ବୋଲଗଡ଼ ମାଟିରେ ଥାଇଲାଣ୍ଡ ବରକୋଳି

ଖୋର୍ଦ୍ଧା ଅଫିସ, ୧୦ା୧୨: ଦେଶୀ ମାଟିରେ ଫଳୁଛି ବିଦେଶୀ ମାଟିର ବରକୋଳି। ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଧୀନ ସାନକୁମ୍ଭାରୀ ଗାଁରେ ଥାଇଲାଣ୍ଡର ମିଠା ବରକୋଳି ଫଳୁଛି। ଏହି ଗ୍ରାମର ଦୁଇ ଭାଇ ରମେଶ ସେନାପତି ଓ ସୁବାସ ଚନ୍ଦ୍ର ସେନାପତି ମିଶି ଥାଇଲାଣ୍ଡ ବରକୋଳି ଚାଷ କରୁଛନ୍ତି। ଜୈବିକ ସାର ପ୍ରୟୋଗ କରି ଦୁଇ ଭାଇ ଏହି ଚାଷରୁ ଲାଭାନ୍ବିତ ହେବା ସହ ଅନ୍ୟ ପାଇଁ ପ୍ରେରଣା ପାଲଟିଛନ୍ତି।

ରମେଶ ଓ ସୁବାସ ମିଳିମିଶି ନିଜର ୪ଏକର ଜମିରେ ଥାଇଲାଣ୍ଡ ବରକୋଳି ଚାଷ କରିଛନ୍ତି। ସୋସିଆଲ ମିଡିଆରୁ ଦୁହେଁ ଏହି ଚାଷ ସମ୍ପର୍କରେ ଜାଣିବା ପରେ ଏଥିପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। କୋଲକାତାର ଏକ ନର୍ସରୀରୁ ଅନ୍‌ଲାଇନରେ ୪ଟି ପ୍ରଜାତି ଯଥା ରେଡ୍‌ ଆପଲ୍‌, ଥାଇରେଡ୍‌ ବଲ୍‌ ଆପଲ୍‌, ଥାଇ ରେଡ୍‌ ସିଡ୍‌ଲେସ ଏବଂ ଗ୍ରୀନ ବରକୋଳିର ପ୍ରାୟ ୨ହଜାର ଚାରା ମଗାଇ ରୋପଣ କରିଥିଲେ। ରାସାୟନିକ ସାର ପରିବର୍ତ୍ତେ ଜୈବିକ ଖତ ପ୍ରୟୋଗ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଚାରା ରୋପଣର ୪ମାସ ପରେ ଫୁଲ ଧରିବା ଆରମ୍ଭ କରିଥିଲା। ୭ରୁ ୮ ମାସ ପରେ ଗଛ ବଢି ଫଳ ଧରିଛି। ଦୁଇ ଭାଇ ପ୍ରଥମେ ଫଳ ଫଳିବା ନେଇ ଆଶଙ୍କା କରିଥିଲେ, ତେବେ ସେଓ ଅନୁରୁପ ଫଳ ଫଳିବା ଦେଖିବା ପରେ ଆନନ୍ଦିତ ହୋଇଥିଲେ। ଗଛରେ ଝୁଲୁଛି ସବୁଜ ଓ ଲାଲ ରଙ୍ଗର ବରକୋଳି। ଏବେ ଏହି ବରକୋଳି ଚାଷ କରିବାକୁ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଆଗ୍ରହ ବଢିଛି।

ରମେଶ କହିଛନ୍ତି, ପ୍ରତି ଗଛର ଉଚ୍ଚତା ପ୍ରାୟ ୮ରୁ ୧୦ ଫୁଟ। ପ୍ରତି ଗଛରୁ ପାଖାପାଖି ୨୦ରୁ ୨୫ କେଜି କୋଳି ବାହାରିବା ଆଶା ରହିଛି। ଗୋଟିଏ ଗ୍ରୀନ ବରକୋଳିର ଓଜନ ପ୍ରାୟ ୭୦ରୁ ୮୦ଗ୍ରାମ ଏବଂ ଳାଲ ବରକୋଳିର ଓଜନ ପ୍ରାୟ ୫୦ରୁ ୭୦ଗ୍ରାମ ରହିବ। ପ୍ରଥମ କରି ସେଓ ଆକାରର ଏହି ବରକୋଳି ବୋଲଗଡ଼ ମାଟିରେ ଫଳିଥିବାରୁ ବଜାରରେ ଭଲ ବିକ୍ରି ହେବ ବୋଲି ସେ ଆଶା କରିଛନ୍ତି। ସେହିପରି ଏହି ଚାଷ ମାଧ୍ୟମରେ ବର୍ଷକୁ ପ୍ରାୟ ୪ରୁ ୫ଲକ୍ଷ ଟଙ୍କା ରୋଜଗାର ଆଶା ରହିଛି। ରମେଶ ଆହୁରି କହିଛନ୍ତି, କରୋନାର ପ୍ରଥମ ଲହରରେ ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ବହୁ କ୍ଷତି ସହିଥିଲୁ। ବଜାରକୁ ଉପତ୍ାଦିତ ପନିପରିବା ଯାଇପାରିଲା ନାହିଁ। ଖର୍ଚ୍ଚ ତୁଳନାରେ କ୍ଷତି ଅଧିକ ହୋଇ ଗଲା। ଏପଟେ ଋଣଭାର ବଢିଚାଲିଥିଲା। ଏଭଳି ସ୍ଥଳେ ଆମେ ଦୁଇ ଭାଇ କ’ଣ କରିବୁ ବୋଲି ଚିନ୍ତା କରି ଭାଙ୍ଗି ପଡ଼ିିଥିଲୁ। ତେବେ ହଠାତ୍‌ ଦିନେ ସୋସିଆଲ ମିଡିଆରେ ଏହି ବରକୋଳି ଚାଷ ସମ୍ପର୍କରେ ଜାଣିବାକୁ ପାଇଲୁ। ପୂର୍ବରୁ ଚାଷକାର୍ଯ୍ୟରେ କ୍ଷତି ସହିଥିବାରୁ ଫଳପ୍ରଦ ହେବା ନେଇ ମନରେ ଆଶଙ୍କା ଥିଲା। ଏହାର ଚାରା ମଧ୍ୟ ଓଡ଼ିଶାରେ ଉପଲବ୍ଧ ନ ଥିଲା। ତେବେ ପ୍ରଥମେ ପରୀକ୍ଷାମୂଳକ ଭାବେ ଚାଷ କରିବା ପାଇଁ ଚିନ୍ତା କରି ଆଗକୁ ବଢିଲୁ। ସେହିପରି ତାଙ୍କ ଭାଇ ସନ୍ତୋଷ କହିଛନ୍ତି, କେବଳ ଉଚ୍ଚଶିକ୍ଷା ଲାଭ କରି ଚାକିରୀ ପଛରେ ଦୌଡ଼ିବା ପରିବର୍ତ୍ତେ ନୂତନ ଜ୍ଞାନକୌଶଳ ଏବଂ ଜୈବିକ ପଦ୍ଧତିରେ ଚାଷ କଲେ ସଫଳତା ହାସଲ ସହ ସ୍ବାବଲମ୍ବୀ ହୋଇପାରିବ। କେବଳ ଚାଷଜମିରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ମିଶ୍ରିତ ଚାଷ କଲେ ଚାଷୀ ଲାଭାନ୍ବିତ ହୋଇପାରିବେ। ସେ ଆହୁରି କହିଛନ୍ତି, ପ୍ରତିବର୍ଷ ଅଦିନିଆ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଧାନ ଓ ପନିପରିବା ଚାଷରେ କ୍ଷତି ସହିଲୁ। ଉକ୍ତ ଚାଷ ସମ୍ପର୍କରେ ଜାଣିବା ପରେ ଏଥିପ୍ରତି ମନ ଦେଉଛୁ। ଏହାର ବଜାର ଚାହିଦାକୁ ଦେଖି ଆଗକୁ ବ୍ୟାପକ କରିବାର ଯୋଜନା ରହିଥିବା ସନ୍ତୋଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଙ୍କୀଝୋଳା ଓ ଚଢିଆପଦା ଗାଁର ବିକାଶ ଅପହଞ୍ଚ : ଗମନାଗମନ ପାଇଁ କାଠପୋଲ ଭରସା

ଚନ୍ଦ୍ରଗିରି,୪।୮(ଡି.ଏନ୍‌.ଏ.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ଲାଗି ବିଭିନ୍ନ ଯୋଜନା ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ଉଦ୍ଦେଶ୍ୟ ରହିଛି...

ଆର୍ମି ପରୀକ୍ଷାର୍ଥୀଙ୍କ ଆତଙ୍କ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କମିଶନର: ରାଜଧାନୀ ଏଭଳି ସାକ୍ଷାତକାର ନ କରିବାକୁ ଉଲ୍ଲେଖ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଆର୍ମିରେ ଭର୍ତ୍ତି ହେବା ପାଇଁ ଭୁବନେଶ୍ୱରସ୍ଥ ୧୨୦ ବାଟାଲିୟନ ରାଲିରେ ଯୋଗଦେବାକୁ ଆସିଥିବା କେତେଜଣ ପରୀକ୍ଷାର୍ଥୀ ମଙ୍ଗଳବାର ଆତଙ୍କ ଖେଳାଇଥିଲେ। ଜୋର ଜବରଦସ୍ତ ଟ୍ରେନ୍‌...

ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍‌ସ ହେଉ

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ଓଡ଼ିଶାରେ ଆଉ ଏକ ଏମ୍‌ସ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।...

ତାଲିକାରେ ନାଁ ନାହିଁ, ଅନେକ ବ୍ୟବସାୟୀ ନିରାଶ

ପୁରୀ ଅଫିସ,୮ା୫: ପୁରୀ ସହରରେ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଉଥିବା ମାର୍କେଟ କମ୍ପ୍ଲେକ୍ସକୁ ବେଆଇନ ଭାବେ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ହାତେଇଥିବା ନେଇ ସାଧାରଣରେ ଅଭିଯୋଗ...

ମ୍ୟାଲେରିଆ ପୂର୍ବାନୁମାନ କରିବ ପାଣିପାଗ ବିଭାଗ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଏଣିକି ମ୍ୟାଲେରିଆ ସଂକ୍ରମଣର ପୂର୍ବାନୁମାନ କରିବ ପାଣିପାଗ ବିଭାଗ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ଭାରତୀୟ ପାଣିପାଗ ବିଭାଗର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ହାତକୁ...

୫ ଲକ୍ଷ କ୍ଷତିପୂରଣ ଦେବେ ରାଜ୍ୟ ସରକାର

କଟକ ଅଫିସ,୬ା୧: କଟକ କଲେଜ ଛକ ନିକଟରେ ୨୦୧୯ରେ ଟ୍ରକ ଧକ୍କାରେ ମୃତ ଯୁକ୍ତ ୩ ଛାତ୍ରୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ରାଜ୍ୟ...

ଠକେଇ ପାଇଁ ଜାଲ୍‌ କମ୍ପାନୀ

ଭୁବନେଶ୍ୱର,୧ା୧୧(ବ୍ୟୁରୋ): ଠକେଇ ପାଇଁ ଜାଲ୍‌ କମ୍ପାନୀ ଖୋଲିଥିଲେ। ଜାଲ୍‌ କର୍ମଚାରୀଙ୍କ ନାଁରେ ଜାଲ୍‌ କାଗଜପତ୍ର ତିଆରି କରି ଏକ ଅର୍ଥ ଲଗାଣକାରୀ ସଂସ୍ଥାରୁ ୧୦ଲକ୍ଷ ଋଣ...

ଝିଆରୀଙ୍କ ତଣ୍ଟି କାଟିଦେଲେ ଦାଦା

ବୁଗୁଡ଼ା,୨୪।୧: (ଡି.ଏନ୍‌.ଏ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବଣପଲ୍ଲୀ ଗ୍ରାମରେ ରବିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ସମ୍ପର୍କୀୟ ଦାଦାଙ୍କ...

Advertisement
Archives

Model This Week