ଡିଜେ ସାଉଣ୍ଡ ପାଇଁ ୬୩ କୁକୁଡ଼ା ମୃତ

ସଜନାଗଡ଼,୨୩।୧୧(ଡି.ଏନ.ଏ.): ଡିଜେ ସାଉଣ୍ଡରେ ୬୩ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ କରିଛନ୍ତି ବାଲେଶ୍ୱର ଜିଲା ନୀଳଗିରି କାଣ୍ଡଗରଡ଼ି ଗ୍ରାମର କୁକୁଡା ଚାଷୀ ରଣଜିତ୍‌।

ଅଭିଯୋଗ ଅନୁଯାୟୀ, ଗ୍ରାମରେ ସୋମବାର ରାତିରେ ଏକ ବିବାହ ଉତ୍ସବ ଚାଲିଥିଲା। ବରପକ୍ଷରୁ ଆସିଥିବା ବରଯାତ୍ରୀ ଡିଜେ ବଜାଇ ଶୋଭାଯାତ୍ରା କରୁଥିଲେ। କୁକୁଡା ଚାଷୀ ଡିଜେ ସାଉଣ୍ଡ କମ୍‌ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ କେହି ସେଥିପ୍ରତି ଗୁରୁତ୍ୱ ଦେଇ ନ ଥିଲେ। ଉଚ୍ଚ ଶବ୍ଦ ଶୁଣିବା ପରେ ଫାର୍ମରେ ଚାଷ ହୋଇଥିବା ପାଖାପାଖି ୬୩ଟି କୁକୁଡ଼ା ମରିଯାଇଥିଲେ। ଅନ୍ୟ ଉପାୟ ନ ପାଇ ଶେଷରେ ରଣଜିତ୍‌ ନୀଳଗିରି ଥାନା ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଗପୁରା-ବେତନଟୀ ରେଳଷ୍ଟେଶନ ଉନ୍ନତୀକରଣ ହେବ

ବୈଶିଙ୍ଗା,୨୪।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ଦକ୍ଷିଣ-ପୂର୍ବ ରେଳ ପଥର ରୂପସାରୁ ବାଙ୍ଗିରିପୋଷି ମଧ୍ୟରେ ଯୁଗୁପୁରା ଓ ବେତନଟୀ ରେଳ ଷ୍ଟେଶନର ଉନ୍ନତୀକରଣ କରାଯିବ। ରେଳଯାତ୍ରୀ ତଥା...

୭୧ତମ ସାଧାରଣତନ୍ତ୍ର ଦିବସ ଧୁମ୍‌ଧାମରେ ପାଳିତ

ଜୟପୁର,୨୬।୧(ଡି.ଏନ.ଏ): କୋରାପୁଟ ଜିଲାର ଜୟପୁରରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜୟପୁର ଉପଜିଲାପାଳ ଲୋକନାଥ ଦଳ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା...

ଜିଲାସ୍ତରରେ କୃଷି ଯୋଜନାର କାର୍ଯ୍ୟାନ୍ବୟନ ପରଖିବେ ଅଧିକାରୀ

ଭୁବନେଶ୍ୱର,୧୮।୬(ବ୍ୟୁରୋ): କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଯୋଜନାଗୁଡ଼ିକର ସଫଳ ରୂପାୟନ କରିବା ଲାଗି କୃଷକମାନଙ୍କ ଉନ୍ନତି...

ବାଘୁଆ ଜଳଭଣ୍ଡାରରୁ ୨ ଗେଟ୍‌ ଦେଇ ଜଳ ନିଷ୍କାସନ, ପ୍ରତି ସେକେଣ୍ଡ୍‌ରେ ୩୧ ଘନମିଟର ଜଳ ନିଷ୍କାସିତ ହେଉଛି

ବୁଗୁଡ଼ା,୧୮ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଘୁଆ ଜଳଭଣ୍ଡାରରୁ ରବିବାର ସନ୍ଧ୍ୟାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ...

କରୋନା: ଜନ ସହାୟତା କେନ୍ଦ୍ର ଆରମ୍ଭ, ଜାରି ହେଲା ଟୋଲ୍‌ ଫ୍ରି ନମ୍ବର ୮୮୮୦୫୯୨୫୯୨

ଭୁବନେଶ୍ୱର, ୧୯।୪(ବ୍ୟୁରୋ): କରୋନା ମୁକାବିଲାରେ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ରାଜ୍ୟ ସରକାରଙ୍କ ସହ କାନ୍ଧ ମିଳାଇଛନ୍ତି। ସାମାଜିକ ଅନୁଷ୍ଠାନ ସିୱାଇଏସ୍‌ଡି ଓ ଏହାର ସହଯୋଗୀ ସଙ୍ଗଠନଗୁଡିକ...

ବିଶାଖାପାଟଣା-ସୁବେଦାରଗଞ୍ଜ ସୁବିଧା ସ୍ପେଶାଲ ଭାୟା ଭୁବନେଶ୍ୱର

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ୨୬ରୁ ଡିସେମ୍ବର ୧୨ ପର୍ଯ୍ୟନ୍ତ ବିଶାଖାପାଟଣା-ସୁବେଦାରଗଞ୍ଜ(ଆଲ୍ଲାହାବାଦ) ସୁବିଧା ସ୍ପେଶାଲ ଟ୍ରେନ୍‌ ଚଳାଚଳ କରିବ। ଯାତ୍ରୀ ଗହଳି କମାଇବା ଲାଗି...

ରେଡ୍‌ ଜୋନ୍‌ରୁ ଚୌଦ୍ୱାର ଫେରିଥିଲେ: ପୌରପାଳିକା ତରଫରୁ ଘରେ ଲାଗିଲା ହୋମ୍‌ କ୍ୱାରାଣ୍ଟାଇନ ସୂଚନା ଫଳକ

ଚୌଦ୍ୱାର,୨ା୫(ଡି.ଏନ୍‌.ଏ.): କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କଟକ ଜିଲା ଚୌଦ୍ୱାର ପୌରପାଳିକା ତରଫରୁ ଗାନ୍ଧିଛକସ୍ଥିତ ପୌର ଟାଉନ ହଲରେ କ୍ୱାରାଣ୍ଟାଇନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।...

ମୋବାଇଲ ଟର୍ଚ୍ଚରେ ରୋଗୀ ସେବା

ଚାନ୍ଦବାଲି, ୨ା୮(ଡି.ଏନ.ଏ.):ଦୀର୍ଘ ୭ ଘଣ୍ଟା ଧରି ଅନ୍ଧାରରେ ରହିଲା ଡାକ୍ତରଖାନା। ଅନ୍ଧାର ସାଙ୍ଗକୁ ଗରମରେ ରୋଗୀମାନେ ଛଟପଟ ହୋଇଥିଲେ। ଏଭଳି ସ୍ଥିତିରେ ଡାକ୍ତରଙ୍କୁ ମୋବାଇଲ ଟର୍ଚ୍ଚରେ...

Advertisement
Archives

Model This Week