ଅନନ୍ୟ ଆକର୍ଷଣ ‘କୁଲଡିହା’

ବାଲେଶ୍ୱର ଅଫିସ,୨୪।୧୧-ବାଲେଶ୍ୱର ଜିଲା ନୀଳଗିରି ଏବଂ ଔପଦା ବ୍ଲକ ପାହାଡ଼ିଆ ଅଞ୍ଚଳର ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟ। ବିଶେଷ କରି ଏହି ଅଭୟାରଣ୍ୟ ହାତୀଙ୍କ ସୁରକ୍ଷାସ୍ଥଳୀ ଭାବେ ପରିଚିତ। ପୁଣି ହାତୀ, ବାଘ, ଭାଲୁ, ଗୟଳ, କୁଟୁରା, ହରିଣ, ଶମ୍ବର, ବାର୍‌ହା ଆଦି ବନ୍ୟଜନ୍ତୁଙ୍କ ସମେତ କୋଚିଲାଖାଇ, ମୟୂର, ଚିଲ, ଶୁଆ ଆଦି ରଙ୍ଗବେରଙ୍ଗ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ପାଇଁ ଏହା ପାଲଟିଛି ନିରାପଦ ଆଶ୍ରୟସ୍ଥଳ। ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ସହ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ମାଦଳର ତାଳେ ତାଳେ ନୃତ୍ୟ ଓ ସଙ୍ଗୀତ ପରିବେଷଣ ପରିବେଶକୁ କରିଦିଏ ମତୁଆଲା। ଏହି ନୃତ୍ୟଗୀତରେ ଆଦିବାସୀଙ୍କ ପରମ୍ପରା, ଜୀବନଶୈଳୀ, ପର୍ବପର୍ବାଣି, ଦୈନନ୍ଦିନ କାର୍ଯ୍ୟର ଝଲକ ପ୍ରତିଫଳିତ ହୋଇଥାଏ।
କୁଲଡିହାରେ ଏବେ ୨୫୪ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳୁଛି। ବାଂଲାଦେଶ, ଦକ୍ଷିଣଆଫ୍ରିକା, ଆଣ୍ଡାମାନ ନିକୋବର, ଇଣ୍ଡୋନେସିଆ, ଶ୍ରୀଲଙ୍କା, ପାକିସ୍ତାନ, ଆଫଗାନିସ୍ତାନ, ହିମାଳୟ ଆଦି ସ୍ଥାନରୁ ମାଇଲ୍‌ ମାଇଲ୍‌ ଦୂର ଅତିକ୍ରମ କରି କୁଲଡିହା ଅଭୟାରଣ୍ୟରେ ପହଞ୍ଚିଥାନ୍ତି ହଜାର ହଜାର ସଂଖ୍ୟାରେ ବିଦେଶାଗତ ପକ୍ଷୀ। ସେମାନଙ୍କ ମଧ୍ୟରେ ମାଲାବାର ଟ୍ରୋଗନ, ହାର୍ଟ ସ୍ପେଟେଡ ଉଡ୍‌ପେକର, କ୍ରିମ୍‌ସନ ସନ୍‌ବାର୍ଡ, ଭାର୍ଣ୍ଣାଇ ହ୍ୟାଙ୍ଗିଙ୍ଗ ପ୍ୟାରୋଟ, ହ୍ବାଇଟ୍‌ ରୋମ ସାମା, ବ୍ଲ୍ୟୁ ବିୟାଡ ବିଲଟର, ବ୍ୟୁ ବିୟାଡ କିଙ୍ଗଫିସର, ଭେଲଭେଟ୍‌ ଫୋଣ୍ଡେଡ୍‌ ନାଟାଜ, ରୋକି ମିନିଭେଟ, ପିନ୍‌ଷ୍ଟ୍ରିପ୍ଟ ଟିଟ୍‌ ବାବ୍‌ଲର, ବ୍ଲାକ କେଷ୍ଟେଡ ବୁଲବୁଲ, ବ୍ଲାକନେକ ମୋନାରକ, ବ୍ଲ୍ୟୁ କେପ୍‌ ରୋକପ୍ରାସ, ଫରେଷ୍ଟ ୱାକ୍‌ଟେଇ, ଏସିଆନ ପାରାଡାଇଜ୍‌ ଫ୍ଲାଇକେଟର, ଇଣ୍ଡିଆଟ୍‌ ପିଟା, ୟେଲୋ ରୁମ୍ପଡ ଫ୍ଲାଏକେଚର, ବାର୍‌ ଭଲଙ୍ଗଡ ଫ୍ଲାଏକେଚର ଭଳି ବିଦେଶୀ ପକ୍ଷୀ ଦେଖିବାକୁ ମିଳୁଛି। ଅଭୟାରଣ୍ୟ ଗଡ଼ସିମୁଳିଆ, କାଞ୍ଜିପାଣି, ମେଛକୁଣ୍ଡ, ଚେମଚଟା, ରୁଷିଆ ଆଦି ଜଳାଶୟରେ ଉପରୋକ୍ତ ବିଦେଶାଗତ ପକ୍ଷୀମାନେ ବସବାସ କରିଥାନ୍ତି। କୁଲଡିହାରେ କ୍ରମାଗତ ଭାବେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧିପାଉଥିବାରୁ ପରିବେଶବିତ୍‌ ଓ ବନବିଭାଗ ପାଇଁ ଏହା ଶୁଭ ସୂଚନା ବୋଲି କୁହାଯାଉଛି। କୁଲଡିହାରେ ପକ୍ଷୀ ଶିକାର ହ୍ରାସ ପାଇଥିବାରୁ ଏହା ସେମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି। ଏଠାକୁ ଦେଶୀ ଓ ବିଦେଶାଗତ ପକ୍ଷୀଙ୍କ ଆଗମନ ବଢୁଥିବାରୁ ସେମାନଙ୍କ ବଂଶବୃଦ୍ଧି ପାଇ ବନବିଭାଗ ବିଶେଷ ଭାବେ ଦୃଷ୍ଟି ଦେଇଆସୁଛି।
ପ୍ରାକୃତିକ ପରିବେଶ ମଧ୍ୟରେ ବନ୍ୟଜନ୍ତୁଙ୍କୁ ଦେଖି ପର୍ଯ୍ୟଟକମାନେ ବିଭୋର ହୋଇଥାନ୍ତି। ଅଭୟାରଣ୍ୟ ଅଧୀନ ଗୋହିରାଭୋଳଠାରେ ଟ୍ରେଞ୍ଚ ଖୋଳାଯାଇ ତମ୍ବୁଘର ଓ ରୋଷେଇଶାଳ ନିର୍ମିତ ହୋଇଛି। ନିକଟସ୍ଥ ଚେମଚଟା ଓ ଅସକଲାପଦାରେ ଏକ ବିସ୍ତୀର୍ଣ୍ଣ ପଡ଼ିଆରେ ଘାସ ଚାରାରୋପଣ କରାଯାଇଛି। ଏଠାକୁ ତୃଣଭୋଜି ପ୍ରାଣୀ ଯଥା ହରିଣ, ଗୟଳ, ସମ୍ବର ଆଦି ଘାସ ଖାଇବାକୁ ଆସିଲେ ପର୍ଯ୍ୟଟକମାନେ ଖାଲି ଆଖିରେ ସେମାନଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି। ସେହିପରି ଗୋହିରାଭୋଳରେ ଦେୟଯୁକ୍ତ ରାତ୍ରିଯାପନ ଓ ଖାଦ୍ୟପେୟ ବ୍ୟବସ୍ଥା କରାଯାଇଛି। ଏଥିସହ ରହଣି, ବୋଟିଂ, ଶୀତଦିନେ ଗରମପାଣି ବ୍ୟବସ୍ଥା, ଜୀବଜନ୍ତୁ ଟ୍ରାକିଂ ସହ ପର୍ଯ୍ୟଟକଙ୍କ ନିମନ୍ତେ ଗାଇଡ୍‌ ବ୍ୟବସ୍ଥା ମଧ୍ୟ କରାଯାଇଥାଏ। ପ୍ରତ୍ୟେକ ବର୍ଷ ନଭେମ୍ବର ୧ରୁ ଜୁନ୍‌ ୧୫ପର୍ଯ୍ୟନ୍ତ ପର୍ଯ୍ୟଟକ କୁଲଡିହାର ଗଡ଼ସିମୁଳିଆ, କୁଲଡିହା ଡାକବଙ୍ଗଳା, ଯୋଡ଼ାଚୁଆ, ପୁରୁଣାପାଣି, ମୁଖଚତୁରୀ, ଗୋହିରାଭୋଳ, ଚେମଚଟା ଆଦି ଅଞ୍ଚଳରେ ପରିଭ୍ରମଣ କରିଥାନ୍ତି। ଅନ୍ୟପକ୍ଷରେ ଏହି କୁଲଡିହା ଅଭୟାରଣ୍ୟ ମଧ୍ୟରେ ଜାତୀୟ ପର୍ଯ୍ୟଟନର ମାନ୍ୟତା ପାଇଥିବା ବାବା ପଞ୍ଚଲିଙ୍ଗେଶ୍ୱର ଅବସ୍ଥିତ। ପର୍ଯ୍ୟଟକମାନେ ଏହି ତୀର୍ଥକ୍ଷେତ୍ରକୁ ମଧ୍ୟ ପରିଦର୍ଶନ କରିଥାନ୍ତି। ଏନେଇ ଟୁରିଷ୍ଟ ଗାଇଡ୍‌ ମନୋରଞ୍ଜନ ଦାସ କହନ୍ତି, ପ୍ରାୟ ୧୦ ବର୍ଷ ପୂର୍ବରୁ ଏଠାକୁ ବିଭିନ୍ନ ଦେଶରୁ ରଙ୍ଗବେରଙ୍ଗର ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ବିଶେଷ କରି ଶୀତ ଏବଂ ଗ୍ରୀଷ୍ମ ସମୟରେ ସେମାନେ ଆସିଥାନ୍ତି। ଜଙ୍ଗଲସ୍ଥିତ ଜଳାଶୟ ପାର୍ଶ୍ୱରେ ଥିବା ଗଛ, ବୁଦାମୂଳ ଆଦି ଜାଗାକୁ ବେଶି ପସନ୍ଦ କରିଥାନ୍ତି। ଏଥିସହିତ କୁଲଡିହାରେ ଥିବା ବଡ଼ ବଡ଼ ଗଛର ଫୁଲ ଓ ଫଳ ଏହି ବିଦେଶାଗତ ପକ୍ଷୀଙ୍କର ଅତି ପ୍ରିୟ। କେତେକ ପ୍ରଜାତିର ପକ୍ଷୀ ଏହି ଅଭୟାରଣ୍ୟକୁ ନିରାପଦ ସ୍ଥାନ ମନେକରି ନିଜ ଦେଶକୁ ଫେରି ନ ଥାନ୍ତି। ସେମାନେ ଏଠାରେ ବସା ବାନ୍ଧି, ଅଣ୍ଡା ଦେଇ ସଂଖ୍ୟା ବୃଦ୍ଧି କରିଛନ୍ତି। ସେମାନଙ୍କ ମଧ୍ୟରୁ ମାଲବାର୍‌ ଟ୍ରୋଗନ୍‌ ଅନ୍ୟତମ। ପାହାଡ଼ିଆ ଅଞ୍ଚଳରେ ଥିବା ଲୋକଙ୍କ ଦ୍ୱାରା ପକ୍ଷୀଗୁଡ଼ିକୁ ଶିକାର କରାଯାଉଛି। ଏହାକୁ ରୋକାଯିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କୋଚିଂରେ ନିଟ୍‌ରେ ସଫଳ ହେଲେ ସୁବ୍ରତ, ଭୀମ ଭୋଇ ମେଡିକାଲ କଲେଜରେ ପଢ଼ିବେ…

କର୍ଲାମୁଣ୍ଡା,୨୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତର ରେଙ୍ଗାଲି ଗ୍ରାମର ମେଧାବୀ ଛାତ୍ର ସୁବ୍ରତ ଶେଖର ରଣା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri