ଜମି ଚିହ୍ନଟ ପରେ ବି ନିର୍ମାଣ ହେଉନି ବସ୍‌ଷ୍ଟାଣ୍ଡ

ବାରିପଦା ଅଫିସ,୨୧।୧୧- ପ୍ରମୁଖ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ୪୪ବର୍ଷର ପୁରୁଣା ବସ୍‌ଷ୍ଟାଣ୍ଡ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଦୀର୍ଘଦିନ ହେଲା ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ବିପଦପୂର୍ଣ୍ଣ ରାସ୍ତାରେ ଯିବାଆସିବା କରୁଛନ୍ତି। ସହର ଉପକଣ୍ଠ ଦାରୋଗାଡାହି ଠାରେ ଜମି ଚିହ୍ନଟ ପରେ ବି ବସ୍‌ଷ୍ଟାଣ୍ଡ ନିର୍ମାଣ ହେଉ ନ ଥିବା ଜିଲା କଂଗ୍ରେସ ସଭାପତି ହେମନ୍ତ ଦାସ ଅଭିଯୋଗ କରିଛନ୍ତି। ତୁରନ୍ତ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ନ ହେଲେ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରାଯିବ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସୀମାନ୍ତରେ ଥିବା ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦାରେ ରହିଛି ଏହି ବସ୍‌ଷ୍ଟାଣ୍ଡ। ୨ଏକର ଜମି ମଧ୍ୟରେ ସୀମିତ ଥିବା ଏହି ବସଷ୍ଟାଣ୍ଡର ମାତ୍ର ୨୦ମିଟର ଦୂରରେ ଜିଲାପାଳଙ୍କ କାର୍ଯ୍ୟାଳୟ, କଚେରୀ ଓ ସ୍କୁଲ ରହିଥିବାରୁ ଉକ୍ତ ଅଞ୍ଚଳଟି ସବୁବେଳେ ଜନଗହଳିପୂର୍ଣ୍ଣ ରହିଥାଏ। ବାରିପଦାରୁ ପଡ଼ୋଶୀ ଜିଲା ଓ ରାଜ୍ୟକୁ ୨୫୦ରୁ ଊର୍ଦ୍ଧ୍ୱ ବସ୍‌ ଚଳାଚଳ କରୁଛି। କ୍ରମଶଃ ବସ୍‌ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବସ୍‌ଷ୍ଟାଣ୍ଡଟି ସଙ୍କୀର୍ଣ୍ଣ ହୋଇପଡୁଛି। ଫଳରେ ବସ୍‌ଗୁଡିକ ସହରର ବିଭିନ୍ନ ସ୍ଥାନରେ ଅଟକି ରହିବା ଦ୍ୱାରା ଗମନାଗମନରେ ବାଧା ଉପୁଜୁଛି। ଜିଲା ବସ୍‌ ମାଲିକ ସଂଘର ସଭାପତି ରଘୁନାଥ ପଣ୍ଡା କୁହନ୍ତି, ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତରଣ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ସରିଥିଲେ ମଧ୍ୟ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯାଉନାହିଁ । ନେତାମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ଅଟକି ରହିଛି ବସଟର୍ମିନାଲର ଭାଗ୍ୟ। ପ୍ରତୀକ୍ଷାଳୟ ଓ ପାନୀୟ ଜଳର ବ୍ୟବସ୍ଥା ନ ଥିବା ବେଳେ ସୁଲଭ ଶୌଚାଳୟଟିଏ ମଧ୍ୟ ନାହିଁ। ବସ୍‌ କର୍ମଚାରୀମାନଙ୍କ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ନ ଥିବା ବେଳେ ସଂଘ ପକ୍ଷରୁ ନିର୍ମାଣ ହୋଇଥିବା ଗୃହରେ ସେମାନେ ଆଶ୍ରୟ ନେଉଛନ୍ତି। ଦୁଇ ବର୍ଷ ପୂର୍ବେ ଜିଲାପାଳ ଦାରୋଗାଡ଼ାହିଠାରେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଲୋକଦେଖାଣିଆ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ମୁଠାଏ ମାଟି ପଡ଼ିବା ପୂର୍ବରୁ ସେହି କାର୍ଯ୍ୟ ବନ୍ଦ ହୋଇ ପଡ଼ିରହିଛି। ବର୍ଦ୍ଧିତ ସହରର ସଂକୀର୍ଣ୍ଣ ସ୍ଥାନରେ ଥିବା ବସ୍‌ଷ୍ଟାଣ୍ଡ ଲାଗି ଜନଗହଳି ବୃଦ୍ଧି ପାଉଥିବାରୁ ସହରବାସୀଙ୍କ ପାଇଁ ପ୍ରମୁଖ ସମସ୍ୟା ସୃଷ୍ଟି କରିଛି। ବସ୍‌ ରହିବା ପାଇଁ ଜାଗା ନ ଥିବାରୁ ସତ୍ୟସାଇ ଛକର ଉଭୟ ପାର୍ଶ୍ୱରେ ବସ୍‌ ଗୁଡ଼ିକ ଛିଡ଼ା ହୋଇରହୁଛି। ଫଳରେ ଗମନାଗମନରେ ଅନେକ ଅସୁବିଧା ହେଉଛି ବୋଲି ପ୍ରୀତମ ମହାନ୍ତ, ସନାତନ ପାତ୍ର,ଚିରଞ୍ଜିବୀ ସାହୁ କହିଛନ୍ତ। ଜିଲାପ୍ରଶାସନ ତୁରନ୍ତ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ବାରିପଦା ବିଧାୟକ ପ୍ରକାଶ ସୋରେନ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ସବୁ ସମ୍ପର୍କ ଛିନ୍ନ କଲେ ପୂର୍ବତନ ବିଧାୟକ

ଠାକୁରମୁଣ୍ଡା,୩୦।୪(ତାରାକାନ୍ତ ପଟ୍ଟନାୟକ): ମୟୁରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ବିଜେଡିରୁ ଇସ୍ତଫା ଦେବା...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri