା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ କହିଛି। ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତ ଦିଲୀପ…
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ମହାଦୁର୍ନୀତିର ପ୍ରତିବାଦ: ଭାଜପା ପକ୍ଷରୁ ବିକ୍ଷୋଭ
ଛତ୍ରପୁର,୮।୮(ଡିଏନଏ ): ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସ୍ଏସ୍ସି) ଚାକିରିରେ ବଡ ଧରଣର ଦୁର୍ନୀତି ଘଟଣାରେ ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡ଼ିଶା ଭାଜପା ଯୁବ ମୋର୍ଚ୍ଚା ଆହ୍ବାନକ୍ରମେ ଛତ୍ରପୁର ଭାଜପା ପକ୍ଷରୁ ଛତ୍ରପୁର ଲୋଏର ବସଷ୍ଟାଣ୍ଡଠାରେ ଏହି ମହାଦୁର୍ନୀତିର…
ଜରି ପଞ୍ଚାୟତର ୩ ସରକାରୀ ଅଧିକାରୀ ନିଲମ୍ବିତ
ଯାଜପୁର ଅଫିସ,୮।୮: ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଜରି ପଞ୍ଚାୟତରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର (ଏମ୍ଜିଏନ୍ଆର୍ଜିଏ) ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ଅଭିଯୋଗରେ ୩ ସରକାରୀ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ଏଥିରେ ପିଇଓ ପ୍ରକାଶ ଜେନ, ଜିଆର୍ଏସ୍…
ବିନା ଭକ୍ତରେ ମା’ ତାରାତାରିଣୀ ପୀଠରେ ଚିତାଲାଗି: ରାଜ ରାଜେଶ୍ବରୀ ବେଶରେ ଝଲସିଲେ
ପୁରୁଷୋତ୍ତମପୁର,୮।୮(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇେ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ବିନା ଭକ୍ତରେ ଚିତାଲାଗି ହୋଇଛି। ଭୋର ସକାଳ ୪ଟା ୩୦ରୁ ଦ୍ୱାର ଫିଟା ଯାଇ ମଙ୍ଗଳ ଆଳତି, ଅବକାଶ, ପଞ୍ଚ ସୂତିରେ ଅଭିଷେକ, ମାଜଣା, ସିଙ୍ଗାର ହୋଇ ଦୁଇ…
କାଠଯୋଡ଼ିରେ ଭାସି ଯାଇଥିଲେ, ମିଳିଲା ମୃତଦେହ
କଟକ ଅଫିସ,୮।୮: କଟକ ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡମୁହାଣ କାଠଯୋଡ଼ି ନଦୀ ବାଲିଘାଟରୁ ଶନିବାର ଜଣେ ଯୁବକ ନିଖୋଜ ହୋଇ ଯାଇଥିଲେ। ତାଙ୍କ ମୃତଦେହ ରବିବାର ଉଦ୍ଧାର ହୋଇଛି। ତାଙ୍କ ନାଁ ଶେଖ ସାଧୁ। ସୂଚନାଯୋଗ୍ୟ, ଶନିବାର ନଦୀରେ ଗାଧୋଉଥିବା…
କ୍ରିକେଟ ପାଇଁ ଲାଗୁଛି ବାଜି
ଗଞ୍ଜାମ,୮ା୮(ଡି.ଏନ୍.ଏ.): ଗଞ୍ଜାମ ସହରରେ କ୍ରିକେଟ ପାଇଁ ବାଜି ଲଗାଉଛନ୍ତି ଯୁବଗୋଷ୍ଠୀ। ଏଥିପାଇଁ ଏହି ବାଜିର ମାଷ୍ଟରମାଇଣ୍ଡ ଲକ୍ଷାଧିକ ଟଙ୍କା ପାଉଥିବା ବେଳେ ବାଜି ଲଗାଇ ହାରୁଥିବା ଯୁବକମାନେ ଆତ୍ମହତ୍ୟା ପରି ପନ୍ଥା ଆପଣାଉଛନ୍ତି। ପୋଲିସ ଏହାର ସାମାନ୍ୟ ସୁରାକ ପାଇ ପାରୁନି।…
୧୩ ଲକ୍ଷ ଟଙ୍କାର ନକଲି ନୋଟ୍ ସହ ଛପା ମେଶିନ ଜବତ
ସମ୍ବଲପୁର ଅଫିସ,୮ା୮: ସମ୍ବଲପୁର ପୋଲିସ ପକ୍ଷରୁ ନକଲି ନୋଟ୍ କାରବାର ର଼୍ୟାକେଟ୍ର ପର୍ଦ୍ଦାଫାଶ କରାଯାଇଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ନକିଲ ଟଙ୍କା ଜବତ କରିବା ସହ ୬ ଜଣଙ୍କୁ ଗରିଫ କରିଛି ପୋଲିସ। ସୂଚନାନୁଯାୟୀ, ଦୀର୍ଘଦିନ ସମ୍ବଲପୁର ଅଞ୍ଚଳରେ ନକଲି ନୋଟ୍…
ନ୍ୟାୟ ମାଗିଲେ ସୌମ୍ୟଙ୍କ ବାପା
ଖଇରା, ୮।୮(ଡି.ଏନ.ଏ.): ପାରଳଖେମୁଣ୍ଡିରେ କାର୍ଯ୍ୟରତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ୨୫ଦିନ ପୂରିଲାଣି । ପୋଲିସ ତଦନ୍ତକୁ ପ୍ରଶ୍ନ ଉଠାଇଥିବା ପରିବାର ଏବେ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ସାହା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…
ନୂଆ ରୂପ ପାଇବ ୫୦ ସରକାରୀ ହାଇସ୍କୁଲ
ସୁନ୍ଦରଗଡ଼, ୮।୮(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସଚିବସ୍ତରୀୟ ପ୍ରତିନିଧିଦଳ ଶନିବାର ସୁନ୍ଦରଗଡ଼ ଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ପ୍ରତିନିଧି ଦଳ କୁଣ୍ଡକେଲାସ୍ଥିତ ୩୩/୧୧ କେଭି ବିଦ୍ୟୁତ୍ ଗ୍ରୀଡ୍ ସବ୍ଷ୍ଟେଶନ, ଭେଡାବାହାଲ କୋଲ୍ କରିଡର,…

