ଅନନ୍ୟ ଆକର୍ଷଣ ‘କୁଲଡିହା’

ବାଲେଶ୍ୱର ଅଫିସ,୨୪।୧୧-ବାଲେଶ୍ୱର ଜିଲା ନୀଳଗିରି ଏବଂ ଔପଦା ବ୍ଲକ ପାହାଡ଼ିଆ ଅଞ୍ଚଳର ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟ। ବିଶେଷ କରି ଏହି ଅଭୟାରଣ୍ୟ ହାତୀଙ୍କ ସୁରକ୍ଷାସ୍ଥଳୀ ଭାବେ ପରିଚିତ। ପୁଣି ହାତୀ, ବାଘ, ଭାଲୁ, ଗୟଳ, କୁଟୁରା, ହରିଣ, ଶମ୍ବର, ବାର୍‌ହା ଆଦି ବନ୍ୟଜନ୍ତୁଙ୍କ ସମେତ କୋଚିଲାଖାଇ, ମୟୂର, ଚିଲ, ଶୁଆ ଆଦି ରଙ୍ଗବେରଙ୍ଗ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ପାଇଁ ଏହା ପାଲଟିଛି ନିରାପଦ ଆଶ୍ରୟସ୍ଥଳ। ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ସହ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ମାଦଳର ତାଳେ ତାଳେ ନୃତ୍ୟ ଓ ସଙ୍ଗୀତ ପରିବେଷଣ ପରିବେଶକୁ କରିଦିଏ ମତୁଆଲା। ଏହି ନୃତ୍ୟଗୀତରେ ଆଦିବାସୀଙ୍କ ପରମ୍ପରା, ଜୀବନଶୈଳୀ, ପର୍ବପର୍ବାଣି, ଦୈନନ୍ଦିନ କାର୍ଯ୍ୟର ଝଲକ ପ୍ରତିଫଳିତ ହୋଇଥାଏ।
କୁଲଡିହାରେ ଏବେ ୨୫୪ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳୁଛି। ବାଂଲାଦେଶ, ଦକ୍ଷିଣଆଫ୍ରିକା, ଆଣ୍ଡାମାନ ନିକୋବର, ଇଣ୍ଡୋନେସିଆ, ଶ୍ରୀଲଙ୍କା, ପାକିସ୍ତାନ, ଆଫଗାନିସ୍ତାନ, ହିମାଳୟ ଆଦି ସ୍ଥାନରୁ ମାଇଲ୍‌ ମାଇଲ୍‌ ଦୂର ଅତିକ୍ରମ କରି କୁଲଡିହା ଅଭୟାରଣ୍ୟରେ ପହଞ୍ଚିଥାନ୍ତି ହଜାର ହଜାର ସଂଖ୍ୟାରେ ବିଦେଶାଗତ ପକ୍ଷୀ। ସେମାନଙ୍କ ମଧ୍ୟରେ ମାଲାବାର ଟ୍ରୋଗନ, ହାର୍ଟ ସ୍ପେଟେଡ ଉଡ୍‌ପେକର, କ୍ରିମ୍‌ସନ ସନ୍‌ବାର୍ଡ, ଭାର୍ଣ୍ଣାଇ ହ୍ୟାଙ୍ଗିଙ୍ଗ ପ୍ୟାରୋଟ, ହ୍ବାଇଟ୍‌ ରୋମ ସାମା, ବ୍ଲ୍ୟୁ ବିୟାଡ ବିଲଟର, ବ୍ୟୁ ବିୟାଡ କିଙ୍ଗଫିସର, ଭେଲଭେଟ୍‌ ଫୋଣ୍ଡେଡ୍‌ ନାଟାଜ, ରୋକି ମିନିଭେଟ, ପିନ୍‌ଷ୍ଟ୍ରିପ୍ଟ ଟିଟ୍‌ ବାବ୍‌ଲର, ବ୍ଲାକ କେଷ୍ଟେଡ ବୁଲବୁଲ, ବ୍ଲାକନେକ ମୋନାରକ, ବ୍ଲ୍ୟୁ କେପ୍‌ ରୋକପ୍ରାସ, ଫରେଷ୍ଟ ୱାକ୍‌ଟେଇ, ଏସିଆନ ପାରାଡାଇଜ୍‌ ଫ୍ଲାଇକେଟର, ଇଣ୍ଡିଆଟ୍‌ ପିଟା, ୟେଲୋ ରୁମ୍ପଡ ଫ୍ଲାଏକେଚର, ବାର୍‌ ଭଲଙ୍ଗଡ ଫ୍ଲାଏକେଚର ଭଳି ବିଦେଶୀ ପକ୍ଷୀ ଦେଖିବାକୁ ମିଳୁଛି। ଅଭୟାରଣ୍ୟ ଗଡ଼ସିମୁଳିଆ, କାଞ୍ଜିପାଣି, ମେଛକୁଣ୍ଡ, ଚେମଚଟା, ରୁଷିଆ ଆଦି ଜଳାଶୟରେ ଉପରୋକ୍ତ ବିଦେଶାଗତ ପକ୍ଷୀମାନେ ବସବାସ କରିଥାନ୍ତି। କୁଲଡିହାରେ କ୍ରମାଗତ ଭାବେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧିପାଉଥିବାରୁ ପରିବେଶବିତ୍‌ ଓ ବନବିଭାଗ ପାଇଁ ଏହା ଶୁଭ ସୂଚନା ବୋଲି କୁହାଯାଉଛି। କୁଲଡିହାରେ ପକ୍ଷୀ ଶିକାର ହ୍ରାସ ପାଇଥିବାରୁ ଏହା ସେମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି। ଏଠାକୁ ଦେଶୀ ଓ ବିଦେଶାଗତ ପକ୍ଷୀଙ୍କ ଆଗମନ ବଢୁଥିବାରୁ ସେମାନଙ୍କ ବଂଶବୃଦ୍ଧି ପାଇ ବନବିଭାଗ ବିଶେଷ ଭାବେ ଦୃଷ୍ଟି ଦେଇଆସୁଛି।
ପ୍ରାକୃତିକ ପରିବେଶ ମଧ୍ୟରେ ବନ୍ୟଜନ୍ତୁଙ୍କୁ ଦେଖି ପର୍ଯ୍ୟଟକମାନେ ବିଭୋର ହୋଇଥାନ୍ତି। ଅଭୟାରଣ୍ୟ ଅଧୀନ ଗୋହିରାଭୋଳଠାରେ ଟ୍ରେଞ୍ଚ ଖୋଳାଯାଇ ତମ୍ବୁଘର ଓ ରୋଷେଇଶାଳ ନିର୍ମିତ ହୋଇଛି। ନିକଟସ୍ଥ ଚେମଚଟା ଓ ଅସକଲାପଦାରେ ଏକ ବିସ୍ତୀର୍ଣ୍ଣ ପଡ଼ିଆରେ ଘାସ ଚାରାରୋପଣ କରାଯାଇଛି। ଏଠାକୁ ତୃଣଭୋଜି ପ୍ରାଣୀ ଯଥା ହରିଣ, ଗୟଳ, ସମ୍ବର ଆଦି ଘାସ ଖାଇବାକୁ ଆସିଲେ ପର୍ଯ୍ୟଟକମାନେ ଖାଲି ଆଖିରେ ସେମାନଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି। ସେହିପରି ଗୋହିରାଭୋଳରେ ଦେୟଯୁକ୍ତ ରାତ୍ରିଯାପନ ଓ ଖାଦ୍ୟପେୟ ବ୍ୟବସ୍ଥା କରାଯାଇଛି। ଏଥିସହ ରହଣି, ବୋଟିଂ, ଶୀତଦିନେ ଗରମପାଣି ବ୍ୟବସ୍ଥା, ଜୀବଜନ୍ତୁ ଟ୍ରାକିଂ ସହ ପର୍ଯ୍ୟଟକଙ୍କ ନିମନ୍ତେ ଗାଇଡ୍‌ ବ୍ୟବସ୍ଥା ମଧ୍ୟ କରାଯାଇଥାଏ। ପ୍ରତ୍ୟେକ ବର୍ଷ ନଭେମ୍ବର ୧ରୁ ଜୁନ୍‌ ୧୫ପର୍ଯ୍ୟନ୍ତ ପର୍ଯ୍ୟଟକ କୁଲଡିହାର ଗଡ଼ସିମୁଳିଆ, କୁଲଡିହା ଡାକବଙ୍ଗଳା, ଯୋଡ଼ାଚୁଆ, ପୁରୁଣାପାଣି, ମୁଖଚତୁରୀ, ଗୋହିରାଭୋଳ, ଚେମଚଟା ଆଦି ଅଞ୍ଚଳରେ ପରିଭ୍ରମଣ କରିଥାନ୍ତି। ଅନ୍ୟପକ୍ଷରେ ଏହି କୁଲଡିହା ଅଭୟାରଣ୍ୟ ମଧ୍ୟରେ ଜାତୀୟ ପର୍ଯ୍ୟଟନର ମାନ୍ୟତା ପାଇଥିବା ବାବା ପଞ୍ଚଲିଙ୍ଗେଶ୍ୱର ଅବସ୍ଥିତ। ପର୍ଯ୍ୟଟକମାନେ ଏହି ତୀର୍ଥକ୍ଷେତ୍ରକୁ ମଧ୍ୟ ପରିଦର୍ଶନ କରିଥାନ୍ତି। ଏନେଇ ଟୁରିଷ୍ଟ ଗାଇଡ୍‌ ମନୋରଞ୍ଜନ ଦାସ କହନ୍ତି, ପ୍ରାୟ ୧୦ ବର୍ଷ ପୂର୍ବରୁ ଏଠାକୁ ବିଭିନ୍ନ ଦେଶରୁ ରଙ୍ଗବେରଙ୍ଗର ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ବିଶେଷ କରି ଶୀତ ଏବଂ ଗ୍ରୀଷ୍ମ ସମୟରେ ସେମାନେ ଆସିଥାନ୍ତି। ଜଙ୍ଗଲସ୍ଥିତ ଜଳାଶୟ ପାର୍ଶ୍ୱରେ ଥିବା ଗଛ, ବୁଦାମୂଳ ଆଦି ଜାଗାକୁ ବେଶି ପସନ୍ଦ କରିଥାନ୍ତି। ଏଥିସହିତ କୁଲଡିହାରେ ଥିବା ବଡ଼ ବଡ଼ ଗଛର ଫୁଲ ଓ ଫଳ ଏହି ବିଦେଶାଗତ ପକ୍ଷୀଙ୍କର ଅତି ପ୍ରିୟ। କେତେକ ପ୍ରଜାତିର ପକ୍ଷୀ ଏହି ଅଭୟାରଣ୍ୟକୁ ନିରାପଦ ସ୍ଥାନ ମନେକରି ନିଜ ଦେଶକୁ ଫେରି ନ ଥାନ୍ତି। ସେମାନେ ଏଠାରେ ବସା ବାନ୍ଧି, ଅଣ୍ଡା ଦେଇ ସଂଖ୍ୟା ବୃଦ୍ଧି କରିଛନ୍ତି। ସେମାନଙ୍କ ମଧ୍ୟରୁ ମାଲବାର୍‌ ଟ୍ରୋଗନ୍‌ ଅନ୍ୟତମ। ପାହାଡ଼ିଆ ଅଞ୍ଚଳରେ ଥିବା ଲୋକଙ୍କ ଦ୍ୱାରା ପକ୍ଷୀଗୁଡ଼ିକୁ ଶିକାର କରାଯାଉଛି। ଏହାକୁ ରୋକାଯିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri