ହିଣ୍ଡାଲ୍‌କୋ, ଜିଏମ୍‌ଆର୍‌କୁ ୧୦କୋଟି ଜରିମାନା

ସମ୍ବଲପୁର,୧୦ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ତହସିଲ ତଲାବିରା କୋଇଲାଖଣି ୧ରେ ପୂର୍ବରୁ ଉତ୍ତୋଳନ କରୁଥିବା ହିଣ୍ଡାଲ୍‌କୋ କମ୍ପାନୀ ଓ ଛତିଶଗଡ଼ର ଜିଏମ୍‌ଆର୍‌ କମ୍ପାନୀ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏନ୍‌ଜିଟି ରାୟ ପ୍ରକାଶ କରି ଦୁଇ କମ୍ପାନୀକୁ ୧୦ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି। ହିଣ୍ଡାଲ୍‌କୋ ୭୫ ପ୍ରତିଶତ ଓ ଜିଏମ୍‌ଆର୍‌ ୨୫ ପ୍ରତିଶତ ଟଙ୍କା ଦେବାକୁ ନିର୍ଦ୍ଦେଶ ରହିଛି। ନଭେମ୍ବର ୨୯ରେ ୬ ଜଣିଆ ଖଣ୍ଡପୀଠରେ ଶେଷ ଶୁଣାଣି ହୋଇଥିବା ବେଳେ ଡିସେମ୍ବର ୮ରେ ରାୟ ପ୍ରକାଶ ପାଇଥିଲା। କୋଇଲା ଟନ୍‌ ପ୍ରତି ୧୦ ଟଙ୍କା ଲେଖାଏ ସ୍ଥାନୀୟ ଅଞ୍ଚଳର ବିକାଶ ଓ ପରିବେଶ ସୁରକ୍ଷା ଦିଗରେ ଖର୍ଚ୍ଚ କରିବାକୁ ନିୟମ ରହିଥିଲେ ମଧ୍ୟ କମ୍ପାନୀ ତାହା ପାଳନ କରି ନ ଥିବାରୁ ଏଭଳି ଦଣ୍ଡାଦେଶ ହୋଇଛି। ଏହାସହ ୬ ଜଣିଆ ବୈଷୟିକ ଟିମ୍‌ ଗଠନ କରାଯାଇ ନିର୍ଦ୍ଦେଶ ପାଳନର ଅଗ୍ରଗତି ସମ୍ବନ୍ଧରେ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବାକୁ କୁହାଯାଇଛି।

ତଲାବିରା କୋଇଲାଖଣି ବିରୋଧରେ ପରିବେଶବିତ୍‌ ସୁବାସ ମହାପାତ୍ର, ସାମାଜିକ କର୍ମୀ ହେମନ୍ତ ରାଉତ ଓ ମନବୋଧ ବିଶ୍ୱାଳ ୨୦୧୬ରେ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ। ସେମାନେ ଅଭିଯୋଗ କରିଥିଲେ, ତଲାବିରା କୋଇଲାଖଣିରେ ଖନନ ସମୟରେ ହୀରାକୁଦ ଜଳଭଣ୍ଡାର ଜମିକୁ ବେଆଇନ ଭାବେ ବ୍ୟବହାର କରିବା, ପରିବେଶ ଓ ଜଳଭଣ୍ଡାର ଜମିକୁ ପ୍ରଦୂଷିତ କରିବା, ଅଞ୍ଚଳର ପରିବେଶ ବିଗାଡିବା, ନିଲାମ ଧାର୍ଯ୍ୟ ପରିମାଣଠାରୁ ଅଧିକ କୋଇଲା ଉତ୍ତୋଳନ କରିବା ନେଇ ଅଞ୍ଚଳବାସୀ ସ୍ବର ଉତ୍ତୋଳନ କରିଥିଲେ। ସେ ସମୟରେ ଜିଲାପାଳ, ଭିଜିଲାନ୍ସ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାଖରେ ଅଭିଯୋଗ କରାଯାଇଥିଲା। ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ତେଣୁ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲରେ ଅଭିଯୋଗ କରାଯାଇଥିଲା। ପର୍ଯ୍ୟାୟକ୍ରମେ ମାମଲାର ଶୁଣାଣି ଚାଲିଥିଲା। ବନ ବିଭାଗ, ଜଳ ସମ୍ପଦ ବିଭାଗ, ଜିଲା ପ୍ରଶାସନ, ରାଜ୍ୟ ସରକାରଙ୍କୁ ପକ୍ଷ କରାଯାଇଥିଲା। ପ୍ରଥମ ପକ୍ଷ ଓ ଦ୍ୱିତୀୟ ପକ୍ଷ ଶୁଣିବା ପରେ ବୁଧବାର ରାୟ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ତଲାବିରା କୋଇଲାଖଣି ୨୦୦୨-୦୪ ମସିହାରେ ହିଣ୍ଡାଲ୍‌କୋ କମ୍ପାନୀ ହାତରେ ରହିଥିଲା। ସେ ସମୟରେ କମ୍ପାନୀ କୋଇଲା ଖନନ ସହ ପ୍ରଦୂଷଣ କରିଚାଲିଥିଲା। ପ୍ରଭାବିତ ୮ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଏପରିସ୍ଥଳେ ୨୦୧୪ରେ ଏହି କୋଇଲାଖଣି ଛତିଶଗଡର ଜିଏମ୍‌ଆର୍‌ କମ୍ପାନୀ ହାତକୁ ଚାଲିଯାଇଥିଲା। ଏବେ ମଧ୍ୟ ଜିଏମ୍‌ଆର୍‌ କମ୍ପାନୀର ଅଫିସ ସେଠାରେ ରହିଛି। ହେଲେ କମ୍ପାନୀ କୋଇଲା ଉତ୍ତୋଳନ କରୁ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ଏଥର ବି ଝୁଲି ରହିଲା କଟକର ୨ ଆସନ

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ଭାଜପା ପ୍ରାର୍ଥୀ ତାଲିକାରେ ଆଉ ୨୧ ଜଣଙ୍କ ନାଁ: ୨ଟି ସ୍ଥାନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨ ବିଧାନସଭା ପ୍ରାର୍ଥୀଙ୍କୁ ଭାଜପା ବଦଳାଇଛି। ରଣପୁର ଏବଂ ପଟାଙ୍ଗୀ...

ଭାଜପା ପ୍ରାର୍ଥୀ ତାଲିକା: ରାଉଲକେଲାରୁ ଲଢିବେ ଦିଲ୍ଲୀପ ରାୟ

କରିଛି। ରାଉଲକେଲାରୁ ଭାଜପା ଦିଲ୍ଲୀପ ରାୟଙ୍କୁ ଟିକେଟ୍‌ ଦେଇଛି। ଦିଲ୍ଲୀପ ରାୟ ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସାରଦା ପ୍ରସାଦ ନାୟକଙ୍କୁ ଟିକେଟ୍‌ ଦେଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri