ଜମି ଚିହ୍ନଟ ପରେ ବି ନିର୍ମାଣ ହେଉନି ବସ୍‌ଷ୍ଟାଣ୍ଡ

ବାରିପଦା ଅଫିସ,୨୧।୧୧- ପ୍ରମୁଖ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ୪୪ବର୍ଷର ପୁରୁଣା ବସ୍‌ଷ୍ଟାଣ୍ଡ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଦୀର୍ଘଦିନ ହେଲା ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ବିପଦପୂର୍ଣ୍ଣ ରାସ୍ତାରେ ଯିବାଆସିବା କରୁଛନ୍ତି। ସହର ଉପକଣ୍ଠ ଦାରୋଗାଡାହି ଠାରେ ଜମି ଚିହ୍ନଟ ପରେ ବି ବସ୍‌ଷ୍ଟାଣ୍ଡ ନିର୍ମାଣ ହେଉ ନ ଥିବା ଜିଲା କଂଗ୍ରେସ ସଭାପତି ହେମନ୍ତ ଦାସ ଅଭିଯୋଗ କରିଛନ୍ତି। ତୁରନ୍ତ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ନ ହେଲେ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରାଯିବ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସୀମାନ୍ତରେ ଥିବା ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦାରେ ରହିଛି ଏହି ବସ୍‌ଷ୍ଟାଣ୍ଡ। ୨ଏକର ଜମି ମଧ୍ୟରେ ସୀମିତ ଥିବା ଏହି ବସଷ୍ଟାଣ୍ଡର ମାତ୍ର ୨୦ମିଟର ଦୂରରେ ଜିଲାପାଳଙ୍କ କାର୍ଯ୍ୟାଳୟ, କଚେରୀ ଓ ସ୍କୁଲ ରହିଥିବାରୁ ଉକ୍ତ ଅଞ୍ଚଳଟି ସବୁବେଳେ ଜନଗହଳିପୂର୍ଣ୍ଣ ରହିଥାଏ। ବାରିପଦାରୁ ପଡ଼ୋଶୀ ଜିଲା ଓ ରାଜ୍ୟକୁ ୨୫୦ରୁ ଊର୍ଦ୍ଧ୍ୱ ବସ୍‌ ଚଳାଚଳ କରୁଛି। କ୍ରମଶଃ ବସ୍‌ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବସ୍‌ଷ୍ଟାଣ୍ଡଟି ସଙ୍କୀର୍ଣ୍ଣ ହୋଇପଡୁଛି। ଫଳରେ ବସ୍‌ଗୁଡିକ ସହରର ବିଭିନ୍ନ ସ୍ଥାନରେ ଅଟକି ରହିବା ଦ୍ୱାରା ଗମନାଗମନରେ ବାଧା ଉପୁଜୁଛି। ଜିଲା ବସ୍‌ ମାଲିକ ସଂଘର ସଭାପତି ରଘୁନାଥ ପଣ୍ଡା କୁହନ୍ତି, ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତରଣ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ସରିଥିଲେ ମଧ୍ୟ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯାଉନାହିଁ । ନେତାମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ଅଟକି ରହିଛି ବସଟର୍ମିନାଲର ଭାଗ୍ୟ। ପ୍ରତୀକ୍ଷାଳୟ ଓ ପାନୀୟ ଜଳର ବ୍ୟବସ୍ଥା ନ ଥିବା ବେଳେ ସୁଲଭ ଶୌଚାଳୟଟିଏ ମଧ୍ୟ ନାହିଁ। ବସ୍‌ କର୍ମଚାରୀମାନଙ୍କ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ନ ଥିବା ବେଳେ ସଂଘ ପକ୍ଷରୁ ନିର୍ମାଣ ହୋଇଥିବା ଗୃହରେ ସେମାନେ ଆଶ୍ରୟ ନେଉଛନ୍ତି। ଦୁଇ ବର୍ଷ ପୂର୍ବେ ଜିଲାପାଳ ଦାରୋଗାଡ଼ାହିଠାରେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଲୋକଦେଖାଣିଆ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ମୁଠାଏ ମାଟି ପଡ଼ିବା ପୂର୍ବରୁ ସେହି କାର୍ଯ୍ୟ ବନ୍ଦ ହୋଇ ପଡ଼ିରହିଛି। ବର୍ଦ୍ଧିତ ସହରର ସଂକୀର୍ଣ୍ଣ ସ୍ଥାନରେ ଥିବା ବସ୍‌ଷ୍ଟାଣ୍ଡ ଲାଗି ଜନଗହଳି ବୃଦ୍ଧି ପାଉଥିବାରୁ ସହରବାସୀଙ୍କ ପାଇଁ ପ୍ରମୁଖ ସମସ୍ୟା ସୃଷ୍ଟି କରିଛି। ବସ୍‌ ରହିବା ପାଇଁ ଜାଗା ନ ଥିବାରୁ ସତ୍ୟସାଇ ଛକର ଉଭୟ ପାର୍ଶ୍ୱରେ ବସ୍‌ ଗୁଡ଼ିକ ଛିଡ଼ା ହୋଇରହୁଛି। ଫଳରେ ଗମନାଗମନରେ ଅନେକ ଅସୁବିଧା ହେଉଛି ବୋଲି ପ୍ରୀତମ ମହାନ୍ତ, ସନାତନ ପାତ୍ର,ଚିରଞ୍ଜିବୀ ସାହୁ କହିଛନ୍ତ। ଜିଲାପ୍ରଶାସନ ତୁରନ୍ତ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ବାରିପଦା ବିଧାୟକ ପ୍ରକାଶ ସୋରେନ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri