ଅଳିଆଗଦା ଏବେ ମନୋରମ ପରିବେଶ

ଆନନ୍ଦପୁର,୨୪।୧୧- ଦିନେ ସେଠାରେ କୁଢ଼କୁଢ଼ ଅଳିଆ ଆବର୍ଜନା ଜମା ହେଉଥିଲା। ଏବେ ସେହି ଅଳିଆଗଦା ପାଲଟିଛି ମନୋରମ ପରିବେଶ। ସେଇଠି ପ୍ରତିଷ୍ଠା ହୋଇଛି ମହାଦେବ ମନ୍ଦିର। ମନ୍ଦିର ପରିସରରେ ଯୋଗ ଶିକ୍ଷା ଦିଆଯାଉଛି। ତେବେ ଯାହାଙ୍କ ପ୍ରଚେଷ୍ଟାରେ ଏ ସବୁ ହୋଇଛି ସମ୍ଭବ ସେ ହେଲେ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଟାଙ୍ଗର ଗ୍ରାମର ଶିକ୍ଷାବିତ୍‌ ନିରଞ୍ଜନ ସାହୁ। ଗ୍ରାମର ପ୍ରବେଶ ପଥରେ ଥିବା ମଶାଣି ପଡ଼ିଆ, ସଂଲଗ୍ନ ପୋଖରୀ ତୁଠର ଅଳିଆ ଆବର୍ଜନା ସଫା କରି ସ୍ବଚ୍ଛ ପରିବେଶ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ସେ ପାଲଟିଛନ୍ତି ଉଦାହରଣ।
ଆନନ୍ଦପୁର ବ୍ଲକ କଣ୍ଟିପାଳ ହାଇସ୍କୁଲର ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ନିରଞ୍ଜନ ସ୍ଥାନୀୟ ଅଞ୍ଚଳରେ ସାମାଜିକ ସଚେତନତା ସୃଷ୍ଟିରେ ନିଜକୁ ସମର୍ପି ଦେଇଛନ୍ତି। କେତେଜଣ ଉତ୍ସାହୀ ବ୍ୟକ୍ତିଙ୍କୁ ସାଥୀ କରି ଗ୍ରାମ ପରିବେଶକୁ ପରିଛନ୍ନ ରଖିବା କାର୍ଯ୍ୟ ଜାରି ରଖିଛନ୍ତି। ଗ୍ରାମର ଅଳିଆ ଆବର୍ଜନା ଗଦା ହେଉଥିବା ସ୍ଥାନକୁ ସଫା କରି ସେଠାରେ ଏକ ମନ୍ଦିର ତୋଳିଛନ୍ତି। ମନ୍ଦିର ପରିସରରେ ଦୈନିକ ୫୦ରୁ ୬୦ଜଣ ଯୋଗ ଶିକ୍ଷା ନେଉଛନ୍ତି। ଗ୍ରାମ ସ୍କୁଲ ପରିବେଶରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ପୁଣି ତାଙ୍କ ଉଦ୍ୟମରେ ଅନୁପ୍ରାଣିତ ହୋଇ ଗ୍ରାମବାସୀ ନିଜ ଘରେ ପାଇଖାନା ତିଆରି କରି ବ୍ୟବହାର କରୁଛନ୍ତି।
ଭୋର ୩ଟାରେ ବିଛଣା ଛାଡ଼ନ୍ତି ନିରଞ୍ଜନ। ନିଜେ ଦେଢ ଘଣ୍ଟା ଯୋଗ କରିବା ପରେ ଛୋଟପିଲାଙ୍କଠୁ ବୟସ୍କଙ୍କୁ ମନ୍ଦିର ପରିସରରେ ଯୋଗ ଶିକ୍ଷା ଦିଅନ୍ତି। ପରେ ବିଭିନ୍ନ ଖବର କାଗଜରୁ ସଂଗୃହିତ ସ୍ଥାନୀୟ ଅଞ୍ଚଳ ସହିତ ଜାତୀୟ ଓ ଅନ୍ତର୍ଜାତୀୟ ଖବର ପାଠ କରି ଲୋକଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଇଥାନ୍ତି। ଗ୍ରାମକୁ ନିଶାମୁକ୍ତ କରିବା,ବାହ୍ୟମଳମୁକ୍ତ ପରିବେଶ ସୃଷ୍ଟି ଓ ସ୍ବଚ୍ଛତା ରକ୍ଷା ଦିଗରେ ମଧ୍ୟ ଶିକ୍ଷା ଦେଇଥାନ୍ତି। ରାସ୍ତା ପାର୍ଶ୍ୱ ହେଉ କି ସ୍କୁଲ ପରିସରରେ ଲାଗିଥିବା ବୃକ୍ଷର ଯତ୍ନ ନିଅନ୍ତି। ଅପରାହ୍ନରେ ଗ୍ରାମର ପିଲାଙ୍କୁ ନିଃଶୁଳ୍କ ଶିକ୍ଷାଦାନ କରିବା ତାଙ୍କର ଅଭ୍ୟାସଗତ କାର୍ଯ୍ୟ। ସନ୍ଧ୍ୟାରେ ଭାଗବତ ପଠନ, କୀର୍ତ୍ତନ, ପାଠ୍ୟଉପକରଣ ବଣ୍ଟନ ସହିତ ପିଲାଙ୍କ ସେବାମୂଳକ କାର୍ଯ୍ୟକୁ ନେଇ ପୁରସ୍କୃତ ମଧ୍ୟ କରିଥାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବଚ୍ଛ ଭାରତ ଅଭିଯାନରେ ଅନୁପ୍ରେରିତ ହୋଇ ଗ୍ରାମ୍ୟ ପରିବେଶକୁ ମନୋରମ କରବାରେ ସକ୍ଷମ ହୋଇଥିବା ଶିକ୍ଷକ ନିରଞ୍ଜନଙ୍କ ଏଭଳି ଉଦ୍ୟମକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟର ମାଧ୍ୟମରେ ପ୍ରଶଂସା ବି କରିଛନ୍ତି। ତେବେ ଏଭଳି କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରିବା ତାଙ୍କର ଲକ୍ଷ୍ୟ ବୋଲି ନିରଞ୍ଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri