ବୋଲଗଡ଼ ମାଟିରେ ଥାଇଲାଣ୍ଡ ବରକୋଳି

ଖୋର୍ଦ୍ଧା ଅଫିସ, ୧୦ା୧୨: ଦେଶୀ ମାଟିରେ ଫଳୁଛି ବିଦେଶୀ ମାଟିର ବରକୋଳି। ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଧୀନ ସାନକୁମ୍ଭାରୀ ଗାଁରେ ଥାଇଲାଣ୍ଡର ମିଠା ବରକୋଳି ଫଳୁଛି। ଏହି ଗ୍ରାମର ଦୁଇ ଭାଇ ରମେଶ ସେନାପତି ଓ ସୁବାସ ଚନ୍ଦ୍ର ସେନାପତି ମିଶି ଥାଇଲାଣ୍ଡ ବରକୋଳି ଚାଷ କରୁଛନ୍ତି। ଜୈବିକ ସାର ପ୍ରୟୋଗ କରି ଦୁଇ ଭାଇ ଏହି ଚାଷରୁ ଲାଭାନ୍ବିତ ହେବା ସହ ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି।

ରମେଶ ଓ ସୁବାସ ମିଳିମିଶି ନିଜର ୪ଏକର ଜମିରେ ଥାଇଲାଣ୍ଡ ବରକୋଳି ଚାଷ କରିଛନ୍ତି। ସୋସିଆଲ ମିଡିଆରୁ ଦୁହେଁ ଏହି ଚାଷ ସମ୍ପର୍କରେ ଜାଣିବା ପରେ ଏଥିପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। କୋଲକାତାର ଏକ ନର୍ସରୀରୁ ଅନ୍‌ଲାଇନରେ ୪ଟି ପ୍ରଜାତି ଯଥା ରେଡ୍‌ ଆପଲ୍‌, ଥାଇରେଡ୍‌ ବଲ୍‌ ଆପଲ୍‌, ଥାଇ ରେଡ୍‌ ସିଡ୍‌ଲେସ ଏବଂ ଗ୍ରୀନ ବରକୋଳିର ପ୍ରାୟ ୨ହଜାର ଚାରା ମଗାଇ ରୋପଣ କରିଥିଲେ। ରାସାୟନିକ ସାର ପରିବର୍ତ୍ତେ ଜୈବିକ ଖତ ପ୍ରୟୋଗ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଚାରା ରୋପଣର ୪ମାସ ପରେ ଫୁଲ ଧରିବା ଆରମ୍ଭ କରିଥିଲା। ୭ରୁ ୮ ମାସ ପରେ ଗଛ ବଢି ଫଳ ଧରିଛି। ଦୁଇ ଭାଇ ପ୍ରଥମେ ଫଳ ଫଳିବା ନେଇ ଆଶଙ୍କା କରିଥିଲେ, ତେବେ ସେଓ ଅନୁରୁପ ଫଳ ଫଳିବା ଦେଖିବା ପରେ ଆନନ୍ଦିତ ହୋଇଥିଲେ। ଗଛରେ ଝୁଲୁଛି ସବୁଜ ଓ ଲାଲ ରଙ୍ଗର ବରକୋଳି। ଏବେ ଏହି ବରକୋଳି ଚାଷ କରିବାକୁ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଆଗ୍ରହ ବଢିଛି।

ରମେଶ କହିଛନ୍ତି, ପ୍ରତି ଗଛର ଉଚ୍ଚତା ପ୍ରାୟ ୮ରୁ ୧୦ ଫୁଟ। ପ୍ରତି ଗଛରୁ ପାଖାପାଖି ୨୦ରୁ ୨୫ କେଜି କୋଳି ବାହାରିବା ଆଶା ରହିଛି। ଗୋଟିଏ ଗ୍ରୀନ ବରକୋଳିର ଓଜନ ପ୍ରାୟ ୭୦ରୁ ୮୦ଗ୍ରାମ ଏବଂ ଳାଲ ବରକୋଳିର ଓଜନ ପ୍ରାୟ ୫୦ରୁ ୭୦ଗ୍ରାମ ରହିବ। ପ୍ରଥମ କରି ସେଓ ଆକାରର ଏହି ବରକୋଳି ବୋଲଗଡ଼ ମାଟିରେ ଫଳିଥିବାରୁ ବଜାରରେ ଭଲ ବିକ୍ରି ହେବ ବୋଲି ସେ ଆଶା କରିଛନ୍ତି। ସେହିପରି ଏହି ଚାଷ ମାଧ୍ୟମରେ ବର୍ଷକୁ ପ୍ରାୟ ୪ରୁ ୫ଲକ୍ଷ ଟଙ୍କା ରୋଜଗାର ଆଶା ରହିଛି। ରମେଶ ଆହୁରି କହିଛନ୍ତି, କରୋନାର ପ୍ରଥମ ଲହରରେ ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ବହୁ କ୍ଷତି ସହିଥିଲୁ। ବଜାରକୁ ଉପତ୍ାଦିତ ପନିପରିବା ଯାଇପାରିଲା ନାହିଁ। ଖର୍ଚ୍ଚ ତୁଳନାରେ କ୍ଷତି ଅଧିକ ହୋଇ ଗଲା। ଏପଟେ ଋଣଭାର ବଢିଚାଲିଥିଲା। ଏଭଳି ସ୍ଥଳେ ଆମେ ଦୁଇ ଭାଇ କ’ଣ କରିବୁ ବୋଲି ଚିନ୍ତା କରି ଭାଙ୍ଗି ପଡ଼ିିଥିଲୁ। ତେବେ ହଠାତ୍‌ ଦିନେ ସୋସିଆଲ ମିଡିଆରେ ଏହି ବରକୋଳି ଚାଷ ସମ୍ପର୍କରେ ଜାଣିବାକୁ ପାଇଲୁ। ପୂର୍ବରୁ ଚାଷକାର୍ଯ୍ୟରେ କ୍ଷତି ସହିଥିବାରୁ ଫଳପ୍ରଦ ହେବା ନେଇ ମନରେ ଆଶଙ୍କା ଥିଲା। ଏହାର ଚାରା ମଧ୍ୟ ଓଡ଼ିଶାରେ ଉପଲବ୍ଧ ନ ଥିଲା। ତେବେ ପ୍ରଥମେ ପରୀକ୍ଷାମୂଳକ ଭାବେ ଚାଷ କରିବା ପାଇଁ ଚିନ୍ତା କରି ଆଗକୁ ବଢିଲୁ। ସେହିପରି ତାଙ୍କ ଭାଇ ସନ୍ତୋଷ କହିଛନ୍ତି, କେବଳ ଉଚ୍ଚଶିକ୍ଷା ଲାଭ କରି ଚାକିରୀ ପଛରେ ଦୌଡ଼ିବା ପରିବର୍ତ୍ତେ ନୂତନ ଜ୍ଞାନକୌଶଳ ଏବଂ ଜୈବିକ ପଦ୍ଧତିରେ ଚାଷ କଲେ ସଫଳତା ହାସଲ ସହ ସ୍ବାବଲମ୍ବୀ ହୋଇପାରିବ। କେବଳ ଚାଷଜମିରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ମିଶ୍ରିତ ଚାଷ କଲେ ଚାଷୀ ଲାଭାନ୍ବିତ ହୋଇପାରିବେ। ସେ ଆହୁରି କହିଛନ୍ତି, ପ୍ରତିବର୍ଷ ଅଦିନିଆ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଧାନ ଓ ପନିପରିବା ଚାଷରେ କ୍ଷତି ସହିଲୁ। ଉକ୍ତ ଚାଷ ସମ୍ପର୍କରେ ଜାଣିବା ପରେ ଏଥିପ୍ରତି ମନ ଦେଉଛୁ। ଏହାର ବଜାର ଚାହିଦାକୁ ଦେଖି ଆଗକୁ ବ୍ୟାପକ କରିବାର ଯୋଜନା ରହିଥିବା ସନ୍ତୋଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI, 3rd T20 Playing-11: ଶୋଚନୀୟ ପରାଜୟ ପରେ ଭାରତୀୟ ଦଳରେ ପରିବର୍ତ୍ତନ; ଏହି ଅଲରାଉଣ୍ଡରଙ୍କ ସ୍ଥାନ ନେବେ …

ନୂଆଦିଲ୍ଲୀ,୧୦।୧୦: ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ଭାରତ ୨୫୦ ରନର ସ୍କୋରକୁ ରକ୍ଷା କରିବାରେ ବିଫଳ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ: ଉଚ୍ଛେଦ ଦାବିରେ ଶତାଧିକ ମହିଳା-ପୁରୁଷଙ୍କ ବିକ୍ଷୋଭ

ଅମରପାଲି, ୮।୧୦ (ପୀତାମ୍ବର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲିଆସୁଥିବା ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁଁ…

ଆମ୍ବୁଲାନ୍ସରେ ନିଆଁ ଲାଗିବା ଘଟଣା: ସାମ୍ନାକୁ ଆସିଲା ସତ, ସବୁ ବଖାଣିଲେ ଡ୍ରାଇଭର

ଉଦଳା,୧୦ା୧୦(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଅଗ୍ନିକାଣ୍ଡ ହେବା ପଛର ସତ ଆସିଲା ସାମ୍ନାକୁ। ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଏମଭିଆଇଙ୍କ ଆଗରେ ବଖାଣିଲେ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

ଚମତ୍କାର ରେକର୍ଡ କଲେ ତିଲକ ବର୍ମା: ଟି-୨୦ କ୍ରିକେଟ୍‌ରେ ପ୍ରଥମଥର କଲେ ଏମିତି କମାଲ

ନୂଆଦିଲ୍ଲୀ,୧୦।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଲକ ବର୍ମାଙ୍କ ବ୍ୟାଟ ପୁଣିଥରେ ଗର୍ଜିଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ରାଞ୍ଚିରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ସେ ମାତ୍ର ୧୮ଟି…

ବାଇକ୍ ଧକ୍କାରେ ବୃଦ୍ଧ ଗୁରୁତରଚିକିତ୍ସା ଦାବିରେ ରାସ୍ତାରୋକ

ଚିକିଟି, ୧୦/୦୯/୨୦୨୬ (ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ କେ. ନୂଆଗାଁ ଥାନା ଅଧୀନ ଚିକିଟି ଫାଣ୍ଡି ଅଞ୍ଚଳର ଓଳପୁର ଛକ ନିକଟରେ ଶନିବାର…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

ନବରଙ୍ଗପୁର, ୧୦/୧୦ (ସନ୍ତୋଷ ସନ୍ତୋଷ): ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଦୀପକମଲ ମହାପାତ୍ର ନାମକ…

ଅଭିଜିତ, ସୌରଭ, ଆଶୁତୋଷ ହେପାଜତରେ; ସେମାନଙ୍କୁ କେତେ ସମୟ ପର୍ଯ୍ୟନ୍ତ ଅଟକ ରଖାଯିବ? ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୦।୧୦: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବା ଏବଂ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବାକୁ ପହଞ୍ଚିଥିବା ‘କକରୋଚ ଜନତା ପାର୍ଟି’ର ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?