ବାଲି ବିନା ପଛେଇଛି ନିର୍ମାଣ କାର୍ଯ୍ୟ

ଆନନ୍ଦପୁର,୨୧।୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅଞ୍ଚଳରେ ବାଲି ମିଳୁ ନ ଥିବାରୁ ନିର୍ମାଣ କାମ ହୋଇ ପାରୁନି। ଆବାସ ହିତାଧିକାରୀମାନେ ବାଲି ବିନା ଘରକାମ କରି ନ ପାରି ହଇରାଣ ହରକତ ହେଉଛନ୍ତି। ଏହି ତହସିଲ ଅଧୀନରେ ଥିବା ୭ଟି ସଇରାତର ଲିଜ୍‌ ପ୍ରକ୍ରିୟା ଦୀର୍ଘ ଦିନ ହେବ ଶେଷ ହୋଇଥିଲେ ମଧ୍ୟ ବାଲି ଉଠି ପାରୁନି। ପରିବେଶ ମଞ୍ଜୁରୀ ମିଳିପାରୁ ନ ଥିବାରୁ ଏହା କାର୍ଯ୍ୟକାରୀ ହୋଇପାରୁନି ବୋଲି ତହସିଲଦାର ତପନ କୁମାର ନାୟକ କହିଛନ୍ତି। ଫଳରେ ସରକାରୀ ଯୋଜନାରେ ହେବାକୁ ଥିବା ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହେବାରେ ଘୋର ପ୍ରତିବନ୍ଧକ ସାଜିଛି। ଅନ୍ୟପଟେ ଏହି ତହସିଲ ଅଞ୍ଚଳର କେତେକ ବ୍ୟକ୍ତି ନିର୍ମାଣ କାମ ଜାରି ରଖିଛନ୍ତି। ଏଥିପାଇଁ ବାଲି କେଉଁଠୁ ଆସୁଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବାଲି ସଇରାତ ବନ୍ଦ ଥିବାରୁ ସରକାରୀ ଆବାସ ଯୋଜନାରେ ସାମିଲ ହୋଇଥିବା ଗରିବ ହିତାଧିକାରୀମାନେ ଆବାସ ଗଢ଼ିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି କେତେକ ହିତାଧିକାରୀ ବାଧ୍ୟ ବାଧ୍ୟକତାରେ ଚଢ଼ା ଦରରେ କିଣିବା ପାଇଁ ଚୋରା ବାଲି ମାଫିଆଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ନିକଟରେ ତହସିଲ ପକ୍ଷରୁ ପଦ୍ମପୁର ସଇରାତରୁ ବାଲି ଚୋରା ଚାଲାଣ ରୋକିବା ପାଇଁ ଟ୍ରେଞ୍ଚ ଖୋଳା ଯାଇଥିଲା। ହେଲେ ମାଫିଆମାନେ ଏହାକୁ ପୋତି ପୁନର୍ବାର ବାଲି ଚାଲାଣ କରିବାରେ ସଫଳ ହେଉଥିବା ଦେଖିବାକୁ ମିଳୁଛି। ଚୋରା ବାଲି ଚାଲାଣ ରୋକିବା ଦିଗରେ ଆବଶ୍ୟକ ସହଯୋଗ ପାଇଁ ସ୍ଥାନୀୟ ପୋଲିସକୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ସହଯୋଗ ମିଳିପାରୁନି ଓ ଚୋରା ଚାଲାଣ ବୃଦ୍ଧି ପାଉଥିବାରୁ ସରକାରଙ୍କ ରାଜସ୍ବ ହାନୀ ଘଟୁଥିବା ତହସିଲ କର୍ତ୍ତୃପକ୍ଷ କହିଛନ୍ତି।
ସୂଚନାଯୋଗ୍ୟ, ଆନନ୍ଦପୁର ତହସିଲ ଅଧୀନରେ ଆନନ୍ଦପୁର, ଅମାରଙ୍ଗ, ଟୁକୁଣା, ପଞ୍ଚୁପଲୀ, ଗୌଡ଼ଡିହା, ବେଲବାହାଳି, ବୁଢ଼ିକୁଦ ଆଦି ବାଲି ସଇରାତ ରହିଛି। ସମ୍ପୃକ୍ତ ସଇରାତ ଗୁଡ଼ିକ ଲିଜ୍‌ କାର୍ଯ୍ୟ ଶେଷ ହୋଇଛି। ହେଲେ ପରିବେଶ ମଞ୍ଜୁରୀ ନ ମିଳିବାରୁ ଏହା କାର୍ଯ୍ୟକାରୀ ହୋଇପାରୁନି। ତହସିଲଦାର ନାୟକ କହିଛନ୍ତି, କାର୍ଯ୍ୟାଳୟ ପକ୍ଷରୁ ପରିବେଶ ମଞ୍ଜୁରୀ ନିମନ୍ତେ ଠିକଣା ସମୟରେ ଆବଶ୍ୟକ କାଗଜପତ୍ର ପ୍ରଦାନ କରାଯାଇଛି। ମାତ୍ର ଅଦ୍ୟାବଧି ପରିବେଶ ମଞ୍ଜୁରୀ ମିଳିପାରିନି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍‌

କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri