Posted inଭଦ୍ରକ

୯ ଦିନ ଧରି ସମବାୟ ସମିତିରେ ତାଲା

ପଦ୍ମପୁର, ୧୨।୧୨(ଡି.ଏନ.ଏ.)  ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ୫ ସେବା ସମବାୟ ସମିତିରେ ଚାଷୀମାନଙ୍କ ଧାନ କିଣା ପାଇଁ ଅନ୍‌ଲାଇନ ପଞ୍ଜୀକରଣରେ ତ୍ରୁଟିକୁ ନେଇ ଚୁଡ଼ାମଣି ସେବା ସମବାୟ ସମିତିର ସମ୍ପାଦକଙ୍କୁ ନିଲମ୍ବନ ସହ ୫ ସମିତିର ଡାଟାଏଣ୍ଟ୍ରି ଅପରେଟରଙ୍କୁ ବହିଷ୍କାର କରାଯାଇଛି। ସମ୍ପୃକ୍ତ ସମିତିର ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହାକୁ ଅଗଣତାନ୍ତ୍ରିକ ଓ ଏକପାଖିଆ ବୋଲି ଦର୍ଶାଇ କର୍ମଚାରୀମାନେ ପୁନଃ ବିଚାର ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିବା ସହ କଳାବ୍ୟାଜ୍‌ ପିନ୍ଧି କାମ କରୁଥିଲେ। ହେଲେ ବିଭାଗୀୟ ଅଧିକାରୀ କୌଣସି ସମାଧାନ ନ କରିବାରୁ ବାସୁଦେବପୁର ବ୍ଲକର ୨୨ ଓ ତିହିଡ଼ିର ୧୬ ସମିତିର ୨ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ଗତ ଶୁକ୍ରବାରଠାରୁ ଭଦ୍ରକ ବାଇପାସ୍‌ ସ୍ଥିତ ଏଆର୍‌ସିଏସ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ୯ଦିନ ବିତିଥିଲେ ମଧ୍ୟ ସମାଧାନର ସୂତ୍ର ବାହାରିପାରି ନାହିଁ। ଫଳରେ ସମିତିଗୁଡ଼ିକରେ ତାଲା ଝୁଲୁଛି।
ଜିଲାପାଳ ତ୍ରିଲୋଚନ ମାଝି ଧାରଣାରତ କର୍ମଚାରୀମାନଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ସେମାନେ ପଞ୍ଜୀକରଣରେ ବାଦ୍‌ ପଡ଼ିଥିବା ଚାଷୀମାନଙ୍କର ପୁନଃ ପଞ୍ଜୀକରଣ ପାଇଁ ସୁଯୋଗ, ବହିଷ୍କୃତ ଓ ନିଲମ୍ବିତ କର୍ମଚାରୀମାନଙ୍କର ପୁନଃ ନିଯୁକ୍ତି, ସମବାୟ ବ୍ୟାଙ୍କର ଅଧିକାରୀ ଓ ସମିତିର କର୍ମକର୍ତ୍ତାଙ୍କୁ ନେଇ ସହମତି ଭିତ୍ତିରେ ଦ୍ୱିପାକ୍ଷିକ ରାଜିନାମାକୁ କାର୍ଯ୍ୟକାରୀ ପ୍ରମୁଖ ଦାବିକୁ ନେଇ ଅଡ଼ି ବସିଛନ୍ତି। ଆସନ୍ତା ସୋମବାର ସୁଦ୍ଧା ଏହି ଦାବି ପୂରଣ ନ ହେଲେ ବାଲେଶ୍ୱର-ଭଦ୍ରକ ଜିଲାର ୨୨୭ ସେବା ସମବାୟ ସମିତିର କର୍ମଚାରୀ ସମୂହ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ସଂଘର ସଭାପତି ନିରଞ୍ଜନ ସାହୁ, ସମ୍ପାଦକ ଅରୁଣଜୟ ପାତ୍ର, ବାସୁଦେବପୁର ସଂଘର ସଭାପତି ବନମାଳି ମହାକୁଡ଼, ସମ୍ପାଦକ ଅନିରୁଦ୍ଧ ନାୟକ ପ୍ରମୁଖ ଏ ସମ୍ପର୍କରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ପରିବେଶ ଚିନ୍ତା

ବନ୍ତ, ୭।୧୨ (ଡି.ଏନ.ଏ.)-ସକାଳ ହେଲେ ସାଇକେଲ ଖଣ୍ଡିଏ ଧରି ଘରୁ ବାହାରି ଯାଆନ୍ତି। ଦୁଇଘଣ୍ଟା ଧରି ବଜାର, ସ୍କୁଲ ଓ ରାସ୍ତାଘାଟ ଆଦି ସଫା କରିବା...

୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ: ଜଣେ ଗିରଫ

ବାସୁଦେବପୁର, ୧୭।୧୦ (ଡି.ଏନ.ଏ.)- ବାସୁଦେବପୁରସ୍ଥିତ ବଂଶୀପାଟଣା ଗ୍ରାମରେ ଥିବା କଳ୍ପତରୁ ସଂସ୍କୃତ ମହାବିଦ୍ୟାଳୟରେ ଅନାଦି ଚରଣ ବେହେରା ନାମକ ଜଣେ କର୍ମଚାରୀଙ୍କୁ ଚାକିରି ସ୍ଥାୟୀ କରାଇଦେବା...

ବିଜେଡିରେ ମିଶିଲେ ଅନ୍ୟ ଦଳର କର୍ମୀ

ଧାମନଗର, ୩।୭ (ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବ୍ଲକର ଦେହୁଡ଼ି ଆନନ୍ଦପୁର ପଞ୍ଚାୟତଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନ୍ୟ...

ରାସ୍ତାରେ ପକାଇଥିଲେ ବାଲି, ଚିପ୍ସ : କହିବାରୁ ବାପା, ଝିଅଙ୍କୁ ହାଣିଲେ

ଭଦ୍ରକ ଅଫିସ,୧୬।୭: ସାମାନ୍ୟ କଥାରୁ ବାପାଝିଅଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଧୀନ ଏଲଖା ଗାଁରେ। ଉଭୟ...

ଅନ୍ଧାରରେ ବାସୁଦେବପୁର, ଧାମରା ଅଞ୍ଚଳ

ଭଦ୍ରକ ଅଫିସ/ପଦ୍ମପୁର, ୧୨।୧୧ (ଡି.ଏନ.ଏ.)- ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଭଦ୍ରକ ଜିଲାର ଚାନ୍ଦବାଲି, ଧାମରା ଓ ବାସୁଦେବପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଚାଷଜମିରେ ପାଚିଲା...

ବଢ଼ୁଛି ଫ୍ୟାନ୍‌ସି ଦୀପର ଚାହିଦା: ସଙ୍କଟରେ କୁମ୍ଭକାରଙ୍କ ବେଉସା

ଭଦ୍ରକ ଅଫିସ, ୨୫ା୧୦- ଦୀପାବଳିିରେ ମାଟି ଦୀପର ଚାହିଦା ନିଆରା। ଲୋକେ ବିଭିନ୍ନ ରଙ୍ଗବେରଙ୍ଗ ଦୀପ କିଣି ଘର ଆଗରେ ଏହାକୁ ଜଳାଇ ଉତ୍ସବ ମନାଇଥାନ୍ତି।...

ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ପ୍ରତୀକ ଧାରଣା

ଭଦ୍ରକ ଅଫିସ,୧୧।୨: ଗୁରୁବାର ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ବାସଗୃହ ସମ୍ମୁଖରେ ପ୍ରତୀକ ଧାରଣା ଦିଆଯାଇଛି। ଏହି ଧାରଣା ଆଗାମୀ...

ଦାବି ପୂରଣ ନ ହେଲେ ଆନ୍ଦୋଳନ

ଭଦ୍ରକ ଅଫିସ,୧୩।୨: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍‌ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍‌ ୱାର୍କର୍ସ ଆସୋସିଏଶନ ଭଦ୍ରକ ଜିଲା ଶାଖାର ବାର୍ଷିକ ଜିଲା ସମ୍ମିଳନୀ...

Advertisement
Archives

Model This Week