ଆମ ଜିଲା ଖବର

ସମୁଦ୍ରରେ ଫସିଥିଲେ ୧୧ ମତ୍ସ୍ୟଜୀବୀ

ପାରାଦୀପ,୧୩ା୯(ସ୍ବ.ପ୍ର.): ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ)ରବିବାର ପଶ୍ଚିମବଙ୍ଗ ହୁଗୁଳି ନଦୀ ସୀମା ସମୁଦ୍ରର ସାଗରଦୀପ ଅଞ୍ଚଳରୁ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି। ଏହାପରେ ସେମାନଙ୍କୁ ପଶ୍ଚିମବଙ୍ଗସ୍ଥିତ କଣ୍ଟାଇ ପୋଲିସକୁ ହସ୍ତାନ୍ତର କରାଯାଇଛି। ଲଘୁଚାପ ସତ୍ତ୍ୱେ ମତ୍ସ୍ୟଜୀବୀମାନେ ବୋଟ୍‌ ଧରି ସମୁଦ୍ର ଭିତରକୁ…

ଟିକା ଦେବା ପାଇଁ ପ୍ରବଳ ବର୍ଷାରେ ନଦୀ ପାରିହେଲେ ମହିଳା ସ୍ବାସ୍ଥ୍ୟକର୍ମୀ

ବୈପାରୀଗୁଡା,୧୨ା୯(ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ବାଲଗାଁ ପଞ୍ଚାୟତରେ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀ ଲୋକଙ୍କୁ ସେବା ଯୋଗାଇ ଦେବାପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମରେ ଲୋକଙ୍କୁ ଟିକାଦେବାକୁ ଉଭୟ ପାଣି ଭର୍ତ୍ତି…

ନକଲି ଡାକ୍ତର ଗିରଫ

ଗଞ୍ଜାମ,୧୨।୯: ଗଞ୍ଜାମର ଏକ ମେଡିକାଲ ଷ୍ଟୋରକୁ ସିଲ୍‌ କରିବା ସହ ନକଲି ଡାକ୍ତର ଗିରଫ ହୋଇଛନ୍ତି । କୁମୁଦାପଦାର ବାହାଦୁର ନାୟକ ନାମକ ଜଣେ ବ୍ୟକ୍ତି ସୁରଟର ସୂତାକଳରେ ଶ୍ରମିକ ଭାବେ କାମ କରୁଥିଲେ। ଗତବର୍ଷ ଲକଡାଉନ ହେବାରୁ ସେ ଗାଁକୁ…

ଯୁବତୀଙ୍କୁ ବିବାହ ପାଇଁ ଜିଦ୍‌ ଧରିଲେ ୫୦ ବର୍ଷୀୟ ପୂଜକ

ବାଉଁଶୁଣୀ,୧୨ା୯(ଡି.ଏନ.ଏ.): ବୟସରୁ ୩୦ ବର୍ଷର ସାନ ଜଣେ ଯୁବତୀଙ୍କୁ ବିବାହ ପାଇଁ ଜିଦ୍‌ ଧରିଛନ୍ତି ଶୈବପୀଠର ଜଣେ ୫୦ ବର୍ଷର ପୂଜକ l ଏହି ଘଟଣା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ବୌଦ୍ଧ ଜିଲା ମନମୁଣ୍ଡା ଥାନା ଶୁଣ୍ଢିପଦର ପଞ୍ଚାୟତ ଅଞ୍ଚଳର…

ଅନ୍ୟଜାତିରେ ପ୍ରେମ ବିବାହ କରିବାରୁ…

ଲୋଇସିଂହା,୧୨।୯(ଡି.ଏନ.ଏ.): ଅନ୍ୟଜାତିରେ କରିଥିଲେ ପ୍ରେମ ବିବାହ। ଏବେ ତାଙ୍କର ଏକ ୨ ବର୍ଷର ପିଲା ଅଛି। ପୁଣି ଗର୍ଭବତୀ ଅଛନ୍ତି ସ୍ତ୍ରୀ। ନିଜ ଘର ଅଥବା ଶଶୁର ଘର ଲୋକେ ଏହି ବିବାହକୁ ସ୍ବୀକୃତି ଦେଇ ନ ଥିବାରୁ ବାହାରେ ସ୍ତ୍ରୀ…

ନଦୀ କୂଳରେ ନାବାଳିକାଙ୍କୁ ବଳାତ୍କାର

ଫୁଲବାଣୀ ଅଫିସ, ୧୨ା୯: କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରିଛି । ନାବାଳିକାଙ୍କୁ ଶିଶୁ ମଙ୍ଗଳ କମିଟି(ସିଡବ୍ଲ୍ୟୁସି)ରେ ହାଜର କରାଯିବା ପରେ ପରିବାର…

ଗଣେଶ ବିସର୍ଜନ ବେଳେ ଘଟିଲା ଦୁର୍ଘଟଣା

ବସ୍ତା,୧୨।୯(ଡି.ଏନ.ଏ.): ଗଣେଶ ମୂର୍ତ୍ତି ଭସାଣି ବେଳେ ରବିବାର ସୁବର୍ଣ୍ଣରେଖା ନଦୀ ରାଜଘାଟସ୍ଥିତ ବାରୁଣୀ ଘାଟରେ ଜଣେ ଛାତ୍ର ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ବସ୍ତା ଥାନା ସନ୍ତୋଷପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ଗୁରୁପ୍ରସାଦ ସାମଲ(୧୬)। ମିଳିଥିବା ସୂଚନା ମୁତାବକ, ଭେଲୋରାସ୍ଥିତ…

ଦିଗପହଣ୍ଡିରେ ଭାଜପାର ସାଙ୍ଗଠନିକ ନିର୍ବାଚନ

ଦିଗପହଣ୍ଡି,୧୨।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଭାଜପାର ସାଙ୍ଗଠନିକ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶ୍ରୀ ଚନ୍ଦ୍ରଚୂଡ଼େଶ୍ୱର ଶୈବପୀଠ ପରିସରରେ ଆୟୋଜିତ ବୈଠକରେ ଭାଜପା ଦିଗପହଣ୍ଡି ନଗର କମିଟିର ବହୁସଂଖ୍ୟକ କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ। ଭାଜପା ଗଞ୍ଜାମ ଜିଲା…

ଲୁଗା ଗୁଡ଼େଇ ଫିଙ୍ଗିଦେଲେ ନବଜାତ ଶିଶୁକୁ: ବର୍ଷା ପାଣିରେ ଭାସି ଲାଗିଲା କେନାଲରେ

ବଲାଙ୍ଗୀର ଅଫିସ,୧୨।୯: ବଲାଙ୍ଗୀର ସହର ତୁଳସୀନଗରର ମହାରାଣୀ ସାଗର ସରପ୍ଲସ କେନାଲରୁ ରବିବାର ଜଣେ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଶିଶୁଟିକୁ ଲୁଗା ଗୁଡ଼େଇ ଫିଙ୍ଗା ଯାଇଥିବା ବେଳେ ବର୍ଷାପାଣିରେ ଭାସି ଆସିବା ପରେ ସରପ୍ଲସ କେନାଲରେ ପଡ଼ିଥିବା ଦେଖାଯାଇଛି।…

ରାସ୍ତାକଡ଼ରେ ଥିବା ଘରକୁ ଧକ୍କା ଦେଲା ୧୬ ଚକିଆ

ମ.ରାମପୁର,୧୨।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ରାୟପୁର- ଗୋପାଳପୁର ଏନ୍‌ଏଚ୍‌ -୫୯ ମ. ରାମପୁରସ୍ଥିତ ଚାରିଛକ ବୁଲାଣିରେ ରବିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏକ ୧୬ ଚକିଆ ଡମ୍ପର ସିଧା ଏକ ଘରକୁ ଧକ୍କା ଦେଇଛି। ରାସ୍ତା ପାଖରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଇଟାଗଦାକୁ…

ପିଲାଙ୍କୁ ଫୁଟ୍‌ବଲ ଖେଳୁଥିବା ଦେଖି ହଠାତ୍‌ ଜଙ୍ଗଲରୁ ଆସିଗଲେ ୨ ଭାଲୁ ଆଉ ତା’ପରେ…

ନବରଙ୍ଗପୁର/ଉମରକୋଟ,୧୨।୯(ବି.ପ୍ର./ସ୍ବ.ପ୍ର): ସର୍କସ୍‌ରେ ହିଂସ୍ର ଜନ୍ତୁମାନେ ପରସ୍ପର ଖେଳୁଥିବାର ସମସ୍ତେ ଦେଖିଥିବେ, ତାହା ପୁଣି ଜଣେ ରିଂ ମାଷ୍ଟରଙ୍କ ନିର୍ଦ୍ଦେଶରେ । ମାତ୍ର ଜଙ୍ଗଲରେ ହିଂସ୍ର ଜନ୍ତୁ ଖେଳୁଥିବା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ। ହେଲେ ଏହା ସତ୍ୟ ଘଟଣା। ଦୁଇଟି ଜଙ୍ଗଲୀ…

ଗଣେଶ ପୂଜା ଦେଖିବାକୁ ଯାଇଥିଲେ ନାବାଳିକା: ନାବାଳକ ନିଛାଟିଆ ଛାତକୁ ଡାକି ନେଇ …

ପାରଳାଖେମୁଣ୍ଡି,୧୨।୯: ଘର ପାଖରେ ଗଣେଶ ପୂଜା ଦେଖବାକୁ ଯାଇ ବଳାତ୍କାର ଶିକାର ହୋଇଛନ୍ତି ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା କାଶୀନାଗର ଥାନା ଅଞ୍ଚଳରେ। ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ। ଅଭିଯୁକ୍ତ ନାବାଳକଙ୍କୁ ଡାକ୍ତରୀମାଇନା ପାଇଁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?