ମନ୍ଦିରରୁ ଚୋରି କରିଥିବା ଯୁବକଙ୍କୁ ଡରାଉଥିଲା ନାଗ

ଡେଲାଙ୍ଗ,୨୬।୧୦(ଡି.ଏନ୍‌.ଏ.): ଏକ ମନ୍ଦିରରୁ ଚୋରି ଘଟଣାରେ ଜଣେ ଯୁବକଙ୍କୁ ଧରିଛି ପୋଲିସ । ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଅଞ୍ଚଳ ପିତାପଲ୍ଲୀର ରଶ୍ମିରଞ୍ଜନ ପ୍ରଧାନ(୨୪)। ସେ ଧରା ପଡ଼ିବା ପରେ କହିଛନ୍ତି , ଚୋରି କଲା ପରେ ତାଙ୍କୁ ନାଗ ସାପ ଭୟ ଘାରିଥିଲା। ସେ ଘରୁ ବାହାରି ପାରି ନଥିଲେ।

ପୁରୀ ଜିଲା ଡେଲାଙ୍ଗ ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏକ ଶିବ ମନ୍ଦିର ହୁଣ୍ଡିରୁ ଅଭିଯୁକ୍ତ ଟଙ୍କା ଚୋରି କରିଥିଲେ। ଅଭିଯୁକ୍ତ ମନ୍ଦିରରେ ପଶି କମିଟି ସଦସ୍ୟଙ୍କୁ ବାହାରପଟୁ କବାଟ ଦେଇ ପରିସରରେ ଥିବା ହୁଣ୍ଡିରୁ ତାଲା ଭାଙ୍ଗି ଟଙ୍କା ନେଇ ଫେରାର ହୋଇଯାଇଥିଲେ। ପରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ନଂ.୨୪୪/୨୧ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲ। ସିସିଟିଭି ଫୁଟେଜ ଆଧାରରେ ଡେଲାଙ୍ଗ ଥାନା ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଜଟଣୀ ଥାନା ସହାୟତାରେ ଅଭିଯୁକ୍ତଙ୍କୁ ପିତାପଲ୍ଲୀରୁ ଗିରଫ କରିଥିଲେ। ପଚରାଉଚରା ସମୟରେ ଚୋରି କଥା ମାନିବା ସହ ତାଙ୍କୁ ଏକ ନାଗସାପ ଜଗି ରହିଥିବା କହିବାରୁ ପୋଲିସ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୧୨।୯: ଆଜି ଅପରାହ୍ନରେ ମାଲକାନଗିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତି ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ...

ଆଜି ରାଜ୍ୟରେ ଅନୁଷ୍ଠିତ ହେବ ନିଯୁକ୍ତି ମେଳା: ୪୬୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେବେ ମୋହନ ସରକାର

ଭୁବନେଶ୍ୱର,୧୨।୯: ଆଜି ରାଜ୍ୟରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ୪୬୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନ କନ୍‌ଭେନ୍‌ଶନ...

ସୁଭଦ୍ରା ଯୋଜନା ଦରଖାସ୍ତ ପାଇଁ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଗିରଫ ହେଲେ ୨ ଜନସେବା କର୍ମଚାରୀ

ଭୁବନେଶ୍ୱର,୧୨।୯: ସୁଭଦ୍ରା ଯୋଜନା ଦରଖାସ୍ତ ପାଇଁ ଅର୍ଥ ଦାବି ମହଙ୍ଗା ପଡ଼ିଲା। ଭୁବନେଶ୍ବରର ୨ ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି। ଉଭୟେ ନିଳାଦ୍ରିବିହାର...

ସାଂଘାତିକ ଅଭିଯୋଗ ଆଣିଲେ ସୁନୀତି ମୁଣ୍ଡ, ଭାଜପାର ଏହି ନେତା ଦେଉଥିଲେ ନିର୍ଯାତନା ସହ ଧମକ

ଭୁବନେଶ୍ୱର,୧୨।୯: ଭାରତୀୟ ଜନତା ପାର୍ଟି ଭାଜପାରୁ ନିଲମ୍ବିତ ହେବାର କିଛି ଦିନ ପରେ ମୁହଁ ଖୋଲିଛନ୍ତି ସୁନୀତି ମୁଣ୍ଡ। ନିଲମ୍ବନ ପରେ ସେ ପାର୍ଟି ବିରୋଧରେ...

ସରକାରଙ୍କୁ ସମାଲୋଚନା କଲେ ଶଙ୍କରାଚାର୍ଯ୍ୟ

ପୁରୀ,୧୨ା୯(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାର ନୂଆ ଅବକାରୀ ନୀତି ଲାଗୁ କରିଛନ୍ତି। ଏହି ନୂଆ ଆଇନର ପ୍ରାବଧାନ ଅନୁଯାୟୀ, ଏଣିକି ସମୁଦ୍ର ବେଳାଭୂମି ଓ...

ବିଜେଡିରେ ବଢ଼ୁଛି କନ୍ଦଳ

ପାରାଦୀପ/ କୁଜଙ୍ଗ, (ଶରତ ରାଉତ/ମନୋଜ ପ୍ରଧାନ),୧୨ା୯: ସାଧାରଣ ନିର୍ବାଚନରେ ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଜେଡିର ପରାଜୟକୁ ଅନେକେ ନେତା ଓ କର୍ମୀ ଗ୍ରହଣ କରିପାରୁନାହାନ୍ତି। ଗତ...

ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ନବୀନ

ଭୁବନେଶ୍ୱର,୧୨।୯(ଅନିଲ ଦାସ)ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାଙ୍କ ସାଙ୍ଗଠନିକ ସମ୍ମିଳନୀ ବୁଧବାର ଶଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀକୁ ଉଦ୍‌ଘାଟନ କରି ବିଜେଡି ସଭାପତି ତଥା...

ସୁଲଭ ମୂଲ୍ୟରେ ଭାରତୀୟ ଛାତ୍ରୀଛାତ୍ରଙ୍କୁ ବିଶ୍ୱମାନର ଶିକ୍ଷା ଦେବା ଆମ ପ୍ରତିବଦ୍ଧତା: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୨।୯(ସୁନିତ୍‌ ମିଶ୍ର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ପୃଥକ୍‌ ଭାବେ ପର୍ଡ୍ୟୁ ବିଶ୍ୱବିଦ୍ୟାଳୟର ସଭାପତି ମୁଙ୍ଗ୍‌ ଚିଆଙ୍ଗ, ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ କିନ୍‌ଡ୍ରିଲର ସିଇଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri