୪ ନୂଆ ୱାର୍ଡ ଗଠନ ପାଇଁ ଯୋଜନା

ପୁରୀ ଅଫିସ,୨୭ ।୧୦:ପୁରୀ ପୌରାଞ୍ଚଳକୁ ୩୬ଟି ୱାର୍ଡ କରାଯାଇପାରେ। ଏନେଇ ଯୋଜନା ଚାଲିଛି। ସମ୍ପ୍ରତି ପୁରୀ ସହରରେ ୩୨ଟି ୱାର୍ଡ ରହିଛି। ତେବେ ୪ଟି ୱାର୍ଡକୁ ଭାଙ୍ଗି ସାନି ନୂଆ ୪ଟି ୱାର୍ଡ ଗଠନ ପାଇଁ ଯୋଜନା ହେଉଛି। ପୁରୀ ସହରର ୧, ୫, ୭ ଓ ୩୦ ନମ୍ବର ୱାର୍ଡରୁ ଗୋଟିଏ ଲେଖାଏ ନୂଆ ୱାର୍ଡ ସୃଷ୍ଟି କରାଯିବ। ଏହି ୪ଟି ୱାର୍ଡ ଅପେକ୍ଷାକୃତ ଭାବେ ବଡ଼ ହୋଇଥିବାରୁ ଏଗୁଡ଼ିକୁ ଭାଙ୍ଗି ନୂଆ ୱାର୍ଡ ଗଠନ ନେଇ ବିଚାର ବିମର୍ଷ ଚାଲିଥିବା ସୂଚନା ମିଳିଛି। ପୌରସଂସ୍ଥାର ବିସ୍ତୃତିକୁ ବଢ଼ାଇବା ସପକ୍ଷରେ ଜିଲା ପ୍ରଶାସନ ନାହିଁ। ଅନ୍ୟପକ୍ଷରେ ଭାରତୀୟ ନିର୍ବାଚନ କମିଶନ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଜିଲାରେ ସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ-ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜାରି ରହିଛି। ଏ ସଂକ୍ରାନ୍ତରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ଜାନୁଆରୀ ପହିଲା ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ବୟସ ହେଉଥିବ ସେମାନେ ନୂତନ ଭୋଟର ଭାବେ ନାମ ପଞ୍ଜୀକରଣ କରିପାରିବେ। ନୂତନ ଭୋଟର ଭାବେ ପଞ୍ଜିକରଣ କରିବା ପାଇଁ ଫର୍ମ-୬ କ, ଭୋଟର ତାଲିକାରୁ ନାମ ବାଦ୍‌ ପଡ଼ିଥିଲେ ଫର୍ମ-୭, ସଂଶୋଧନ ପାଇଁ ଫର୍ମ-୮, ସ୍ଥାନାନ୍ତରଣ ନିମନ୍ତେ ଫର୍ମ-୮କ ମାଧ୍ୟମରେ ବୁଥସ୍ତରରେ ବିଏଲ୍‌ଓଙ୍କ ନିକଟରେ ଆବେଦନ କରିହେବ। ଆସନ୍ତା ନଭେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଆସନ୍ତା ଡିସେମ୍ବର ୨୦ ତାରିଖ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗ ଶୁଣାଣି ହୋଇ ଜାନୁଆରୀ ୫ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି। ସେହିଭଳି ଭୋଟର ହେଲ୍ପଲାଇନ୍‌ ଆପ୍‌, ନ୍ୟାଶନାଲ୍‌ ଭୋଟର ସର୍ଭିସ୍‌ ପୋର୍ଟାଲ ଓ ଭୋଟର ସହାୟତା କେନ୍ଦ୍ର ମାଧ୍ୟମରେ ଭୋଟରଙ୍କୁ ଏହି ସୁବିଧା ମିଳିବ। ଉପଜିଲାପାଳ ଏବଂ ସମସ୍ତ ବିଡିଓଙ୍କ କାର୍ଯ୍ୟାଳୟରେ ଭୋଟର ସହାୟତା କେନ୍ଦ୍ର ଖୋଲାଯିବ। ଭୋଟର ଯେପରି ଭୋଟଦାନରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଆସନ୍ତା ୭ ଓ ୨୧ ତାରିଖ ରବିବାରଗୁଡ଼ିକରେ ସ୍ବତନ୍ତ୍ର ଅଭିଯାନ ଦିବସ ପାଳନ ହେବ। ବୁଥସ୍ତରୀୟ ଅଧିକାରୀମାନେ ବୁଥ୍‌ ସ୍ତରରେ ଉପସ୍ଥିତ ରହିବେ। ସମ୍ପ୍ରତି ଜିଲାରେ ୭ ଲକ୍ଷ ୧୫ ହଜାର ୯୧୨ ଜଣ ପୁରୁଷ ଓ ୬ ଲକ୍ଷ ୬୮ ହଜାର ୨୮୮ ଜଣ ମହିଳା ଭୋଟର ଥିବାବେଳେ ୬୯ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି। ସମୁଦାୟ ଭୋଟରଙ୍କ ସଂଖ୍ୟା ୧୩ ଲକ୍ଷ ୮୪ ହଜାର ୨୬୯ ରହିଛି। ସର୍ବଦଳୀୟ ବୈଠକରେ ଉପଜିଲାପାଳ ଭଭତାରଣ ସାହୁ ଏବଂ ଡେପୁଟି କଲେକ୍ଟର (ନିର୍ବାଚନ) ଜିତେନ୍ଦ୍ର କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।v


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri