ବିକ୍ରି ହେଉନି ହସ୍ତକଳା, ଚିନ୍ତାରେ ପରିବାର

ବେଗୁନିଆ,୨୬।୧୦(ଡି.ଏନ୍‌.ଏ.): ଏବେ ଦୁର୍ଦ୍ଦିନରେ ଦିନ ବିତାଉଛନ୍ତି ହସ୍ତକଳା କାରିଗର। ଅତ୍ୟାଧୁନିକ ସାମଗ୍ରୀର ଚାହିଦା ଓ କରୋନା ମହାମାରୀ ଛଡ଼ାଇ ନେଇଛି ସେମାନଙ୍କର କୁଳବେଉସା। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳର ଅନୁସୂଚିତ ଜାତି ପରିବାରଙ୍କ କ୍ଷେତ୍ରରେ ଦେଖିବାକୁ ମଳିଛି। ଏହି ବ୍ଲକର ଗୋବିନ୍ଦପୁର, ସିକୋ, ହଜ, ବେଗୁନିଆ, କୋହ୍ଲୁଆପାଟଣା ଆଦି ଗ୍ରାମରେ ଅନୁସୂଚିତ ଜାତି ପରିବାର ରହିଛନ୍ତି। ସେମାନେ ବାଉଁଶ ପାତିଆରେ ରଙ୍ଗବେରଙ୍ଗର କୁଲେଇ, ବାଇଁଶିଆ, ଟୋକେଇ, ଖଜୁରି ଗଛର ପତ୍ରରେ ଝାଡୁ, ତାଳପତ୍ରରେ ଆସନ, ଟୋପି, ବିଞ୍ଚଣା, ଡାଲା ଆଦି ସାମଗ୍ରୀ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ତେବେ କରୋନା କଟକଣା ଯୋଗୁ ପ୍ରାୟ ୨ବର୍ଷ ହେବ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପଡ଼ିଆରେ ମେଳା କିମ୍ବା ବିଭିନ୍ନ ପର୍ବପବାଣି ପାଳନ ହେଉ ନ ଥିବାରୁ ବେପାର ଏକପ୍ରକାର ଠପ୍‌ ହୋଇଯାଇଛି। ଏଥିସହ ଅତ୍ୟାଧୁନିକ ସାମଗ୍ରୀର ଚାହିଦା ଯୋଗୁ ଆଗଭଳି ଆଉ ବେପାର ହେଉନାହିଁ। ବହୁ ସାମଗ୍ରୀ ବିକ୍ରି ନ ହୋଇ ପଡିରହିବା ଫଳରେ ନଷ୍ଟ ହେବାକୁ ବସିଲାଣି। ଏବେ ସେମାନଙ୍କୁ ପରିବାର ପ୍ରତିପୋଷଣ ଚିନ୍ତା ଘାରିଛି। ସାମଗ୍ରୀ ବିକ୍ରି ନ ହେବାରୁ କେତେଜଣ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳ ଆଉ କେତେଜଣ ଅନ୍ୟ ଜୀବିକାକୁ ଆପଣାଉଥିବା ଦେଖିବାକୁ ମିଳିଛି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

 

ଦୈନିକ ବିଭିନ୍ନ ଗ୍ରାମରେ ହାତ ତିଆରି ସାମଗ୍ରୀ ବୁଲି ବିକ୍ରି କରିଥାଏ। ତେବେ ୧୦ବର୍ଷ ପୂର୍ବରୁ ଯେଉଁଭଳି ଭାବେ ବିକ୍ରି ହେଉଥିଲା ଅତ୍ୟାଧୁନିକ ସାମଗ୍ରୀର ଚାହିଦା ଯୋଗୁ ଏହି ସାମଗ୍ରୀର ବ୍ୟବସାୟ କମିଯାଇଛି। ଏହି ବେପାର ଛାଡି ଅନ୍ୟ ବ୍ୟବସାୟ ଆରମ୍ଭ କରିବା ପାଇଁ ଚେଷ୍ଟା କରୁଛି।
-ଦିଲୀପ ନାୟକ,
ବ୍ୟବସାୟୀ, ଗୋବିନ୍ଦପୁର
ଲକ୍ଷାଧିକ ଟଙ୍କାର ହାତ ତିଆରି ସାମଗ୍ରୀ ଧରି ଆଞ୍ଚଳିକ ଯାତ୍ରା ପଡିଆରେ ବିକ୍ରି କରିଥାଉ। କରୋନା ମହାମାରୀ ଯୋଗୁ ପ୍ରଶାସନ ପକ୍ଷରୁ ପ୍ରାୟ ୨ବର୍ଷ ହେବ ଯାତ୍ରା ବନ୍ଦ କରାଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ହାତ ତିଆରି ବିଭିନ୍ନ ସାମଗ୍ରୀ ବିକ୍ରି ନ ହୋଇ ନଷ୍ଟ ହେବାକୁ ବସିଛି।
-ସନାତନ ନାୟକ, ବ୍ୟବସାୟୀ, ସିକୋ
ବାଉଁଶ ଦିନକୁ ଦିନ ଲୋପ ପାଇବା ସହ ଦରଦାମ ବଢ଼ିି ଚାଲିଛି। ଗୋଟିଏ ସାମଗ୍ରୀ ତିଆରି କରିବା ପାଇଁ ଯେତିକି ସମୟ ଓ କଞ୍ଚାମାଲର ଆବଶ୍ୟକତା ପଡୁଛି, ସେହି ଅନୁଯାୟୀ ପାରିଶ୍ରମିକ ମିଳୁନାହିଁ। ଏପଟେ କରୋନା ଯୋଗୁ ବେପାର ଏକପ୍ରକାର ଠପ୍‌ ହୋଇଯାଇଛି। ସରକାର ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।
-ସୁଷମା ନାୟକ, ବ୍ୟବସାୟୀ, କୋହ୍ଲୁଆପାଟଣା


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri