Posted inଭଦ୍ରକ

ଅମଳ ସମୟରେ ଦାଉ ସାଧୁଛି ‘ମାଟିଆଗୁଣ୍ଡି’

ବନ୍ତ,୨୧।୧୧(ସ୍ବ.ପ୍ର.)-ଖରିଫ୍‌ ଧାନ ଅମଳ ସମୟରେ ବିଲରେ ମାଟିଆଗୁଣ୍ଡି ପୋକର ପ୍ରାଦୁର୍ଭାବ। ପୋକ ଲାଗି ଧାନ ଫସଲ ନଷ୍ଟ କରି ଦେଉଛନ୍ତି। ଆରମ୍ଭରୁ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଭଦ୍ରକ ଜିଲା ବନ୍ତ ବ୍ଲକରେ ଧାନ ଚାଷ ବିଳମ୍ବରେ ଆରମ୍ଭ ହୋଇଥିଲା। ସାର ଅଭାବୀ ବିକ୍ରି ସହ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ଚାଷୀମାନେ ଚାଷ କାମ ଆଗେଇ ନେଇଥିବା ବେଳେ ଅମଳ ସମୟରେ ଏହି ପୋକ ଦାଉ ସାଧୁଛି।
ବନ୍ତ ବ୍ଲକର କାଦବରାଙ୍ଗ, ଗୋପିନାଥପୁର, ଆଡ଼ିଆ, ପୁରୁଷଣ୍ଢ, ରାମଚନ୍ଦ୍ରପୁର, ଟିଲୋ, ଓଡ଼ଙ୍ଗ ଆଦି ପଞ୍ଚାୟତରେ ପୋକ ଯୋଗୁ ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ପ୍ରକାଶ କରିଛନ୍ତି। ମାଟିଆଗୁଣ୍ଡି ପୋକ ଧାନ ଗଛର ମୂଳରେ ବସା ବାନ୍ଧି ଦିନକୁ ଅଣ୍ଡା ଦେଇ ଲକ୍ଷ ଲକ୍ଷ ଛୁଆ ଜନ୍ମ କରିଥାନ୍ତି। ପାଚିଲା ଧାନ ସମୟରେ ମୂଳକୁ ବିଷ ସିଞ୍ଚନ ହୋଇ ନ ପାରିବା ଯୋଗୁ ପୋକ ଦମନ ସହଜ ହୋଇପାରୁ ନାହିଁ। ଫଳରେ ପୋକ ସହଜେରେ ବଂଶ ବିସ୍ତାର କରୁଛନ୍ତି। ପ୍ରଥମରୁ ଗୋଟିଏ ଜାଗାରେ ପୋକ ଲାଗିବା ପରେ ତାହା ସମ୍ପୂର୍ଣ୍ଣ ଧାନ କ୍ଷେତକୁ ମାଡ଼ି ଯାଉଥିବା ଚାଷୀମାନେ କହିଛନ୍ତି। ମୂଳକୁ ଶୋଷି ନେଉଥିବାରୁ ଧାନ ଗଛ ପ୍ରଥମେ ନାଲି ପଡ଼ି ପରେ ସଂପୂର୍ଣ୍ଣ ମରିଯାଉଥିବା ଦେଖାଯାଉଛି। ପୋକ ଦମନ ନ ହେଲେ ଅମଳ ବାଧାପ୍ରାପ୍ତ ହେବ। ଧାର କରଜ କରି ଚାଷୀମାନେ ଚାଷ କରିଥିବା ବେଳେ ଆଶାତୀତ ଅମଳ ନ ହେଲେ ଶୁଝିବା ଅସମ୍ଭବ ହୋଇପଡ଼ିବ। ଏହା ଚାଷୀ ମୁଣ୍ଡରେ ଚଡ଼କ ପକାଇଛି। ଏ ସମ୍ପର୍କରେ ଆଗରପଡ଼ା କୃଷି ଅଧିକାରୀ ତୁଷାରକାନ୍ତ ପତି କହିଛନ୍ତି, ଯେଉଁ ଅଞ୍ଚଳରେ ପୋକ ଲାଗିଛନ୍ତି ଖବର ପାଇବା ପରେ ବିଭାଗୀୟ ଟିମ୍‌ ଯାଇ କ୍ଷେତ୍ର ପରିଦର୍ଶନ କରୁଛନ୍ତି। ସବ୍‌ସିଡିରେ ଚାଷୀଙ୍କୁ କୀଟନାଶକ ଯୋଗାଇ ଦିଆଯାଉଛି। ପ୍ରତି ପଞ୍ଚାୟତ ସ୍ତରରେ ଚାଷୀମାନଙ୍କୁ ନେଇ ହ୍ବାଟସଅପ୍‌ ଗ୍ରୁପ କରାଯାଇ ପ୍ରତିକାର ପାଇଁ ପରାମର୍ଶ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri