ଆମ ଜିଲା ଖବର

କୋଟିଆରେ ‘ଗୁଲାବ’ କ୍ଷୟକ୍ଷତି ତଥ୍ୟ ସଂଗ୍ରହ କଲା ଆନ୍ଧ୍ର ପୋଲିସ

ପଟ୍ଟାଙ୍ଗୀ, ୨୯।୯(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ତଥା ଆନ୍ଧ୍ର ରାଜ୍ୟ ସୀମାକୁ ଲାଗି ରହିଥିବା କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବାତ୍ୟା ଗୁଲାବ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି। କ୍ଷତିଗ୍ରସ୍ତଙ୍କ ନିକଟରେ ଆନ୍ଧ୍ର ପୋଲିସ ପହଞ୍ଚତ୍ଛି। ସେମାନେ କ୍ଷୟକ୍ଷତିର ଆକଳନ…

ନାବାଳିକା ବଳାତ୍କାରୀଙ୍କୁ ୬ବର୍ଷ କାରାଦଣ୍ଡ

ବାରିପଦା ଅଫିସ,୨୯ା୯: ମୟୂରଭଞ୍ଜ ଜିଲା ବାରିପଦା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ଏକ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଜଜ୍‌ ମହେନ୍ଦ୍ର କୁମାର ସୂତ୍ରଧର ଏହାର ବିଚାର କରି ଦୋଷୀ ସୁନାରାମ ଟୁଡୁ(୨୨)ଙ୍କୁ ୬ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି। ଏହାସହ…

ଧାନ ବାଛିବା ବେଳେ ଘଟିଲା ବଜ୍ରପାତ

କାଳିଆପାଣି,୨୯ା୯(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅଧୀନ କାଙ୍କଡ଼ପାଳ ପଞ୍ଚାୟତ ଭାଲୁକିପାତଳା ନୂଆପାଣି ଗ୍ରାମରେ ଧାନ ବାଛିବା କାମ କରୁଥିବା ବେଳେ ବଜ୍ରପାତ ଘଟି ଜଣଙ୍କ ମୃତ ଘଟିଛି। ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ସୁରୁ…

ଭେରିଫିକେଶନ ପାଇଁ ସାର୍ଟିଫିକେଟ ମାଗିବାରୁ ଇସ୍ତଫା ଦେଲେ ଶିକ୍ଷକ

କଣ୍ଟାବାଞ୍ଜି,୨୯ା୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାଲ ସିଟି ଓ ଶିକ୍ଷାଗତ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଥିଲା। ଏହିକ୍ରମରେ…

କଲେଜ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର

ବ୍ରହ୍ମପୁର ଅଫିସ,୨୯ା୯: ବୈଦ୍ୟନାଥପୁର ପୋଲିସ ଜଣେ ଅପହୃତା ଛାତ୍ରୀଙ୍କୁ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦରୁ ଉଦ୍ଧାର କରିଛି। ଛାତ୍ରୀଙ୍କୁ ଅପହରଣ କରି ହାଇଦ୍ରାବାଦରେ ଏକ ଭଡା ଘରେ ରଖି ବଳାତ୍କାର କରିଥିବା ଅଭିଯୋଗରେ ଅଭିଯୁକ୍ତ ଅଳୟ ବେହେରା (୨୮)ଙ୍କୁ ପୋଲିସ ଗିରଫ କରିଛି। କୋର୍ଟରେ…

ଘରେ ପଶିଲା ପାଣି, ଆଦିବାସୀ ଲୋକେ ହିନସ୍ତା

କେନ୍ଦୁଝର,୨୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ବୋଦାପଳସା ପଞ୍ଚାୟତର ସଦର ପଡ଼ା ଗ୍ରାମରେ ଲଗାଣ ବର୍ଷା ଯୋଗୁ ପାଣି ଘରେ ପଶିଯାଇଥିବା ଦେଖିବାକୁ ମିଳିଛି। ଆଦିବାସୀ ଲୋକଙ୍କ ଘରେ ପାଣି ପଶୁଥିବାରୁ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ପଶି…

ବଳଙ୍ଗା ଥାନା ବିସ୍ଫୋରଣ ଘଟଣା: ଏସ୍‌ଆଇ ନିଲମ୍ବିତ

ପୁରୀ ଅଫିସ,୨୯ା୯: ପୁରୀ ଜିଲା ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ ବଳଙ୍ଗା ଥାନା ଏସ୍‌ଆଇ ତଅପୋଇ ନାୟକଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ଯୋଗ ପୁରୀ ଏସ୍‌ପି କନଓ୍ବର ବିଶାଲ ସିଂହ ତାଙ୍କୁ ନିଲମ୍ବନ କରିଛନ୍ତି। ଏହି ଥାନାର ମାଲଖାନା ଦାୟିତ୍ୱରେ…

ପିପିଲି ଉପନିର୍ବାଚନ ଲାଗି କାଉଣ୍ଟଡାଉନ୍‌ ଆରମ୍ଭ

ଭୁବନେଶ୍ୱର(ବ୍ୟୁରୋ)/ପୁରୀ ଅଫିସ,୨୯।୯: ଗୁରୁବାର ପିପିଲି ଉପନିର୍ବାଚନ ଲାଗି ଭୋଟଗ୍ରହଣ ହେବ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚିଛନ୍ତି। ମତଦାନକୁ ଦୃଷ୍ଟିରେ ରଖି…

ବରଗଡ଼ରେ ଚାଞ୍ଚଲ୍ୟ: ଯୁବକଙ୍କ ଗଳା କାଟି ହତ୍ୟା

ବରଗଡ଼ ଅଫିସ,୨୯।୯: ବରଗଡ଼ ସହର ଉପକଣ୍ଠ ଅମ୍ବାପାଲି ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ କୌଣସି ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ଅତାବିରାର ଏମ୍‌ଡି କଶିମ(୨୫)…

ମୁଖ୍ୟ ଚିକିତ୍ସାଳୟ ପରିସର ଏବେ ଡମ୍ପିଂୟାର୍ଡ

ଖୋର୍ଦ୍ଧା ଅଫିସ,୨୯ା୯: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌) ମୁକ୍ତ ଡମ୍ପିଂୟାର୍ଡ ପାଲଟିଛି। ମେଡିକାଲ ବର୍ଜ୍ୟବସ୍ତୁ ଏଣେତେଣେ ପଡୁଛି। ମୃତଦେହ ବ୍ୟବଚ୍ଛେଦ ଗୃହ ଏବଂ ଟିକାକରଣ କେନ୍ଦ୍ର ପଛପଟେ ବର୍ଜ୍ୟବସ୍ତୁ ଗଦା ହୋଇରହିଛି। ଦୈନିକ ମେଡିକାଲରୁ ବାହାରୁଥିବା ବର୍ଜ୍ୟବସ୍ତୁ ଏକ ମୁକ୍ତ…

ଓଡ଼ିଶା ନାମଫଳକକୁ ଲିଭାଇ ଦେଲା ଆନ୍ଧ୍ର

ପଟ୍ଟାଙ୍ଗୀ,୨୯ା୯(ଡି.ଏନ.ଏ.):କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଦ୍ର ସୀମାନ୍ତ କୋଟିଆ ପଞ୍ଚାୟତକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି। ତେବେ ଏହି ବିବାଦକୁ ବେଶି ବଢ଼ାଉଛି ଆନ୍ଧ୍ର। ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପାଳନ ନ କରି…

ଦେଢ଼ମାସ ହେଲା ଏସ୍‌ସିବି ଛାତ୍ର ନିଖୋଜ

କଟକ ଅଫିସ,୨୯ା୯:ଶ୍ରୀରାମ ଚନ୍ଦ୍ର ଭଞ୍ଜ(ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଡିଏମ୍‌ଏଲ୍‌ଟି ଛାତ୍ର ସଂଗ୍ରାମ ନାୟକଙ୍କ ପତ୍ତା ମିଳୁନି। ଦେଢ଼ ମାସ ହେବ ସେ ନିଖୋଜ ଅଛନ୍ତି। ତାଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ସତ୍ତ୍ୱେ ମଙ୍ଗଳାବାଗ ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?