ହିଣ୍ଡାଲ୍‌କୋ, ଜିଏମ୍‌ଆର୍‌କୁ ୧୦କୋଟି ଜରିମାନା

ସମ୍ବଲପୁର,୧୦ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ତହସିଲ ତଲାବିରା କୋଇଲାଖଣି ୧ରେ ପୂର୍ବରୁ ଉତ୍ତୋଳନ କରୁଥିବା ହିଣ୍ଡାଲ୍‌କୋ କମ୍ପାନୀ ଓ ଛତିଶଗଡ଼ର ଜିଏମ୍‌ଆର୍‌ କମ୍ପାନୀ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏନ୍‌ଜିଟି ରାୟ ପ୍ରକାଶ କରି ଦୁଇ କମ୍ପାନୀକୁ ୧୦ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି। ହିଣ୍ଡାଲ୍‌କୋ ୭୫ ପ୍ରତିଶତ ଓ ଜିଏମ୍‌ଆର୍‌ ୨୫ ପ୍ରତିଶତ ଟଙ୍କା ଦେବାକୁ ନିର୍ଦ୍ଦେଶ ରହିଛି। ନଭେମ୍ବର ୨୯ରେ ୬ ଜଣିଆ ଖଣ୍ଡପୀଠରେ ଶେଷ ଶୁଣାଣି ହୋଇଥିବା ବେଳେ ଡିସେମ୍ବର ୮ରେ ରାୟ ପ୍ରକାଶ ପାଇଥିଲା। କୋଇଲା ଟନ୍‌ ପ୍ରତି ୧୦ ଟଙ୍କା ଲେଖାଏ ସ୍ଥାନୀୟ ଅଞ୍ଚଳର ବିକାଶ ଓ ପରିବେଶ ସୁରକ୍ଷା ଦିଗରେ ଖର୍ଚ୍ଚ କରିବାକୁ ନିୟମ ରହିଥିଲେ ମଧ୍ୟ କମ୍ପାନୀ ତାହା ପାଳନ କରି ନ ଥିବାରୁ ଏଭଳି ଦଣ୍ଡାଦେଶ ହୋଇଛି। ଏହାସହ ୬ ଜଣିଆ ବୈଷୟିକ ଟିମ୍‌ ଗଠନ କରାଯାଇ ନିର୍ଦ୍ଦେଶ ପାଳନର ଅଗ୍ରଗତି ସମ୍ବନ୍ଧରେ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବାକୁ କୁହାଯାଇଛି।

ତଲାବିରା କୋଇଲାଖଣି ବିରୋଧରେ ପରିବେଶବିତ୍‌ ସୁବାସ ମହାପାତ୍ର, ସାମାଜିକ କର୍ମୀ ହେମନ୍ତ ରାଉତ ଓ ମନବୋଧ ବିଶ୍ୱାଳ ୨୦୧୬ରେ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ। ସେମାନେ ଅଭିଯୋଗ କରିଥିଲେ, ତଲାବିରା କୋଇଲାଖଣିରେ ଖନନ ସମୟରେ ହୀରାକୁଦ ଜଳଭଣ୍ଡାର ଜମିକୁ ବେଆଇନ ଭାବେ ବ୍ୟବହାର କରିବା, ପରିବେଶ ଓ ଜଳଭଣ୍ଡାର ଜମିକୁ ପ୍ରଦୂଷିତ କରିବା, ଅଞ୍ଚଳର ପରିବେଶ ବିଗାଡିବା, ନିଲାମ ଧାର୍ଯ୍ୟ ପରିମାଣଠାରୁ ଅଧିକ କୋଇଲା ଉତ୍ତୋଳନ କରିବା ନେଇ ଅଞ୍ଚଳବାସୀ ସ୍ବର ଉତ୍ତୋଳନ କରିଥିଲେ। ସେ ସମୟରେ ଜିଲାପାଳ, ଭିଜିଲାନ୍ସ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାଖରେ ଅଭିଯୋଗ କରାଯାଇଥିଲା। ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ତେଣୁ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲରେ ଅଭିଯୋଗ କରାଯାଇଥିଲା। ପର୍ଯ୍ୟାୟକ୍ରମେ ମାମଲାର ଶୁଣାଣି ଚାଲିଥିଲା। ବନ ବିଭାଗ, ଜଳ ସମ୍ପଦ ବିଭାଗ, ଜିଲା ପ୍ରଶାସନ, ରାଜ୍ୟ ସରକାରଙ୍କୁ ପକ୍ଷ କରାଯାଇଥିଲା। ପ୍ରଥମ ପକ୍ଷ ଓ ଦ୍ୱିତୀୟ ପକ୍ଷ ଶୁଣିବା ପରେ ବୁଧବାର ରାୟ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ତଲାବିରା କୋଇଲାଖଣି ୨୦୦୨-୦୪ ମସିହାରେ ହିଣ୍ଡାଲ୍‌କୋ କମ୍ପାନୀ ହାତରେ ରହିଥିଲା। ସେ ସମୟରେ କମ୍ପାନୀ କୋଇଲା ଖନନ ସହ ପ୍ରଦୂଷଣ କରିଚାଲିଥିଲା। ପ୍ରଭାବିତ ୮ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଏପରିସ୍ଥଳେ ୨୦୧୪ରେ ଏହି କୋଇଲାଖଣି ଛତିଶଗଡର ଜିଏମ୍‌ଆର୍‌ କମ୍ପାନୀ ହାତକୁ ଚାଲିଯାଇଥିଲା। ଏବେ ମଧ୍ୟ ଜିଏମ୍‌ଆର୍‌ କମ୍ପାନୀର ଅଫିସ ସେଠାରେ ରହିଛି। ହେଲେ କମ୍ପାନୀ କୋଇଲା ଉତ୍ତୋଳନ କରୁ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

ସରକାରଙ୍କ ବଡ଼ ଘୋଷଣା: ଏହି ୫ ସହରରେ ମିଳିବ ୩୫ ଟଙ୍କା କିଲୋରେ ପିଆଜ

ନୂଆଦିଲ୍ଲୀ,୨୫।୮: ପର୍ବପର୍ବାଣୀ ଋତୁ ଆସୁଥିବା ବେଳେ ଦେଶରେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍‌କୁ ପିଆଜ ବଜାରକୁ ଛାଡ଼ିବା ଆରମ୍ଭ…

ଚିନି ଦର ବଢ଼ିବା ଭିତରେ ସରକାର ନେଲେ ବଡ଼ ନିଷ୍ପତ୍ତି, ୨ ମାସ ଭିତରେ…

ନୂଆଦିଲ୍ଲୀ,୨୫ା୮: ଦେଶରେ ଚିନିର ବଢ଼ୁଥିବା ଦର ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ଆମଦାନୀ ସମ୍ପର୍କିତ ନିୟମକୁ ଆହୁରି କଡ଼ା କରିଛନ୍ତି । ଏବେ ଟାରିଫ୍ ରେଟ୍…

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗାଁରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗାଁରେ ୨୦…

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri